STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ମହାପ୍ରସାଦ

ମହାପ୍ରସାଦ

2 mins
237

ଇଞ୍ଜେକ୍ସନ ନେବାର ଭୟ ସାଙ୍ଗକୁ ଗହଳି ଓ ଜବରଦସ୍ତ ଧସ୍ତାଧସ୍ତି ଦେଖି ତାରିଖ ଗଡିଯିବାକୁ ନିଘା ନ କରି ଦ୍ୱିତୀୟ ଡୋଜ କରୋନା ପ୍ରତିଷେଧକ ଟୀକା ନନେଇ ଫେରିଆସୁଥିଲି ଟୀକା କେନ୍ଦ୍ରମାନଙ୍କରୁ, ତ ଘରେ ସମସ୍ତେ ବିରକ୍ତି ପ୍ରକାଶ କରନ୍ତି, ଆଉ ନାତୁଣୀ ଆସିବା ଖବରରେ ଟୀକା ନେବାଟା ମୋର ଏକାନ୍ତ ବାଞ୍ଛନୀୟ ମନେ କରି ପୁରୀରେ ପହଞ୍ଚିଲୁ ମାଆ ପୁଅ, ହେଲେ ଟୀକା ନେବା ସମୟ ଢେର ବାକି, ତ ଅପେକ୍ଷା କରିବାର ସ୍ଥାନ ନିରୂପଣ କରିବାର ବିଭିନ୍ନ ମାଧ୍ୟମ ଭିତରୁ ପୁଅ ଗାଡ଼ିରେ ବଡ଼ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ ଦେଖାଉଥିଲା ତ ବାହାରେ ଅବଢ଼ାର ଥାଟ ପଟାଳି ଆଡକୁ ଅଗ୍ରସର ହେଲୁ ଦୁହେଁ, ଖାଇଲୁ କିଣିକି କୈବଲ୍ୟ, ଆଉ ଭାବିଲି, ଏଥର ଝିଅ ଜୋଇଁ ଓ ନାତୁଣୀ ଆସିଲେ ମହାପ୍ରସାଦ ଖାଇବାରେ ଆଉ ଅସୁବିଧା ନାହିଁ l

  ଗେଟ ପାଖରୁ ଭିଡ଼ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶରୁ ନିବୃତ୍ତ ରହି ଫେରିଯିବାକୁ ଚାହିଁବାରେ ପୁଅ ମନେ ପକାଇଦେଲା ଇଞ୍ଜେକ୍ସନ ନନେଲେ ନାତୁଣୀ ଆସିଲେ ଅସୁବିଧା, ତ ହଁ ସତକଥା କହି ଭିଡ଼ରେ ଠେଲି ହୋଇ ପରକୁ ପର ରେଜିଷ୍ଟ୍ରେସନ, ଆଧାର ଚେକ, ମୋବାଇଲ ଚେକ ସାରି ଇଞ୍ଜେକ୍ସନ ନେବାକୁ ଗଲା ପୂର୍ବରୁ ଥତମତ ହୁଅନ୍ତେ ଜାଣେ କିଏ ପଚାରିଦେଲେ, ଖାଇଛନ୍ତିତ, ମନେ ପଡିଗଲା ମହାପ୍ରସାଦ କୁଡୁଆ ସବୁ ଆଉ ମହମହ ଅବଢ଼ା ସାଙ୍ଗକୁ ଡାଲି ବେସର ମହୁରର ବାସ୍ନା ତ ଇଞ୍ଜେକ୍ସନ ବଦଳରେ ଟେବୁଲ ଉପରେ ଖାଲି ମହାପ୍ରସାଦମୟ, ପୁଅ ଯେବେ ଆ ବାହାରକୁ, ତ ମୁଁ କହୁଥିଲି ରହ ଆସିଲିଣି ଇଞ୍ଜେକ୍ସନ ନନେଇ କାହିଁ ଫେରିବି, ଛୁଆଟା ଆସିବାର ଅଛି, ତ ପୁଅ କହୁଥିଲା, ନେଲୁ ପା, ମୁଁ ତା ମୁଁହକୁ ଚାଁହୁଥିଲି ଆବା କାବା, ଇଞ୍ଜେକ୍ସନ ନେଲି, କେତେବେଳେ, ହ ହଉ ଆସେ ଯିବା, ଘରେ ପହଂଚି ଶୋଇଗଲି ନିଧୂମ ଆଉ ଉଥିବା ପରେ ପୁଅ ଯେବେ ଦେହ କିଛି ଲାଗୁନିତ ହାତ ଦରଜ ନାହିଁତ, ମୁଁ ସେମିତି ଆଶ୍ଚର୍ଯ୍ୟରେ କହୁଥିଲି ମତେ ସେମାନେ ଇଞ୍ଜେକ୍ସନ ଦେଲାବେଳେ ତୁ ଦେଖିଛୁ??, ପୁଅ ତ ହସୁଥିଲା ପଟେ, ଆଉ ସ୍ୱାମୀ ଯେବେ ମହାପ୍ରସାଦ ନିଶା ଲାଗିଛିକି କହୁଥିଲେ, ଆଉ ପୁଅ ପ୍ରମାଣ ସ୍ୱରୂପ ଫଟୋ ଛାଡୁଥିଲା ହ୍ଵାଟ୍ସଆପ କୁ ତ ମୁଁ ପ୍ରକୄସ୍ଥିତ ହେଲା ବେଳକୁ ଝିଅ ଫୋନ କରି ଯେବେ ପଚାରୁଥିଲା ମାଆ ସେକେଣ୍ଡ ଡୋଜ ନେଲୁ, ତ ମୁଁ ହଁ ନାଇଁ କହିବି କଣ, ହଁ ହଁ ତୁ ଆସେ ମହାପ୍ରସାଦ ମିଳୁଛି ସୁବିଧାରେ ଖାଇବୁ ଆଉ ନେବୁ କହିବାରେ ସମସ୍ତେ ଠୋ ଠୋ ହସୁଥିଲେ ଆଉ ସ୍ୱାମୀ ରସିକତା କରି ତୋ ମାଆର ମହାପ୍ରସାଦ ନିଶା ଛାଡ଼ିନି ଝିଅ କହିବାରେ, ସେ କଣ ବୁଝୁ ନବୁଝୁ ହସୁଥିଲା ହେଁ ହେଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational