Seetaram Dash

Thriller Others

2  

Seetaram Dash

Thriller Others

ମାଗଣା ବଣ୍ଟନ

ମାଗଣା ବଣ୍ଟନ

1 min
151


ଦୁଇ ବର୍ଷ ତଳର କଥା । ଜଣେ ଅତି ପ୍ରିୟ ବନ୍ଧୁଙ୍କ ଘରକୁ ପିଲାମାନଙ୍କୁ ନେଇ ଯାଇଥାଏ । ଆମକୁ ଦେଖି ସେମାନେ ଖୁସିରେ ଆତ୍ମହରା । ବହୁତ ଆଦର ଯତ୍ନରେ ଆମର ଚର୍ଚ୍ଚା କଲେ । ମୁଁ ଆମିଷ ପ୍ରିୟ । ରାତିରେ ପୋଖରୀର ଦେଶୀ ମାଛ ରନ୍ଧା ହେଲା । ସମସ୍ତେ ମିଶି ଖାଇଲୁ । ହେଲେ ମୁଁ ଲକ୍ଷ୍ୟ କଲି ସେଦିନ ରାତିରେ ସମସ୍ତଙ୍କ ପାଇଁ ପଖାଳ ଥିଲା କିନ୍ତୁ ମାଛ ସହିତ ଅନ୍ୟାନ୍ୟ ଭଲ ମନ୍ଦ ଖାଦ୍ୟ ରନ୍ଧା ହେବାରୁ ପଖାଳ କେହି ଖାଇଲେ ନାହିଁ । ତା ସହିତ ରନ୍ଧା ଖାଦ୍ୟ ବି ବହୁତ ବଳିଲା । ପଖାଳ ସହ ରାତି ଖାଦ୍ୟ ବି ଫିଙ୍ଗା ହେଲା । କାରଣ ଆସନ୍ତା କାଲି ଗୁରୁବାର ଥିଲା ।

ପରଦିନ ବି ଭୁରି ଭୋଜନର ଆୟୋଜନ ହେଲା । କିନ୍ତୁ ଯୋଗ କୁ ପଡିଶା ଘରେ ଗୋଟେ ଭୋଜି ହେଉଥାଏ । ଘରର ପୁରୁଷ ଲୋକେ ଭୋଜି ଖାଇଲେ । ମୁଁ ଖାଇବା ସମୟରେ ଭୋଜି ଖାଦ୍ୟ ବି କିଛି ଦେଇଗଲେ । ସେଦିନ ବି ପୁରୁଣା ପାଠର ପୁନରାବୃତ୍ତି, ଅନେକ ଖାଦ୍ୟ ନଷ୍ଟ ହେଲା । ଅବଶ୍ୟ ମୁଁ ଦୁଇ ପଦ କହିଲି କିନ୍ତୁ ସେମାନେ ହାଲକା ଭାବରେ ନେଲେ ।

କିଛିଦିନ ପରେ ଜାଣିଲି ସେମାନଙ୍କର ଦୁଇଟି ରାସନ କାର୍ଡ । ଗୋଟେ ମୃତ ପିତାଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ଼ରେ ୩୫ କେଜି ଚାଉଳ ସହ ଛ' ଜଣ ସଦସ୍ୟଙ୍କ ଅନ୍ୟ ଏକ ରାସନ କାର୍ଡରେ ୩୦ କେଜି ଚାଉଳ ମିଳୁଛି । ଏବେ ଜାଣିଲି ବେପରୁଆ ଖାଦ୍ୟ ନଷ୍ଟର ରହସ୍ୟ ଆଉ ତା ସହିତ ଆମର ଶାସନ ବ୍ୟବସ୍ଥା । ।  

ଲକ୍ଷେ ଟଙ୍କା ବାଇକି ଚଢି,

ପୁଅ ଆଣେ ଟଙ୍କିକିଆ ଚାଉଳ ।

ସଞ୍ଜ ହେଲେ ନାଲି ପାଣି,

ଘରୁ ଶୁଭୁଥାଏ କୋଳାହଳ ।


Rate this content
Log in

Similar oriya story from Thriller