Trushna Das

Abstract Drama Others

4.2  

Trushna Das

Abstract Drama Others

ଲୁକ୍କାୟିତ ସିନ୍ଦୂର

ଲୁକ୍କାୟିତ ସିନ୍ଦୂର

7 mins
426


ଅଜୟ ଓ ପବନ ଦୁଇ ବନ୍ଧୁ। ତାଙ୍କର ଏକା ସାଙ୍ଗରେ ବିବାହ ହେଲା। ବିବାହ ପରେ କିଛି ମାସ ଅନ୍ତରରେ ଦୁହେଁ ବାପା ହେଲେ ।ଆଜୟଙ୍କ ପୁଅ ଶିବା ହେବାର କିଛି ମାସ ପରେ ପବନଙ୍କ ଝିଅ ମିଠି ହେଲା। ମିଠି ହେବା ପରେ ଦୁଇ ବନ୍ଧୁ ସ୍ଥିର କଲେ ଯେ ଶିବା ଓ ମିଠି ବଡ଼ ହେଲେ ବିବାହ କରିବେ। ଦୁଇ ବନ୍ଧୁ ଛୁଆ ଦୁଇଟି କୁ ବହୁତ ଭଲ ରେ ବଡ଼ କଲେ। 

ହେଲେ କିଛି ମାସ ପରେ ସେମାନେ ଜାଣିଲେ ଯେ ଶିବା ଦୁର୍ବଳ ଯୋଗୁଁ ସେ ଠିକରେ ଚାଲି ପାରୁ ନାହିଁ।ତାର ହାଡ଼ ଦୁର୍ବଳ ଅଛି। ସେ କଥା ନେଇ ଦୁଇ ପରିବାର ଦୁଃଖରେ ରହୁ ଥାଆନ୍ତି।

ମିଠିର ସ୍ୱର ବହୁତ ମଧୁର । ସେ ବହୁତ ସୁନ୍ଦର ଗୀତ ଗାଉଥିଲା। ତାର ସଙ୍ଗୀତର ଲହରୀରେ ଶିବା ନିଜକୁ ଅଟକାଇ ପାରିଲା ନାହିଁ ଆଉ ଦିନେ ହଠାତ୍ ମିଠିର ସଙ୍ଗୀତର ଲହରୀ ରେ ନାଚିବାକୁ ଲାଗିଲା। ସମସ୍ତେ କହିଲେ ମିଠି ଶିବା ପାଇଁ ହିଁ ଜନ୍ମ। ମିଠି ବିନା ଶିବା ଅକ୍ଷମ ହୋଇ ରହି ଥାଆନ୍ତା।

ଶିବା ଓ ମିଠି ଏକା ସାଙ୍ଗରେ ଗୋଟିଏ ବିଦ୍ୟାଳୟ ରେ ପଢୁ ଥିଲେ। ଶିବା ଟିକିଏ ଡରୁଆ ଥିଲା। ସେ ସବୁବେଳେ ଝିଅମାନଙ୍କ ପରି ହେଉଥିଲା। 

ଏ କଥା ନେଇ ମିଠି ଘରେ ଆସି କହୁ ଥାଏ ଶିବା ଝିଅ ପରି କାଇଁ ହେଉଛି। ହେଲେ ତା କଥା କେହି ଗୁରୁତ୍ବ ଦିଅନ୍ତୁ। ମିଠି ଯାହା କହୁ ଥାଏ ଶିବା ସବୁ ମୁଣ୍ଡ ପୋତି ହଁ ମାରୁ ଥାଏ। ଶିବା ମିଠି ପାଖରେ ସବୁ କିଛି ଭୁଲି ଯାଏ। ସେ ମିଠିକୁ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଏ।

ଏ ସବୁ ଦେଖି ଦୁଇ ପରିବାର ମିଶି ମିଠି ଓ ଶିବାର ବିବାହ କରି ଦେଲେ। ମିଠି ସିନ୍ତାରେ ମିଠି ର ମାଆ ମିଲୁ ଲୁଚାଇ ସିନ୍ଦୂର ପିନ୍ଧାଇ ଦିଅନ୍ତି ଆଉ କୁହନ୍ତି ଏ ହେଉଛି ଭଗବାନ ଙ୍କର ସିନ୍ଦୂର ତାକୁ ସବୁଦିନ ପିନ୍ଧିବୁ। ମିଠି ତ ଛୋଟ ପିଲାଟେ । ତାକୁ ବା ସିନ୍ଦୂର ର ମହତ୍ତ୍ଵ କେତେବା ଜଣା। ସେ ବି ଖୁସିରେ ପିନ୍ଧେ ।ବେକରେ ଗୋଟିଏ କଳା ମାଳି ପିନ୍ଧେ ଭଗବାନଙ୍କ ମାଳ ନଜର ନ ଲାଗିବା ପାଇଁ। ହେଲେ ସେ ଜାଣି ନ ଥିଲା ସେ ହେଉଛି ତାର ବିବାହିତ ହେବାର ସଙ୍କେତ।

ମିଠି ଭଲ ପାଠ ପଢୁ ଥାଏ। ହେଲେ ଶିବା ପାଠରେ ଜିରୋ। କିନ୍ତୁ ଶିବା ମିଠିର ସଙ୍ଗୀତର ଲହରୀ ରେ ନାଚରେ ଏକ ନମ୍ବର। ବିଦ୍ୟାଳୟ ର ପ୍ରତିଯୋଗିତାରେ , ଯେକୌଣସି ଉତ୍ସବରେ ମିଠି ଗୀତ ଗାଏ ଆଉ ଶିବା ନାଚେ। ମିଠି ସୁନ୍ଦର ଓ ଚାଲାକ ହେବା ବେଳକୁ ଶିବା ପୁରା ନିରୀହ ଓ ବୋକା ପରି। ତେଣୁ ମିଠି ସାଙ୍ଗମାନଙ୍କ ସହ ମିଶି ଶିବା ର ଥଟ୍ଟା କରେ। ମିଠି ଭଲ ପାଠ ପଢୁଥିଲା। ୨ ପରେ ମିଠି ସହର କୁ ଯାଇ ପାଠ ପଢ଼ିବ ବୋଲି ଜିଦ୍ କଲା। ଦୁଇ ପରିବାର ମଧ୍ୟ ହଁ କହିଲେ। ମିଠି ସହରକୁ ଯିବା ପରେ ଶିବା ମୁହଁ ଶୁଖାଇ ରହିଲା। ଶିବାର ଜେଜେମା ସେଦିନ ଶିବା କୁ କହିଲେ ତୁ ବ୍ୟସ୍ତ ହେଉଛୁ କଣ ପାଇଁ ଯେ ମିଠି ପରା ତୋର ସ୍ତ୍ରୀ।

ଶିବା : ଏ କଣ କହୁଛୁ ଜେଜେମା ?

ଜେଜେମା : ହଁ ରେ ଛୋଟ ବେଳେ ମିଠି ସହ ତୋର ବିବାହ ହୋଇ ସାରିଛି। ତା ବେକରେ ଯେଉଁ କଳା ମାଳି ଅଛି ସେ ହେଉଛି ମଙ୍ଗଳଶୁତ୍ର । ଆଉ ସେ ଯେଉଁ ସିନ୍ଦୂର ତା ମୁଣ୍ଡରେ ଲୁଚାଇ ପିନ୍ଧେ ସେ ହେଉଛି ତୋ ନାମରେ ସିନ୍ଦୂର। ଆଉ ସାବିତ୍ରୀ ବ୍ରତ ଦିନ ଭଗବାନ ଙ୍କ ପାଇଁ ଯେଉଁ ଉପାସ କରେ ସେ ହେଉଛି ତୋର ଦୀର୍ଘାୟୁ କାମନା ରେ। ହେଲେ ସେ ଏ ଯାଏଁ ଜାଣେ ନାହିଁ ଯେ ସେ ଏ ସବୁ ତ ପାଇଁ କରେ । ଆଉ ତୁମେ ଦୁହେଁ ସ୍ୱାମୀ ସ୍ତ୍ରୀ।

