STORYMIRROR

Sagarika Dash

Inspirational

3  

Sagarika Dash

Inspirational

ମହତ୍ ବାଣୀ

ମହତ୍ ବାଣୀ

2 mins
24


ଯେଷାଙ୍ଗ ତ୍ବନ୍ତଗତମ୍ ପାପମ୍, ଜନନାମ୍

ପୁଣ୍ୟ କର୍ମଣାମ୍, ତେ ଦ୍ବନ୍ଦମୋହିନିମୁକ୍ତା, ଭଜନ୍ତେ ମାଙ୍ଗ୍ ଦୃଢବ୍ରତା ଜରା ମରଣ ମୋକ୍ଷାୟ , ମାମା ଶ୍ରିତଃ ଯତନ୍ତି ଯେ ।

ତେ ବ୍ରହ୍ମ ତଦ୍ ବିଦୁ କୃଷ୍ଣ ମଧ୍ୟାତ୍ମମ୍ କର୍ମ ଚାଖିଳମ୍।

     ଅର୍ଥାତ୍

ଯେଉଁ ମାନେ ପୁଣ୍ୟାତ୍ମା, ଦ୍ଵନ୍ଦ ମୋହାଲି ତାଙ୍କୁ ସ୍ପର୍ଶ କରେ ନାହିଁ ।ସେମାନେ ମତେ ପାଇଥାନ୍ତି।ଏ ବିଷୟ ଯେ ଜାଣି ପାରନ୍ତି ସେ ମତେ ପାଇଁ ପାରନ୍ତି ।

     ଅତ ଏବ ଦିନେ ଜଣେ ବେଶ୍ୟା ସବୁବେଳେ ନିଜକୁ ହୀନ ଦୃଷ୍ଟିରେ ଦେଖୁଥାଏ , ନିଜକୁ ଧିକ୍କାର ମନେ କରେ , ଅନ୍ୟ ମାନଙ୍କ ଭଳି ସେ ଜଣେ ସାଧାରଣ ମଣିଷ ନୁହେଁ। ଘର ସଂସାର ତା ପାଇଁ ଅଭିଶାପ । କିନ୍ତୁ ସେ ଥିଲେ ଜଣେ ଏକା ଧାରାରେ ବିଷ୍ଣୁ ଭକ୍ତ ସଦା ସର୍ବଦା କୃଷ୍ଣ ପ୍ରେମରେ ଭିଜି ରହୁଥିଲେ ।

 ନିଜ କର୍ମ ରେ ଲିପ୍ତ ରହୁଥିଲେ ମଧ୍ୟ ଦିନକ ପାଇଁ ଭଗବାନଙ୍କୁ ଭୁଲି ନ ଥିଲେ । ଏମିତି କି ନଦୀ ତୁଠରେ ଯେଉଁଠି ସାଧାରଣ ଲୋକେ ଗାଧୋଉ ଥିଲେ ସେ ସ୍ଥାନକୁ ସେ ପରିତ୍ୟାଗ କରୁଥିଲେ, ସମସ୍ତେ ଯାଇସାରିଲା ପରେ ସେ ଗାଧୋଇବା ପାଇଁ ଯାଉଥିଲେ ।

       ଦିନକର କଥା ସେହି ଗାଁ ର ଜଣେ ପଣ୍ଡିତ ତାଙ୍କୁ ଅତି ଘୃଣା କରୁଥିଲେ, ତା'ର ନଜର ପଡ଼ିଲେ ଅନ୍ୟ ମାନଙ୍କ ର କ୍ଷତି ହେବ ଅଶୁଭ ହେବ ଇତ୍ୟାଦି ଅନେକ ଲାଞ୍ଛନା କରୁଥିଲେ ।ଦିନେ ନଦୀ ତୁଠରେ ଜନ ଶୂନ୍ୟ ଥିବା ବେଳେ ବେଶ୍ୟା ଜଣକ ଗାଧୋଇବା ସମୟରେ ପଣ୍ଡିତ ଙ୍କ ନଜର ପଡ଼ିଯାଇଥିଲା ଅନେକ କଟୁ ବଚନ ଶୁଣାଇବା ସଙ୍ଗେ ସଙ୍ଗେ ଧିକ୍କାର କରିଥିଲେ ଆଉ ଅଭିଶାପ ଦେବା ପାଇଁ ପଛାଇ ନଥିଲେ ,ଆଉ କହିଥିଲେ ମୁଁ ତତେ ଅଭିଶାପ ଦେଉଛି ତୁ ଏମିତି ଜନ୍ମ ଜନ୍ମ ରେ ବେଶ୍ୟା ହୋଇରହିଥା ।

       ବେଶ୍ୟା ଜଣକ ବହୁତ କାକୁତି ମିନତି ହୋଇ ପଣ୍ଡିତ ଙ୍କ ଗୋଡ଼ ଧରି ଭୁଲ୍ ମାଗିଥିଲେ ଆଉ କହିଥିଲେ ଆଜ୍ଞା ଏଠି କେହି ନ ଥିବା ସମୟରେ ମୁଁ ଗାଧୋଇବାପାଇଁ ମନ କଲି ଯଦି କେହି ଥାଆନ୍ତେ ତେବେ ମୁଁ ଏ ଭୁଲ୍ କରିନଥାନ୍ତି 

ପଣ୍ଡିତ କିନ୍ତୁ ନ ଛୋଡ ବନ୍ଧା ନଦୀ ଭିତରେ ପଶି ପାଣି ଧରି ସୂର୍ଯ୍ୟଙ୍କୁ ପୂଜା କରି ଅଭିଶାପ ଦେବା ସମୟରେ ଆକାଶ ମାର୍ଗରୁ ଆଲୋକରେ ତାଙ୍କ ଆଖି ଜର୍ଜରିତ ହୋଇ ଉଠିଲା ଆକାଶ ମାର୍ଗରୁ ବାଣୀ ଆଶିଥିଲା ରେ ମୂର୍ଖ ସେ ହେଉଛନ୍ତି ମୋର ଅତି ପରମ ଭକ୍ତ ତୁମେ ସବୁବେଳେ ଭଜନ କୀର୍ତ୍ତନ ଓ ଲୋକ ଦେଖାଣିଆ ହରି ହରି ହୋଇ ଅନ୍ୟର ଅମଙ୍ଗଳ ଚିନ୍ତା କରୁଛ । ଅନ୍ୟ ମାନଙ୍କ ଆଖିରେ ଲୁହ ଦେଉଛି ,କଟୁ ବଚନ କହି ଅନ୍ୟକୁ ଆଘାତ ଦେଉଛ ଏ ସବୁ କର୍ମ ପାପରେ ଗଣା , କିନ୍ତୁ ସେ ବେଶ୍ୟା ଟି ନିଜକୁ ଛୋଟ ମନେକରି ଅନ୍ୟକୁ ସୁଖ ଦେଇ ନିଜକୁ ଜଳାଇ ଅନ୍ୟର ମଙ୍ଗଳ ଚିନ୍ତା କରିବା ସହିତ ମଜା ସର୍ବଦା ହରି ନାମରେ ଦିନ କାଟୁଛନ୍ତି ଏଥିରୁ ଅନୁଭବ କରିପାରୁଥିବ ମୋର ପ୍ରକୃତ ଭକ୍ତ କିଏ ବଡ଼ ପାଟିକରି ପଣ୍ଡିତ ବୋଲାଇ ଅନ୍ୟକୁ ଘୃଣା କରିବା ହେଉଛି ମହାପାପ । ହଠାତ୍ ପଣ୍ଡିତ ପାଦତଳେ ପଡ଼ି ବେଶ୍ୟା ଙ୍କୁ ଭୁଲ୍ ମାଗିବା ସହିତ ନିଜର ଭୁଲ୍ ବୁଝିପାରିଥିଲେ । କିଛି ସମୟପରେ ବେଶ୍ୟା ଜଣକ ହରି ନାମ ଜପ କରି ଦେହତ୍ୟାଗ କରିଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational