Trushna Das

Abstract Drama Fantasy

3  

Trushna Das

Abstract Drama Fantasy

ମାୟାବିନୀ : ୩

ମାୟାବିନୀ : ୩

5 mins
418



କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ମାୟାବିନୀର ପୂର୍ବ ଭାଗକୁ ପଢନ୍ତୁ। ଆଗରୁ ଆମେ ପଢି ଥିଲୁ ଯେ କୁଳ ମନ୍ଦିର ନନା ଙ୍କ ଅନୁସାରେ ଦିଶା ଓ ଶୁଭମଙ୍କ ଯୋଡିକୁ ଭଗବାନ ଶିବ ବାବାଙ୍କର ଆଶୀର୍ବାଦ ମିଳିଛି। ସୋନା ଓ ଶୁଭମଙ୍କ ଜାତକ ଗଣନା କରି ସେ ଆଶ୍ଚର୍ଯ୍ୟ ହୋଇ ଗଲେ। 


ତାପରେ :


କୁଳ ମନ୍ଦିରର ନନା ଫୋନ କରି ଲତାଙ୍କୁ କିଛି କହିବା ପାଇଁ ଚାହୁଁ ଥିଲେ। ହେଲେ ଫୋନରେ ଶୁଣା ଗଲା ନାହିଁ। 


ସେପଟେ ସମସ୍ତେ ଦିଶାଙ୍କୁ ଦେଖି ଆଶ୍ଚର୍ଯ୍ୟ ଯେ ମୁଣ୍ଡରେ ସିନ୍ଦୂର ଓ ଆଉ ଘରକୁ ପ୍ରବେଶ ନବ ବଧୂ ପରି। ଶୁଭମ ମନ୍ଦିର କଥା ସବୁ କହିଲେ। ଆଉ ତାଙ୍କର ପରିଚୟ ଦେଲେ। 


ସେହି ସମୟରେ ପଛ ପଟୁ ରବି ନନା ଆସି ପହଞ୍ଚିଲେ। ଦିଶା ଆଉ ନେହା ପ୍ରମାଣ କରି କହିଲେ ବାପା ଆପଣ ଏଠାରେ ଅଛନ୍ତି ଶୁଣି ଆମେ ସିଧା ଏଠାକୁ ଆସିଲୁ। 


ସେହି ସମୟରେ ରାଜା ରାଣା ପ୍ରତାପ ଆସି ପହଞ୍ଚିଲେ। ସବୁ ତାଙ୍କୁ ପ୍ରଣାମ କଲେ। 


ଗାଁ ର ନନା କହିଲେ ମହାରାଜ ଏ ହେଉଛି ଦିଶା। ମୋ ଝିଅ ଏମିତି ଆଉ କୁଆଡେ ପଳାଇବ ବୋଲି ମୁଁ ଜାଣି ନ ଥିଲି। ଆଉ ଆମ ଗାଁର ପରମ୍ପରା ଅନୁଯାୟୀ ମୋ ଝିଅ ବଦଳରେ ମୋ ଝିଆରୀ ଦିଶା ଦେବ ଦାସୀ ହେବ। ସେ ରୋହିଣୀ ନକ୍ଷତ୍ର ରେ ଜନ୍ମ। ପରଦିଧ ସେ ଦେବ ଦାସୀ ହେଲେ ସମସ୍ତଙ୍କର ମଙ୍ଗଳ ହେବ। 


ଏ କଥା ଶୁଣି ଦିଶାଙ୍କ ହାତରୁ ବ୍ୟାଗ ଖସି ଗଲା। ଆଖିରୁ ଝର ଝର ହୋଇ ଲୁହ ବହି ଗଲା। ଗାଁର କିଛି ଝିଅ ଆସି ଦିଶାଙ୍କୁ ଗାଁ ନନାଙ୍କ ଘରକୁ ନେଇ ଗଲେ। ସେ କୋଣେଇ କୋଣେଇ ଶୁଭମଙ୍କୁ ଚାହୁଁ ଥାଆନ୍ତି ଯେମିତି ସେ କହୁଥାନ୍ତି ମୋତେ ଅଟକାଇ ଦିଅ। 


ଶୁଭମଙ୍କ ଆଖିରୁ ବି ଲୁହ ବହି ଗଲା। ସେ ଏ ଘୃଣ୍ୟ ପ୍ରଥାରୁ କିପରି ଭାବରେ ଦିଶାଙ୍କୁ ବଞ୍ଚାଇବେ ସେ ବିଷୟରେ ଭାବୁଥାଆନ୍ତି। 


ରାତିରେ ଛାତକୁ ଯାଇ ଶୁଭମ ନିଜ ମନ କଥା କହୁ ଥାଆନ୍ତି ଯେ ସେ ଦିଶାଙ୍କୁ ଭଲ ପାଆନ୍ତି। ଆଉ ଦିଶା ବି ରୋହିଣୀ ନକ୍ଷତ୍ରରେ ଜନ୍ମ। ହେଲେ ଏବେ ବହୁତ ଡେରି ହୋଇଗଲାଣି। ସେପଟେ ଦିଶା କେମିତି ନିଜର ଜୀବନକୁ ଏଇ ଘୃଣ୍ୟ ପ୍ରଥାର ଉତ୍ସର୍ଗ କରି ପାରିବେ..... ସେ ଏମିତି ହେବାକୁ ଦେବେ ନାହିଁ କହି ବାହାରି ଗଲେ ଦିଶାଙ୍କ ପାଖକୁ। 


ଦିଶାଙ୍କୁ ଏକୁଟିଆ ଡାକି ନିଜ ମନ କଥା ଖୋଲି କହିଲେ ଏବଂ ବିବାହ ର ପ୍ରସ୍ତାବ ଦେଲେ। ହେଲେ ଦିଶା ଜାବୁଡା ମାରି କହିଲେ ଯେ ତୁମେ ଏମିତି କେମିତି ଭାବି ପାରିଲ। ମୁଁ କେବେ ତୁମକୁ ଭଲ ପାଇ ନାହିଁ। ତୁମେ ଝିଅମାନଙ୍କ ସହ ଖେଳୁଛ। ସେପଟେ ସୋନା ତୁମକୁ ବିବାହ କରିବା ପାଇଁ ନୂଆ ସ୍ୱପ୍ନ ଦେଖୁଥିବ। ଆଉ ରହିଲା ନନା ଙ୍କ ଆମ ବିବାହ କଥା ସେଥିରେ ମୁଁ ସେଥିରେ ବିଶ୍ୱାସ କରେ ନାହିଁ.... କାରଣ ଯିଏ ଯାହା ଯୋଡି ସେ ଆପେ ଆପେ ଯୋଡି ହୋଇ ଯାଆନ୍ତି ।ତୁମେ ଆମ ବନ୍ଧୁତ୍ୱ ରେ ବିଷ ମିଶାଇଲେ ଦେଲ।


ଏ କଥାରେ ଶୁଭମ ଭାଙ୍ଗି ପଡିଲେ ଏବଂ ରାଗରେ ସୋନା ସହ ବିବାହ କରିବେ ବୋଲି ସ୍ଥିର କଲେ। 


ଶୁଭମ ଘରକୁ ଆସି ଛାତ ଉପରେ ରାଗରେ ଗରଗର ହେଉ ଥାଆନ୍ତି। ସେହି ସମୟରେ ତାଙ୍କର ନଜର ପଡିଲେ ଜଙ୍ଗଲରେ ଦେଖି ଥିବା ନାଗ ସାପ ପରି ଗୋଟିଏ ନାଗ ସାପ ତାଙ୍କ ଚାକରମାନଙ୍କ ଘର ଆଡୁ ବାହାରିଲା। 


ଗାଡି ଡ୍ରାଇଭର ଆଉ ନାହିଁ କହି ଗୋଟିଏ ଚାକର ଚିତ୍କାର କରି ଉଠିଲା। ସବୁ ଦୌଡି ଯାଇ ଦେଖିଲେ ଯେ ଡ୍ରାଇଭରକୁ ସାପ ଦଂଶନ କରିଛି। ଆଉ ସେ ମୃତ। 


ଏ କଥା ଦେଖି ରାଜା ରାଣା ପ୍ରତାପ ଚିନ୍ତାରେ ପଡିଗଲେ। କଣ ସତରେ ତାଙ୍କ କର୍ମଫଳ ପାଇଁ ଏ ସବୁ ଘଟୁଛି। 


ସକାଳ ହେଲା। ହଳଦୀ ଲଗା ଚାଲିଛି ଶୁଭମଙ୍କୁ ବିବାହ ପାଇଁ। ସେପଟେ ଦିଶା ଙ୍କୁ ହଳଦୀ ଲଗା ହେଉ ଥାଏ ଦେବ ଦାସୀ କରିବା ପାଇଁ। ଶୁଭମ ବିବାହ ପାଇଁ ଗଜରା ହାର ପିନ୍ଧିଲେ। ସେପଟେ ମଥାରେ ଗଜରା ଦେଇ ଦିଶା ପାଦରେ ଘୁଙ୍ଗୁର ପିନ୍ଧିଲେ।। ଶୁଭମଙ୍କ ମନ ଖାଲି ଦିଶା ପାଖରେ ଥାଏ। ଘରେ ବି ସବୁ ନାଗ ସାପକୁ ନେଇ ଚିନ୍ତାରେ ଥାଆନ୍ତି। 


ଏଇ ଚିନ୍ତା ମଧ୍ୟରେ ବିବାହର ରିତିନୀତି ଚାଲିଲା। ଶୁଭମଙ୍କ ବିବାହ ହୋଇ ଗଲା। ଦୁଲହନର ମୁହଁ ଦେଖା ହେବା ଆଗରୁ ଶୁଭମ ମୁହଁ ଘୁରାଇ ସାରି ଥିଲେ। 


କମଳାକାନ୍ତ ପାଟି କରି କହିଲେ ତୁ ଏଇଠି ତ ସୋନା କାହିଁ।


ଶୁଭମ ପଛକୁ ଘୁରି ଦେଖିଲେ ଯେ ନବ ବଧୁ ବେଶରେ ସୋନା ନୁହେଁ ବରଂ ଦିଶା ଛିଡା ହୋଇଛନ୍ତି। 


ଶୁଭମ : ତୁମେ! 


ଲତା : ହଁ ଆଜି ତୁ ସୋନା ସହ ବରଂ ନୁହେଁ ଦିଶା କୁ ବିବାହ କରିଛୁ। 


ଶୁଭମ : ମାଆ ଏ ସବୁ କେମିତି?


କୁଳ ପୁରୋହିତ : ମୁଁ କହୁଛି ତୋତେ ସବୁ କଥା। 


ତୋ ଜାତକରେ ଅଛି ତୋର ବିବାହ ରୋହିଣୀ ନକ୍ଷତ୍ରର ଝିଅ ସହ କଲେ ଭଲ। ଆଉ ସେଇ ଝିଅ ସହ ଯାହା ସହ ତୋ ଜାତକ ମିଶୁ ଥିବ। 


ଦିଶା ଓ ତୁ ଯେତେବେଳେ ଆମ ମନ୍ଦିରକୁ ଯାଇ ଥିଲ ତୁମ ଦୁହିଁଙ୍କ ଉପରେ ଶିବ ବାବାଙ୍କ ଆଶୀର୍ବାଦ ମିଳି ସାରିଛି। ଆଉ ତୋ ଜୀବନ ସହ ଦିଶା ଯୋଡିତ ଥିବାରୁ ତୋ ଜୀବନ ପ୍ରତି ଥିବା ବିପଦ ଦିଶା ଉପରେ ଗଲା। ସେଦିନ ସେଇ ନାଗ ସାପ ତୋତେ ମାରି ଥାଆନ୍ତା ହେଲେ ସେଇଟା ଦିଶା ଉପରେ ଗଲା। ତୁମେ ସବୁ କାଲି ମନ୍ଦିରରୁ ଆସିଲା ପରେ ମୁଁ ସୋନା ଓ ତୋର ଜାତକ ମିଶାଇ ଦେଖିଲି ତୁମ ଦୁହିଁଙ୍କ ଜାତକ ମିଶୁଛି ହେଲେ ସେ ତୋର ରକ୍ଷା କବଚ ହେବ ନାହିଁ। ଆଉ ରୋହିଣୀ ନକ୍ଷତ୍ର ରାଶିରେ ଜନ୍ମ ଝିଅ ହିଁ ତୋତେ ବଞ୍ଚାଇ ପାରିବ। ଏକଥା ତୋ ମାଆକୁ କହିଲା ରୁ ତୋ ମାଆ ଦିଶା ରୋହିଣୀ ନକ୍ଷତ୍ରରେ ଜନ୍ମ ବୋଲି କହିଲା। ତା ସହ ଶିବ ବାବାଙ୍କର ଆଶୀର୍ବାଦ ତୁମ ଦୁହିଁଙ୍କ ଉପରେ ଆଗରୁ ମିଳିଛି। ତେଣୁ ତୁମେ ଦୁହେଁ ଜନ୍ମ ଜନ୍ମର ସାଥୀ। 


ଏମିତି କଥା ହେଉ ହେଉ କିଛି ସମୟ ପରେ ସୋନା ଉଠି ଆସିଲେ। ଓହଃ ମୋ ମୁଣ୍ଡ..... ବହୁତ କହୁ ଥାଆନ୍ତି ସୋନା। 


ରମାକାନ୍ତ : କଣ ହେଲା ତୋର ସୋନା? ତୋ ବଦଳରେ ଦିଶା.....? 


ସୋନା : ମୋତେ ଲତା ମାଆ ଜୁସ ପିଇବା ପାଇଁ ଦେଲେ। ଆଉ ତାପରେ..... ମୋତେ ଜଣାନାହିଁ। 


ରମାକାନ୍ତ : ଭାଉଜ ମୋ ଝିଅ ସହ ଏମିତି କଣ ପାଇଁ କଲ ?


ଲତା : ମୁଁ ଯାହା କରିଛି ଆମ ପରିବାର ର ମଙ୍ଗଳ ପାଇଁ। ତୁମେ କଣ ଜାଣି ନାହଁ ଯେ ଜଣେ ରୋହିଣୀ ନକ୍ଷତ୍ରରେ ଜନ୍ମ ଝିଅ ହିଁ ଆମ ପରିବାରକୁ ଓ ମୋ ଶୁଭମ କୁ ସେ ବିପଦରୁ ବଞ୍ଚାଇ ପାରିବ। ହେଲେ ସୋନାର ଜାତକ ଭଲ ଥିବାରୁ ଆମକୁ ଲାଗିଲା ସୋନା ଶୁଭମକୁ ବିବାହ କଲେ ସେ ତାର ରକ୍ଷା କବଚ ହୋଇ ପାରିବ। ହେଲେ ଏବେ ସମୟ ତାର ରୂପ ବଦଳାଇଛି। ଗ୍ରହମାନଙ୍କର ଗତି ବିଧି ବଦଳିଛି। ଆଉ ରୋହିଣୀ ନକ୍ଷତ୍ର ରେ ଜନ୍ମ ଝିଅ ହିଁ ଏ ବିପଦରୁ ଆମକୁ ବଞ୍ଚାଇ ପାରିବ। ଆଉ ମୁଁ ସମସ୍ତଙ୍କର ଭଲ ପାଇଁ ଏ ସବୁ କଲି। 


ରମାକାନ୍ତ ରାଗି ଯାଇ ସୋନାଙ୍କୁ ନେଇ ସେଠାରୁ ପଳାଇଲେ। 


ରାଣା ପ୍ରତାପ ପଚାରିଲେ ଆଉ ଦେବ ଦାସୀ କଥା କଣ ହେଲା ? 


ଲତା : ଗାଁ ନନାଙ୍କର ଝିଅ ଫେରି ଆସିଲା। ସେ କହିଲା କେହି ଜଣେ ତାକୁ ଉଠାଇ ନେଇ ଅଚେତ କରି ରଖିଥିଲା। ଯେମିତି କି କେହି ଚାହୁଁ ଥିଲା ସେ ଦେବ ଦାସୀ ନ ହେଉ। ହେଲେ ଛୋଟ ବେଳୁ ତା ଜୀବନରେ ଗୋଟିଏ ହିଁ ଲକ୍ଷ୍ୟ ଯେ ଭୋଳା ବାବାଙ୍କ ସେବା କରୁ। ତେଣୁ ରବି ନନା ଏ ବିବାହ ପାଇଁ ରାଜି ହେଲେ। 


ବିବାହର ବାକି ରୀତି ନୀତି ସରିଲା। ଶୁଭମ କିନ୍ତୁ ରାଗ ଆଉ ଅଭିମାନରେ ଥାଆନ୍ତି। ବାସର ରାତି ଆସିଲା। ସେଦିନ ପୂର୍ଣ୍ଣିମା ରାତି ବି ଥାଏ। ଦିଶା ନିଜ ଓଢଣା ଟାଣି ବସି ଥାଆନ୍ତି। 


ଶୁଭମ ମଦ ନିଶାରେ ଆସିଲେ ଭିତରକୁ। ସେ ଦିଶାଙ୍କୁ କହିଲେ କଣ ପାଇଁ ତୁମେ ଏ ବିବାହ କଲ? ତୁମେ ତ ମୋତେ ଭଲ ପାଅ ନାହିଁ। କଣ ପାଇଁ ନିଜ ଜୀବନ ବର୍ବାଦ କଲ..... କହି ପରଦା ଟାଣି ଖସାଇ ଦେଲେ ଶୁଭମ। 


ଶୁଭମ କହୁ ଥାଆନ୍ତି ଦିଶା କୁହ କଣ ପାଇଁ ମୋତେ ବିବାହ କଲ? 


ଦିଶା ପୁରା ଘୁଡିଘାଡି ହୋଇ ନିଜକୁ ଲୁଚାଇ ଚୁପଚାପ ବସି ଥାଆନ୍ତି। କାରଣ ଦିଶା ଜଣେ ସାଧାରଣ ମଣିଷ ନ ଥିଲେ। ସେ ତ ଥିଲେ ଗୋଟିଏ ନାଗୁଣୀ। ଆଉ ପୂର୍ଣ୍ଣିମା ରାତି ରେ ତାଙ୍କ ପ୍ରକୃତ ରୂପ ସାମ୍ନାକୁ ଆସେ ଆଉ ସାପର ଛାଲ ବଦଳାନ୍ତି। 


ଦିଶା ଶେଷରେ କହିଲେ ହଁ ମୁଁ ତୁମକୁ ଭଲ ପାଏ ନାହିଁ। ମୋତେ ଏ ସମ୍ପର୍କରେ ରାଜି ହେବା ପାଇଁ ପଡିଲା କେବଳ ତୁମ ଜୀବନ ବଞ୍ଚାଇବା ପାଇଁ। 


ଏ କଥା ଶୁଣି ଶୁଭମ ଜୋରରେ ପାଟି କରି ବାସର ରାତିର ସବୁ ଫୁଲ ଛିଣ୍ଡାଇବାକୁ ଲାଗିଲେ। ସେପଟେ ଦିଶା ନିଜ ଡ୍ରେସ ଭିତରେ ପ୍ରାୟ ନାଗୁଣୀ ପାଲଟି ଯାଇଥିଲେ। କେବଳ ଡର ଥିଲା ଶୁଭମ ଓଢଣୀ ଉଠାଇ ତାଙ୍କର ପ୍ରକୃତ ରୂପ ନ ଦେଖନ୍ତୁ। 


( ଦିଶା କଣ ସେଇ ପନ୍ଦର ବର୍ଷ ତଳେ ମରି ଥିବା ନାଗ ଓ ନାଗୁଣୀର ପ୍ରତିଶୋଧ ନେବା ପାଇଁ ଆସିଛନ୍ତି ନା ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କଣ ଛାଣିବା ପାଇଁ " ମାୟାବିନୀ " କାହାଣୀର ଆଗାମୀ ଅଧ୍ୟାୟ ପଢନ୍ତୁ । )


କ୍ରମଶଃ......।


Rate this content
Log in

Similar oriya story from Abstract