ଶିବା ମିଠି ତାର ସ୍ତ୍ରୀ ବୋଲି ଶୁଣି ଖୁସି ରେ କୁଣ୍ଢେମଠ ହୋଇ ଗଲା। ସେ ଆଉ ରହି ପାରିଲା ନାହିଁ। ମଝିରେ ମଝିରେ ସେ ମିଠିକୁ ସହରକୁ ଦେଖା କରିବା ପାଇଁ ଯାଏ। କେତେବେଳେ ଖାଇବା ସାମଗ୍ରୀ ଦେବା ପାଇଁ ତ କେତେବେଳେ ଟଙ୍କା ଦେବା ପାଇଁ ତ ପୁଣି କେତେବେଳେ ଜେଜେମା ଙ୍କ ଔଷଧ ଆଣିବା ବାହାନାରେ। ଶିବା ବାରମ୍ବାର ମିଠି ପାଖକୁ ଯିବାରୁ ମିଠି କୁ ଭଲ ଲାଗୁ ନ ଥାଏ। ସେ ଧିରେ ଧିରେ ଶିବାର ସାଙ୍ଗମାନଙ୍କ ସାମ୍ନାରେ ଥଟ୍ଟା ଓ ଅପମାନ କରେ। ତଥାପି ଶିବା ମିଠିର କଥା ମନରେ‌ ଧରି ରଖେ ନାହିଁ। ସେ ମିଠି କୁ ନିଜ ଜୀବନରୁ ବି ବେଶୀ ଭଲ ପାଏ। ସେ ଗାଁ ରେ ରହି ଅଜୟ ଓ ପବନ ସହ ମିଶି କ୍ଷେତ କାମ କରେ ଆଉ ଯାହା ଟଙ୍କା ପାଏ ନିଜ ଖର୍ଚ୍ଚ ପାଇଁ ଅଳ୍ପ କିଛି ରଖି ବାକି ସବୁ ନେଇ ମିଠିକୁ ଦେଇ ଦିଏ। ମିଠି ସେ ଟଙ୍କା ରେ ନିଜର ସମସ୍ତ ଜରୁରୀ ସାମଗ୍ରୀ କିଣିବା ସହ ସାଙ୍ଗମାନଙ୍କ ସହ ବେଶ ଭଲ ହସ ଖୁସି ପାର୍ଟି କରେ।

ମିଠି ସହରରେ ରହି ପାଠ ପଢା ସହ ସଙ୍ଗୀତ ର ଶିକ୍ଷା ନେଲା। ସେଠାରେ ସିଠି ସହ ରାହୁଲ ର ଦେଖା ହେଲା। ରାହୁଲ ମଧ୍ୟ ବହୁତ ସୁନ୍ଦର ଗୀତ ଗାଏ। ମିଠି ଓ ରାହୁଲ ବହୁତ ଅଡିଶନ ଦେଲେ ଏବଂ ଏକା ସାଙ୍ଗରେ ଗୋଟିଏ ଗୀତ ପାଇଁ ଦୁହେଁ ବଛା ହେଲେ। ତାଙ୍କ ଦୁଇ ଜଣଙ୍କର ସଙ୍ଗୀତ ସାରା ଓଡ଼ିଶାରେ ଧୂମ ମଚାଇଲା । ଗାଁ ସହର ଚାରି ଆଡେ଼ ମିଠି ଓ ରାହୁଲର ସଙ୍ଗୀତ। ସେଇ ସଙ୍ଗୀତ ଶୁଣି ଶିବା ଖୁସିରେ ନାଚି ଉଠେ।

ଏକଦା ଶିବା ପବନ ସହ ସହରକୁ ଯାଇ ଥାଏ। ମିଠି ଓ ରାହୁଲର ସଙ୍ଗୀତର ରେକର୍ଡିଂ ଚାଲି ଥାଏ। ଶିବା ଆଉ ନିଜକୁ ସମ୍ଭାଳି ନ ପାରି ନାଚିବାକୁ ଲାଗିଲା। ତାର ନାଚ ଦେଖି ମ୍ୟୁଜିକ ଡାଇରେକ୍ଟର ତପନ ଶିବାର ଅପମାନ କଲା । ଆଉ ତାକୁ ସେଠାରୁ ବାହାର କରି ଦେଲା। ମିଠି ପବନଙ୍କୁ କହିଲା ବାପା ଏ ମୁର୍ଖ ପାଗଳକୁ କଣ ପାଇଁ ତୁମେ ମୋ ପାଖକୁ ନେଇ ଆସୁଛ। ତାକୁ ଆଉ ଆଣିବ ନାହିଁ।

ରାହୁଲ ମନେ ମନେ ମିଠିକୁ ଭଲ ପାଉଥିଲା। ତପନ କିଛି ଦିନ ପରେ ମିଠିକୁ ଭଲ ପାଏ ବୋଲି କହି ବିବାହ ପ୍ରସ୍ତାବ ଦେଲା। ମିଠି ଉଜ୍ଜ୍ୱଳ ଭବିଷ୍ୟତ ଉଦ୍ଦେଶ୍ୟରେ ରାଜି ହୋଇ ଗଲା। ଏ ସବୁ ବିଷୟରେ ‌ରାହୁଲ ଜାଣି ନ ଥାଏ। ସେ ବି ମିଠିକୁ ବିବାହ ପାଇଁ ପ୍ରସ୍ତାବ ଦେଲା । ହେଲେ ମିଠି ତପନକୁ ଭଲ ପାଏ ବୋଲି ମନା କହି ରାହୁଲର ଭଲ ପାଇବାକୁ ମନା କଲା। ରାହୁଲ କହିଲା ତପନ ସାର ଭଲ ନୁହଁନ୍ତି। ମୁଁ ଶୁଣିଛି ସେ ବହୁତ ଝିଅଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି। ବିବାହ ର ପ୍ରତିଶୃତି ଦେଇ ଠକିଛନ୍ତି। 

ଏକଥା ଶୁଣି ମିଠି କହିଲା ତୁମେ ତପନ ଙ୍କୁ ଇର୍ଷା କରୁଛ। ସେଥିପାଇଁ ଏମିତି ମିଛ କଥା କହୁଛ। ସେ ରାହୁଲ ର କଥାକୁ ଆୟୁ ବିଶ୍ୱାସ କଲା ନାହିଁ।

ଗାଁ କୁ ଆସି ମିଠି ତପନ ସାରଙ୍କୁ ବିବାହ କରିବା କଥା କହିଲା। ସେତେବେଳେ ମିଠିର ମାଆ କହିଲେ ତୋର ବିବାହ ହୋଇ ସାରିଛି। ତୁ ମଥାରେ ଶିବା ପାଇଁ ସିନ୍ଦୂର ପିନ୍ଧୁଛୁ। ଆଉ ବେକରେ ଥିବା କଳା ମାଳି ଟି ତୋର ମଙ୍ଗଳଶୁତ୍ର । ଏ କଥା ଶୁଣି ମିଠି କହିଲା ବାଲ୍ୟ ବିବାହ ଅପରାଧ। ଆଉ ମୁଁ ଏ ବିବାହ କୁ ମାନିବି ନାହିଁ କହି ମଙ୍ଗଳଶୁତ୍ର ଛିଡାଇ ଦେଲା। ଆସନ୍ତା ମାସ ପ୍ରଥମ ରବିବାରରେ ମୋର ବିବାହ । ଯଦି ମୋ ବିବାହ ତପନ ସାରଙ୍କ ସହ ନ କରିବ ମୁଁ ଆତ୍ମହତ୍ୟା କରିବି। 

ମିଠିର ଏ କଥା ଶୁଣି ଶିବା ନିଜ ହୃଦୟରେ ପଥର ରଖି ମିଠିର ଖୁସି ପାଇଁ କହିଲା ମୁଁ ବି ଏ ବିବାହ କୁ ମାନେ ନାହିଁ। ମିଠି ମୋର ଭଲ ସାଙ୍ଗ । ହେଲେ ତାପରି ଝିଅକୁ ମୁଁ ସମ୍ଭାଳି ପାରିବି ନାହିଁ।

ଶେଷରେ ମିଠିର ଜିଦ୍ ସାମ୍ନାରେ ଦୁଇ ପରିବାର ମିଠି ଓ ତପନର ‌ବିବାହ ପାଇଁ ରାଜି ହେଲେ। ରାତି ହୋଇ ଯାଇ ଥିବାରୁ ମିଠିକୁ ନେଇ ଶିବା ସହରରେ ଛାଡି ଆସିଲା।

ତାପର ଦିନ ସକାଳୁ ମିଠିକୁ ରାହୁଲ ଖଣ୍ଡିଆ ଖାବରା ଅବସ୍ଥା ରେ ତପନର‌ କିଛି ପ୍ରମାଣ ଦେଲା ଯେଉଁଥିରେ ତପନ କହୁଛି ମିଠିକୁ ବିବାହ କରି ମୁଁ ତା ସ୍ବରକୁ ନେଇ ବିଦେଶରେ ବିକ୍ରି କରିବି। ଆଉ ସେଥିପାଇଁ ପାଇଁ ମୁଁ ଡିଲର ସହ ମିଠିର ତନୁକୁ ଉପଭୋଗ କରିବା ପାଇଁ ଦେବି। ସେ ଡିଲର ସହ ହାତ ମିଳାଉ ଥିବାର ଫୋଟ ମଧ୍ୟ ଥିଲା। ମିଠି ନିଜର ଭୂଲ ବୁଝି ପାରିଲା ଆଉ କହିଲା ରାହୁଲ ମୋତେ ଏତେ ଭଲ ପାଏ । ମୁଁ ରାହୁଲ କୁ ବିବାହ କରିବି। ସେମାନେ ପ୍ରମାଣ ଦେଇ ତପନକୁ ଗିରଫ କରାଇଲେ।

ସେଇ ତିଥିରେ ରାହୁଲ ଓ ମିଠିର ବିବାହ ସ୍ଥିର ହେଲା। ମିଠି ରାହୁଲ ସହ ଗାଁ କୁ ବିବାହ ର ଦୁଇ ଦିନ ଆଗରୁ ଆସିଲା। ମିଠି ଦେଖିଲା ତପନ ଅକ୍ଷମ ହୋଇ ଚ୍ୟାରରେ ବସିଛି। ସେ ଚାଲି ପାରୁ ନାହିଁ। ଶିବା କଥା ହୋଇ ପାରୁ ଥାଏ। ମିଠି ପଚାରିବାରୁ ଶିବା କହିଲା ସେଦିନ ତାକୁ ସହରରୁ ଛାଡି ଆସିଲା ବେଳକୁ ଏ ଦୁର୍ଘଟଣା ହେଲା। ଆଉ ସେ ଚାଲିବ କି ନାହିଁ ସନ୍ଦେହ।

ବିବାହ ଦିନ‌ ମିଠି କନ୍ୟା ବେଶରେ ସଜ ହେଉ ଥାଏ। ମିଲୁ ତା ମୁଣ୍ଡରେ ଏବେ ବି ଲୁକ୍କାୟିତ ଭାବରେ ଥିବା ସିନ୍ଦୂର ଦେଖି ପଚାରିଲେ ତୁ ତୋ ଶିବା କୁ ତୋ ସ୍ୱାମୀ ବୋଲି ମାନୁ ନାହୁଁ। ଏ ସିନ୍ଦୂର କାହା ପାଇଁ ପିନ୍ଧୁଛୁ। ମିଠି ପାଖରେ କିଛି ଉତ୍ତର ନ ଥାଏ। ମିଲୁ ଯେତେବେଳେ ତା ମୁଣ୍ଡରୁ ସିନ୍ଦୂର ପୋଛିବା ପାଇଁ ଗଲେ ମିଠି ପୋଛିବା ପାଇଁ ମନା କଲେ ଏବଂ କହିଲେ ଏ ହେଉଛି ଭଗବାନ ଙ୍କ ସିନ୍ଦୂର। ମୋ ମୁଣ୍ଡରୁ ପୋଛ ନାହିଁ। ସହରରୁ କିଛି ନିଉଜ ରିପୋର୍ଟର ଆସି ଥିଲେ। ସମସ୍ତେ ବିବାହ ପୂର୍ବରୁ ମିଠିକୁ ଗୀତ ଗାଇବା ପାଇଁ କହିବାରୁ ମିଠି ଗୀତ ଗାଇଲେ । ତାଙ୍କ ସଙ୍ଗୀତ ଲହରୀରେ ଶିବା ଙ୍କ ଗୋଡ଼ ଆପେ ଆପେ ଚାଲିଲା। ଆଉ ସେ ଉଠି ଛିଡ଼ା ହେଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ ଆଉ ମନେ ମନେ ଭାବିଲେ ମିଠି କଣ ପାଇଁ ଏମିତି କରୁଛି।

ବେଦୀରେ ଯେତେବେଳେ ରାହୁଲ ମିଠିର ସିନ୍ତାରେ ସିନ୍ଦୂର ଦେବା ପାଇଁ ଗଲେ ସେ ଦେଖିଲେ ମିଠି ଭୋ ଭୋ ହୋଇ କାନ୍ଦୁଛନ୍ତି। ଏ କାନ୍ଦ ଶିବା ଠାରୁ ବିଚ୍ଛେଦ ର ଥିଲା। ରାହୁଲ ଲୁକ୍କାୟିତ ସିନ୍ଦୂର ଦେଖି ପାରିଲେ ଏବଂ କହିଲେ ବିବାହ ଆଗରୁ ମୁଁ ଗୋଟିଏ କଥା କହିବି ସେଦିନ ପ୍ରମାଣ ମୁଁ ନୁହେଁ ଶିବା ଆଣି ଥିଲା। ମୁଁ ଶିବାକୁ ସବୁ କଥା କହିବାରୁ ଶିବା ମୋ ସହ ସେଠାକୁ ଯାଇ ଥିଲା। ମୁଁ ଗାଡ଼ିରେ ଜଗି ଥିଲି। ସବୁ ପ୍ରମାଣ ସେ ନେଇ ଆସୁ ଥିବା ସମୟରେ ତାକୁ ତପନର ଲୋକ ଦେଖି ନେଲେ। ସେମାନେ ତାକୁ ବହୁତ ପିଟିଲେ। ସେ ବହୁତ କଷ୍ଟରେ ମୋ ପାଖରେ ପହଞ୍ଚିଲା ଆଉ ସେ ଓ ମୁଁ କାରରେ ଆସୁଥିବା ସମୟରେ ତପନର ଲୋକ ପିଛା କରୁ ଥିବା ସମୟରେ ସେ ମୋତେ ଅନ୍ଧାର ଜାଗାରେ ଗାଡିରୁ ପ୍ରମାଣ ସହ ଡିଆଁ ମାରିବା ପାଇଁ କହିଲା। ମୁଁ। ଡିଆଁ ମାରିବା କିଛି ସମୟ ପରେ ଜାଣିଲି ତା ଗାଡିରେ ଦୁର୍ଘଟଣା ହୋଇଛି। ଆଉ ତପନର ଲୋକ ମାନେ ଭାବିଲେ ଶିବା ମରି ଗଲା। ମୁଁ ଶିବା କୁ ନେଇ ଡାକ୍ତରଖାନା ଗଲି। ଆଉ ଅପରେଶନ ପରେ ଡାକ୍ତର କହିଲେ ଶିବାର ଗୋଡ଼ ଆଉ କାମ କରିବ‌‌ ନାହିଁ। ଶିବା ଚେତା ରେ ଆସି ମୋତେ ତାର କହିଲା ସେ ପ୍ରମାଣ ଆଣିବା କଥା କେହି ଯେମିତି ନ ଜାଣନ୍ତୁ। ମୁଁ ବି ଖଣ୍ଡିଆ ଖାବରା ହୋଇ ଥିଲି । ତୁମକୁ ଲାଗିଲା ଏ ସବୁ ମୁଁ କରିଛି।ଆଉ ଗାଁ କୁ ଆସିଲା ପରେ ମୁଁ ଜେଜେମା ଙ୍କ ଠାରୁ ଶିବା ଓ ତୁମର ବାଲ୍ୟ ବିବାହ ଓ ଶିବାର ଭଲ ପାଇବା ବିଷୟରେ ଜାଣିଲି। ଆଉ ମୁଁ ନିଉଜ ରିପୋର୍ଟର ଙ୍କୁ କହିଲି ତୁମକୁ ଗୀତ ଗାଇବା ପାଇଁ କହିବାକୁ। ଦେଖ ତୁମ ଗୀତରେ ଶିବା ଠିକ ହୋଇ ଗଲା। ଆଉ ବିବାହ ର ଆକ୍ଟିଂ କଲି ତୁମର ଭାବନା ଜାଣିବା ପାଇଁ। ତୁମେ ଶିବା କୁ ଭଲ ପାଅ। ତେଣୁ ଆଜି ବି ତୁମ ମୁଣ୍ଡରେ ଶିବା ନାମରେ ଲୁକ୍କାୟିତ ସିନ୍ଦୂର ଅଛି।ଯାଅ ମିଠି ଶିବା ହିଁ ତୁମର ପ୍ରକୃତ ପ୍ରେମ ଓ ତାକୁ ହିଁ ବିବାହ କର।

ମିଠି ନଜରରେ ଯେଉଁ ଶିବା ଜିରୋ ଥିଲି ଆଜି ସେ ହିରୋ ହୋଇଗଲା।ମିଠି ବେଦୀରୁ ଉଠି ଦଉଦି ଯାଇ ଶିବା କୁ କୁଣ୍ଢାଇ ଧରି କହିଲା ମୋତେ କଣ ପାଇଁ ତୁ ଏ ସବୁ କଥା ଲୁଚେଇ ଲୁ। ଶିବା କହିଲା ମୁଁ ଭାବିଲି ତୁ ମୋତେ ଭଲ ପାଉ ନାହୁଁ। ହେଲେ ମୁଁ ଜାଣି ନ ଥିଲି ତୁ ଏ ଯାଏଁ ଆମ ସମ୍ପର୍କ ର ଧାର କୁ ଲୁକ୍କାୟିତ ସିନ୍ଦୂର ରେ ବଞ୍ଚାଇ ରଖିଛୁ।ମିଠି କହିଲେ ଆଇ ଲଭ ୟୁ ଶିବା। ଶିବା ମଧ୍ୟ କହିଲେ ଲଭ୍ ୟୁ ମୁଁ। ମିଠି ଓ ଶିବାର ବିବାହ ହେଲା।

ବିବାହ ପରେ ମିଠି ଓ ଶିବା ସହରରେ ରହିଲେ। ମିଠି ଫିଲ୍ମ ଓ ଆଲବମ ରେ ଗୀତ ଗାଉ ଥାଆନ୍ତି। ଶିବା ଓ ଗାଁ ର କିଛି ପିଲା ମିଶି ନିଜର ଗୋଟିଏ ଅର୍କେଷ୍ଟ୍ରାର ତିଆରି କଲେ। ବଡ ବଡ ପାର୍ଟିର ଆୟୋଜନ କରି ଶିବା ବେଶ ଭଲ ରୋଜଗାର କରୁ ଥାଆନ୍ତି। ରାହୁଲ ଶିବା ଓ ମିଠିର ଭଲ ବନ୍ଧୁ ହୋଇ ରହିଲେ। ପ୍ରକୃତରେ ମିଠିର ସଙ୍ଗୀତର ଲହରୀ ଶିବା ଓ ମିଠିକୁ ଏକତ୍ର କରି ଦେଲା ।


Rate this content
Log in

Similar oriya story from Abstract