STORYMIRROR

Krupasindhu Mishra

Classics

3  

Krupasindhu Mishra

Classics

ମହାଭାରତ(୪୧) ଲାଖବିନ୍ଧା

ମହାଭାରତ(୪୧) ଲାଖବିନ୍ଧା

2 mins
15K


ବଳରାମ

ବଳରାମ ଶ୍ରୀକୃଷ୍ଣଙ୍କୁ କହିଲେ,"ୟେ ଲାଖ ତ କେହି ବିନ୍ଧି ପାରିଲେ ନାହିଁ , ଲାଗୁଛି ଦ୍ରୌପଦୀର ବିବାହ ହୋଇ ପାରିବ ନାହିଁ." ସଖୀ କେଶିନୀ ଦ୍ରୌପଦୀଙ୍କୁ କହିଲେ, ଏବେ ଆଉ ଗୋଟିଏ ବାଟ ଅଛି, ତୁମେ ତୁମ ଇଛାରେ କୌଣସି ଏକ ନରପତିଙ୍କୁ ବରଣ କର. ଦ୍ରୌପଦୀ କହିଲେ ,"ପିତାଙ୍କର ଇଛା ବିରୁଦ୍ଧରେ  ଯିବାର ପ୍ରଶ୍ନ ନାହିଁ. ଦ୍ଵିତୀୟରେ ଏ ରାଜାମାନଙ୍କ ମଧ୍ୟରେ କେହି ମୋର  ପସନ୍ଦ ହେଉନାହାନ୍ତି." ବଳରାମ କୃଷ୍ଣଙ୍କୁ  ପଚାରିଲେ, "ଏ ଲାଖକୁ କିଏ ବିନ୍ଧି ପାରିବ?" କୃଷ୍ଣ କହିଲେ ସ୍ଵର୍ଗରେ ଇନ୍ଦ୍ର ଓ ମର୍ତ୍ତ୍ୟରେ   ଅର୍ଜୁନ ଏ ଲାଖ ବିନ୍ଧି ପାରନ୍ତି. ଇନ୍ଦ୍ରଙ୍କ ପାଇଁ ଦ୍ରୁପଦ ନନ୍ଦିନୀ ଆଯୋଗ୍ୟା"...ବଳରାମ କହିଲେ, "ଏଠି ବସିଛୁ କାହିଁକି? ତୋର ଇଛା ଅଛି ଯଦି ଯାଉନୁ ?" କୃଷ୍ଣ କହିଲେ ,ମୁ ମଧ୍ୟ ପାଞ୍ଚାଳୀ ପାଇଁ ଯୋଗ୍ୟ ନୁହେଁ " ବଳରାମ  କହିଲେ ଆଉ ତା ହେଲେ ...?ମୁଚୁକି ମୁଚୁକି ହସୁଛୁ, କହୁନୁ କାହିଁକି କିଏ ବିନ୍ଧିବ ?" କୃଷ୍ଣ କହିଲେ,  "ଅର୍ଜୁନ ଏ ଲାଖ ବିନ୍ଧିବ ଭାଇ." ବଳରାମ କହିଲେ, "ପାଣ୍ଡବମାନେ ପରା ଜତୁଗୃହରେ ପୋଡି ମଲେ ?ତୁ ଅର୍ଜୁନ ବିନ୍ଧିବ ବୋଲି କହୁଛୁ?" କୃଷ୍ଣ କହିଲେ ,ସ୍ଵର୍ଗରେ ବାସବ,ଋଷି ଶ୍ରେଷ୍ଠ ବ୍ୟାସ, କୁରୁରାଜବଂଶରେ ମହାତ୍ମା ବିଦୁର ଏବଂ ସର୍ବୋପରି ପାଣ୍ଡବପ୍ରାଣ କୃଷ୍ଣ ଥାଉଁ ଥାଉଁ ପାଣ୍ଡବମାନେ ଏମିତି ଅକାଳ ମୃତ୍ୟୁ ବରଣ କରିବେ ବୋଲି ଆପଣ ବିଶ୍ବାସ କଲେ କିପରି ?"  ବଳରାମ କହିଲେ,”ଆମେ ନିଜେ ଯାଇ ଶବଗୁଡିକ ଦେଖିଲେ, ତୁ ଯେ ସେଠି କାନ୍ଦି କାନ୍ଦି ଲୋଟି ପଡ଼ୁଥିଲୁ, ଆଉ ମୁ ତୋତେ ବୁଝାଉଥିଲି; ୟେ ସବୁ ତୋର ଛଳନା ଥିଲା?. ଆରେ କପଟୀ, ତୁ ମୋ ସାଙ୍ଗରେ ବି କପଟ କରୁଛୁ?”

ବଲରାମ ରାଗରେ ଉଠିପଡ଼ୁଥିଲେ, ସେଠାରେ ଇନ୍ଦ୍ରଙ୍କ ଉପସ୍ଥିତି ତାଙ୍କୁ ଅଡୁଆରେ ପକାଇ ଦେଲା, କାଳେ ଇନ୍ଦ୍ର ଭାବିବେ, ସେ ପାଣ୍ଡବ ମାନଙ୍କୁ ଭଲ ପାଉ ନାହାନ୍ତି. କିଛି ସମୟ ପରେ,ରାଗ କମିବାରୁ, ସେ ପାଣ୍ଡବ ମାନେ କିପରି ବର୍ତ୍ତିଲେ ବୋଲି ପ୍ରଶ୍ନ କଲେ .କୃଷ୍ଣ ସମସ୍ତ ସତ୍ୟ ଉନ୍ମୋଚନ କଲା ପରେ କହିଲେ, ଏହି ଯେଉଁ ରାଜାମାନଙ୍କୁ ଦେଖୁଛନ୍ତି, ଏମାନଙ୍କର ଭାରା ମେଦିନୀ ସହି ପାରୁ ନାହିଁ . ଏମାନଙ୍କୁ ବିନାଶ କରିବା ପାଇଁ ପାଣ୍ଡବମାନଙ୍କର ବଞ୍ଚି ରହିବା ଅତ୍ୟନ୍ତ ଆବଶ୍ୟକ. ବଳରାମ କହିଲେ,”ତୁ ସବୁବେଳେ ମୋତେ ଏଣୂ ତେଣୁ କହି ଭୁଲାଇ ଦେଉଛୁ ?  

(କ୍ରମଶଃ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics