STORYMIRROR

Sagarika Dash

Children Stories

4  

Sagarika Dash

Children Stories

ବାପା

ବାପା

4 mins
16


ବାପା ନାମରେ ଦୁଇଟି ଅକ୍ଷର ସମସ୍ତଙ୍କ ମନ ପ୍ରାଣ ହୃଦୟକୁ ଛୁଇଁ ଯାଏ ସେଇ ଦୁଇଟି ଅକ୍ଷରରେ ଦୁଇଧାର ଲୁହ ,ଦୁଇଟି କୋହ ଦୁନିଆଁ ଆଗରେ ସବୁବେଳେ ଲୁଚି ରହିଥାଏ।କେବଳ ମା’ର ମହାନତା ଜଗତକୁ ପ୍ରଥମ ଦେଖାଯାଇଥାଏ ।ସେଥିରେ ବି ଗୋଟେ ବାପା ବା ଗୋଟେ ସ୍ବାମୀ ବହୁତ ଖୁସି ଥାଏ । ସମଗ୍ର ଅର୍ଥ ଓ ଆଶା ଆକାଂକ୍ଷା ରେ ଲୁଚି ଯାଇଥାନ୍ତି ।ବାପା କିନ୍ତୁ ପରିବାର ପାଇଁ ଅବଦାନ ୯୯% ଭାଗ ଥିଲେ ମଧ୍ୟ କେବେ ପ୍ରକାଶ କରନ୍ତି ନାହିଁ।କି ଗର୍ବ ମଧ୍ୟ କରନ୍ତି ନାହିଁ।ଯାହା କରୁଛି ମୋ ପରିବାର ହିଁ କରୁଛି।ଖୁସି କରିବି ମୋ ପରିବାର ପାଇଁ ହିଁ କରିବି ।ଏହା ମୋର କର୍ତ୍ତବ୍ୟ ଓ ଇଚ୍ଛା ଶକ୍ତି ମଧ୍ୟ ।ପିଲାଙ୍କର ଖୁସି ତଥା ତରକିରେ ମା ବହୁତ ଖୁସି ହୋଇଥାଏ ।ହୃଦୟ ଫଟାଇ ଜଣାଇ ଥାଏ ।ଭଲ କଲେ ମା ମନରେ ଗର୍ବ ଆସିଥାଏ ।ହେଲେ ବାପା ବି ଖୁସି ହୋଇ ତା’କୁ ଅନ୍ତରରେ ସାଇତି ରଖିଥାନ୍ତି ,ନିଜେ କାହା ଆଗରେ ପ୍ରକାଶ କରନ୍ତି ନା ଖୁସିରେ ଚିଲେଇ ଥାନ୍ତି ।

     ଦୁଇଟି ପିଲା ଗୋଟିଏ ପୁଅ ଗୋଟିଏ ଝିଅ ସ୍କୁଲ ରେ ଯେତେ ପ୍ରାଇଜ୍ ଆଣିଲେ କି ଫାଷ୍ଟ୍ ହେଲେ ବାପା କେବେ ଖୁସି ହୁଅନ୍ତି ନାହିଁ।ପିଲା ତାଙ୍କ କଥା କହିଲା ବେଳକୁ ମା ପ୍ରଥମେ ଆଇ ଆମ୍ ପ୍ରାଉଡ୍ ଅଫ୍ ଇୟୁ।କହିଦେଇଥାଏ ।ବାପା ଶୁଣି ଖାଲି ମୁରୁକି ହସି ଦେଇଥାନ୍ତି ।ମା ପିଲା ଏତେ ଭଲ କରୁଛନ୍ତି ତୁମେ ଟିକେ ବି ଖୁସି ହେଉନ ପିଲାଙ୍କ ମନରେ ଦୁଃଖ ଆସୁଛି ।ଏତିକି ଶୁଣି ବାପା ପୁଣି ମୁରୁକି ହସି ଦିଅନ୍ତି ।ହ ଉ ସେମାନଙ୍କ ପ୍ରାଇଜ୍ ଟିକେ ଦେଖିଦିଅ ; ପୁଣି ନ ଶୁଣିଲା ଭଳି ପଳାଇ ଯାଆନ୍ତି ।ମା ପିଲା ମାନଙ୍କୁ ବୁଝାଇ ଦିଅନ୍ତି ତୁମେ ମାନେ ଆଗକୁ ଆହୁରି ଭଲ କର ବାପା ବୋଧେ ଖୁସି ହେବେ ।

ଝିଅଟି ସ୍କୁଲ, କଲେଜ୍ ରେ ଖେଳ ଗୀତ ଓ ଭାଷଣ ସବୁଥିରେ ଆଗକୁ ଆଗକୁ ଭଲ କରି ଚାଲିଥାଏ । ସବୁ ଆଡୁ ଭଲପାଇବା ସହିତ ନାଁ ମଧ୍ୟ ହେବାରେ ଲାଗିଥାଏ । କିନ୍ତୁ ସେଥିରେ ବାପା ଏତେଟା ଖୁସି ଜଣା ପଡନ୍ତି ନାହିଁ। କାହିଁକି କେଜାଣି କଣ ତାଙ୍କ ମନରେ ଅଛି ତାବି ବୁଝିପାରନ୍ତି ନାହିଁ।ଝିଅଟି ମନରେ ସବୁବେଳେ ଦୁଃଖ ଥାଏ ମୋ ବାପା କାହିଁକି ଖୁସି ହେଉନାହାନ୍ତି।ଦିନେ ସମୟ ଆସିଲା ସେହି ଝିଅ ସମାଜ ତଥା ଲୋକଲୋଚନକୁ ଧିରେ ଆସିବା ଆରମ୍ଭ କଲା ତା’ର ଛୋଟ ଦିନର ସ୍ବପ୍ନ ସଙ୍ଗିତ କୁ ଭଲପାଇବା ,ଗାଇବା ଓ ବିଭିନ୍ନ ପ୍ରକାରର ଲେଖା ଲେଖି କରିବା ।ସେହି ସ୍ବପ୍ନ ଧିରେ ଧିରେ ସତ ହେବାକୁ ଲାଗିଥାଏ । ବିଭିନ୍ନ ମହଲରୁ ଭୁରି ଭୁରି ପ୍ରଶଂସା ସହିତ ସମ୍ମାନ ପତ୍ର ଓ ମାନପତ୍ର ମିଳିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା।ଆଉ ସବୁଠାରୁ ଖୁସିର ଦିନ ଥିଲା ।ମହିଳା ଦିବସରେ ଉଚ୍ଚ ସ୍ତରିୟ ସମ୍ମାନ ସହିତ ମାନପତ୍ର ମଧ୍ୟ ଦିଆଯିବ ।ଖୁସିରେ ଛାତି ଫାଟି ପଡୁଥାଏ ।ତଥାପି ମନରେ ଅନେକ ଦୁଃଖ ଓ କଷ୍ଟ ରହିଥାଏ ।ନା ଏଥିରେ ପିତା ଖୁସି ନା ସ୍ବାମୀ ବି ଖୁସି ସେଇ ମୁରୁକି ହସ ଛଡ଼ା ଆଉ କିଛି ନଥାଏ ।ମନର ଖୁସି ସବୁ ସାଙ୍ଗ ମାନଙ୍କ ସହିତ ବାଣ୍ଟିବା ପାଇଁ ମନ ହେଲା । ବିଦ୍ୟାଳୟ ସାଙ୍ଗଠାରୁ ଯେତେ ସାଙ୍ଗ ସବୁ ହସମଜାରେ କହୁଥାନ୍ତି ଚିଲ୍ କର ୟାର,କାଇକୋ ସୟାଡ୍ ହେ।ଆମେ ବହୁତ ଖୁସି ଅଛୁ ।

     ଆଉ ଅତୀତର ସମୟ ଅତିକ୍ରାନ୍ତ ପରେ ସ୍ବାମୀ ଙ୍କର ଖୁସି ବା ପ୍ରଶଂସା ଠିକ୍ ଥିଲା ବାପାଙ୍କ ଭଳି । ଛୋଟ ଦିନରୁ ସେହି ସେନେହ କାଙ୍ଗାଳି ଝିଅ ଏତେ ଲେଖା ,ଗାଇବା ଲେଖିବା ଭିତରେ ନିଜକୁ ହଜାଇ ଦେଇଥିଲା ।ଯେ ପ୍ରକୃତରେ ବାପାଙ୍କ ଭଳି ସ୍ବାମୀ ମଧ୍ୟ ଅନେକ ଭଲପାଇବା କେବଳ ଅନ୍ତର ଭିତରେ କିନ୍ତୁ ବୁଝିବା ବହୁତ କଷ୍ଟ ହୋଇପଡୁଥିଲା। ଯେଉଁ ଦିନ ଏତେ ସବୁ ଅଧିକାର ପ୍ରାପ୍ତି ପାଇଁ ଘୋଷଣା କରାଗଲା ,ସେଇଦିନ ଯାଇ ଝିଅ ତା’ର ବାପାଙ୍କୁ କୁଣ୍ଡାଇ ପକାଇ ଥିଲା । ସେହିଦିନ ବୋଧେ ତା’ର ବାପା ତାକୁ ଛାତିରେ ଜାବୁଡ଼ି ଧରି ଥିଲେ ।ମଥା ଉପରେ ହାତ ରଖି କାନ୍ଦିପକାଇଥିଲେ ।ଆଉ ଆଖିରୁ ଦୁଇଟୋପା ଲୁହ ଝରାଇ କହିଥିଲେ ମୁଁ ଏହି ଦିନଟିକୁ ଅପେକ୍ଷା କରିଥିଲି ମା! ।ସେହି ଦିନ ଝିଅଟି ଅନୁଭବ କରିଥିଲା ପ୍ରକୃତରେ ତା ବାପା ତାକୁ ଅନେକ ଭଲ ପାଆନ୍ତି।ଆଜି ସେହି ଚରମ ସୀମା ରେ ପହଞ୍ଚିବା ପାଇଁ ଅପେକ୍ଷା କରିଥିଲେ।ସେହି ଦିନ ମଧ୍ୟ ସେହି ଝିଅ ତା ବାପାଙ୍କୁ ଧରି ଅନେକ କାନ୍ଦିଥିଲା ।

    ସାଧାରଣତଃ ପିଲାମାନେ ସ୍କୁଲ ରେ ପ୍ରଥମ ହେବା ବା ଛୋଟ ଛୋଟ ପ୍ରାଇଜ୍ ଆଣିବାରେ ଘରେ ଅଧିକ ସମସ୍ତେ ଖୁସି ହୋଇଥାନ୍ତି।ପ୍ରାଉଡ୍ ଫିଲ୍ କରନ୍ତି ।ଏହା ଦ୍ବାରା ଗୋଟିଏ ପିଲା ସେତିକିରେ ଅଳସୁଆ ହୋଇଯାଏ ।ଘରର ଖୁସି ଦେଖି ଆଗକୁ ଜିବାର ମନୋବଳ ମଧ୍ୟ କମିଯାଏ ।ଏହା ଥିଲା ମୋର ବାପା ତଥା ମୋ ସ୍ବାମୀଙ୍କ ବିଶ୍ବାସ। ପ୍ରତ୍ୟେକ ପିଲାଙ୍କୁ ଯଦି ଚରମ ସୀମାରେ ଦେଖିବାକୁ ଚାହୁଁଛନ୍ତି।ତାହା ହେଲେ ସେମାନଙ୍କର ଛୋଟ ଛୋଟ ଖୁସିରେ ଅଧିକ ଖୁସି ହେବା ଦ୍ବାରା, ଆଗକୁ ବଢି ବାର ସ୍ୱପ୍ନ ରେ ବାଧା ହୋଇଥାଏ।ଯେ ପର୍ଯ୍ୟନ୍ତ ପିଲାମାନେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନା ହାଁନ୍ତି।ସେ ପର୍ଯ୍ୟନ୍ତ ପିତା ଓ ମାତାଙ୍କର ଖୁସି କୁ କେବଳ ଅନ୍ତର୍ନିହିତ ରଖିବା ଉଚିତ୍।ଏହା ଦ୍ବାରା ପିଲାମାନଙ୍କର ମନୋବଳ ଆହୁରି ସୁଦୃଢ଼ ହୋଇଥାଏ ।ବାପାଙ୍କର କଥା ତୁ ସବୁବେଳେ ମନ ଦୁଃଖ କରୁ ମୋ ଖୁସିରେ କାହିଁକି ଖୁସି ହେଉ ନାହାନ୍ତି ।ଏହା ଭାବିବା ଭୁଲ୍।ତତେ ମୁଁ ଶେଷ ସୀମାରେ ପହଞ୍ଚିବା ପାଇଁ ଅପେକ୍ଷା କରିଥିଲି ।ତୁ ବି ତୋ ପିଲାମାନଙ୍କୁ ସେହି ଶିକ୍ଷା ଓ ସେହି ସଂସ୍କାର ଦେ କେବେ କେହି ବାପାଙ୍କ ଉପରେ ଅଭିମାନ ନ କରନ୍ତୁ।ଏହା କହି ମଥା ଉପରେ ହାତ ଥୋଇ , god bless you beta.ଆଜି ତୋ ପିଲା ମାନେ ମନ ଦୁଃଖ କରୁଛନ୍ତି କାଲି ସମୟ ଆସିବ ସେମାନେ ବି ବୁଝିପାରିବେ ,ବାପାଙ୍କର ଭଲପାଇବା କେବଳ ଅନ୍ତର ଭିତରେ ଅନ୍ତର୍ନିହିତ।ମା,ସବୁବେଳେ ପିଲାମାନଙ୍କୁ କୋଳରେ ବସେଇ ଥାଏ ।ଆଉ କହିଥାଏ,ପିଲାମାନେ ମୁଁ ଯୋଉ ପର୍ଯ୍ୟନ୍ତ ଦେଖୁଛି ତୁମେ ସେହି ପର୍ଯ୍ୟନ୍ତ ଦେଖ ; କିନ୍ତୁ ବାପା ପିଲାଙ୍କୁ କାନ୍ଧରେ ବସାଇଥାନ୍ତି ଆଉ କହିଥାନ୍ତି ପିଲାମାନେ ମୁଁ ଯେଉଁ ପର୍ଯ୍ୟନ୍ତ ଦେଖିପାରୁଛି ତୁମେ ତାହାଠାରୁ ଆହୁରି ଅଧିକା ବାଟ ବା ଅନେକ ଦୁରକୁ ଦେଖ ।



Rate this content
Log in