Archana Sahoo

Tragedy Fantasy Inspirational

4.5  

Archana Sahoo

Tragedy Fantasy Inspirational

ଲୁହର ହିସାବ ଏକ ନିଃସଙ୍ଗତା ବେଳାର

ଲୁହର ହିସାବ ଏକ ନିଃସଙ୍ଗତା ବେଳାର

5 mins
598


ଆଜି ମୁଁ ଲୁହ ର ସବାରୀ ରେ ବସି ଦେଖୁଥିଲି ସେଇ ସୁନୀଳ ଆକାଶ କୁ । ଯାହାକୁ ମୁଁ ପିଲା ଦିନେ ଦେଖୁଥିଲି ,ଆଉ ଆଜି ବି ଦେଖୁଛି। ଘର ଭିତରୁ ପାଟି ଶୁଭିଲା ମୋ ନାଲି ଫାଇଲ ଟା କାଇଁ ? ନୀଳ ଆକାଶ ଟା ପାଇଁ ଆଜି ମୋ ପାଖରେ ସମୟ ନଥିଲା। ସେ ଡାକୁଛନ୍ତି ବୋଧେ। ତରବର ହେଇ ଉଠିଗଲି ତାଙ୍କ ପାଖ କୁ। ମୁଁ ସେଇ ଫାଇଲ ଟା ଦେବାପରେ କହିଲି ଶୁଣ ! ଆଜି ଟିକେ ଶୀଘ୍ର ଘରକୁ ଫେରି ଆସିବ ।ସେ କିଛି ନକହି ଚାଲି ଗଲେ ଅଫିସ କୁ। 

     ରାତି ଆସି ୧୨ ଟା ବାଜିଲାଣି ବାବୁ ଙ୍କର ଦେଖାନାଇ। ମୁଁ ମୋ ସଂସାର କଥା ଖାଲି ଏଇ ଜହ୍ନ କୁ ହିଁ କୁହେ। ଆଜି ବି କହୁଥିଲି। ବାହାରେ ଗାଡି ହର୍ଣ୍ଣ ବାଜିବାରୁ , ମୁଁ ଯାଇ କବାଟ ଖୋଲେ ତ ଦେଖିଲି ସେ ଆଉ ଗୋଟେ ଝିଅ ସହ ହସିହସି ଆସୁଛନ୍ତି । ମୁଁ କିଛି ନକହି ମୋ ଶୋଇବା ଘରକୁ ଚାଲି ଗଲି। ସେ ଆଉ ସେଇ ଝିଅ ଚାଲି ଯାଇଥିଲେ ଗେଷ୍ଟରୁମ ଭିତରକୁ। ଦୂର ରୁ ମୁଁ ଏସବୁ ଦେଖୁଥିଲେ ବି। କିଛି କହିପାରୁ ନଥିଲି। ପୁଣିଥରେ ମୁଁ ଜହ୍ନ ସହ କଥା ହେବା ରେ ଲାଗିଗଲି। କାରଣ ଏଇ ଜହ୍ନ ହିଁ ଆମ ପ୍ରେମ ମୂକ ସାକ୍ଷୀ । 

         ସେ ଯେତେ ବି ଭୁଲ କଲେ ମୁଁ ତାଙ୍କୁ କିଛି କହିପାରେ ନି । କାରଣ ମୁଁ ତାଙ୍କୁ ବହୁତ ଭଲପାଇ ବସିଛି। ହଁ ମୁଁ ମାନୁଛି ସ୍ତ୍ରୀ ହିସାବରେ ମୁଁ ତାଙ୍କୁ ବହୁତ ଭଲ ପାଉଛି । ଏମିତି କି ତାଙ୍କ ଭୁଲ ରେ ବି ମୁଁ ପ୍ରତିବାଦ କରିପାରୁ ନି । ମୋ ଭାବନା ଥିଲା ଯେ ମୋ ସ୍ବାମୀ ଙ୍କ ଖୁସି ଯେ ମୋ ଖୁସି । ତଥାପି ଏ ଭିତରେ ଥିବା ନାରୀ ମନ ଟା ଖୁବ କାନ୍ଦୁଥିଲା ଗୁମୁରି ଗୁମୁରି । ଗୋଟେ ନାରୀ ର ଏଇ ହେଉଛି ଅଧିକାର ତା ସ୍ବାମୀ ଉପରେ। ରୋହନ ବୋଧେ ଏ ସବୁ ବୁଝି ପାରିବେନି। ମୁଁ ଫେରି ଯାଇଥିଲି ମୋ ଅତୀତ ର ରାଇଜକୁ ।

       କଲେଜ ର ସେଇ ରୋହନ କୁ ମୁଁ ଭଲ ପାଉଥିଲି ଯିଏ ଦେଖିବାକୁ ଖୁବ ସରଳିଆ ଥିଲେ। ଯିଏ କୋଉ ଝିଅ କୁ ଭୁଲ ରେ ବି ଅନାନ୍ତି ନି । ଗୋରା ଶରୀର ରେ ଧଳା ସାର୍ଟ ଟି ତାଙ୍କୁ ଖୁବ ମାନେ। ସେଥିରେ ପୁଣି ଏକ ସୁନ୍ଦର ଚେହେରା ରେ ହସ ର ଗୋଲାପୀ ମେଳା । ମତୁଆଲା ତାଙ୍କ ରୂପ। ମୋ ଆଖି ଲାଖି ଯାଇଥିଲା ଯେତେବେଳେ ସେ ମୋତେ ଚାହିଁ ଟିକେ ହସି ଦେଇ ଥିଲେ । କହିଥିଲେ ,କ'ଣ ଆଜି କ୍ଲାସ କୁ ଯିବନି କି ? ମୁଁ ଭାବୁଥିଲି ସେ କ'ଣ ମତେ ଜାଣିଛନ୍ତି କି ? 

            ସେ ବହୁତ ଭଲ ପଢୁଥିଲେ ତେଣୁ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ । ମୁଁ ବି କାହାକୁ କିଛି କୁହେ ନି ଖାଲି ପଛ ଧାଡ଼ି ରେ ବସେ ଆଉ ପଢ଼େ। ଥରେ ରୋହନ ଆସି ବସିଲେ ମୋ ପାଖରେ। ମୋ ଗୋଡ଼ ହାତ ଥରିବାକୁ ଲାଗିଥିଲା ସେତେବେଳେ। ଲାଜ ରେ ମୋ ମୁହଁ ନାଲି ପଡିଯାଇଥିଲା। ତଳକୁ ମୁହଁ ପୋତି ବସି ରହିଲି ସେମିତି । କିଛି ସମୟ ପରେ ସେ ଲାଜ ଭରା ସ୍ୱର ରେ କହିଲେ ମୁଁ ଆଜି ଯାଏ କାହାକୁ ବି ଭଲ ପାଇନି। ପ୍ରଥମ ଥର ତମ ପାଖରେ ମୋ ହୃଦୟ ହାରୁଛି। ଦୟାକରି ମୋତେ ଫେରେଇ ଦିଅନି। ମୁଁ କିଛି ନକହି ସେଠୁ ଉଠି ଚାଲିଗଲି। ସେଇ ରାତିରେ ମୁଁ ଜମା ଶୋଇପାରୁ ନଥିଲି । 

        ତା'ପର ଦିନ ରୋହନ ଖାଲି ଚାହିଁରହିଲେ କିଛି କହିଲେନି। କଲେଜ ସମୟ ସରିଗଲା ଯିଏ ଯେଝା ଘରକୁ ଫେରିବା କୁ ଲାଗିଲେ । ରୋହନ ମତେ ତାଙ୍କ ଫୋନ ନମ୍ବର ଦେଇ ଚାଲିଗଲେ। ଆଉ ଯିବା ବେଳେ କହିଲେ,  " ମୁଁ ତମକୁ ଖୁବ ଭଲ ପାଏ" ।

           ମୁଁ ପାଗଳ ହେଇଗଲି ତାଙ୍କ ପ୍ରେମରେ । ବାପାମାଆ ର ଶେଷ ଆଶା ବାଡ଼ି ମୁଁ ଥିଲି । ତଥାପି ମୁଁ ତାଙ୍କ କଥା ଟିକେ ବି ଭାବିଲିନି। ବାପାଙ୍କ ଅନିଚ୍ଛା ସ୍ୱତ୍ତ୍ୱେ ମୁଁ ବାହା ହେଇଥିଲି ରୋହନ କୁ। ମୋ ବାପା ଭାରି ସ୍ୱାଭିମାନି । ମୋ ଚାକିରୀ ଟଙ୍କା ସେ ଆଉ ନେଲେନି। ଚାଷ କାମ କରି ବାପା ମା ଭାରି ଭଲ ରେ ଅଛନ୍ତି। ମୋତେ ସେ କଥା କୁହନ୍ତିନି । ତେଣୁ ମୁଁ ଆଉ ବାପଘରକୁ କୁ ଯାଏନି । କିନ୍ତୁ ମନେ ମନେ ସେମାନଙ୍କୁ ମୁଁ ଭାରି ଖୋଜେ। ହେଲେ ଆଉ ବାଟ ନାହିଁ ଘରକୁ ଯିବାକୁ କି ମୁହଁ ବି ନାଇଁ ମୋର ।

       ଅନିଦ୍ରା ରେ ରାତି ପହିଯାଇଥିଲା। ସକାଳ ର କାମ ରେ ମୁଁ ନିଜ କୁ ବ୍ୟସ୍ତ କରିନେଲି । ଆଜି ରବିବାର ଅଫିସ ଛୁଟି । ରୋହନ ମୋ ସହ କେଇ ମାସ ହେବ କଥା ହେଇନଥିଲେ। ମୁଁ ତାଙ୍କ ପାଖକୁ ଯାଇ ବସିଲି ଆଉ କହିଲି, ରୋହନ ମୋ ଭଲପାଇବା ରେ କିଛି ଉଣା ହେଇଛି କି ? ତମେ ବିବାହ ପରେ ମୋ ଆଡ଼କୁ ଟିକିଏ ବି ଦେଖୁନ । ତମେ ମତେ ଭଲ ପାଇ ବାହା ହେଇଛି । ପୁଣି ଏତେ ଘୃଣା କ'ଣ ପାଇଁ ? ଶୁଣ ମୋ ସୁନା ଟା ପରା ତମେ ଆଜି ଠାରୁ ମୋ ସାଙ୍ଗ ରେ ରୁହ। ମୁଁ ତମ କୁ ଖୁବ ଭଲ ପାଇବି। ହାତ ଯୋଡୁଛି ତମ ଗୋଡ଼ ଧରୁଛି ମତେ ସ୍ତ୍ରୀ ଭାବ ରେ ଗ୍ରହଣ କର। ତମ ପାଇଁ ମୁଁ ମୋ ବାପା ମା ଙ୍କୁ ଛାଡିଲି ।ମୋର ଚାକିରୀ ଛାଡିଲି । ମୋ ପାଖରେ ତମ ଛଡା ଆଉ କେହି ନାହାନ୍ତି । ଦୟାକର ମୋ ଉପରେ। ରୋହନ କିଛି ନକହି ଚାଲିଗଲେ ନିଜ ବାଟରେ। 

   ମନେ ମନେ ଭାବୁଥିଲି ମୁଁ ,ହଁ ଆଉ ଯେ ଯୌବନର ସେଇ ନୂଆ ମାଦକତା ନାହିଁ ମୋର । ମୁଁ ପରା ପୁରୁଣା ହେଇଗଲାଣି । ଏବେ ସେଇ ଝିଅ ନୂଆ ନୂଆ ଲାଗୁଛି । ହଁ ତାଙ୍କର କିଛି ଭୁଲ ନାହିଁ । ବୋଧେ ସେତିକି ଭଲ ପାଇବା ମୁଁ ତାଙ୍କୁ ଦେଇ ପାରିଲିନି । ହଁ ମୁଁ ସେଇ ମଦୁଆ ପାର୍ଟି କୁ ଯାଇ ପାରିଲିନି । ସେଇ ମଦର ତାଳେ ତାଳେ ଝୁମି ନାଚି ପାରିଲିନି ବୋଧେ । କି କୁନି ପୋଷାକ ପିନ୍ଧି ପାରିଲିନି ବୋଧେ ।

ସମୟ ଗଡି ଗଡି ଚାଲିଛି । ସକାଳ ଯାଇ କେବେ ସଂଧ୍ୟା ହେଇଗଲା ଜଣା ବି ପଡ଼ିଲାନି ।

    

        ସଞ୍ଜ ନଇଁ ଯାଇଥିଲା ଗୋଲାପୀ କିରଣ ବିଛେଇ ହେଇ ପଡୁଥିଲା ମୋ ମୁହଁ ଉପରେ ଆଉ ମୁଁ ଚାହିଁ ରହିଥିଲି ସେଇ ଘର ବାହୁଡ଼ା ପକ୍ଷୀ ମାନଙ୍କୁ । ଏତିକି ବେଳେ ସ୍ନେହ ବୋଳା କଣ୍ଠରେ କିଏ ଡାକିଲା ମା'ରେ ତୁ କେମିତି ଅଛୁ । ମୁଁ ପଛକୁ ବୁଲି ଦେଖିଲି ସେ ମୋ ବାପା ମା ଥିଲେ। ମୋ ଖୁସିର ସୀମା ନଥାଏ। ମୁଁ କିଛି କହିବା ଆଗରୁ । ମୋ ମାଆ କହିଲା ଝିଅ ତୁ ଭଲରେ ଅଛୁ ତ । ମୁଁ ଆଉ କୋହ କୁ ଚାପି ପାରିଲିନି । ମାଆ କୋଳରେ ମୁହଁ ରଖି ମୁଣ୍ଡ ରଖି କାନ୍ଦିଲି। ବାପା ମୋ ମୁଣ୍ଡକୁ କୁ ଆଉଁଶି ଦେଇ ପଚାରିଲେ ରୋହିଣୀ ! ତୁ ଭଲ ରେ ଅଛୁ ଟିରେ ମା' ? ମୁଁ ଆଖିରୁ ଲୁହ ପୋଛି କହିଲି ହଁ ବାପା ମୁଁ ଭାରି ଖୁସି ରେ ଅଛି। ଏତେ ଦିନ ପରେ ତମ କୁ ଦେଖିଲି ତ ତେଣୁ ମୁଁ କାନ୍ଦିଲି। ଆଗ କୁହ କେମିତି ଅଛ ତମେମାନେ ? ଦୁହେଁ ହସିଦେଇ କହିଲେ ମା' ରେ ଆମେ ତୋ ବିନା କ'ଣ ଭଲରେ ରହିପାରିବୁ ? ସବୁବେଳେ ତୋରି ଚିନ୍ତା । ମନେ ମନେ ଭାବିଲି ସତରେ ବାପା ମାଆ ର ସେହ୍ନରେ କେବେବି ଉଣା ହୁଏନି। ମାଆ ! ମୋର ଏତେ ବଡ ଘର , ଏତେ ସମ୍ପତ୍ତି,ରୋହନ ପରି ସ୍ୱାମୀ ଥାଇ ,ମୋ କଥା କାଇଁ ଚିନ୍ତା କରୁଛ। ତମେମାନେ ନିଶ୍ଚିନ୍ତ ରେ ରୁହ। ମୁଁ ହସିବାକୁ ଲାଗିଲି। ମୋ ଓଠରେ ହସ ଦେଖି ବାପା ଭାରି ଖୁସି ହେଇଗଲେ। ଖାଇବା ପିଇବା ସାରି ମାଆବାପା ଶୋଇଯାଇଥିଲେ। ମୁଁ ଅପେକ୍ଷା ରେ ବସିଥିଲି ରୋହନ ଙ୍କ ପାଇଁ । ମତେ ଦେଖି ରୋହନଙ୍କ କଥା ପଚାରିବା କୁ ଭୁଲି ଯାଇଥିଲେ ମାଆ ବାପା। ମୋ ଶାଶୁ ସବୁ ଦେଖିଲେ ବି କିଛି କୁହନ୍ତି ନି। ଖାଲି ଟିକେ କହନ୍ତି ମାଆ ରୋହିଣୀ ତୁ ଟିକେ ଅପେକ୍ଷା କର ଭବିଷ୍ୟତକୁ। ମୁଁ ହଁ କହିଦିଏ।

        ଆଖିଲୁହ ଗୋଡ଼ା ଅମାନିଆ ହେଇ ବୋହୁଥାନ୍ତି ନୀରବରେ। ରୋହନ ପୁଣି ସେଇ ଝିଅ ସାଥିରେ ଆସିଥିଲେ ।ପୁଣିଥରେ ସେହି ଗେଷ୍ଟ ରୁମ୍ କୁ ଚାଲିଗଲେ। ସେହି ସମୟ ରେ ମାଆ ବାପା ଆସି ଦେଖିନେଲେ ରୋହନଙ୍କୁ। ମୋ ଆଖିରେ ଲୁହ ଦେଖି ମାଆ କହିଲା ରୋହିଣୀ ତୁ କହୁଥିଲୁ ପରା ରୋହନଙ୍କ ସହ ତୁ ଖୁସିରେ ଅଛୁ ବୋଲି । ମୋ ବାପା ଥାଇ କହିଲେ ନା ନା ମୋ ଝିଅ ଲୁହ ର ହିସାବ କରିବା ଶିଖିନି। ମୁଁ କହିଲି ହଁ ମାଆ ,"ମୋ ଲୁହ ର ହିସାବ ରେ କିଛି ଭୁଲ ଅଛି"।

ଦୁହେଁ ମୋ ମୁହଁ କୁ ଚାହିଁ ରହିଥିଲେ ।


Rate this content
Log in

Similar oriya story from Tragedy