Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Santanu Bisoi

Abstract

5.0  

Santanu Bisoi

Abstract

ମାଆ ପେଟେଇଚଣ୍ଡୀ।(ପର୍ଯ୍ୟଟନ ସ୍ଥଳ)

ମାଆ ପେଟେଇଚଣ୍ଡୀ।(ପର୍ଯ୍ୟଟନ ସ୍ଥଳ)

2 mins
528


ନୟାଗଡ ଜିଲ୍ଲାର ଅନ୍ୟ ଏକ ମହନୀୟ ଶକ୍ତିପୀଠ "ମା'ପେଟେଇଚଣ୍ଡୀ" ସଡକ ପଥରେ ଓଡ଼ଗାଁ ଠାରୁ ବାହାଡ଼ାଝୋଲା ଦେଇ ପେଟେଇଚଣ୍ଡୀ ପୀଠକୁ ଯିବାକୁ ହୋଇଥାଏ। ନୟାଗଡ଼ ,ନୂଆଗାଁ ବା ଦଶପଲ୍ଲାରୁ ଆସିବାକୁ ହେଲେ ମହିପୁରୁ ଦେଇ ଆସିବାକୁ ପଡିଥାଏ। 


ନିଘଞ୍ଚ ବନାନୀ, ପ୍ରକୃତିର ମନଲୋଭା ଦୃଶ୍ୟ ତଥା ସୁନ୍ଦର ପରିବେଶ ପର୍ଯ୍ୟଟକ ମନକୁ ବେଶ୍ ଆକୃଷ୍ଟ କରିଥାଏ। ଠାଏଁ ଠାଏଁ ଛାଡିଦେଲେ ସଡକ ପଥରେ ଗମନାଗମନ ଖୁବ ସୁବିଧାଜନକ।


ମନ୍ଦିରର ମନଲୋଭା ତୋରଣ ସାଙ୍ଗକୁ ପାର୍ଶ୍ଵଦେବତାଙ୍କ ପ୍ରତିମୂର୍ତ୍ତି ଏତେ ମନଲୋଭା ଯେ ରାସ୍ତାରେ ଯାଉଥିବା ଲୋକ ଦଣ୍ଡେ ନିମିଷେ ରହି ଦେବୀଦର୍ଶନ କରି ହିଁ ଯାଆନ୍ତି। ଯଜ୍ଞ ଶାଳାରରେ ଅଧିଷ୍ଠିତ ମୁନିଋଷି ଓ ତାର କାରୁକଳା ଦେଖିଲେ ଆଖି ଖୋସି ହୋଇଯାଏ। ଅନ୍ୟ ମନ୍ଦିର ଭଳି ଏଠାରେ ପୂଜକଙ୍କ ଦୌରାତ୍ମ୍ୟ ନାହିଁ। ଦାନ,ଦକ୍ଷିଣା ପାଇଁ ଏହି ପୂଜକ ମାନେ ଦାବି କରିନଥାନ୍ତି।


ଚୈତ୍ର ମାସରେ ମାଆଙ୍କର ବଡଧରଣର ପର୍ବ ପାଳନ କରାଯାଏ। ଆଖପାଖ ଅଞ୍ଚଳର ବହୁ ଜନସମାଗମ ହୁଏ।ଛୋଟ ଛୋଟ ଦୋକାନ ବଜାର ବସେ। ଧୁମ୍ ଧାମ୍ ରେ ଉତ୍ସବ ପାଳନ କରାଯାଏ।


ମାଆ ପେଟେଇଚଣ୍ଡୀ ପ୍ରତ୍ୟକ୍ଷ ଠାକୁରାଣୀ। ସେଥିପାଇଁ ମାଆଙ୍କ ମହିମାର ପ୍ରଚାର ପ୍ରସାର ଯୋଉ ଦୂର ଦୁରାନ୍ତ ପର୍ଯ୍ୟନ୍ତ ହୋଇଛି ସେ ପର୍ଯ୍ୟନ୍ତ ଲୋକ ଦୈବୀ ବିଶ୍ଵାସର ମାନସିକ ବା ଯାଚଙ୍ ଙ୍ଗା ରଖିଥାନ୍ତି। କିଏ ରିଷ୍ଟ ଖଣ୍ଡନ ପାଇଁ ତ କିଏ ପୁତ୍ରଟିଏ ପାଇଁ। ଆଖପାଖ ଗାଁ ର ନୂତନ ଗାଡି ମୋଟର ସେଠାରେ ହିଁ ପୂଜା ଅର୍ଚ୍ଚନା ହୋଇଥାଏ। ଗାଡି ମୋଟରକୁ କେହି କେହି ମା'ଙ୍କ ନାମରେ ନାମିତ କରିଥାନ୍ତି।


ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ନ ପାଇଥିଲେ ମଧ୍ୟ ଏହା ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ। ଅନତିଦୂରରେ ପ୍ରସିଦ୍ଧ ଶୈବପୀଠ ବାବା ଦ୍ବିତୀକେଶ୍ୱର ମନ୍ଦିର ଥିବାରୁ, ସେଠାକୁ ଆସୁଥିବା ପର୍ଯ୍ୟଟକ ଏଠାକୁ ଆସିବାକୁ ଭୁଲନ୍ତି ନାହିଁ। ଶରଣକୁଳ ଲଡୁବାବା ମନ୍ଦିର ଠାରୁ ଶ୍ରୀରଘୁନାଥ ମନ୍ଦିର ୧୫ କି:ମି ଏବଂ ରଘୁନାଥ ମନ୍ଦିର ଠାରୁ ଦ୍ବିତୀକେଶ୍ୱର ମନ୍ଦିର ପ୍ରାୟ ୮କି:ମି ଏବଂ ବାବା ଦ୍ବିତୀକେଶ୍ୱର ମନ୍ଦିର ଠାରୁ ପେଟେଇଚଣ୍ଡୀ ମନ୍ଦିର ମାତ୍ର ୭ କିଲୋମିଟର ରାସ୍ତା।ପେଟେଇଚଣ୍ଡୀ ଠାରୁ ନୟାଗଡ଼ ମାତ୍ର୨୪ କିଲୋମିଟର ରାସ୍ତା ହୋଇଥିବାରୁ ଏହା ପର୍ଯ୍ୟଟନର ଏକ ସୁବର୍ଣ୍ଣ ବଳୟ ସୃଷ୍ଟି କରୁଛି।


ବଣ ଜଙ୍ଗଲ ପୂର୍ଣ୍ଣ ଏହି ସୁନ୍ଦର ପ୍ରାକୃତିକ ପରିବେଶ ବଣଭୋଜି ପାଇଁ ଏକ ପ୍ରକୃଷ୍ଟ ସ୍ଥାନ। ଖ୍ରୀଷ୍ଟୀୟ ନବବର୍ଷ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଏହି ଦେବୀ ପୀଠରେ ସାଧାରଣ ଲୋକ ନିଜର ଆବଶ୍ୟକ ଅନୁଶାରେ ଭୋଜିର ଆୟୋଜନ କରିଥାନ୍ତି। ଆମିଷ ଓ ନିରାମିଷ ସବୁପ୍ରକାର ଭୋଜି ଏଠାରେ କରାଯାଇଥାଏ। ବିଭିନ୍ନ ରାଜନୈତିକ ସଂଗଠନର ଗୁପ୍ତ ସଭା ସାଙ୍ଗକୁ ଶୁଭ ବିବାହ ଭଳି କାର୍ଯ୍ୟକ୍ରମ ମଧ୍ୟ ଏଠାରେ ଅନୁଷ୍ଠିତ ହୁଏ।


ଅନତିଦୂରରେ ହାତୀଙ୍କର ଚଲା ରାସ୍ତା ହୋଇଥିବାରୁ ବେଳେ ବେଳେ ଏହି ରାସ୍ତା ସଙ୍କଟାପନ୍ନ ହୋଇଥାଏ। ଏଥିପାଇଁ ରାତିରେ ଏହି ସ୍ଥାନ ବିପଦ ସଂକୁଳ ଅଟେ।


କୌଣସି ବଦାନ୍ୟ ବ୍ୟକ୍ତି ବା ସରକାରୀ ଅନୁଦାନ ଏହି ଅନୁଷ୍ଠାନ କୁ ମିଳିଲେ ଏବଂ ସଠିକ ରକ୍ଷଣା ବେକ୍ଷଣ ସାଙ୍ଗକୁ ସଠିକ ତତ୍ୱାବଧାରକ ଏହାର ଦେଖା ରଖା ଦାଇତ୍ୱ ନେଲେ ମାଆ ପେଟେଇଚଣ୍ଡୀ ପୀଠର ଉନ୍ନତି ସାଧିତ ହୋଇ ନୟାଗଡ଼ ମାନଚିତ୍ରରେ ଏହା ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଭାବେ ଠିଆ ହେବ ଏଥିରେ ଦ୍ଵିଧା ନାହିଁ।


ଭୟ ଓ ଭକ୍ତିଭାରା ଏହି ଶକ୍ତିପୀଠ ଆପଣଙ୍କୁ ସ୍ୱାଗତ ଜଣାଉଛି। ସମୟ ସୁବିଧା ଦେଖି ନିଶ୍ଚୟ ଆସିବା ହେବେ।


Rate this content
Log in