Er. Suchismita Satpathy

Tragedy Inspirational

4.0  

Er. Suchismita Satpathy

Tragedy Inspirational

ମାଆ ତ ମାଆ

ମାଆ ତ ମାଆ

5 mins
224


ଶଶି ଆଜିକୁ ପାଞ୍ଚ ବର୍ଷ ହେବ ହଷ୍ଟେଲରେ ରହି ପାଠପଢୁଛି । ଏ ବର୍ଷ ତାର ଶେଷ ବର୍ଷ । ରମା ତା ହଷ୍ଟେଲର ସାଙ୍ଗ । ପାଠ ଭିନ୍ନ ମାତ୍ର ରୁହନ୍ତି ଏକାଠି । ଶଶି ଓ ରମା ଉଭୟେ ବହୁତ ଭଲ ସାଙ୍ଗ । ଛୁଟିହେଲେ ଶଶି ରମାକୁ ତାଙ୍କ ଘରକୁ ନେଇଯାଏ । କାରଣ ସମସ୍ତେ ପଳାନ୍ତି ରମା ଏକା ରୁହେ ହଷ୍ଟେଲରେ । ଅନେକ ସମୟରେ ତାକୁ ପଚାରିଲେ କିଛି ନକହି ନିରବ ରୁହେ । ଶଶିର ମାଆ ଫୋନ କଲେ ତାଙ୍କ ଦୁହିଁଙ୍କ କଥା ବାର୍ତ୍ତା ମନ ଧ୍ୟାନ ଦେଇ ଶୁଣେ । କଥା ସରିଲା ପରେ କୁହେ, ତୋ ମାଆ ବହୁତ ଭଲ ନା । ପ୍ରତ୍ୟେକ ଦିନ ତତେ ଫୋନ କରୁଛନ୍ତି । ସେତେବେଳେ ଶଶି ପଚାରିଲା କାଇଁ ତୋ ମାଆ ଫୋନ କରନ୍ତି ନାହିଁ କି । ଏକଥା ଶୁଣିଲେ ରମା ଆଖିରୁ ଲୁହ ବହିଯାଏ । ବହୁ ଥର ପଚାରିଲା ପରେ ଦୀର୍ଘ ଦୁଇ ବର୍ଷ ପରେ କହିଲା ତାର ମାଆ ନାହାଁନ୍ତି । ବାପା ଆଉ ଜଣେ ମାଆଙ୍କୁ ବାହା ହୋଇଛନ୍ତି । ମୋ ମାଆର ମୁଁ ଏକା ହିଁ ଝିଅ । ମୋ ଦ୍ୱିତୀୟ ମାଆର ଗୋଟିଏ ପୁଅ । ସେ ଯେତେବେଳେ ଘରକୁ ଆସିଲେ ସେତେବେଳେ ମତେ ଛଅ ବର୍ଷ । ଯେବେ ସେ ନୂଆ କରି ଆମ ଘରକୁ ଆସିଲେ ମତେ ବହୁତ ଭଲ ପାଉଥିଲେ । ମାତ୍ର ଯେତେବେଳେ ମୋର ଗୋଟେ କୁନି ଭାଇ ଆସିଲା ସେ ମତେ ତା ପାଖକୁ ଯିବାକୁ ଦେଲେନି । ମତେ ଖାଇବାକୁ ବି ପଚାରିଲେନି । ବାପା ମତେ ପ୍ରସ୍ତୁତ କରି ସ୍କୁଲରେ ନେଇ ଛାଡନ୍ତି ଓ ଛୁଟି ହେଲେ ଆଣନ୍ତି । ଖାଇଲା ବେଳେ ମୋ ଖାଇବା ବେଳକୁ ମୋ ନୂଆ ମାଆ ମୋ ପାଖକୁ ଆସନ୍ତି ନାହିଁ । ବୁଲିଗଲେ ବାପା ନୂଆ ମାଆ ଓ ଭାଇ ଯାଆନ୍ତି । ମତେ କେବେ ବି ସାଙ୍ଗରେ ନିଅନ୍ତି ନାହିଁ । ବାପା ଯଦି ଡାକନ୍ତି ତେବେ ମୋ ନୂଆ ମାଆ କୁହନ୍ତି ଛୋଟ ଗାଡିରେ ଯାଗା ହେବନି ସେ ଥାଉ ତାକୁ ପରେ ନେଇ ଯିବ । ସେ ପରେ ଟା କେବେ ଆସିବାର ମୁଁ ଦେଖିନି । ମୋର ସବୁ ସାଙ୍ଗ ମାନେ ତାଙ୍କ ବାପା ମାଆ ଉଭୟଙ୍କ ସହ ବିଦ୍ୟାଳୟକୁ ବାର୍ଷିକ ଉତ୍ସବରେ ଆସନ୍ତି ମାତ୍ର ମୁଁ ଏକା ଯାଏ । କାରଣ ନୂଆମାଆ ଭାଇକୁ ଅନ୍ୟ ଭଲ ବିଦ୍ୟାଳୟରେ ନାମ ଲେଖାଇଥିଲେ । ତେଣୁ ବାପା ତାଙ୍କ ସହ ସେଠାକୁ ଯାଆନ୍ତି । ସାନ ଭାଇକୁ ସେ ସବୁବେଳେ ଭଲ ପାଆନ୍ତି ମାତ୍ର ମୋ କଥା ପଡିଲେ କାମର ବାହାନା କରି ଚାଲି ଯାଆନ୍ତି । ଏତେ ସବୁ ଦେଖିଲା ପରେ ବାପା ମତେ ହଷ୍ଟେଲରେ ଆଣି ଛାଡିଦେଲେ । ସେବେଠାରୁ ମୁଁ ହଷ୍ଟେଲରେ ହଁଏ ରହି ପାଠ ପଢୁଛି । କେବେ କୌଣସି କାର୍ଯ୍ୟ ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡିଲେ ବାପା ଦିଅନ୍ତି ନାହିଁ । କୁହନ୍ତି ଏଥର ହେବନି । ମାତ୍ର ମୁଁ ଜାଣେ ବ୍ୟବସାୟରୁ ଯାହା ଅର୍ଥ ଆସେ ସବୁ ନୂଆ ମାଆ ପାଖରେ ରୁହେ । ମୋର ମାସିକ ହଷ୍ଟେଲ ଖର୍ଚ୍ଚକୁ ଛାଡିଦେଲେ ଗୋଟେ ଟଙ୍କା ବି ଅଧିକ ସେ ଦିଅନ୍ତି ନାହିଁ । ବାପା କେତେବେଳେ କେମିତି ଆଣି ମତେ ଲୁଚେଇ କିଛି ପଇସା ଦେଇ ଯାଆନ୍ତି । ତାକୁହିଁ ମୁଁ ସଞ୍ଚୟ କରି ରଖିଥାଏ ଆବଶ୍ୟକ ସମୟକୁ । ତେଣୁ ଛୁଟି ହେଲେ ମତେ ବହୁତ କଷ୍ଟ ଲାଗେ । ସମସ୍ତେ ଖୁସିରେ ବାପା ମାଆଙ୍କ ପାଖକୁ ଯାଆନ୍ତି ମାତ୍ର ମୁଁ ଏଇଠି ପଡିରହେ । ବାପା କେବେ ବି ନବାକୁ ଆସନ୍ତି ନାହିଁ । ବେଳେବେଳେ ଆସି କିଛି ଜିନିଷ ଦେଇଯାଆନ୍ତି । 

ଏତେ କଥା କହିବା ଭିତରେ ରମା କାନ୍ଦି କାନ୍ଦି ବେଦମ ହୋଇଯାଇଥାଏ । ଶଶି ମଧ୍ୟ ତାକୁ ଦେଖି କାନ୍ଦି ପକାଏ । ଏବେ ଶଶୀ ବୁଝିପାରେ ଯେତେବେଳେ ଚଳଚ୍ଚିତ୍ରରେ ସାବତମାଆର ଚରିତ୍ର ଦେଖାଏ ସେତେବେଳେ ରମା ତାକୁ ଦେଖି କାନ୍ଦେ କାହିଁକି । ମନ ମଧ୍ୟରେ ସେ ଘୃଣା କରେ ସେ ବ୍ୟବହାରକୁ ମାତ୍ର ଭଲପାଏ ତାର ନୂଆ ମାଆକୁ । ସାବତମାଆର ଚରିତ୍ରଟି ତାର ଅତି ପ୍ରିୟ ହେବାର ଦୃଷ୍ଟିକୋଣ ଏବେ ସେ ବୁଝିପାରିଲା । ତେଣୁ ଯେମେବେଳେ ସାବତ ମାଆ ଚରିତ୍ରକୁ ଖଳନାୟିକା ବୋଲି ସମସ୍ତେ କୁହନ୍ତି ସେତେବେଳେ ସେ କୁହେ ତାହା ଭୂଲ ମାଆ ତ ମାଆ ପୁଣି ସାବତ ମାଆ କଣ । 

ତାର ଏକଥା ଶୁଣି ମନରେ ତା ପ୍ରତି ଏକ ସମ୍ମାନ ଭାବ ଯାତ ହୁଏ । 

ତାଠାରୁ ଏତେ କଥା ଶୁଣିଲାପରେ ଶଶି କହିଲା ଏଥଳ ଦୁର୍ଗା ପୂଜା ଛୁଟିରେ ଆମ ଘରକୁ ଯିବୁ, ମୁଁ ମାଆକୁ କହି ଦେଇଛି । ଅନେକ ବର୍ଷ ପରେ ଆମେ ଜେଜେଙ୍କ ପାଖକୁ ଯିବୁ । ମୋର ମନେ ନାହିଁ ଆମେ କେବେ ଯାଇଥିଲୁ । ତୁ ବି ଆମ ସହ ଯିବୁ ବୋଲି ମୋ ମାଆ ମତେ ଅନୁମତି ଦେଇଛନ୍ତି । 

ସମୟ କଟିଲା । ପୂଜା ଛୁଟିରେ ଶଶି ଓ ରମା ଚାଲିଲେ ଶଶି ଘରକୁ । ସେଠାରେ ପହଞ୍ଚିବା ପରେ ରମା ଦେଖିଲା ଶଶିର ମାଆ ତାଙ୍କ ପାଇଁ ଅନେକ ପ୍ରକାର ପିଠା, ମିଠା, ଖିରି ପରି ଆହୁରି କିଛି କରି ଆମ ସ୍ୱାଗତର ବ୍ୟବସ୍ଥା କରିଛନ୍ତି । ଆମେ ପହଞ୍ଚି ଗଲୁ । ଗୋଡହାତ ଧୋଇ ଆସିବା ପରେ ତାଙ୍କ ପାଇଁ ଖାଇବା ବାଢିଦେଲେ । ଏତେ ସ୍ନେହ ଦେଖି ରମା କାନ୍ଦି ପକାଇଲା । ତାର କାନ୍ଦ ଦେଖି ଶଶିର ମାଆ ତାକୁ କୋଳେଇ ନେଇ କହିଲେ ଆଜିଠାରୁ ମୁଁ ତୋର ମାଆ । ତୁ ମତେ ମାଆ ବୋଲି ଡାକିବୁ । ଶଶିର ବାପା ମଧ୍ୟ ତାହା ହିଁ କହିଲେ । ଶଶିର ବାପା ଯେପରି ସ୍ନେହି ମାଆ ବି ମଧ୍ୟ । ରମା ମନେ ମନେ ଶଶି ପ୍ରତି ଈର୍ଷା ପରାୟଣ ହୋଇପଡେ । ସେହି ସମୟରେ ଶଶିର ମାଆ ଆମ ପାଇଁ ଆଣିଥିବା ନୂଆ ପୋଷାକ ଆଣିଦେଲେ । ଦେଖି ବହୁତ ଖୁସି ଲାଗିଲା । ତା ପରଦିନ ଆମେ ସମସ୍ତେ ଶଶିର ଜେଜେଙ୍କ ଘରକୁ ଗଲେ । ପ୍ରାୟ ଦୁଇ ଘଣ୍ଟା ପରେ ସେଠାରେ ପହଞ୍ଚି ଗଲେ । ରମାକୁ ସେଠାକାର ପରିବେଶ, ସେମାନଙ୍କ ସ୍ନେହ ଓ ଭଲପାଇବା ଭାରି ଭଲ ଲାଗିଲା । ବେଶିକରି ତାଙ୍କ ଜେଜେଙ୍କ ବ୍ୟବହାର । କିଛି ସମୟ ପରେ ଶଶିର ବାପା ଆମକୁ ସେଠାକାର ଘର, ବଗିଚା ଓ ତାଙ୍କ ପୁରୁଣା ଘର ସବୁ ବୁଲେଇ ଦେଖେଇଲେ । ଶଶିର ମାଆ ଜେଜେଙ୍କ ପାଖରେ ରହିଲେ ଆମେ ବୁଲି ଗଲୁ । ବୁଲୁବୁଲୁ ହଠାତ ଆମର ଦୃଷ୍ଟି ପଡିଲା ଶଶିର ବାପାଙ୍କର ବିବାହ ଫଟୋ ମାତ୍ର ସେଥିରେ ଶଶିର ମାଆଙ୍କ ସ୍ଥାନରେ ଆଉ ଜଣଙ୍କ ଫଟୋ ଥିଲା । ହଠାତ ଶଶି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା । ସେଠାରେ ଅଟକି ବାପାଙ୍କୁ ଫଟୋ ବିଷୟରେ ପଚାରିଲା । କିଛି ସମୟ ନିରବ ରହିବା ପରେ ତା ବାପା ପାଖରେ ଥିବା ଚୌକି ଉପରେ ବସି ପଡି କହିଲେ ଏଥର ତ ତୁ ବଡ ହେଲୁଣି, ଆଉ କିଛି ଦିନ ଗଲେ ଡାକ୍ତରଟିଏ ହୋଇ ବାହାରିବୁ । ଏଥର ପ୍ରକୃତ ସତ୍ୟଟି କହିବାକୁ ମତେ କଷ୍ଟ ଲାଗିବନି । ତା ବାପାଙ୍କର ଏପରି କଥାଶୁଣି ରମା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାଏ । 

ସେ କହିଲେ ଏ ହେଲେ ମୋର ପ୍ରଥମ ବିବାହିତ । ମାନେ ତୋର ଜନ୍ମିତ ମାଆ । ତୁ ଏକ ବର୍ଷର ହୋଇଥିଲୁ ଏକ ଦୁରାରୋଗରେ ସେ ଆମକୁ ଛାଡି ଚାଲିଗଲେ । ତୁ ଏତେ ଛୋଟ । ମୁଁ ଏକା କେମିତି ତତେ ପାଳିବି । ଏହି ଚିନ୍ତାରେ ଥାଏ । ତୋ ଜେଜେ ମତେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଦେଲେ । ଆମ ଘର ନୂଆ ପୂଜାବେଳେ ତାକୁ ତୋ ଜେଜେ ଦେଖି ଆମ ବିବାହ ପ୍ରସ୍ତାବ ଦେଲେ । ତାଙ୍କ ଘରଲୋକ ରାଜି ହୋଇଗଲେ । ବର୍ଷକର ତୁ ହୋଇଥିଲୁ । ତତେ କୋଳରେ ଧରି ଘରକୁ ପ୍ରବେଶ କଲା । ତୋ ଦେଖାଶୁଣା ପାଇଁ ଚାକିରୀ ଛାଡିଦେଲା । କାଳେ ଆଉ ଏକ ସନ୍ତାନ ହେଲେ ତାକୁ କିଏ ସାବତମାଆ କହିବ ସେଥିପାଇଁ ସନ୍ତାନ କଥା ସେ ଭୁଲିଗଲା । ତୋର ପାଠପଢାପାଇଁ ପ୍ରାଣପଣେ ଲାଗିଥାଏ । କେମିତି ତତେ ଡାକ୍ତରଟିଏ କରିବ । ତୁ //ଯଦି ଆଜି ଏ ସ୍ଥାନରେ ଅଛୁ କେବଳ ତୋ ମାଆ ପାଇଁ । ତୋ ପାଇଁ ସେ ତୋ ମାଆ ନୁହେଁ ଆମ ଘରର ମାଆ ଲକ୍ଷ୍ମୀ । ତା ନିକଟରେ ତୋ ଜେଜେ ଓ ମୁଁ ଚିର ଋଣୀ । ବାପାଙ୍କ ଠାରୁ ଏତେ କଥା ଶୁଣିବା ପରେ ଶଶି କଣ କହିବ କିଛି ଭାବିପାରୁ ନଥିଲା । ରମା ତା ମନର ଭାବନା ବୁଝି କହିଲା ତୁ ଏତେ କଣ ଭାବୁଛୁ ଶଶି ମୁଁ ତତେ ସବୁବେଳେ କୁହେନା ମା କେବେ ସାବତ ମାଆ ହୋଇନଥାଏ ମାଆ ତ ମାଆ । 



Rate this content
Log in

Similar oriya story from Tragedy