STORYMIRROR

Sunanda Mohanty

Abstract Action Children

3  

Sunanda Mohanty

Abstract Action Children

ମାଆ

ମାଆ

2 mins
632

ସଂସାର ବନ୍ଧନ କାଟି ଶେଷରେ ମଶାଣୀକୁ ଯିବା ପର୍ଯ୍ୟନ୍ତ ଯୋଉ ମୋହ ମାୟା ,ଆସକ୍ତି ,ତାହା ଅବର୍ଣ୍ଣନୀୟ .ମାଆବାପାଙ୍କଠୁଁ ସାମୟିକ ଭାବେ ପାଠ ପଢିବାକୁ ବା ଚାକିରୀ କରିବାକୁ ଯିବା ସମୟରେ ମଧ୍ୟ ସେ ପାରିବାରିକ ବନ୍ଧନ କାଟି ଆଗକୁ ବଢିବା ବହୁ କଷ୍ଟକର ବ୍ୟାପାର .ତା ଭିତରେ ,ଅକାଳ ମୃତ୍ୟୁ ,ଅସମୟରେ ସଂସାର ଛାଡି ଚାଲିଯିବା ର ଦୁଃଖ ଯନ୍ତ୍ରଣା ,ଅଙ୍ଗେ ନିଭେଇବା ଲୋକ ଜାଣନ୍ତି ,ବନ୍ଧନ ଛିଡେଇ ରହିବା କେତେ କଷ୍ଟ କର କଥା ।

କାହିଁକି ଯେ, ସ୍ରଷ୍ଠା ,ସଂସାରରେ ଜନ୍ମ ଦେଇ ଏତେ କଷ୍ଟ ଦେଇଥାନ୍ତି ,ବୁଝିହୁଏନି ,ପ୍ରତିବାଦ କରିହୁଏନି ,ସବୁ ପ୍ରାରବ୍ଧ କର୍ମ ଫଳ ବୋଲି ବୁଝିଯାଇ ,ବନ୍ଧନ କାଟି ବଂଚିବାର ଦୁଃଖ ଭିତରେ ସାରା ଜୀବନ ସନ୍ତୁଳିତ ହେବାକୁ ପଡେ .ମୃତ୍ୟୁ କେତେବେଳେ ,କେମିତି ,କୋଉଠି କାହିଁକିର ଉତ୍ତର ଦିଏନା କେହି .ସମୟ ନିର୍ଘଣ୍ଟ ନାହିଁ ,କିଏ କେତେବେଳେ ସାଂସାରିକ ମୋହ ମାୟା ବନ୍ଧନ କାଟି ଚାଲିଯିବ ,ସେଇ ଅଫେରା ରାଇଜକୁ .ବେଳେବେଳେ ଅଭିଯୋଗ ଆସିଲେ ବି କର୍ମଫଳ ଭାବି ଚୁପ ରାହିବାକୁ ହୁଏ ,ଠିକ ଗୋପାଳ ବାବୁ ଓ ତାଙ୍କପତ୍ନୀଙ୍କ ଭଳି ।

ପାଖରେ ସାନ ପୁଅର ପରିବାର ଥାଇ ବି ବଡ଼ ପୁଅର ସନ୍ୟାସୀ ହୋଇ ଘର ଛାଡି ,ସମସ୍ତେ ସାଂସାରିକ ବନ୍ଧନ କାଟି ଚାଲିଯିବା କଥାଟାକୁ ମାନିନେଇ ପାରନ୍ତି ନାହିଁ ଦୁହେଁ .ଏ ଭିତରେ ଦୁଇ ଝିଅଙ୍କୁ ବିବାହ ଦେଇ ଭରା ଭରା ପରିବାର ପାଇ ବି ବଡପୁଅ ର ସନ୍ୟାସ ବ୍ରତ ଗ୍ରହଣ କରିବା ଦୁଃଖରେ ପିତା ମାତା ଭାଙ୍ଗିପଡିଛନ୍ତି ।

କିଛି ଦିନ ଦେବ ଦର୍ଶନ ,ତୀର୍ଥାଟନ କରି ଜୀବନ କୁ କାଟୁଥିବା ବେଳେ ,ଆଜିକାଲି ଶରୀର ପାରୁନି ,ତ ବସିରହୁଛନ୍ତି ଟିଭି ପରଦା କୁ ଅନେଇ ,କିନ୍ତୁ ଏ କଣ ,ଦେଶରେ ରୁଷ ଓ ୟୁକ୍ରେନ ଯୁଦ୍ଧର ଭୟାଭୟତା ,ବୋମା ,ମିଜାଇଲ ,ଗୁଳି ଗୁଳା ମାଡ ଭିତରେ ,ସ୍ତ୍ରୀ ଲୋକ ଓ ଶିଶୁମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ,ପ୍ରଶାସନ ତରଫରୁ କହୁଥିଲେ ବି ସ୍ତ୍ରୀ ମାନେ ପାରିବାରିକ ବନ୍ଧନ କାଟି ସ୍ୱାମୀଙ୍କୁ ଛାଡି ଯାଇନାହାନ୍ତି ,କିନ୍ତୁ ଆଖିଆଗରେ ଆବାଳବୃଦ୍ଧବନିତା ସହ ଶହ ଶହ ଜନତା ଓ ସୈନିକଙ୍କର ମୃତ୍ୟୁରେ ମର୍ମାହତ ହୋଇ ,ୟୁକ୍ରେନର ଗୋଟିଏ ମାଆ ,ତାର ସମସ୍ତେ ସ୍ନେହ ଶ୍ରଦ୍ଧା ଉର୍ଦ୍ଧରେ ସନ୍ତାନର ବଞ୍ଚିରହିବା କାମନା କରି ,ପଠେଇଦେଇଛି ତାକୁ ଅସହାୟ ଭାବେ ଏକୁଟିଆ କରି ,ଉଦେଶ୍ୟ ମୋ ପୁଅ ବଂଚିଯାଉ ।

    ସେ ସବୁ ସ୍ଥକୁ ଦୃଶ୍ୟରେ,ଗୋପାଳ ବାବୁ ସସ୍ତ୍ରୀକ ମର୍ମାହତ ,ମାଆ ସ୍ନେହ ମମତା ମୋହ ବନ୍ଧନ କାଟି ପୁଅର ଜୀବନ ବଞ୍ଚିଯିବା ପାଇଁ ତାକୁ ଛାଡ଼ିଦେବା ଦୃଶ୍ୟ ଓ ଖବର ରେ ସାରା ସହର ,ବଜାର ,ରାଜ୍ୟ ,ଦେଶର ଲୋକେ କାନ୍ଦୁଥିଲା ବେଳେ ,ଗୋପାଳବାବୁ ଓ ତାଙ୍କ ସ୍ତ୍ରୀ ହଠାତ ସ୍ତବ୍ଧ ଓ ଚକିତ ,ବଡ଼ପୁଅ ସନ୍ୟାସୀ ହୋଇଯିବା ଦୁଃଖରେ ବିଗଳିତ ଦୁହିଁଙ୍କ ଆତ୍ମା ଓ ପରାଣ ଆଜି ଅନ୍ୟ କିଛି ଭାବିବାକୁ ଲାଗିଛି ,ଯା ହେଉ ,ସମସ୍ତ ବନ୍ଧନକାଟି ପୁଅ ତାଙ୍କର ବଞ୍ଚି ରହୁ ଦୁନିଆଁରେ .ହେ ପ୍ରଭୁ ରକ୍ଷାକର ରକ୍ଷାକର ,କୋଟି କୋଟି ମାଆ ହୃଦୟର ଆର୍ତ୍ତ ଚିତ୍କାରକୁ ଶୁଣ ପ୍ରଭୁ ,ବୋଲି ଦୁହେଁ ମୁଣ୍ଡିଆ ମାରି ଚାଲିଥିଲେ ଠାକୁରଘରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract