STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ମାଆପାଇଁ ପୁଅ, ପୃଥିବୀର ଯେକୌଣସି କୋଣରେ ଭଲରେ ଥାଉ

ମାଆପାଇଁ ପୁଅ, ପୃଥିବୀର ଯେକୌଣସି କୋଣରେ ଭଲରେ ଥାଉ

2 mins
179

ଭଗବାନଙ୍କ ସୃଷ୍ଟିରେ ସୃଷ୍ଟି ସମ୍ଭାର ବହୁ ସୁନ୍ଦର ପ୍ରତ୍ୟକ ଜିନିଷ କୁ ଠିକଠାକ ଭାବେ ସଜାଡି ଦେଇଛନ୍ତି ସ୍ରଷ୍ଟା ସୃଷ୍ଟି କରିଛନ୍ତି ସଜୀଵ ହିସାବରେ ମଣିଷମାନଙ୍କୁ ତା ଭିତରେ ଶ୍ରେଷ୍ଠ କରି ଆଉ ତା ଉପରେ ଅଜାଡ଼ି ଦେଇଛନ୍ତି ,ବୁଦ୍ଧି ,ବିଦ୍ୟା ,ଜ୍ଞାନ ,ସୌନ୍ଦର୍ଯ୍ୟ ,ଇତ୍ୟାଦି ଆଶୀର୍ବାଦ .ମଣିଷ ତା ବୁଦ୍ଧି ବଳରେ ନିଜ ପାଇଁ ତିଆରି କରିଛି ପରିବାର ,ସମାଜ ,ରାଜ୍ୟ ଓ ଦେଶ ଜ୍ଞାନ ବଳରେ ମଣିଷ ଛୁଇଁ ପାରୁଛି ଆକାଶ ,ଯାଇପାରୁଛି ସମୁଦ୍ର ,ଆଘ୍ରାଣ କରି ପାରୁଛି ମୁକ୍ତ ବାୟୁ ବଂଚିବା ପାଇଁ ସୁସ୍ଥରେ ଆଉ ଶାନ୍ତିରେ ଜୀବନ ଆଜି ବିପର୍ଣ୍ଣ ସାମାଜିକ ସ୍ତରଠୁ ଆରମ୍ଭ କରି ଦେଶର ଆଭ୍ୟନ୍ତରୀଣ ବ୍ୟାପାର ଓ ଅନ୍ତର୍ଦେଶୀୟ ପରିସ୍ଥିତି ଆଜି ଜଟିଳ ଓ ଦୟନୀୟ ତ ସୁନ୍ଦର ପୃଥିବୀ ଆଜି ଭାଙ୍ଗି ଖଣ୍ଡ ବିଖଣ୍ଡିତ ପରିବାରରେ ଆଜି ,ପୁଅ ଝିଅ ବଡ଼ ହେଲା ପରେ ବାପା ମାଆ ବେସାହାରା ସମସ୍ତେ ଛୋଟ ପରିବାରରେ ରହି ନିଜ ଜୀବନ ଗତିଶୀଳ କରି ଚାଲିବା ଭିତରେ ପଡୋଶୀ ସହ ସୀମା ବିବାଦ ପୁଅ ଝିଅ ଯେତେ ଦୂରରେ ରହିଥିଲେ ମଧ୍ୟ ବାପା ମାଆ ସବୁ ବେଳେ ସନ୍ତାନର ଭଲ ଚାହାଁନ୍ତି ,କିନ୍ତୁ ବିଦେଶ ବା ଅନ୍ୟ ଦେଶରେ ପୁଅ ଝିଅ ଚାକିରୀ ପାଇଁ ହେଉ ,ପାଠ ପଢିବା ପାଇଁ ହେଉ ବା ସୈନିକ ଟିଏ ହୋଇ ଦେଶର ସୀମାନ୍ତରେ ଦେଶକୁ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇଁ ,ଖରା ,ବର୍ଷା ,ଶୀତ ସହି ପଡି ରହିବା ଭିତରେ ,ଦେଶ ଦେଶ ଭିତରେ ବି ସୀମା ବିବାଦ ,ଶାନ୍ତି ନାହିଁ ,ପୃଥିବୀ ଭାଙ୍ଗିଯାଉଛି ଅସହାୟତାରେ ,ବିବେକହିନତାରେ ,ଅଢେଇଦିନର ବଡେଇ ଭିତରେ ,ଶାନ୍ତି ସଂହତି ପାଇଁ କେତେ ସଂସ୍ଥା ଯଥା ନାଟୋ ,ଜାତିସଙ୍ଘ ,ସାର୍କ ଭଳି ଅନେକ,ସହଯୋଗୀ ସଂସ୍ଥା ,ଦେଶ ଦେଶ ମଧ୍ୟରେ ପାରସ୍ପାରିକ ସୁସମ୍ପର୍କ ବୂଝାମଣା ପାଇଁ ଥିଲେ ମଧ୍ୟ ଯୁଦ୍ଧର ବିଭୀଷିକା ନିଶ୍ଚୟ ପୃଥିବୀ ର ସବୁଜିମା ଭାଙ୍ଗିଦେବ,ଏକଥା ନିଶ୍ଚିନ୍ତ l

ଆଜି ସକାଳୁ ସୈନିକ ଜଣେ ମାଆ ପାଖକୁ ଫୋନ କରି କହୁଥିଲେ ମୋ ଆଶା ଆଉ ରଖିବନି ମାଆ ,ତ ସେ ସୈନିକ ୟୁକ୍ରେନର କି ରୁଷିଆର ,କି ସେ କୋଉସ୍ଥାନର ବୁଝିବା ବାହାରେ ମୁଁ ମାଆ ଟିଏ କାନ୍ଦୁଥିଲି ଏଯାଏଁ ,ଡାକୁଥିଲି ଭଗବାନଙ୍କୁ ,ସୃଷ୍ଟିକୁ ରକ୍ଷା କରିବାକୁ ଆଉ ପୃଥିବୀକୁ ଭାଙ୍ଗି ନଦେବାକୁ ଗୁହାରୀ ମୋର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational