STORYMIRROR

Sunanda Mohanty

Abstract Drama Action

2  

Sunanda Mohanty

Abstract Drama Action

ମାଆ ଓ ଶାଶୁ

ମାଆ ଓ ଶାଶୁ

1 min
30

ଜନ୍ମ କଲା ମାଆ ଝିଅକୁ ବାହା ଦେଇସାରିବା ପରେ ଝିଅ କଥା ସଦା ଭାବୁଥାଏ ସତ ହେଲେ, ଶାଶୁଙ୍କ ସଙ୍ଗେ ଚଳିବାକୁ ହୁଏ ସେହି ଝିଅଟିକୁ। ଶାଶୁ ଓ ବୋହୁ ଭିତରେ ସମ୍ପର୍କ ଭଲ ହେଲେ ଝିଅକୁ ଜଣା ପଡ଼େ ନାହିଁ ସେ ନିଜ ବାପା ମାଆ ଭାଇ ଭଉଣୀ ତଥା ଘର ଦ୍ବାର ଛାଡି ଆସିଛି ବୋଲି। ଯୋଉ ଘରେ କୋଡ଼ିଏ ଟି ବସନ୍ତ କଟାଇ ଆସିଥାଏ ଝିଅ , ସେ ଘରକୁ ଓ ନିଜ ଲୋକଙ୍କୁ ଭୁଲିବା ସହଜ ନଥିଲେ ମଧ୍ୟ ଶାଶୁଙ୍କ ସହୃହୟତା ପୂର୍ଣ୍ଣ ମାଆ ଭଳି ବ୍ୟବହାର ଓ ବିଚାରବୋଧ ବୋହୁ ଟିକୁ ଅତି ସହଜ ହୁଏ ପରଘକୁ ନିଜର କରିବକୁ।


   ଆରାର ଦୁର୍ଘଟଣା ହୁଏ। ମାଆ ବାପା ମାଇଲ ମାଇଲ ଦୂରରେ, ତ ଶାଶୁ ନିଜ ଝିଅ ପରି ବୋହୁ ଆରାର ସମସ୍ତ ଉପଚାର ତଥା ସେବା ଯତ୍ନ କରି ଆରାକୁ ଭଲ ହେବାରେ ସାହାଯ୍ୟ ସହଯୋଗ ତଥା ସେବା ଯତ୍ନ ଯୋଗାଇ ଦେଇ ଛୋଟ ନାତୁଣୀକୁ ସମ୍ଭାଳିବା ଦାଇତ୍ୱ ମଧ୍ୟ ତୁଲେଇ ଆରା କୁ ଭଲ କରନ୍ତି। ଆଜି ଆରା ଶାଶୁଙ୍କ ଦେହ ଖରାପ, ତ ଆରା ଲାଗିପଡି ଶାଶୁଙ୍କ କାମ ତଥା ସେବା ଯତ୍ନ କରି ତାଙ୍କୁ ସୁସ୍ଥ କରିପାରିଛି ଶୁଣି ଆରା ର ବାପା ମାଆ ଧାଇଁ ଆସିଛନ୍ତି ଝିଅଘରକୁ! କହିବୁଲୁଛନ୍ତି, ଏମିତି ଶାଶୁ ବୋହୁ ହେବା ଉଚିତ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract