ଲଭ୍ , ସେକ୍ସ୍ ଓ ଧୋକା
ଲଭ୍ , ସେକ୍ସ୍ ଓ ଧୋକା
ଏବେ ସମୟ ଚାଲିଛି,ଲଭ୍, ସେକ୍ସ୍ ଆଣ୍ଡ୍ ଧୋକା ।ଏହା ଏବେ ପରମ୍ପରା ଗତ ସାଂପ୍ରତିକ ଘଟଣା ହୋଇଗଲାଣି।ଯେପରି ପାକିସ୍ତାନରେ,ଲଭ୍, ସେକ୍ସ୍ ଆଣ୍ଡ୍ ଜେହାଦ୍। ଠିକ୍ ସେହିଭଳି ଭାରତରେ ,ପ୍ରଥମେ ଲଭ୍ ତା'ପରେ ସେକ୍ସ୍ ଓ ତା'ପରେ ଧୋକା ଦେବା ଅତି ସାଧାରଣ ଘଟଣା ହୋଇଗଲାଣି ।ଅତୀତରେ ଭଲ ପାଇବାର ମାନେ ଥିଲା ।ବସନ୍ତ ସମୀରକୁ ଭଲପାଇବା ,ଶିଶୁ ତା ମା'କୁ ଭଲପାଇବା ,ଭକ୍ତ ଭଗବାନଙ୍କୁ ଭଲପାଇବା ଓ ଏକ ନିଶ୍ଚଳ ପ୍ରେମିକା ତା ପ୍ରେମିକ କୁ ଭଲପାଇବା । ଜନ୍ହ କଇଁ କୁ ,ଆକାଶ ସାଗରକୁ ,ଶ୍ରାବଣ ପ୍ରକୃତିକୁ ଇତ୍ୟାଦି ଯେତେ ଉପମା ଓ ଅଳଙ୍କାର ଦେଲେ ମଧ୍ୟ ସରିବ ନାହିଁ।ଭଲପାଇବା ରେ ନ ଥାଏ ସ୍ବାର୍ଥ,ନ ଥାଏ ଆଶା ଅଭିଳାଷ ଆଉ ଭୋକ ।ଭଲପାଇବା ର ଅନ୍ୟ ଅର୍ଥ କେବଳ ତ୍ୟାଗ। ସମ୍ମାନ ଆଉ ପ୍ରାର୍ଥନା।ଯାହା କୋକିଳ ଏବେ ବି ବସନ୍ତ ପାଇଁ ପ୍ରସିଦ୍ଧ। ଜନ୍ହ ପୂର୍ଣ୍ଣମୀ ପାଇଁ, ରାତି କୋହ ପାଇଁ।ଆଉ ଭଲପାଇବା ଲୁହ ପାଇଁ। ଯେଉଁ ଥିରେ କେବଳ ସତ୍ୟ ତା ହିଁ ପରିଲକ୍ଷିତ ହୁଏ।
କିନ୍ତୁ କୈ।ଣସି ବି ଗୋଟିଏ ଗୁଣ ଏବେ ପ୍ରେମିକ ବା ପ୍ରେମିକା ପାଖରେ ପରିଲକ୍ଷିତ ହେଉନାହିଁ।ଦେହର ଭୋକ,ମନର ଲାଳସା ମେଣ୍ଟାଇବା ପାଇଁ ପ୍ରେମିକ,ପ୍ରେମିକା ଆଗେଇ ଆସୁଛନ୍ତି ।ଯାହା ଫଳରେ ଅନେକ ଦୁର୍ଘଟଣା ଘଟିବାରେ ଲାଗିଛି।ଏବେ କିଛି ଦିନର ଘଟଣା ଫେସ୍ ବୁକ୍ ରୁ ସାଙ୍ଗ ହୋଇ ଝିଅ ମାନଙ୍କୁ ଡାକି ତାଙ୍କ ସହିତ ଗଣ ଦୁଷ୍କର୍ମ କରାଯାଉଛି ।ଏହି ପ୍ରେମକୁ କେଉଁ ସଂଜ୍ଞା ଦିଆଯିବ ତାହା ଚିନ୍ତା ଆଉ ଚେତନା ବାହାରେ । ଏ ଜାଗାରେ ଖାଲି ଯେ ପୁଅମାନଙ୍କୁ ଦୋଷ ଦିଆଯିବ ତାହା ଠିକ୍ ନୁହେଁ। କାରଣ ଏ ସ୍ଥଳରେ କୈ।ଣସି ଜବରଦସ୍ତି କରାଯାଇ ନାହିଁ,ଝିଅ ମାନଙ୍କ
ସାଙ୍ଗରେ ।ନାରୀ ମାନଙ୍କ ଉପରେ ଯେଉଁଠି ଜବରଦସ୍ତି ଅନ୍ୟାୟ ଅତ୍ୟାଚାର ହେଉଛି,ସେଠି କେବଳ ପୁରୁଷ ମାନଙ୍କୁ ଦୋଷ ଦିଆଯାଇ ପାରେ । କିନ୍ତୁ ଫେସ୍ ବୁକ୍ ମାଧ୍ୟମରେ ବନ୍ଧୁତା ସ୍ଥାପନ କରି ,ପ୍ରେମ କରିବା ଓ ତା'ପରେ ପାଖକୁ ଡାକି ଏପରି ଅଘଟଣ ଘଟାଇବା ଅତି ନିନ୍ଦନୀୟ ଘଟଣା । ବର୍ତ୍ତମାନ ର ସମୟ ସୁବିଧାକୁ ଦେଖି ନାରୀମାନେ ମଧ୍ୟ ସଚେତନ ହେବା ଆବଶ୍ୟକ।ଯେ କେହି ଅଜଣା, ଅଚିହ୍ନା ଲୋକଙ୍କ ସାଙ୍ଗରେ ସମ୍ପର୍କ ରଖିବାରେ ଆସେ ବିଶ୍ୱାସ।ଆଉ ସେହି ବିଶ୍ୱାସ ପରେ ପାଲଟି ଯାଏ ଅବିଶ୍ବାସ। ଯଦି ଏପରି ଘଟଣା ବାରମ୍ଵାର ଘଟୁଛି ସେହି ଜାଗାରେ ଛୋଟ ଛୋଟ ଝିଅ ମାନଙ୍କୁ ଅନୁରୋଧ,କାହାରି କଥାରେ ପ୍ରଲୋଭିତ ନ ହୋଇ କି ହଠାତ୍ କାହା ଉପରେ ବିଶ୍ୱାସ ନ କରି ଘରୁ ଗୋଡ଼ କାଢିବା ଭୁଲ୍।ଏହା ମଧ୍ୟ ପୁରୁଷ ବି ଜାଣି ରଖିବା ଦରକାର୍।ଗୋଟେ ନାରୀ ର ମନ ଓ ହୃଦୟ ସବୁଠାରୁ କୋମଳ ଫୁଲ ପରି।ଭଲପାଇବା,ଆନ୍ତରିକତା ଓ ପଦେ ମିଠା କଥା ରେ ଗୋଟେ ନାରୀ ସମସ୍ତଙ୍କୁ ନିଜର କରିଥାଏ ।ଯାହା ଫଳରେ ଏବେ ସମାଜରେ ପୁଅ ମାନଙ୍କ ପାଇଁ ଅତି ସହଜ ହୋଇପଡୁଛି ।ବିଶେଷ କରି ବିଦ୍ୟାଳୟ ଓ କଲେଜ୍ ପଢୁଆ ପିଲା ମାନଙ୍କ ପାଇଁ କାଳ ସାଜୁଛି। କେଉଁଠି ନା କେଉଁଠି ବନ୍ଧୁତ୍ୱ ରୁ ସମ୍ପର୍କ,ଭଲପାଇବା ଓ ତା'ପରେ sexଓ ପରେ ଧୋକା ।ଯେପରି ଡକ୍ଟର ରାଜଶ୍ରୀ ମୃତ୍ୟୁ ଘଟଣା ସହିଦ ସମ୍ପର୍କ ଯୋଡି ହେଉଛି।ଦୁଇ ଜଣ ଡାକ୍ତର ଉଚ୍ଚ ସମ୍ପନ୍ନ ହୋଇ ମଧ୍ୟ ।ଏପରି ପରିସ୍ଥିତିର ଶିକାର ହୋଇଛନ୍ତି।ଏହା କ'ଣ ଆଧୁନିକ ପ୍ରେମର ଲକ୍ଷଣ।ନା ଏହାକୁ କେବଳ ଦେହ ଭୋକ ମେଣ୍ଟାଇ ବାର ଲାଳସା କୁହାଯାଇପାରେ ।ଗୁରୁ ତା'ର ଶିଷ୍ୟ କୁ ଭଲପାଇବା ଅଭିଜ୍ଞାନ ଶକୁନ୍ତଳାରେ , ଶକୁନ୍ତଳା ଙ୍କ ଦୁଷ୍ମନ୍ତ ଙ୍କୁ ଭଲପାଇବା ରେ ଯେଉଁ ତ୍ୟାଗ ଓ ବଳିଦାନର ରହିଛି।ତାହା କେବଳ ଆଧୁନିକ ଯୁଗରେ କଳଙ୍କିତ କରିବାରେ ଲାଗିଛି ।ଏଥି ପାଇଁ ସମାଜ ନା , ସଂସ୍କାର ନା ଶିକ୍ଷା ନା ପିତା ମାତା ଙ୍କର ପାଳନରେ ଅବହେଳା ଯୋଗୁଁ ଏ ; ପରିସ୍ଥିତି ଦେଖାଦେଉଛି ।ଏହା କେବଳ ଆପଣ ମାନଙ୍କର ସୁଚିନ୍ତିତ ବିଚାର ଓ ମତାମତ ଉପରେ ନିର୍ଭର କରେ ।
ଏହା ଉପରେ ଆପଣ ମାନଙ୍କର ଟିପ୍ପଣୀ ନିଶ୍ଚିତ ରୂପେ ପ୍ରଦାନ କରିବେ ।
