STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମହା ସତୀ ସାବିତ୍ରୀ

ମହା ସତୀ ସାବିତ୍ରୀ

2 mins
118


ଏହି ପର୍ବ ସବୁ ଆଡ଼େ ବେଶ ଉତ୍ଛାହର ସହିତ ପାଳିତ ହୁଏ।ସାବିତ୍ରୀ ବ୍ରତ ସାଧାରଣତ ସବୁ ସଧବା ନାରୀ ମାନେ କରନ୍ତି।ଏହି ଦିନ ନୂଆଁ ଶାଢ଼ୀ ଓ ନୂଆଁ ଶଙ୍ଖା ସିନ୍ଦୁର ଅଳତା ନାରୀ ମାନେ ପିନ୍ଧି ଭୋଗ ଧରି ମଧ୍ୟାନ୍ନ ରେ ମାଆ ସାବିତ୍ରୀ ଙ୍କୁ ପୂଜା କରନ୍ତି।ଏହି ଦିନ ନାରୀ ମାନେ ନିଜ ସ୍ୱାମୀ ଙ୍କୁ ସତ୍ୟବାନ ଙ୍କ ରୂପରେ ପୂଜା କରନ୍ତି।

ଏହି ବ୍ରତ କଲେ ନାରୀ ସୌଭାଗ୍ୟବତି ହେବା ସହ ଅହ୍ୟସୁଲକ୍ଷଣୀ ହୋଇ ଥାଏ।

  ଏହି ଦିନ ନାରୀ ମାନେ ମଧ୍ୟାନ୍ନ 

ରେ ଏକତ୍ରିତ ହୋଇ ମାଆ ସାବିତ୍ରୀ ଙ୍କୁ ଆବହନ କରି ଫୁଲ ଚନ୍ଦନ ଦେଇ 

ମାଆ ଙ୍କୁ ସଜାଇ ଭକ୍ତି ଭାବ ରେ ପୂଜା କରନ୍ତି।

  ଏହି ଦିନ ସାବିତ୍ରୀ ବ୍ରତ କଥା ପାଠ କରା ଯାଏ।

 ପୁରାଣ ଅନୁସାରେ ସାବିତ୍ରୀ ଏକ ରାଜା ଘରେ ଜନ୍ମ ନେଇ ଥିଲେ।ସତ୍ୟବାନ୍ ଙ୍କୁ ବିବାହ କରିବାକୁ ଇଚ୍ଛା କରି ଥିଲେ।କିନ୍ତୁ ସେ ଆଗରୁ ଜାଣି ଥିଲେ ସତ୍ୟବାନ୍ ଅଳ୍ପାୟୁ।ସେ ମାତ୍ର ଏକ ବର୍ଷ ହିଁ ବଞ୍ଚିବେ।ଏକ ବର୍ଷ ଯେଉଁ ଦିନ ପୁରିଲା ସେ ଦିନ ସେ ନିଜ ପତି ସହ ଜଙ୍ଗଲ କୁ ଜିଦ୍ କରି ଯାଇ ଥିଲେ।କାଠ ହାଣୁ ଥିବା ବେଳେ ସତ୍ୟବାନ୍ ତଳେ ମୁଣ୍ଡ ବୁଲାଇ ପଡି ଗଲେ।ଏହା ହିଁ ଵିଧିର ନିର୍ଦେଶ ଥିଲା।ସ୍ୱୟଂ ଯମ ରାଜ ଆସି ସତ୍ୟବାନ୍ ଙ୍କ ପ୍ରାଣ ନେଲା ସମୟ ରେ ସାବିତ୍ରୀ ଯମ ରାଜ ଙ୍କ ପଛେ ପଛେ ଗଲେ ଯମ ରାଜ ଙ୍କୁ ନିଜ ପତି ଙ୍କ ଜୀବନ ମାଗିଲେ ,କିନ୍ତୁ ଯମ ରାଜ ତାଙ୍କୁ ତିନି ଗୋଟି ବର ମାଗି ବାକୁ କହିଲେ।ସେ ନିଜ ଶାଶୁ ଶଶୁର ଙ୍କ ପାଇଁ ଆଖି ,ନିଜ ପିତା ଙ୍କ ପାଇଁ ପୁତ୍ର,ଓ ନିଜ ପାଇଁ ସତ ପୁତ୍ର ମାଗି ଥିଲେ।ଯମ ରାଜ ସବୁ ବର ଦେଇ ବିଦାୟ ନେଲା ବେଳ କୁ ସାବିତ୍ରୀ ପଚାରିଲେ ହେ ଯମ ରାଜ, ମୁ ସତିତ୍ଵ ବଳରେ ଆପଣ ଙ୍କୁ ଦେଖି ପାରୁଛି ଓଆପଣଙ୍କ ପଛେ ପଛେ ଆସି ପାରୁଛି।ମୋ ପତି ଙ୍କ ବିନା ମୁ ସତ ପୁତ୍ର ଙ୍କ ଜନନୀ କିପରି ହେବି?

 ଶେଷରେ ଯମ ରାଜ ସନ୍ତୁଷ୍ଟ. ହୋଇ ସତ୍ୟବାନ୍ ଙ୍କ ଜୀବନ ଫେରାଇ ଥିଲେ।ଯୁଗେ ଯୁଗେ ସାବିତ୍ରୀ ଙ୍କ ଏହି କଥା ରହିବ କହି ଥିଲେ।

 ସାବିତ୍ରୀ ଆଜି ବି ପୂଜା ପାଉଛନ୍ତି।ଆମେ ଏହି କିମ୍ବଦନ୍ତି ରୁ ଜାଣିବା ନାରୀ ନାରାୟଣୀ ହୋଇ ପାରେ।ସେ ପୁଣି ସତିତ୍ଵ ର ପରୀକ୍ଷା ରେ ଉତ୍ତିନ୍ନ ହୋଇ ମହା ସତୀ ସାବିତ୍ରୀ ହୋଇ ପାରେ।ନାରୀ ଟିଏ ସବୁ ବେଳେ ତା ସ୍ୱାମୀ ର ସୁଖ ଚାହିଁ ଥାଏ।ଓ ସ୍ୱାମୀ ପାଇଁ ସେ ସବୁ କିଛି ତ୍ୟାଗ ବି କରି ଥାଏ।ଆମେ ଏହି ସାବିତ୍ରୀ ଙ୍କ କାହାଣୀ ମାଧ୍ୟମ ରେ ନାରୀ ର ମହାନତା କୁ ବୁଝିବା ଓ ସବୁ ନାରୀ ଗଣଙ୍କୁ ସମ୍ମାନ ଦେବା।



Rate this content
Log in

Similar oriya story from Inspirational