STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ମାଆ ଖୋଜେ ମମତା

ମାଆ ଖୋଜେ ମମତା

2 mins
366

ସେଦିନ ପିଲାଟିକୁ ପାଞ୍ଚ ଟଙ୍କିଆ କଏନ ଦୁଇଟି ଆମେ ଦୁଇଜଣ ଦେଲା ପରେ ସେ ଅନୁନୟ ବିନୟ କରି ଗୋଟିଏ କଏନ ବଦଳରେ ନୋଟଟିଏ ଦେବାକୁ କାକୁତି ମିନତି କରୁଥିଲା, ଆଉ କୌଣସି ମତେ ପାଇଗଲା ତ ଆମେ ଦୁଇଜଣ ମହିଳାଙ୍କ ଆଗରେ ଲଜ୍ଜ୍ୟା ନକରି ପ୍ୟାଣ୍ଟର ତଳ ମୁଣାରେ ନୋଟ ଟିକୁ ଛନଛନ ଆକୁଳ ବିକଳ ଚାହାଣୀରେ ଲୁଚାଇ ରଖିବାର ଦୃଶ୍ୟ ଆମ ଦୁହିଁଙ୍କୁ ସନ୍ଦେହ ଘେରରେ ପକାଇଲା l

 ପିଲାଟି ଅପେକ୍ଷାକୃତ ବଡ଼ ଥିଲା. ଆମ ଡାକରେ ହୋଟେଲ ଆସିବାକୁ କୁଣ୍ଠାବୋଧ କଲା ତ ଆମ ସନ୍ଦେହ ଆହୁରି ଘନୀଭୂତ ହେଲା, ନିର୍ଭୟ ଦେଇ ଡାକିନେଲୁ ତାକୁ, ଆଉ ତା ଠାରୁ ସବୁ ସତ କଥା ଶୁଣି ଆଶର୍ଯ୍ୟ ହୋଇଗଲୁ l

  ପିଲାଟି ସପ୍ତମ ପଢୁଥିଲା ବେଳେ ମାଆ ଉପରେ ରାଗି ଘର ଛାଡିଲା ବେଳେ ବୁଝିପାରିନଥିଲା, ଘରେ ମାଆର ଗାଳି ଆକଟ ଦାଣ୍ଡ ଧୂଳି ସହ ସମାନ, ମାଆ ପୁଣି କୋଳକୁ ନବ, ନିଜ ପେଟ କାଟି ଆହାର ଦେବ, କିନ୍ତୁ ଘରୁ ଗୋଡ଼ କାଢି ସେ ଗୁଣ୍ଡା ବଦମାସଙ୍କ ହାତରେ ପଡିଲା. 

 ଖାଇବା ଗଣ୍ଡାଏ ପାଇଁ ଦିନ ରାତି ମାଡ ଗାଳି ସହି ଭିକ୍ଷା ବୃତ୍ତି କରିବାକୁ ଲାଗିଲା. ପଇସା ସବୁ ନେଇଗଲା ପରେ ଅକଥନୀୟ ଅତ୍ୟାଚାରର ଶୀକାର ହୁଏ, ଆଉ ତା ଆଖି ଆଗରେ ତା ଭଳି ଅନେକ ଛୋଟ ବଡ଼ ପିଲା ନିର୍ଯ୍ୟାତିତ ହେବାର ଦେଖି ସେ ସହିନପାରି ପାଟିକଲେ ତାକୁ ଜବରଦସ୍ତ ନିଶା ପିଆଇ ଗୁଣ୍ଡା ସଦ୍ଦାର ଶୁଆଇ ଦିଏ, ନିଶା ଛାଡିଗଲା ପରେ, ସେ ସେହି କୁନି କୁନି ଛୋଟ ପୁଅ ଝିଅଙ୍କ କଥା ଭାବି ଶିହିରୀ ଉଠେ, ସେ ସିନା ବାପା ମାଆଙ୍କ ମୂଲ୍ୟ ନବୁଝି ଘରୁ ଗଡକାଢି ଫସିଛି, ହେଲେ ସମସ୍ତେ ତ ସେମିତି ଆସିନାହାନ୍ତି ବରଂ ତାଙ୍କୁ ଉଠେଇ ଅଣାଯାଇ କଠୋର ଶାସ୍ତି ଦେଇ, ଲହୁଲୁହାଣ କରି ଭିକ୍ଷାବୃତ୍ତି କରିବାକୁ ବାଧ୍ୟ କରାଯାଉଛି, ତେଣୁ ମୁଁ ଚିରା ତଳି ପ୍ୟାଣ୍ଟରେ କିଛି ସଞ୍ଚୟ କରୁଛି କେମିତି ପୁଣି ଘରକୁ ଫେରିଯାଇ ପାରନ୍ତି, ବୋଲି କହି ପିଲାଟି କାନ୍ଦିବାକୁ ଲାଗିଲା. ଦୁଇ ମହିଳା ସାମ୍ବାଦିକା ଥିଲେ ତ ପିଲାଟିକୁ ସେ ନର୍କପୁରୀରୁ ଖୋଦ ଦେଶର ରାଜଧାନୀରୁ ରାଜ୍ୟର ରାଜଧାନୀକୁ ଆଣିବାରେ ସକ୍ଷମ ହେଲେ ସତ କିନ୍ତୁ ପିଲାଟି ବାପାଙ୍କ ନାମ ଛଡ଼ା ଆଉ କିଛି କହିପାରୁନଥିଲା l

