ମାଂସ'ର ମୂଲ୍ୟ-:
ମାଂସ'ର ମୂଲ୍ୟ-:
ମଗଧ ସମ୍ରାଟ ବିନ୍ଦୁସାର ନିଜ ରାଜସଭାରେ ଏକ ପ୍ରଶ୍ନ ପଚାରିଲେ ।
ଦେଶର ଖାଦ୍ୟ ସମସ୍ୟାର ସମାଧାନ କରିବା ପାଇଁ
"ସବୁଠାରୁ ଶସ୍ତା ବସ୍ତୁ କଣ ଅଟେ ?"
ମନ୍ତ୍ରୀ ପରିଷଦ ଠାରୁ ପାରିଷଦ ବର୍ଗ ବିଚାରରେ ପଡିଗଲେ । "ଚାଉଳ, ଗହମ, ବାଜରା ଆଦି କଠିନ ପରିଶ୍ରମ ପରେ ଉତ୍ପନ ହୁଏ ଓ ଏହା ସହିତ ବିପର୍ଯ୍ୟୟ ପରିସ୍ଥିତି, ପ୍ରକୃତିର ପ୍ରକୋପ ସାମନା ନହୁଏ । ଏପରି ସ୍ଥିତିରେ
ଅନ୍ନ କେବେ ଶସ୍ତା ହୋଇ ପାରିବ ନାହିଁ ।
ସେହି ସମୟରେ ଶୀକାର'ର ସଉକ ରଖିଥିବା ଜଣେ ସାମନ୍ତ କହିଲେ
"ରାଜନ, ସବୁଠାରୁ ଶସ୍ତା ଖାଦ୍ୟ ପଦାର୍ଥ ମାଂସ
ଅଟେ ।" କମ ପରିଶ୍ରମରେ ମଧ୍ୟ ପ୍ରତ୍ୟେକ ଦିନ ପୃଷ୍ଟିକର ଖାଦ୍ୟ ମିଳିଥାଏ ।
ପ୍ରାୟତଃ ସମସ୍ତେ ସାମନ୍ତଙ୍କ ମନ୍ତବ୍ୟକୁ ସମ୍ମତି ପ୍ରକାଶ କଲେ, କିନ୍ତୁ ପ୍ରଧାନମନ୍ତ୍ରୀ ଚାଣକ୍ୟ ନୀରବ ରେ ସବୁକଥା ଶୁଣୁଥାନ୍ତି ।
ସମ୍ରାଟ ବିନ୍ଦୁସାର ପଚାରିଲେ-: ପ୍ରଧାନମନ୍ତ୍ରୀ,,,,ସାମନ୍ତ ରଖିଥିବା ବିଚାରକୁ ଆପଣ ସମର୍ଥନ କରୁଛନ୍ତି କି ? ଚାଣକ୍ୟ କହିଲେ ମହାରାଜ, ଆସନ୍ତାକାଲି ମୁଁ ମୋ ବିଚାର ଆପଣଙ୍କ ସମ୍ମୁଖରେ ରଖିବି ।
ଅର୍ଦ୍ଧରାତ୍ରୀରେ ପ୍ରଧାନମନ୍ତ୍ରୀ ଉକ୍ତ ସାମନ୍ତଙ୍କ ମହଲରେ ପହଞ୍ଚିଲେ, ସାମନ୍ତ ଦ୍ବାର ଖୋଲିଲା, ଏତେ ରାତିରେ ପ୍ରଧାନମନ୍ତ୍ରୀଙ୍କୁ ନିଜ ମହଲରେ ଦେଖି ସାମନ୍ତ ଭୟଭୀତ ହେଲା ।
ପ୍ରଧାନମନ୍ତ୍ରୀ କହିଲେ ସଂଧ୍ୟାରେ ମହାରାଜ ରୋଗଗ୍ରସ୍ତ ହୋଇଛନ୍ତି । ରାଜବୈଦ୍ୟଙ୍କ କହିବା ଅନୁସାରେ କୌଣସି ଏକ ବଡଲୋକ ହୃଦୟର ଦୁଇ ତୋଳା ମାଂସ ଯୋଗାଡ ହୋଇପାରିଲେ ମହାରାଜଙ୍କ ପ୍ରାଣ ବଞ୍ଚିଯିବ । ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଆପଣଙ୍କ ହୃଦୟରୁ କେବଳ ଦୁଇ ତୋଳା ମାଂସ ନେବା ପାଇଁ ଆସିଛି । ଦୁଇ ତୋଳା ମାସଂ ବଦଳରେ ଏକଲକ୍ଷ ସ୍ବର୍ଣ୍ଣମୁଦ୍ରା ରାଜକୋଷରୁ ଦିଆଯିବ ।
ପ୍ରଧାନମନ୍ତ୍ରୀଙ୍କ ଆସିବାର ଅଭିପ୍ରାୟ ଜାଣିବା ପରେ ସାମନ୍ତ ଚେହେରାର ରଙ୍ଗ ଉଡିଗଲା, ସେ ପ୍ରଧାନମନ୍ତ୍ରୀଙ୍କ ହାତ ଗୋଡ ଧରି କ୍ଷମା ପ୍ରାର୍ଥନା କରିବା ସହିତ ଓଲଟା ଦୁଇ ଲକ୍ଷ ସ୍ବର୍ଣ୍ଣମୁଦ୍ରା ଦେଇ କହିଲେ,,,, ମହାଭାଗ ଆପଣ ଏହି ଧନରାଶି ବଦଳରେ ଆଉ କାହାର ହୃଦୟର ମାଂସ କିଣି ନିଅନ୍ତୁ ।
ପ୍ରଧାନମନ୍ତ୍ରୀ ଜଣ ଜଣ କରି ସମସ୍ତ ସାମନ୍ତ, ସେନାଧିକାରୀ ଓ ପାରିଷଦ ବର୍ଗଙ୍କୁ ଭେଟି ଦୁଇ ତୋଳା ମାଂସ ମାଗିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ କେହି ବି ରାଜି ହେଲେ ନାହିଁ, ଓଲଟା ସମସ୍ତେ ନିଜକୁ ବଞ୍ଚାଇବା ପାଇଁ କିଏ ଦୁଇ ଲକ୍ଷ, ପାଞ୍ଚ ଲକ୍ଷ ତ କିଏ ଦଶ ଲକ୍ଷ ପର୍ଯ୍ୟନ୍ତ ସ୍ବର୍ଣ୍ଣମୁଦ୍ରା ପ୍ରଧାନମନ୍ତ୍ରୀଙ୍କ ପାଦ ତଳେ ସମର୍ପି ଦେଲେ ।
ଏହିପରି ପ୍ରାୟ ଦୁଇକୋଟି ସ୍ବର୍ଣ୍ଣମୁଦ୍ରା ସଂଗ୍ରହ କରି ପ୍ରଧାନମନ୍ତ୍ରୀ ସକାଳ ହେବା ପୂର୍ବରୁ ନିଜ ମହଲରେ ପହଞ୍ଚିଲେ ଓ ସମୟନୁସାରେ ରାଜସଭାରେ ପହଞ୍ଚି ସମ୍ରାଟଙ୍କ ସମକ୍ଷରେ ଦୁଇକୋଟି ସ୍ବର୍ଣ୍ଣମୁଦ୍ରା ରଖିଦେଲେ ।
ସମ୍ରାଟ ପଚାରିଲେ,,,ଏସବୁ କଣ ? ପ୍ରଧାନମନ୍ତ୍ରୀ କହିଲେ ଦୁଇତୋଳା ମାଂସ କିଣିବା ପାଇଁ ଏତକ ଧନରାଶି ସଂଗ୍ରହ ହୋଇଗଲା,,,,ହେଲେ ଦୁଇତୋଳା ମାଂସ
ମିଳିଲା ନାହିଁ । ସମ୍ରାଟ, ଏବେ ଆପଣ ବିଚାର କରନ୍ତୁ ମାଂସ
ଶସ୍ତା କି ମହଙ୍ଗା ।
ଜୀବନ ଅମୁଲ୍ୟ ଅଟେ, ଏକଥା ଆମେ ନଭୁଲିବା ଉଚିତ୍ ଯେ ଯେପରି ଆମ ଜୀବନ ଆମକୁ ଯେତିକି ମୂଲ୍ୟବାନ ଲାଗେ,,,,ସେହିପରି ସମସ୍ତ ଜୀବଜନ୍ତୁଙ୍କ ଜୀବନ ବି ସେତିକି ମୂଲ୍ୟବାନ ।
କିନ୍ତୁ ଅନ୍ତର ଏହା ଯେ ମନୁଷ୍ୟ ନିଜ ପ୍ରାଣ ବଞ୍ଚାଇବା ପାଇଁ ଯଥା ସମ୍ଭବ ପ୍ରୟାସ କରେ । କଥାରେ କାହାକୁ ମନାଏ ତ କାହାକୁ ଡରାଇ ଧମକାଇ ମନାଏ ଓ କାହାକୁ ଲାଞ୍ଚ ଦେଇ ମନାଏ । ପଶୁପକ୍ଷୀ ଓ ଜୀବଜନ୍ତୁ କଥା କହି ପାରନ୍ତିନି, ନା ନିଜ ବ୍ୟଥା ପରିପ୍ରକାଶ କରିପାରନ୍ତି,,,କଣ ଏହି କାରଣରୁ ସେମାନଙ୍କ ଜୀବନ ଆମ ପାଇଁ ଦୁର୍ମୁଲ୍ୟ ଅଟେ ? କଣ ଏହି କାରଣରୁ ସେମାନଙ୍କ ବଞ୍ଚିବାର ଅଧିକାର ଛଡେଇ ନେବା ଉଚିତ୍ ହେବ କି ?
ସର୍ବ ଧର୍ମରେ ସମସ୍ତ ପ୍ରାଣୀ ଜଗତକୁ ସ୍ବଇଛାରେ ବଞ୍ଚିବାର ଅଧିକାର ଦିଆଯାଇଛି । ପ୍ରାଣୀ ମାତ୍ର ରକ୍ଷା ଆମର ପରମ କର୍ତ୍ତବ୍ୟ ଅଟେ ।
ସମାଜର ଦର୍ପଣ