ମାଆ ଜାତିରେ ନିଜ ବୋଉ କଥା
ମାଆ ଜାତିରେ ନିଜ ବୋଉ କଥା
ମାଆ ସୁଜାତାଙ୍କ ଅବସ୍ଥା ଏଣିକି ଭଲ ରହୁନଥିଲା. ଦୁଇ ଝିଅ ଆସି ବୋଉ ପାଖେ ରହି ଯେତେ ବୁଝାଇଲେ ମଧ୍ୟ ସେ ପୁଅକୁ ଖୋଜୁଥାଆନ୍ତି. ଭାଇ କଣ ଛୋଟ ପିଲା ହେଇଛି ଯେ ତୁ ବ୍ୟସ୍ତ ହେଉଛୁ ବୋଉ ? ତୁ ତାକୁ ପ୍ରଥମରୁ ବାପାଙ୍କ ମୃତ୍ୟୁର କାରଣ ଭାବିନଥିଲେ ବା ସେ ଆଣିଥିବା କମଳଟିକୁ ସାଦରେ ଗ୍ରହଣ କରିଥିଲେ ତା ମନରେ ଅଭିମାନ ଆସିନଥାନ୍ତା କି ସେ ଘର ଛାଡ଼ି ଚାଲିଯାଇନଥାନ୍ତା. ଝିଅମାନେ ମାଆ ସୁଜାତାଙ୍କ ଭଲ ପାଇଁ ଯାହା ବି କହିଲେ ବା ପ୍ରତିକାର କି ଉପଚାର କଲେ ମଧ୍ୟ ସୁଜାତା ପୁଅ ଚିନ୍ତାରେ ଦିନକୁ ଦିନ କ୍ଷୀଣ ହେଉଥିଲେ. ତାଙ୍କର ମନେପଡୁଥିଲା, ପୁଅର ପିଲାଦିନ. ପ୍ରଥମ ବଡ଼ ପୁଅ ବୋଲି ସେ ଖୁବ ସ୍ନେହ କରନ୍ତି ରବିକୁ. ଟିକି ପିଲା ହୋଇଥାଏ, ଘରେ କେହି ନଥାନ୍ତି ସୁଜାତା ଗୋଡ଼ ଖସି ପଡିଯାଇଥିଲେ ଯେ ରବି ତାଙ୍କୁ ଉଠେଇ ଝାଡ଼ି ଝୁଡି ଦେବା ଦୃଶ୍ୟ ପୁଣି ମାନସ ପଟରେ ନାଚୁଥିଲା ସୁଜାତାଙ୍କର ତ ମନକୁ ଏକ ଭାବନା ଆସିଲା ତାଙ୍କର. ଦୁଇ ଝିଅଙ୍କୁ ବସେଇ ସେ ତାଙ୍କ ଯୋଜନାର ରୂପରେଖ ପ୍ରକାଶ କଲେ. ଝିଅ ରୀତା ଓ ମିତା କହିଲେ ପୋଲିସ ଅନେକ ଖୋଜି ଯୋଉଥିରେ ସଫଳ ହୋଇପାରିନି ତୁ ଭାବୁଛୁ ତୋର ଏହି ଯୋଜନାରେ ରବି ଭାଇ ଫେରିଆସିବେ?
ତଥାପି ଖବର କାଗଜର ଶିରୋମଣ୍ଡନ କରି ମାଆ ସୁଜାତାଙ୍କ କିଡ଼ନୀ ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ବିଜ୍ଞାପନ ଦିଆ ଯାଇଥିଲା. ସବୁ ପେପରକୁ.ପ୍ରତୀକ୍ଷାର ଅନ୍ତ ଘଟିବା ପରେ, ସାନଝିଅ ମିତା କହିଥିଲା ଜାଣିଛୁ ମାଆ ଏବେ ଜଣେ ଓଡ଼ିଆ ପୁଅ ହିନ୍ଦି, ତେଲୁଗୁ କନ୍ନଡ଼, ତାମିଲ ଭଳି ବହୁ ଭାଷାଭାଷି ଫିଲ୍ମରେ ଅଭିନୟ କରି ବହୁତ ପ୍ରସିଦ୍ଧି ଲାଭ କରିଛନ୍ତି. ପୋଷ୍ଟର ସବୁ ଦେଖିଲେ ମତେ ଭାଇ କଥା ମନେପଡେ.