 ଆମେ ଦୁଇ ମହିଳା ଉପାୟ ପାଞ୍ଚି, ପିଲାଟିର ଫୋଟୋ ଛାପି ଦାବିଦାର କିଏ ଅଛନ୍ତି ନେଇଯାଆନ୍ତୁ ବୋଲି, ସବୁ ରାଜ୍ୟର ସମ୍ବାଦରେ ଖବର ଛାପିଦେବା ଫଳରେ, ପୋଲିସ ସହାୟତା ଯୋଗୁଁ ଗୁଣ୍ଡା ସର୍ଦ୍ଦାର ସହଜରେ ଧରାପଡ଼ି, ଅନ୍ୟ ସବୁ ପୁଅ ଝିଅଙ୍କୁ ମୁକ୍ତ କରାଗଲା, ଯିଏ ଯାହା ଘରକୁ ଫେରିଗଲେ ତଥାପି ପ୍ରଥମ ପିଲାଟିକୁ ନେବାକୁ କେହି ଆସୁନଥିଲେ l

  ପିଲାଟି ବହୁ ଚେଷ୍ଟା କରି ତା ସ୍କୁଲ ନାମ କହିଥିଲା ଫଳରେ ଆମେ ସେହି ସ୍କୁଲକୁ ଯାଇ ସେ କହୁଥିବା ତା ନାମ ଓ ପିତାଙ୍କ ନାମ ସନ୍ଧାନ କରି ତା ଗ୍ରାମକୁ ନେଇ ଯାଇଥିଲୁ, ବାପା ଇହଧାମରେ ନଥିଲେ, ମାଆ ପୁଅକୁ ଫେରିପାଇ କୋଟିନିଧି ପାଇବା ପରି ଆମକୁ ଆଶୀର୍ବାଦ କରୁଥିଲା ବେଳେ ପିଲାଟି ବାପା କିଣି ଦେଇଥିବା କାଠ ବେଣ୍ଟ ଛତାଟି ଧରି କଇଁ କଇଁ ହୋଇ କାନ୍ଦୁଥିଲା. କାରଣ ବୁଝିବାକୁ ଯାଇ ତା ମାଆ କହିଥିଲେ, ସାଙ୍ଗସାଥୀ ମାନଙ୍କ ରଙ୍ଗୀନ ଛତା ବାପା ପଇସା ଅଭାବ ରୁ କିଣି ଦେଇ ପାରିନଥିଲେ ତ ନିଜ ପୁରୁଣା କାଠ ବେଣ୍ଟ ଛତା ସିଲେଇ ପୁଅକୁ ଦେଇ ନିଜେ ଓଦା ହୋଇ, କରିଥିବା ପାନ ଦୋକାନକୁ ଯାଉଥିଲେ, ସେଇଥିପାଇଁ ଘରେ ଝଗଡା କରି ପୁଅ କୁଆଡେ ଚାଲିଯାଇଥିଲା l

 ପୁଅ କିଶୋର କିନ୍ତୁ କାନ୍ଦି କାନ୍ଦି ଘରୁ ପରିବାରରୁ ଯେତିକି ମିଳେ ତାହାକୁ ସ୍ୱର୍ଗୀୟ ମନେକରି ପରିବାର ଆଉ ବାପା ମାଆ ଭାଇ ଭଉଣୀଙ୍କୁ ଛାଡି ନଯିବାକୁ ପରବର୍ତ୍ତୀ ପିଢିଙ୍କୁ ଟିଭିରେ ସଚେତନତା ବାର୍ତ୍ତା ଦେବା ସହ ଆମେ ଦୁଇ ସାମ୍ବାଦିକା ଭଉଣୀଙ୍କୁ ସେ ମାଆର ଆସନ ଦେଇଥିଲା, ତା ନିଜ ମା'ର ଚରଣ ଛୁଇଁ ଆଉ କେବେ ଭୁଲ କରିବ ନାହିଁ କହୁଥିଲା ବେଳେ ମାଆଟି ତାର ମୁଣ୍ଡ ଆଉଁସି ଚାଲିଥିଲା ଓ ପଣତରେ ପୋଛି ଦେଉଥିଲା ମୁହଁ ପୁଅର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational