Sunanda Mohanty

Tragedy

3  

Sunanda Mohanty

Tragedy

ମାୟା

ମାୟା

3 mins
240



ସବୁ କର୍ତ୍ତବ୍ୟ ଜଞ୍ଜାଳ ସାରିଦେଇଛି ତ ବାକି ଜୀବନଟା ଗୋଡ଼ ଉପରେ ଗୋଡ଼ ପକେଇ ବସିବି କଥାଟା କହିଦେଇ ହାଲକା ହେବା ଯେତିକି ସହଜ ଅଙ୍ଗେ ଲିଭାଇବା ଭାରି ଅସହଜ, ଆଉ ଠିକ ସେମିତି ଅପାରଗତା ସମୟରେ, ଗୋଡ଼ ହାତ କ୍ରିୟାଶୀଳ ମସ୍ତିଷ୍କ ସଚଳ ଓ ସତେଜ ଥିଲେ ବି ଧସେଇ ପଶିଆସେ ପିଲାଦିନ ଆଉ ପିତା ମାତା, ଯୋଉ ଜୀବନର ସୁଖ ଆଉ ଯେଉଁମାନଙ୍କ ସ୍ନେହ ମମତା ଆଉ କେହି ବି ପୂରଣ କରିପାରନ୍ତି ନାହିଁ ଜୀବନରେ, ନା ସ୍ୱାମୀର ସ୍ତ୍ରୀ ନା ସ୍ତ୍ରୀର ସ୍ୱାମୀ, ନା ସନ୍ତାନ ସନ୍ତତି, ତଥାପି କର୍ମ ଜଞ୍ଜାଳ ଦାୟିତ୍ୱବୋଧତା ଭିତରେ ସବୁ କିଛି କରିହୁଏ ଆପେ ଆପେ, ସେଇଥିପାଇଁ କି କଣ ଲତାମଣି ଗୁରୁମା ଅବସର ନେଲା ବେଳେ ସମସ୍ତେ କହିଥିଲେ ଯା ହେଉ ନାତୁଣୀ ଆସିଯାଇଛି, ସାଙ୍ଗ ହେବାକୁ ଆଉ ଅସୁବିଧା କଣ???, ସତରେ କଥାଟା କେଡେ ବାସ୍ତବ, ସେଇଥିପାଇଁ ତ ଝିଅ ଡ଼ାକରାରେ ମିନତୀ ବାହାରିଛନ୍ତି ବୁଲିଆସିବେ ଝିଅ ଘର, ଯୋଉଠି ମୁଖ୍ୟ ଆକର୍ଷଣ ନାତୁଣୀଟିଏ, ତାର ଗୁଲୁଗୁଲୁ ଖେଳ କୌତୁକ ରେ ଭୁଲିଯିବେ କିଛି ଦିନ ଅନ୍ତତଃ, ନହେଲେ ଝିଅର ଭରା ଭରା ସଂସାର ଭିତରେ ନିଜକୁ ଜଡେଇ ରଖିବା ଭାରି ମୁସ୍କିଲ ମିନତିଙ୍କ ପାଇଁ l

  ପିଲାଦିନେ ମାଆର ମମତା ତ ଆଉ କୋଉଠୁ ବି ମିଳିବନି ଜାଣି ବି ମନ ମମତା ଖୋଜେ, ସ୍ନେହ ପରଶ କାଙ୍ଗାଳ ହୁଏ, ନପାଇ କ୍ରୋଧ ପ୍ରକାଶ କଲେ ବା ସାଧାରଣ ଅଭିମାନର ପରିଚୟ ଚିହ୍ନିବାକୁ କେହି ବି ରାଜି ନୁହେଁ ମାଆ ପରେ, କାହିଁ ସେ ଆତ୍ମୀୟତା ଭରା ମମତାର ସ୍ପର୍ଶ, ଦାଣ୍ଡକୁ ବାରିକୁ ହୁଏ ମାଆ, ଭୁଲିଯାଏ, ନିଜ ବାପା ମାଆ ପ୍ରତି କିଛି କର୍ତ୍ତବ୍ୟ ଅଛି, ହେଲେ ସନ୍ତାନ ଆଗରେ ସ୍ୱାମୀ ପାଇଁ ସ୍ତ୍ରୀଟି, ଭୁଲିଯାଏ ସବୁକିଛି, ଆଉ ସ୍ତ୍ରୀ ପାଇଁ ସ୍ୱାମୀଟି ସେଭଳି ଆକୁଳତା ପ୍ରକାଶ କରିବାକୁ କୁଣ୍ଠାବୋଧ କାହିଁକି କରେ,? ପୌରୁଷର ଆତ୍ମସ୍ୱାଭିମାନ ଭଙ୍ଗୁର ହେବା ଭୟରେ ନା ସେମିତି ସାଥି ପାଇବାରୁ ମିନତୀ ବଞ୍ଚିତ କେଜାଣି??? 

  ମିନତୀ ଖାଲି ବୁଝାଇବାକୁ ଚାଁହୁଥିଲେ ଝିଅକୁ ଯେ, ତୋ ପାଖେ କିଛି ଦିନ ତ ମତେ ଭଲ ଲାଗିବ ହେଲେ ମୁଁ ଯେବେ ଫେରିବି, ମୋ ପାଇଁ କେହିବି ଅପେକ୍ଷା କରିନଥିବେ, ଯେମିତି ପିଲାଦିନେ ମାଆ କରିଥାଏ ଆଉ ନିଜେ ମାଆ ହେଲା ପରେ ତୁମେ ସବୁ ପାଠ ପଢିବାକୁ ବା ଚାକିରୀ କରିବାକୁ ବା ବାହାଚୋରା ହେଇସାରିଲା ପରେ ବି ତୁମ ଆସିବା ପଥକୁ ମୁଁ ଚାତକିନୀ ପରି ଚାହିଁରହିଥାଏ, ଅନୁପସ୍ଥିତିରେ ଦିନ ଗଣୁଥାଏ, ଅଖଣ୍ଡ ଦୀପ ଜାଳୁଥାଏ ତ ହନୁମାନ ଚାଳିଶା ବଳୁଥାଏ, ମିନତୀଙ୍କ ଏତେସବୁ କଥା ଝିଅ ବୁଝୁନଥିଲା, ତ ମିନତୀ ବାଧ୍ୟ ହୋଇ ବାହାରିଲେ ତା ସହ, ହେଲେ ମିନତୀ ଯେବେ ଆତୁର ହୁଅନ୍ତି ଘରକୁ ଫେରିବାକୁ ତାଙ୍କରି କଥା ତାଙ୍କୁ ବୁମେରଂ ଭଳି ଫେରେଇଦିଏ ତ ମିନତୀ ମନେ ପକାନ୍ତି l

  ଠାକୁର ଘରେ ପୂଜା ନପାଇ ପଡ଼ିଥିବା ଠାକୁର ମୂର୍ତ୍ତୀ ଓ ଫୋଟୋ ସବୁକୁ, ଛାତ ଉପରେ ତୁଳସୀ ଗଛ ଟି ସଲିଳ ସମାଧି ପାଇଯିବେଣି, ତା ସହ ଫୁଲକୁଣ୍ଡଗୁଡିକର ଅବସ୍ଥା ସାଂଘାତିକ ହେଇସାରିଥିବ, ଆଉ ସବୁଠୁ ବେଶୀ ମନେ ପଡୁଥିଲା ସେଇ ହଳଦିବସନ୍ତ ଦମ୍ପତ୍ତିଙ୍କ କଥା, ପ୍ରତିଦିନ ଆଗ ପଟ ବରଗଛରେ ରାତ୍ରୀ ଯାପନ କରିବାକୁ ଆସି କେମିତି ଖେଣ୍ଟିଆଖେଣ୍ଟି ହୁଅନ୍ତି ଗୋଟିଏ ଡାଳ ରେ ବସିବାକୁ, ଋତୁ ଅନୁଯାୟୀ ଉଡିଯାଆନ୍ତି କୁଆଡେ ଫେରନ୍ତି ଛୁଆ ଗୋଟେ ଦିଟା ଧରି, ଆଉ ଛୁଆ ବଡ଼ ହେଲାପରେ ଉଡ଼ିଯାଏ କୁଆଡେ ହେଲେ ପଖିଦିଟା ଥାନ୍ତି ପାଖାପାଖି, ସ୍ୱର ଅନୁକରଣ କରି ତାଙ୍କୁ ଠାବ କରିବା,ବିଭିର୍ଣ୍ଣ ପ୍ରକାର ସ୍ୱର ସହ ଜଡିତ ହୋଇ ହଳଦୀବସନ୍ତକୁ ବିଶ୍ଲେଷଣ କରୁକରୁ ସନ୍ଧ୍ୟା ପୂର୍ବ ଓ ପର କଟିଯାଏ ମିନତିଙ୍କର, ତାଙ୍କରି ଭିତରେ ସେ ସବୁ କିଛି ପାଇଯାନ୍ତି, ନଦେଖିଲେ ଭଲ ଲାଗେନି, ଏମିତିକି କିଛି ଖରାପ ଆଶଙ୍କା ଉପୁଜେ l 

  ଏତେ ସବୁ କଥା ଶୁଣି ମିନତୀଙ୍କ ଝିଅ ଅଭିମାନ କରୁଥିଲା, ଆଈ ପରି ହେଉଛୁ କହୁଥିଲା, ତ ମନ ପୁଣି ସେଇ ମାଆ ପାଖକୁ ତଡ଼ିତ ବେଗ ରେ ଧାଉଁଥିଲା, ଯିଏ ବାପାଙ୍କୁ ହରାଇଲା ପରେ କିଛି ବି ମନେରଖୁନଥିଲା, ହେଲେ ଚିହ୍ନୁ ନ ଚିହ୍ନୁ ଫୋନ କଲେ "ଖାଇଛୁଟି ବୋଲି? "ପଚାରୁଥିଲା, ଆଉ କୋଉଥିରେ ତାର ଅଭାବ ଅସୁବିଧା ନଥିଲେ ବି ତା ପାଇଁ କିଛି କରିପାରିନିର କ୍ଷୋଭ ଭିତରେ ସନ୍ତୁଳିତ ହେବାକୁ ପଡୁଥିଲା ତ ଝିଅକୁ ମିନତୀ କହୁଥିଲେ, ଆଈ ପରି ହେଇଗଲେ ମତେ ସାହାରା ହେବୁ ତ ମାଆ?, ଝିଅ ଖାଲି ମୋ ଝିଅକୁ ଛାଡି କେମିତି ଯିବାକୁ ତୋର ମନ ହେଉଛି କେଜାଣି,ର ପ୍ରଶ୍ନରେ ଆଖିରୁ ଲୁହ ଓ କୋହ ସମ୍ମିଶ୍ରଣରେ ହେଙ୍କା ହିଁ ଉଠୁଥିଲା ତ ମିନତୀ ଆସ୍ତେ ଚୁପ କିନା କହୁଥିଲେ, ତୁ ବ୍ୟସ୍ତ ହେନା, ବାପାଙ୍କୁ ନେଇ ଆସିବି ଯେ ରହିବି ତୋ ପାଖେ, ଏଇ କଥାଟା ଝିଅ ମନକୁ ପାଇଗଲା କି କଣ ଖୁସି ଖୁସି ସେ ବିଦାୟ ଦେଲା ସତ, ହେଲେ ମିନତୀ ଛାତ ଉପରେ ହଳଦିବସନ୍ତ ଠାବ କରିବାରେ ବ୍ୟସ୍ତ l



Rate this content
Log in

Similar oriya story from Tragedy