STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ମାଣବସା

ମାଣବସା

2 mins
188

    ମାଣବସା ଗୁରୁବାର ଦିନ ଲକ୍ଷ୍ମୀମାଆ ମନଦୁଃଖରେ ତାଙ୍କ ମନ୍ଦିରରେ ଉପବେଶନ କରିଥାନ୍ତି, ଜଗନ୍ନାଥ ମନଦୁଃଖର କାରଣ ପଚାରିଲେ କାଳେ ବଡଭାଇ ଲକ୍ଷ୍ମୀଙ୍କୁ ପୁଣି କଣ କହିଲେକି ଭାବନାରେ ସେ ବ୍ୟତିବ୍ୟସ୍ତ ହୋଇପଡିଥିଲେ, କିନ୍ତୁ ମାଆ ପଦ୍ମାଳୟାଙ୍କଠୁ କାରଣଟା ଜାଣି ଜଗନ୍ନାଥ ଆଶ୍ୱସ୍ତ ହେଲେ. ଲକ୍ଷ୍ମୀ କହିଥିଲେ ମାଣବସା ଗୁରୁବାର ପାଳନରେ ଆଉ କାହାର ଆନ୍ତରିକତା ନାହିଁ, ସମସ୍ତେ ପରସ୍ପରକୁ ପ୍ରତିଦ୍ବନ୍ଦୀ ପରି ଭାବି ଚିତା, ମୁରୁଜ ପକା କରୁଛନ୍ତି ସତ ହେଲେ ସେସବୁ ବିଭିର୍ଣ୍ଣ ଆପ ମାନଙ୍କରେ ପୋଷ୍ଟ କରିବାକୁ ଯୋଉ ଖୁସି ପାଉଛନ୍ତି, ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରି ଭକ୍ତି ନିଦର୍ଶନ ଦେଖାଇବାରେ ସେମିତି କୋଉଠି ଦେଖିଲେନି ତ ପଳେଇ ଆସିଲେ ଭାରି ମନଦୁଃଖ କରି, ଆଉ ଆଜିକାଲିର ରୀତି ନୀତି ଚଳଣିରେ ମଧ୍ୟ ଘୋର ଅବକ୍ଷୟ ଦେଖି ସେ ବହୁ ମର୍ମାହତ. 

   ଏତିକି ବେଳେ ଲକ୍ଷ୍ମୀମାଆ ମନ୍ଦିର ବାହାରେ ଦୀପ ବିକୁଥିବା ଜାଗାରେ ବହୁତ ଗହଳି ଓ ହୋ ହାଲ୍ଲା ଶୁଣି ଲକ୍ଷ୍ମୀନାରାୟଣ ଦୁହେଁ ଛଦ୍ମ ବେଶରେ ବାହାରକୁ ଆସି ଦେଖିଲେ ବୁଢୀଟିଏ କାନ୍ଦୁଛି ଆଉ ଦୀପବାଲା ତାକୁ ଚୋରଣୀ ବୋଲି କହି ତାଠୁ ଦୀପ ଭିଡି ନେଉଛି. ମଣିଷ ରୂପ ଧାରଣ କରି ଲକ୍ଷ୍ମୀଓ ନାରାୟଣ ବୁଢୀଟି ପାଖେ ପହଂଚି ପଚାରିଲେ କଣ ହେଲା ଦୀପ କାହିଁକି ଚୋରୀ କରୁଥିଲ ମାଆ? 

   ବୁଢୀଟି ଆସ୍ୱାଶନା ଭରା କଥା ଶୁଣି କାନ୍ଦିପକେଇଲା ଆଉ କହିଲା ନାହିଁ ବାବୁ ମୁଁ ବହୁତ ଗରୀବ, ଆଜି ମାଣବସା ଗୁରୁବାର, ହେଲେ ପୂଜା ପୂଜି କରିବାକୁ ମୋ ପାଖେ ସମ୍ବଳ ନାହିଁ. ନାତି ସରାଗାତରୁ ପଇସା ଆଣି ମାଆ ଲକ୍ଷ୍ମୀଙ୍କ ପାଖରେ ଅନ୍ତତଃ ଦୀପ ଟିଏ ବସାଇ ଦେବି ଭାବି ଦୀପ ନେଇ ପଇସା ଦେଲା ବେଳକୁ ସେ ଟଙ୍କିକିଆ ଦୀପ ଆଉ ନାହିଁ ଏବଂ ଏ ଟଙ୍କା ଵି ଅଚଳ ବୋଲି କହି ଦୀପବାଲା ମୋ ହାତରୁ ଦୀପ ଛଡେଇ ମତେ ଚୋରଣୀ କହିଲେ ଵି ମୋର ଦୁଃଖ ନାହିଁ କିନ୍ତୁ ଏ ଟଙ୍କିକିଆ ଯଦି ଅଚଳନ୍ତି ବୋଲି ମୋ ନାତି ଜାଣିବ କେତେ ମନ ଦୁଃଖ କରିବ, ସେହି ପଇସାରେ କମ୍ପାସ କିଣି ଜ୍ୟାମିତିକ ଚିତ୍ର କରିବ କହୁଥିଲା, ତାର ସବୁ ଆଶା ଧୂଳିସାତ ହେଲା ବୋଲି ମୁଁ କାନ୍ଦୁଛି. 

    ବାପା ମାଆ ତାର ବିଦେଶ ଗଲେ ଯେ ଆଉ ଫେରିଲେନି ସେଠାରୁ ଫେରୁଥିବା ଲୋକ କହୁଥିଲେ ସେ ଜାଗାରେ କରୋନାରେ କେତେ କିଏ ମରିହଜି ଗଲେ । ତା ଭିତରେ ମୋ ପୁଅ ବୋହୁ କୁଆଡେ ଗଲେ କିଏ କହିବ ବାବୁ, ନାତିଟା ମୋ ପାଖେ ରହିଯାଇଛି, ବଞ୍ଚିଛୁ ଆମେ ହେଲେ ପେଟ ପାଟଣା କରିବା ଖୁବ କଷ୍ଟ ତା ଭିତରେ ଲକ୍ଷ୍ମୀମାଆର ଶ୍ରଦ୍ଧାର ଦିନ ଆଜି ମାଣବସା ଗୁରୁବାର । କିଛି ନହେଲେ ଦୀପଟିଏ ବସାଇ ଶାନ୍ତି ରେ ଘରକୁ ଫେରିବି ଭାବିଥିଲି, ସେତିକି ଵି ଭାଗ୍ୟ ରେ ନାହିଁ କହି ବୁଢୀଟି ଫେରୁଥିଲା କାନ୍ଦି କାନ୍ଦି. 

   ଜଗନ୍ନାଥ କହିଲେ ଦେଖିଲ ତ ଲକ୍ଷ୍ମୀ, କିଏ କହିଲା ଶ୍ରଦ୍ଧାଳୁ ନାହାନ୍ତି, ଚିହିଁବାକୁ ଵି ଭାବ ଦରକାର ତ ପଦ୍ମାଳୟା ଲଜ୍ଜ୍ୟା ବୋଧ କଲେ ସତ ହେଲେ ବୁଢୀଟି ଘରେ ପୁଅ ବୋହୁ ଫେରିଆସିଥିବା ଦେଖି ଆନନ୍ଦରେ ଫାଟିପଡୁଥିଲା ତା ସହିତ ନାତିର ସପ୍ତମ ଶ୍ରେଣୀରେ ଏନଆରଟିଏସ ପରୀକ୍ଷାରେ ସ୍କଲାରସିପି ମିଳିବା ଖବର ସମସ୍ତଙ୍କ ଖୁସିକୁ ଦ୍ବିଗୁଣିତ କରିଥିଲା. ବୁଢୀକୁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳିଯାଇଥିଲା ଲକ୍ଷ୍ମୀଙ୍କ ଅନୁଗ୍ରହରୁ l


Rate this content
Log in

Similar oriya story from Abstract