Kamal Kumar Dash

Drama Others

2.5  

Kamal Kumar Dash

Drama Others

ମାମୁଁ ଘର

ମାମୁଁ ଘର

2 mins
8.3K


ମାମୁଁ ଘର

ଆମ ବୋଉର ମାମୁଁ ଘର ବାଙ୍କୀ | ଦି ଜଣ ମାମୁଁ କଟକରେ ରୁହନ୍ତି ଓ ଆଉ ଦି ଜଣ ବାଙ୍କୀର ରହୁଥିଲେ |

ଥରେ ଖରା ଛୁଟିରେ ଆମେ ବୋଉ ସାଙ୍ଗରେ ବାଙ୍କୀ ଯାଇଥିଲୁ | ସେତେବେଳେ ଟେଲିଫୋନ ନଥିଲା | ବସରେ ବାଙ୍କୀରେ ଓହ୍ଲାଇବାପରେ ରିକ୍ସାରେ ତାଙ୍କ ଘରେ ପହଂଚିଲୁ ସମୟ ପ୍ରାୟ ଦିନ ବାରଟା ହେବ | ବୋଉର ମାମୁଁ ଆସି କବାଟ ଖୋଲିଲେ , ଘରେ ପିଲା ମାନେ କିଏ ନଥିଲେ ,ମାଇଁ ଠାକୁର ପୂଜା କରୁଥିଲେ ଠାକୁର ଘରେ | ଘର ଭିତରୁ ବାହାରକୁ ଆସିବାରୁ କିଛି ସମୟ ଯାଏଁ ତାଙ୍କୁ ବୋଧେ ଠିକ ଦେଖାଯାଉନଥିଲା | ସେ ହଠାତ ବୋଉକୁ ଚିହ୍ନି ପାରିଲେନି , ବୋଉ କହିଲା ମାମୁଁ ମୁଁ ଶଙ୍ଖ କହୁଛି ଏଠି ମୁଣ୍ଡିଆ ମାରୁଚି | ମାମୁଁ ଖୁସିରେ ତାକୁ କୁଣ୍ଢାଇ ପକାଇଲେ କହିଲେ ମା ଘର ଭିତରକୁ ଆ | ମୁଁ ଘରୁ ଖରାକୁ ଆସିଲିତ ,ସେଥିପାଇଁ ଆଖିକୁ କିଛି ଦେଖାଗଲାନି | ଘରେ ପଶୁ ପଶୁ ମାମୁଁ ମାଇଁଙ୍କୁ କହିଲେ ଆରେ ଦେଖୁଛ ,ଭଗବାନ ଆଜି କାହାକୁ ଆମ ଘରକୁ ପଠାଇଛନ୍ତି ? ମାଇଁ ଚଷମା ପୋଛୁ ପୋଛୁ ଠାକୁର ଘରୁ ବାହାରକୁ ଆସିଲେ ଓ ବୋଉକୁ କୁଣ୍ଢାଇ ପକାଇଲେ ଓ କହିଲେ ଆରେ ଶଙ୍ଖ ଆସିଛି ପିଲାଙ୍କୁ ନେଇ ,କହୁ କହୁ ତାଙ୍କ ଆଖିରେ ଲୁହ ଆସିଗଲା | ମାମୁଁ ବି ଅନେକ ଦିନ ପରେ ବୋଉକୁ ଦେଖି କାନ୍ଦି ପକାଇଲେ | ବଢିଆ ହେଲା ପିଲାମାନେ ଟିକେ ବାଙ୍କୀ ଦେଖିକି ଯିବେ ମାଇଁ କହିଲେ |ଆମେ ସବୁ ମାମୁଁ ଅଜା ଓ ମାଇଁ ଆଇଙ୍କୁ ମୁଣ୍ଡିଆ ମାରିଲୁ |

ମାଇଁ କହିଲେ ପିଲା ମାନେ ତ ସବୁ ବାହାରେ ପୁଅ ଆମେରିକାରେ ଝିଅ ଲଣ୍ଡନରେ, ଆମେ ଦି ଜଣ ଏଠି ପଡି ରହିଛୁ , ସେମାନେ ଅନେକ ଥର ଡାକିଲେଣି ଦି ଥର ଯାଇ ବୁଲିକି ଆସିଲୁଣି ହେଲେ ତୋର ମାମୁଁ ସେଠି ରହିବାକୁ ରାଜି ହେଉନାହାଁନ୍ତି , ମୁଁ ଆଙ୍କୁ ଛାଡି କୁଆଡେ ଯିବି , ବୟସ ବଢ଼ିଲାଣି | ତା ପରେ ଘରେ କାମ କରୁଥିବା ପିଲାକୁ ବଜାର ପଠାଇଲେ କଁ ସବୁ ଆଣିବାପାଇଁ | ତାପରେ ଆମକୁ ପଚାରିଲେ ,ତମ ବୋଉର ମାମୁଁ ଘର କେମିତି ଲାଗିଲା ? ସାନ ଭଉଣୀ କହିଲା ବହୁତ ଭଲ | ଆଇ କହିଲେ ଖାଇ ପି ଟିକେ ରେଷ୍ଟ ନିଅ , ସନ୍ଧ୍ୟାରେ ଚର୍ଚିକା ମନ୍ଦିର ଦେଖିବାକୁ ଯିବ |


Rate this content
Log in

Similar oriya story from Drama