ତାଙ୍କ ଚେହେରା ଅବିକଳ ଆମ ଭାଇ ଭଳି. ବୋଉ କହିଲେ ମତେ ଦେଖେଇ ପାରିବୁ ସେ ପୋଷ୍ଟର ସବୁ? ମିତା ସେ ପୋଷ୍ଟର ଦେଖାଇଲା ପରେ ବୋଉ କହିଥିଲେ ଇଏ ମୋ ପୁଅ ରବି ଛଡା ଆଉ କେହି ନୁହେଁ. ତ ବୋଉଙ୍କ କଥାରେ ସମସ୍ତେ ମୁମ୍ବାଇ ଯାଇ ସେହି ପ୍ରସିଦ୍ଧ ହିରୋଙ୍କୁ ଦେଖା କରିବାରେ ଅସଫଳ ହୋଇଥିଲେ କିନ୍ତୁ ମାଆ ସୁଜାତା କହୁଥିଲେ ସେ ନିଶ୍ଚୟ ରବି. ଏହି ମୁମ୍ବାଇ ପେପେର ମାନଙ୍କରେ ଯଦି ବିଜ୍ଞାପନ ଦିଆଯାଏ ତେବେ ହୁଏତ ରବି ପାଖକୁ କଥା ପହଞ୍ଚି ପାରିବ. ସେୟା ହେଲା ମୁମ୍ବାଇର ପ୍ରତ୍ୟକ ପେପରର ଶିରୋନାମାରେ ବୋଉ ସୁଜାତା ଖୋଜୁଛନ୍ତି ତାଙ୍କ ପୁତ୍ର ରବି ଚୌଧୁରୀଙ୍କୁ ବୋଲି ବିଜ୍ଞାପନ ଦେଇ ଅପେକ୍ଷା କଲେ ପରିବାର. ପ୍ରକୃତରେ ସୁଜାତା ଦେବୀଙ୍କର ଏବେ କିଡ଼ନୀ ଦରକାର. ମିଛ କହିଲେ ସତ ହୁଏ ବୋଲି ଦୁଇ ଝିଅ ମୁଣ୍ଡ ପିଟି କାନ୍ଦିବା ଛଡା କିଛି ଉପାୟ ନଥିଲା. ବୋଉର ଦେହ ଦିନକୁ ଦିନ ବିଗିଡି ଗଲାବେଳେ ଜଣେ ରାଜାପୁଅ ସେଦିନ ଉପସ୍ଥିତ ହେଲେ. ନିଜକୁ ପରିଚୟ ଦେଲେ ସେ ହିଁ ମାଆଙ୍କ ହଜିଯାଇଥିବା ପୁଅ ରବି. ବହୁ ଡେରିରେ ସେ ମାଆଙ୍କ କଥା ପେପେରରୁ ପଢିବାକୁ ପାଇଲେ କାରଣ ସୁଟିଙ୍ଗରେ ବ୍ୟସ୍ତ ରହି ସେ କୌଣସି ପେପେର ପଢିପାରୁନଥିଲେ. ସେଦିନ ବୋଉ କରୁଥିବା ସ୍ୱାଦିଷ୍ଟ ଝାଲମୁଢ଼ି ଖୁବ ମନେପଡ଼ିବାରୁ, ମୁମ୍ବାଇରୁ ଝାଲମୁଢ଼ି କିଣି ଖାଇବା ବେଳେ ଦେଖିଲି, ଝାଲମୁଢ଼ି ପେପେରଟିରେ ଓଡିଶାର ଜଣେ ମାଆ ବୋଉ ସୁଜାତା,ତାଙ୍କ ପୁଅ ରବିକୁ ଖୋଜୁଛନ୍ତି ଶୁଣି ଚାଲିଆସିଛି. ମତେ ମାଆ ସଙ୍ଗେ ଦେଖା କରେଇଦିଅ ରୀତା ମିତା. ରବି ଛୁଟୁଥିଲା ରୀତା ମିତାଙ୍କ ସହ ହସ୍ପିଟାଲକୁ. ବୋଉ କମଳଟିକୁ ଘୋଡ଼ି ହୋଇ ଶୋଇଥିଲେ. ଡାକ୍ତର ଜଣେଇଦେଇଥିଲେ ଏଇଟା ଶେଷ ଅବସ୍ଥା. ଦୌଡ଼ିଲା ରବି.ବୋଉକୁ ଧରି କହୁଥିଲା ମତେ କ୍ଷମା କରିଦେଇଛୁ ନା ବୋଉ ?ତୋର ଏତେ ଦେହ ଖରାପ, ମତେ ଆଗରୁ ଜଣାଇଲ ନାହିଁ? ଦେଖ ବୋଉ ବାପାଙ୍କ କଥା ସତ କରି ଆଜି ମୁଁ ଖୁବ ନାମ କମେଇଛି. ଉଠ ବୋଉ.ଆଉ କିଛି ଅସୁବିଧା ହେବ ନାହିଁ. ମୋ ନିଜ କିଡ଼ନୀ ଦେଇ ତୋର ଅପରେସନ କରାଯିବ. ମାଆଙ୍କ ଆଖିପତା ମୁଦି ହୋଇଯିବା ପୂର୍ବରୁ ଡାକ୍ତର କହୁଥିଲେ ସରୀ.ନର୍ସ କମଳଟିକୁ ମୁଁହଁ ଉପରେ ଢାଙ୍କି ସାରିଥିଲେ. ରବିର ବୋଉ ବୋଉ ଡାକ ହସ୍ପିଟାଲ ଚାରିପଟେ ପ୍ରତିଧ୍ୱନିତ ହେଉଥିଲା ।
