ଲଣ୍ଠନ ଆଲୁଅର କଥା
ଲଣ୍ଠନ ଆଲୁଅର କଥା


୨୦ ବର୍ଷ ତଳର କଥା, ଦିନସାରା ଆକାଶ ନିର୍ମଳ ଓ ସଫା ଥିଲା । ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥାନ୍ତି ତାପରେ ସନ୍ଧ୍ୟା ସମୟ ଆସୁଥାଏ ହଠାତ୍ ଆକାଶର ରଙ୍ଗରୁପ ବଦଳିଗଲା। ଭୟଙ୍କର ରୁପ ଧାରଣ କରି କଳାହାଣ୍ଡିଆ ମେଘ ଚାରିପାଖରେ ମାଡ଼ିଗଲା। ଯୋର ମେଘ ପବନରେ ଚାରିଆଡ଼େ ଅନ୍ଧାର ଘୋଟିଯାଇଥାