STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ମଧୁର ତିକ୍ତତା

ମଧୁର ତିକ୍ତତା

1 min
457

ବର୍ଷା ଛାଡ଼ୁନି, ପରିବା ପତ୍ର କିନ୍ତୁ ସବୁ ମହଜୁଦ ଘରେ, ତ ରୋଷେଇ କରିବାରେ ଅସୁବିଧା କଣ, ହେଲେ ଖାଇବା ରେ ଭାରି ଅସୁବିଧା. ମାମୁଁ ମାଇଁ ଦୁଇ ପ୍ରାଣୀ, ଜଣେ ଆଗୁଆ ଖାଇଦେଲେ ଭଲ ଲାଗେନି, କହିଲେ କହିବେ ତମେ ଖାଇନିଅ ମୁଁ ପରେ ଖାଇବି ତ ଚିଡି ଚିଡି ଲାଗେ.       ଏଇ ବର୍ଷା ରେ ବି କୁଆଡେ ବାହାରକୁ କି କାମରେ ଯାଇଛନ୍ତି ଯେ ଫେରି ନାଁହାନ୍ତି ଏ ଯାଏଁ ମିଶ୍ର ବାବୁ, ତିନି ଚାରିଥର ଘରଣୀ ସୀତା ଫୋନ କରି ଲାଗୁନି ଏଣେ ଭୋକ, ଯାଉଛି ଖାଇଦେବି ଭାବିଲା ବେଳକୁ କଲିଙ୍ଗ ବେଲ,ଦୁଆରଟା କୁ ଫିଟାଇ କେତେ କଣ କହିଗଲେ ସୀତା. ଯେତେ ବୁଝାଇଲେ ବି ବୁଝୁନ ଥିଲେ ସୀତା. ମିଶ୍ର ବାବୁ କହୁଥିଲେ ନିଜେ ବ୍ୟାଙ୍କ ଗଲେ ଜାଣନ୍ତ କି ଭିଡ ବ୍ୟାଙ୍କ ଆଜିକାଲି, ଧାଡିରେ ଅସୁବିଧା ରେ ଠିଆ ହୋଇ ଥିବାରୁ ଫୋନ ଉଠାଇ ପାରୁନଥିଲି ତ ରାଗରେ ସୀତା ଦେଵୀ କହୁଥିଲେ ଆଜିକାଲି ବ୍ୟାଙ୍କ ରେ ବହୁ ସୁବିଧା, ସେଗୁଡା କହିଲେ ହେବ ତମେ ଆଜିକାଲି ବିଗିଡି ଗଲଣି, ହସିହସି ମିଶ୍ର ବାବୁ କିଛି କହିବା ପୁର୍ବରୁ ଫୋନ ବାଜୁଥିଲା.        ସୁଚିତ୍ରା ସଫେଇ ଦେଇ କହୁଥିଲା କି ସେ ସୀତା ଙ୍କ ଫୋନ ର ଜବାବ ଦେବାରେ ଡେରିର କାରଣ, ତାଙ୍କୁ ଚକିତ କରୁଥିଲା, ସେ ଯେବେ କହୁଥିଲା କି ପିଲା ଦୁଇଟା ଏମିତି ବିଗିଡି ଗଲେଣି ଆଉ ତାଙ୍କ ସଙ୍ଗେ ସେ ବି ତ, ଡେରିହେଲା ଫୋନ ର ଉତ୍ତର ଦେବାକୁପଡିଲା, ସୀତା କିନ୍ତୁ ଭାବୁଥିଲେ ସବୁଆଡେ ସମେସ୍ତେ କେମିତି ବିଗିଡି ଯାଉଛନ୍ତି.     ସ୍ୱାମୀ ଡାକ ଛାଡୁଥିଲେ ଦେଖ ଦେଖ କନକ ନିଉଜ, ଅମୀୟ ମିଶ୍ର ତାଙ୍କ ପତ୍ନୀ ଦୁହେଁ କେମିତି ସାଲିଆ ସାହି ରେ ଥିବା ଦୁସ୍ଥ ମହିଳା ସୁମିତ୍ରାଙ୍କ ପରିବାରକୁ 50ହଜାର ର ଚେକ ସହ ଚାକିରୀ ଦେବା ର ପ୍ରତିଶ୍ରୁତି ଦେଇଛନ୍ତି, ଧନ୍ୟ କହିବ ଅମୀୟ ମିଶ୍ର ଙ୍କ ସ୍ତ୍ରୀ ପ୍ରଣତି ମିଶ୍ରଙ୍କୁ, ସେତ ବି କହିପାରିଥାନ୍ତେ ସ୍ୱାମୀ ବିଗିଡି ଗଲେଣି     ବନ୍ଦକର ବନ୍ଦକର ତମେ କେହି ସବୁ ବିଗିଡ଼ିନ, ବିଗିଡି ଯାଇଛି ମୁଁ କହି ଭାତ ବଢ଼ୁଥିଲେ ସୀତା ନିଜପାଇଁ, ମିଶ୍ରବାବୁ ଟିଭି ଦେଖୁଥିଲେ ହସି ହସି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract