ମାଗୁଣି
ମାଗୁଣି
ବଡ଼ ନାନୀ ହାତ ଟାଣି ଶୀଘ୍ର ଚାଲିବାକୁ ବାରମ୍ବାର ମୋତେ କହୁଥାଏ। ମୁଁ ବି ଶୀଘ୍ର ଶୀଘ୍ର ଚାଲୁଥିଲି; ମାତ୍ର ବ୍ୟସ୍ତ ହେବାର କୌଣସି କାରଣ ହିଁ ନ ଥିଲା। ଆମ ପାଖରେ ଢେର୍ ସମୟ ଥିଲା। ଚାଲିଚାଲି ଆମେ ବସ୍ଷ୍ଟପ୍ରେ ପହଞ୍ଚିଲୁ। ନାନୀ ଇଣ୍ଟରଭୁ୍ୟ ଦେବାକୁଆସିଥିଲା। ଇଣ୍ଟରଭୁ୍ୟ ଭଲ ହେଲା କିନା ହିଁ ଜଣା ନାହିଁ; କିନ୍ତୁ ସେ ଅତ୍ୟନ୍ତ ବିରକ୍ତ ହେଉଥିଲା। ଅବଶ୍ୟ ପରେ ଶାନ୍ତ ଅବସ୍ଥାକୁ ଫେରିଆସିଥିଲା। ଆମେ ଦୁହେଁ ବସ୍ଷ୍ଟପ୍ରେ ଛିଡ଼ା ହୋଇଥିଲୁ | ଟିଂ ଟିଂ ଘଣ୍ଟି ବଜାଇ ଗୋଟିଏ ରିକ୍ସାବାଲା ଆସି ବସ୍ଷ୍ଟପ୍ରେ ଥିବା ପ୍ରତେ୍ୟକ ଲୋକଙ୍କ ପାଖକୁ ଯାଇ କହୁଥାଏ- ‘‘କୁଆଡ଼େ ଯିବେ ବାବୁ... ଆସ ଛାଡ଼ିଦେବି।’’
ସେ ଲୋକଟି ଥରେ ଅଧେ ଆମ ଆଡ଼କୁବି ଚାହିଁତା’ ରିକ୍ସାରେ ବସିବାକୁ କହୁଥାଏ। ସେଠାରେ ଉପସ୍ଥିତ ଲୋକ ତା’ କଥାକୁଶୁଣିନ ଶୁଣିଲା ଭଳି ରହୁଥା’ନ୍ତି। ମୋତେ କିନ୍ତୁ ସେହି ରିକ୍ସାରେ ଯିବା ପାଇଁବହୁତ ଇଚ୍ଛା ହେଉଥାଏ। କାରଣ ଅନେକ ଦିନ ହେଲା ମୁଁ ରିକ୍ସାରେ ବସିନ ଥିଲି। ନାନୀକୁମୁଁବାରମ୍ବାର କହିବାକୁଲାଗିଲି- ‘‘ଚାଲ ଆମେ ରିକ୍ସାରେ ଯିବା।’’
ଏହିସମୟରେ ମୁଁସେହିରିକ୍ସାବାଲାର ନିରୀହ ଆଖିଦୁଇଟିକୁଚାହିଁଲି। ସେ ଅପେକ୍ଷା କରିଥାଏ ତା’ ରିକ୍ସାରେ କେହିଜଣେ ଗଲେ ତାକୁକିଛିଟଙ୍କା ମିଳିଯିବ। ତା’ର ଏ ଅବସ୍ଥା ଦେଖିମୋ ମନରେ ରିକ୍ସାରେ ଯିବା ପାଇଁବହୁତ ଇଚ୍ଛା ହେଉଥାଏ; ମାତ୍ର ନାନୀ ମୋ କଥା ନ ଶୁଣିଗୋଟିଏ ଅଟୋକୁ ଅଟକାଇଲା ଏବଂ ମୋ ହାତକୁଜୋର୍ରେ ଧରିଅଟୋ ଭିତରକୁଟାଣିନେଲା। ଅଟୋ ଭିତରେ ସେ ମୋତେ କହୁଥାଏ- ‘‘ଅଟୋରେ ଗଲେ ଆମେ ଶୀଘ୍ର ପହଞ୍ଚିବା, ରିକ୍ସାରେ ଗଲେ ରାତିପାହିଯିବ...।’’ ଅଟୋରେ ବସିଲା ପରେ ମୋର ମନେପଡୁଥାଏ, ଯେତେବେଳେ ନାନୀକୁ ମୁଁ ସେହି ରିକ୍ସାରେ ଯିବା ପାଇଁ ମୁଁ ଜିଦ୍କରୁଥିଲି, କିଛିଲୋକ ମୋତେ ଚାହୁଁଥିଲେ ଏବଂ ତାଚ୍ଛଲ୍ୟଭରା ସ୍ମିତହସ ସେମାନଙ୍କ ଓଠରେ ଲାଖିରହିଥିଲା। ପୁଣି ଅଟୋଚାଲିବା ପରେ ମୁଁ ପଛକୁ ବୁଲିଦେଖିଲି ସେହି ଲୋକଟିନିରୀହ ଆଖିରେ ଆମକୁଅନେଇ ରହିଥାଏ ମୁହଁଶୁଖେଇ। ତା’ ଆଖି ଦୁଇଟିମୋତେ ମନେପକେଇ ଦେଉଥାଏ ‘ମାଗୁଣିର ଶଗଡ଼’ ଗଳ୍ପକୁ। ବାସ୍ତବରେ ଆଜିମଧ୍ୟ ମାଗୁଣିଅନେଇ ରହିଛି ବ୍ୟସ୍ତବହୁଳ ଜୀବନ ବଞ୍ଚୁଥିବା ମଣିଷ ଆଡ଼କୁ କିଛି ଆଶାକୁ ମନରେ ବାନ୍ଧି।