STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ମାଛ ଓ ଶୁଆ

ମାଛ ଓ ଶୁଆ

1 min
371

 ପିଲାମାନେ ଦୂର ବିଦେଶରେ ରହୁଥିବାରୁ ଓ ସ୍ୱାମୀ ସର୍ବଦା ଲେଖାପଢାରେ ନିଜକୁ ନିୟୋଜିତ କରି ରଖୁଥିବାରୁ ଅରୁନ୍ଧତୀ ନିଜ ମନ ଓ ହୃଦୟର ସ୍ୱପ୍ନକୁ ସାକାର କରିବାକୁ ଘରକୁ ଆକ୍ଵାରିଅମଟିଏ ଆଣିବାକୁ କହିଥିଲେ ତ ପୁଅ କଲିକତା ଫେରିବା ପୂର୍ବରୁ ମାଆ ପାଇଁ ସାତଗୋଟି ରଙ୍ଗୀନ ମାଛ ସହ ଅକ୍ସିଜେନ ସିଲିଣ୍ଡର, ମାଛ ଖାଦ୍ୟ, ସହ ସୁନ୍ଦର ଆକ୍ଵାରିଅମଟିଏ ଆଣିଦେଇ ଗଲା . ଅତି ଆଗ୍ରହ ସହକାରେ ଅରୁନ୍ଧତୀ ମାଛମାନଙ୍କର, ପାଣିବଦଳା, ଖାଦ୍ୟଦେବା ଓ ଅନ୍ୟାନ୍ୟ କାର୍ଯ୍ୟ ତୁଲାଉଥାନ୍ତି. ସେଦିନ ସଫାସଫି କରିବା ପରେ ଘୋଡଣୀଟି ଖୋଲା ରଖିଦେଇଥାନ୍ତି. ସକାଳୁ ଦେଖିଲା ବେଳକୁ ଛଅଗୋଟି ମାଛ ତଳେ ପଡି ଛଟପଟ ହୋଇ ମରିଯାଇଛନ୍ତି, ପାଖରେ ପୋଷା ବିଲେଇଟା ବସି ଏପଟ ସେପଟ କରୁଛି ସେମାନଙ୍କୁ.ସନ୍ଦେହରେ ବିଲେଇଟିକୁ ଚାହିଁଲେ ଅରୁନ୍ଧତୀ. ନିଜ ଭୁଲ ଯୋଗୁଁ ସ୍ୱପ୍ନଟି ସାକାର ହୋଇ ପାରିଲାନାହିଁ. ପୁଅ ଆସିବା ପରେ ବଞ୍ଚିଥିବାମାଛ ସହ ଆକ୍ଵାରିଅମଟି ସାଙ୍ଗକୁ ଦେଇଦେବାକୁ କହିଥିଲେ ନିଷ୍ଫଳା ଅରୁନ୍ଧତୀ l

  ଏଵେ ପୁଅ ଦିଲ୍ଲୀରେ ତ ଛୁଟିରେ କେବେ କେମିତି ଆସେ, ଏଥର ମାଆ ଅରୁନ୍ଧତୀଙ୍କ ଶୁଆ ପାଳନ ସ୍ୱପ୍ନକୁ ସାକାର କରିବାକୁ ଯାଇ ପୁଅ ପଞ୍ଜୁରୀ ସହ ଶୁଆଟିଏ ଆଣିଦେଇଥିଲା. ଅରୁନ୍ଧତୀଙ୍କର ଆନନ୍ଦର ସୀମା ନଥାଏ. ବୁଟ ବତୁରାଇବା, ପଞ୍ଜୁରୀ ସଫା ରଖିବା ତଥା ଭୋର ଭୋରରୁ ଶୁଆକୁ ରାମ ରାମ କହିବାକୁ ଶିଖାଇବା କାମରେ ବ୍ୟସ୍ତ ରହୁଥାନ୍ତି l

  ସେଦିନ ସକାଳୁ ସକାଳୁ ଦେଖିଲା ବେଳକୁ ପଞ୍ଜୁରୀ ଖାଲି. ପଞ୍ଜୁରୀ କବାଟ ଖୋଲା. ଶୁଆଟା କୁଆଡେ ଉଡ଼ିଗଲା ନା କଣ, ପୁଣି କେମିତି??? ପୋଷା ବିଲେଇଟା ଥରକୁ ଥର ଡିଆଁ ମାରି ପଞ୍ଜୁରୀର ଖୋଲା କବାଟ ଦେଇ ତା ଭିତରକୁ ପଶୁଥିଲା ପୁଣି ବାହାରୁଥିଲା. ତା ଆଡକୁ ସନ୍ଦିଗ୍ଧ ଦୃଷ୍ଟି ନିକ୍ଷେପ କଲେ ନିହାରିକା ହେଲେ କଣ ହେବ ନିଜେ ନିଜର ସ୍ୱପ୍ନ ସବୁକୁ ହତ୍ୟା କରିଥିବା ଅନୁଭବ ହେଉଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy