STORYMIRROR

Sagarika Dash

Tragedy

4  

Sagarika Dash

Tragedy

କପୋତ କପୋତୀ

କପୋତ କପୋତୀ

3 mins
11


ଗୋଟିଏ ଡାଳରେ ଦୁଇଟି କପୋତ କପୋତୀ ବସି ଭାବର ଆଦାନ ପ୍ରଦାନରେ ପ୍ରେମ ହୋଇଗଲା ଓ ପରେ ସେମାନେ ବସା ବାନ୍ଧି ରହିବାକୁ ଲାଗିଲେ , ଦୁଇଟି ଅଣ୍ଡା ଦେଲା ପରେ ଦୁଇଟି ଶାବକ ଜନ୍ମ ହୋଇଥିଲେ ।ଅତି ଖୁସିରେ ସମୟ କଟିଯାଉଥିଲା। କପୋତ ଓ କପୋତୀ ଦୁହେଁ ସାଙ୍ଗ ହୋଇ ସବୁ ଦିନେ ଖାଦ୍ୟ ସଂଗ୍ରହ ପାଇଁ ଉଡ଼ି ଯାଉଥିଲେ ପୁଣି ସନ୍ଧ୍ୟା ସମୟରେ ଘରକୁ ଫେରି ଆସୁଥିଲେ ଏପରି ବିତିଯାଉଥିଲା ଜୀବନ ।


      ଦିନେ ହଠାତ୍ ଦେଖିଲା ବେଳକୁ ସେଇ ବୃକ୍ଷରେ ଅନ୍ୟ ଏକ ଡାଳରେ ଆଉ ଏକ ସୁନ୍ଦର କପୋତୀ ବସି ଅଳସ ଭାଙ୍ଗୁଛି ଆଉ ଏକା ଆଖିରେ ଏପଟ ଡାଳରେ ବସିଥିବା କପୋତ ଟିକୁ ଚାହିଁ ମୁରୁକି ହସୁଛି । ସେହି ସମୟ ରେ ଏହି ସ୍ବାମୀ ସ୍ତ୍ରୀ ଦୁଇ ଥଣ୍ଟରେ ଭାବରେ ଆଦାନ ପ୍ରଦାନ କରୁଥାନ୍ତି ।ଦୁଇଜଣଙ୍କ ଭିତରେ ଥାଏ ଅନେକ ଭଲପାଇବା ।

କିନ୍ତୁ ସେହି ନବ ଯୈ।ବନ କପୋତୀ ଏହି କପୋତ ଟିକୁ ଦେଖି ଭଲପାଇ ବସିଲା ।ସୁନ୍ଦର ସ୍ବର ସହିତ ନାଚ ଗୀତରେ ବିମୋହିତ କରିଦେଲା କପୋତ ଟିକୁ ।କପୋତ ଟି ମଧ୍ୟ ଧିରେ ଧିରେ ଆକୃଷ୍ଟ ହେଲା ସେହି ନୂତନ ଆଗନ୍ତୁକ କପୋତୀ ଉପରେ ଏପରି ନିଜ ସ୍ତ୍ରୀ କୁ ଭୁଲି ପାଗଳ ହୋଇଗଲା ସେହି ନୂଆ କପୋତୀ ପାଇଁ।ଦିନେ ସକାଳେ ସ୍ବାମୀ,ସ୍ତ୍ରୀ ସାଙ୍ଗହୋଇ ଗୋଟେ ଡାଳରେ ବସିଥିବା ସମୟରେ ସେହି ନୂଆ କପୋତୀ ତା'ର ସ୍ବର ଓ ରାବରେ ଇଶାରା କଲା କପୋତକୁ କପୋତ ନିଜକୁ ଧର୍ଯ୍ୟ ଧରି ପାରିଲା ନାହିଁ। ସାଙ୍ଗେ ସାଙ୍ଗେ ଉଡିଗଲା ନୂଆ ସଙ୍ଗିନୀ ପାଖକୁ।ଏହା କିନ୍ତୁ ସ୍ତ୍ରୀ କୁ ବହୁତ୍ ବାଧିଥିଲା,କଷ୍ଟ ମଧ୍ୟ ହୋଇଥିଲା । ତା'ପରେ ଏକୁଟିଆ ଉଡିଗଲା ଖାଦ୍ୟ ସଂଗ୍ରହ ପାଇଁ । ଉଡ଼ି ଆସିଥିବା ନୂଆ କପୋତୀ ତା ପ୍ରେମିକ କୁ ପାଇଁ ବହୁତ ଖୁସି ହୋଇଯାଇଥିଲା ।


     କପୋତର ସ୍ତ୍ରୀ ସବୁ ଜାଣିପାରିଥିଲା ।ରାତିରେ ତା ସ୍ବାମୀ ଙ୍କୁ ପଚାରିଥିଲା , ସେ କିଏ ? ତା ପାଖକୁ ହଠାତ୍ କାହିଁକି ଉଡ଼ି ଯାଇଥିଲ ।କପୋତ କଥା ଛଳରେ ବୁଝାଇ ଦେଇଥିଲା ନାଁ ସେ ନୂଆ ପଡ଼ୋଶୀ ଭଲ ,ମନ୍ଦ ବୁଝିବା ପାଇଁ ଯାଇଥିଲିି।

ଏମିତି ଦିନ,ରାତି କାଟୁଥିବା ସମୟରେ

ରାତିରେ ଦୁଇଜଣ ବିଶ୍ରାମ କରୁଥିବା ସମୟରେ ବଡ଼ ଆତୁର ସ୍ୱରରେ ଚି,ଚି ଡାକ ଦେଇଥିଲା ପ୍ରେମିକା କପୋତକୁ ଅସ୍ଥିର କରିଦେଉଥିଲା ତା'ର ଡ଼ାକ ଆଉ ଇଶାରା ,କପୋତୀ ସ୍ତ୍ରୀ ମଧ୍ୟ ସବୁ ଜାଣିପାରି ନ ଜାଣିଲା ପରି ଶୋଇରହିଲା ।କପୋତ ସ୍ତ୍ରୀ ଶୋଇଚି ଭାବି ଉଡିଗଲା ପ୍ରେମିକା ପାଖକୁ।ଏଣେ ସ୍ତ୍ରୀ ଉଠି ବସା ବାହାରକୁ ଆସି ଆଖି ଛଳ ଛଳ ହୋଇଗଲା ସେମାନଙ୍କ ହସ ଖୁସି ବାର୍ତ୍ତାଳାପ ଓ ପ୍ରେମକୁ ଦେଖି ।


    ସ୍ତ୍ରୀ ତା'ର ଘରକୁ ଆସି ପିଲା ମାନଙ୍କୁ ସାଙ୍ଗରେ ଛାତିରେ ଚାପି ଧରି ଶୋଇପଡ଼ିଲା ।କପୋତ ସକାଳେ ଘରକୁ ଫେରିଲା ବେଳକୁ ତା ସ୍ତ୍ରୀ ଏକୁଟିଆ ଆଜି ଖାଦ୍ୟ ସଂଗ୍ରହ ପାଇଁ ଉଡିଯାଇଛି।କପୋତକୁ ଟିକେ ବାଧିଲା ହେଲେ ସେ ଏବେ ନୂଆ ପ୍ରେମରେ ଅନ୍ଧ।

ଏତେଟା ଦେହକୁ ନେଇ ନଥିଲା ।ଫେରିଲା ବେଳକୁ,ଅଲଗା ଅଲଗା ହୋଇ ଫେରିଲେ ।କପୋତ କହିଲା ଜୀବନରେ କେବେ ଆମେ ଅଲଗା ଉଡ଼ି ନଥିଲେ ଆଜି କାହିଁକି? । ସ୍ତ୍ରୀ ମଧ୍ୟ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲା ଆଜି ପର୍ଯ୍ୟନ୍ତ ତୁମେ ମତେ ଛାଡ଼ି କେବେ ରାତିରେ କାହା ପାଖକୁ ଯାଇ ନଥିଲ କାଲି କାହିଁକି ।କପୋତ ଏକବାରେ ଯେମିତି ଚୁପ୍ ହେଇଗଲା।ତାପରେ ଲାଗୁଥିଲା ଯେପରି ନିଜ ଭୁଲ୍ ନିଜେ ବୁଝି ପାରିଛି ,କ୍ଷମା ମାଗି ସ୍ବାମୀ, ସ୍ତ୍ରୀ ଏକାଠି ହୋଇଗଲେ ।

  

  ହେଲେ ପ୍ରେମିକା ତ ପାଗଳ ସେହି କପୋତ ପାଇଁ ।ଶୋଇଲା ବେଳେ ସ୍ବାମୀ ସ୍ତ୍ରୀ କଥା ହେଉଛନ୍ତି, କପୋତୀ କହୁଛି,ତୁମେ ମତେ ଦିନେ ପ୍ରେମ କରି ନିଜର କରି ପ୍ରେମର ନିଶାନ ପୂର୍ବ କ ଏଇ ଶାବକ ଦେଇ ସୁନ୍ଦର ସଂସାର ଗଢ଼ିବା ପରେ ଆଉ ଜଣକୁ ପ୍ରେମ କରିବାରେ ମନ ବଳାଇଲ କେମିତି ।? 

କହିବା ସମୟରେ ଲୁହ ଭିଜା ନୟନରେ ଆଉ ଗୋଟେ କଥା ମଧ୍ୟ କହିଥିଲା ।

ଆଧୁନିକ ସମାଜରେ ଯେପରି ପୁରୁଷ ମାନେ ,ସୁନ୍ଦରତା ପଛରେ ଗୋଡାଉଛନ୍ତି।

     ସୁନ୍ଦର ନାରୀ ପାଇଁ ପାଗଳ ହେବା କ'ଣ ପ୍ରକୃତ ସତ ପ୍ରେମ ।ନା ଜଣଙ୍କର ମନ,ହୃଦୟ ଓ ସୁନ୍ଦର ବ୍ୟବହାର , ଶାଳୀନତାରେ ରହିଛି ପ୍ରକୃତ ଭଲପାଇବା ।ସୁନ୍ଦର ଶରୀରକୁ ଭଲପାଇବା ପ୍ରକୃତ ପ୍ରେମ ,ନା ସୁନ୍ଦର ମନଟିକୁ ଭଲପାଇବା ପ୍ରକୃତ ପ୍ରେମ ।ଆ ମାନେ ମତେ ବୁଝାଇ ପାରିବ। କପୋତ ଚୁପ୍ ହୋଇଯାଇଥିଲା ।ଏହି ପ୍ରଶ୍ନ ର ଉତ୍ତର ଦେଲେ ମୁଁ ତୁମ ପାଖକୁ ଫେରିଯିବି ।ନହେଲେ ସବୁ ଦିନ ପାଇଁ ତୁମ ପାଖରୁ ବହୁ ଦୁରକୁ ଉଡ଼ି ଯିବି ।ଏମିତି କିଛି ସମୟ ପରେ ପୁଣି ପ୍ରେମିକାର , ଡ଼ାକ ଆସିଥିଲା ରାତିରେ ,କପୋତ ଆଉ ଯାଇ ନଥିଲା କିନ୍ତୁ ,ପ୍ରେମିକା କପୋତୀ ବାର ବାର ଡାକ ଦେଲାପରେ କପୋତ ଆଉ ନିଜକୁ ସମ୍ଭାଳି ପାରି ନଥିଲା ପୁଣି ପଳାଇ ଥିଲା ପ୍ରେମିକା ପାଖକୁ । ପୁଣି ରାତି ବିତାଇ ଦେଇଥିଲା ପ୍ରେମିକା ସାଙ୍ଗରେ ।ଏଣେ ତା ସ୍ତ୍ରୀ ସବୁ ଜାଣିପାରିଥିଲା ସେ ଆଜି ପ୍ରକୃତ ସତ୍ୟ ଜାଣିପାରିଥିଲା ତା ସ୍ବାମୀ ଆଉ ତା'ର ହୋଇ ନାହାନ୍ତି ।ସେଇ ରାତିରେ ପିଲା ମାନଙ୍କୁ ଖାଦ୍ୟ ଦେଇ ଅନେକ ଦୁରକୁ ଉଡ଼ି ଯାଇଥିଲା ।ଏତେ ଦୁରକୁ ଉଡ଼ି ଯାଇଥିଲା ଯେ କେହି ତାର ଖବର ରଖିପାରିନଥିଲେ ।

ସକାଳେ କପୋତ ଆସି ଦେଖେ ତ ତା ସ୍ତ୍ରୀ ତାଠାରୁ ଅନେକ ଦୁରକୁ ଚାଲିଯାଇଛି ।ପାଗଳ ଭଳି ଖୋଜିଥିଲା କିନ୍ତୁ ସବୁ ସରିଯାଇଥିଲା ।ପ୍ରେମିକା ପାଖକୁ ସାହାଯ୍ୟ ପାଇଁ ଦ ଉଡ଼ି ଯାଇଥିଲା ।ପ୍ରେମିକା ମଧ୍ୟ କହିଥିଲା ଆଜି ଏଠି ତ କାଲି ଆଉ କେଉଁଠି।ପାଗଳ ହେଇ ଯାଇଥିଲା ସ୍ତ୍ରୀ ପାଇଁ।ସେଇ ବସା ପାଖରେ ଚାହିଁ ରହିଥିଲା କାଳେ ତା'ର ସ୍ତ୍ରୀ ଫେରିଆସିବ ।ନା ଆଉ ନୁହେଁ ।

ପ୍ରକୃତ ଭଲପାଇବା ରୂପ ,ଯୈ।ବନ,ସୁନ୍ଦର ନୁହେଁ। ପ୍ରକୃତ ଭଲପାଇବା ହେଉଛି,ମଣିଷର ମନ,ଆଉ ତ୍ୟାଗ ଯେଉଁଥିରେ ନଥାଏ କିଛି ବି ସ୍ବାର୍ଥ। ତ୍ୟାଗ ଆଉ ନିଃସ୍ଵାର୍ଥପର ତା ରେ ରହିଥାଏ ପ୍ରକୃତ ଭଲପାଇବା ।



Rate this content
Log in

Similar oriya story from Tragedy