Maitreyee Kamila

Inspirational

3  

Maitreyee Kamila

Inspirational

ଲଣ୍ଠନ

ଲଣ୍ଠନ

2 mins
214



ତିନିଦିନ ବାପଘରେ ରହିବା ପରେ ଆଜି ସର ଘରକୁ ଯିବାକୁ ବାହାରିଛି । ପଣତକାନିରେ ମୁହଁ ପୋଛୁ ପୋଛୁ ବୋଉ ତା ହାତକୁ ନୂଆ ଛିଟ ଶାଢ଼ୀଟା ବଢ଼େଇ ଦେଇ କହିଲା, "ଏଇଟା ପିନ୍ଧିପକା, ବାପା ତୋ ପାଇଁ ହାଟରୁ ଆଣିଥିଲେ" । ଭାଉଜ ଅଳତା ଗିନା ଧରି ପହଞ୍ଚିଲେ । ଆଖିରେ ଆଖିଏ ଲୁହ ନେଇ ସର ଶାଢୀଟାକୁ ଏକ ରକମ ଗୁଡେଇ ହୋଇ ଭାଉଜ ଆଗରେ ବସିଲା । ଏଇତ ଖୁସି । ଆଖିରୁ ଲୁହ ଝରି ପଡୁଛି ହେଲେ ତିନିଦିନର ବାପଘରର ସ୍ମୃତି ଉକୁଟି ମାରୁଛି । କେମିତି ଏତେ ଶୀଘ୍ର ଦିନ ସରିଗଲା । ସତୁରାକୁ କହି ସମସ୍ତଙ୍କୁ ଦେଖିବ ବୋଲି ଚାଲିଆସିଥିଲା ।

  ଦୁଇଟା ସାହି ଟପିଲେ ଶାଶୁ ଘର । କାହା ଘରେ ସଞ୍ଜବତୀ ନ ଲାଗୁଣୁ ଭାଇ ତାର ଘରେ ଛାଡ଼ି ଦେଇ ଆସିଲା । ଘରେ ପହଞ୍ଚି ସଞ୍ଜବତୀ ଜାଳିଦେଲା ତୁଳସୀ ଚଉରା ମୂଳେ, ଠାକୁର ଘରେ । ଶଙ୍ଖ ଫୁଙ୍କି ହାତ ଯୋଡ଼ିଲା । ଶାଶୁ ତାର ବିଲରୁ ଆଣିଥିବା ମୁଗ, ବିରି ସବୁକୁ ସାଇତି ରଖୁଥିଲେ ।

 ହଠାତ ବର୍ଷା ପବନ ଆସିଯିବାରୁ ଲାଇନ ଚାଲିଗଲା । ଲଣ୍ଠନ ଲଗେଇ ମଝି ବାରଣ୍ଡାରେ ରଖି ନାଲି ଚା ବସେଇବାକୁ ଗଲା । ଲଣ୍ଠନର ତେଜରେ ଶାଶୁଙ୍କ ମୁହଁଟା ଉଜ୍ଜଳ ଦିଶିଲା ସରକୁ । ଏତେ ବେଳଯାଏ ଚୁପ ଥିବା ମୁହଁଟା ଥମ ଥମ ଲାଗିଲା । କିଛି ବୁଝି ନପାରି ସର କାଚ ଗିଲାସରେ ଚା ଧରି ଆସି ପଚାରିଲା "ମାଆ ଦେହ ଭଲ ନାହିଁ କି"? ଶାଶୁ ସରୋଜିନୀ କାନିରେ ଆଖି ମଳୁ ମଳୁ କହିଲେ ସତୁରା କହୁଥିଲା ଏ ବର୍ଷାଟା କୁଆଡେ ଦୁଇଦିନ ଲାଗି ରହିବ। ମନେପଡ଼ିଲା ଗଲା ସନ କଥା । ଭୁଦ ସଂକ୍ରାନ୍ତିକୁ ଦି ଦିନ ଥାଏ ,ତିନି ଦିନ ବର୍ଷା ଲାଗି ରହି ହଠାତ ରାତି ଅଧରେ ପାଣି ମାଡି ଆସିଲା।ଯିଏ ଯୁଆଡେ ଡକା ଡକି ହୋଇ ଇସ୍କୁଲ ଘରେ କାହା ଛାତ ଉପରେ ସବୁ ରହିଲେ । ହେଲେ ଆମ ଗୁହାଳରେ ଚାନ୍ଦ ଆଉ ତା ବାଛୁରୀ ଛୁଆ । ମୁ ଅଧରାତିରେ ଲଣ୍ଠନ ଧରି ଗୁହାଳକୁ ଗଲା ବେଳକୁ ଚାନ୍ଦ ଆଣ୍ଠୁଏ ପାଣିରେ ଛିଡା ହୋଇଛି । ପଘାଟାକୁ ଖୋଲି ଉଞ୍ଚାକୁ ନେଇଗଲି । ତାପରେ ଯେ ଚାନ୍ଦ କୁଆଡେ ହଜିଗଲା ଆଉ ମିଳିଲାନି । ଦି ଦିନ ପରେ ବାଛୁରୀଟା ମିଳିଗଲା । ଚାନ୍ଦ କଥା ଭାବୁଥିଲି।

 ପବନରେ ଝର୍କା ସବୁ ପିଟି ହେଉଥିଲେ । ସର ସବୁ ଝରକା ବନ୍ଦ କରି ରୋଷେଇ ଘର ଖିଡିକିରେ ଲଣ୍ଠନଟା ତେଜ କରି ଗୁହାଳ ଆଡ଼କୁ ଅନେଇଲା । ଚାନ୍ଦର ବାଛୁରୀଟା ଚୁପ ଚାପ ଲାଞ୍ଜ ପିଟୁଛି । ସର ଆଉ ଅନ୍ଧାରକୁ ଖାତିର ନକରି ଲଣ୍ଠନ ନେଇ ମାଆ ନଥିବା ବାଛୁରୀ ପାଖରେ ଘାସ ପୁଳେ ଦେଇ ଆଉଁସି ଦେଲା । 



Rate this content
Log in

Similar oriya story from Inspirational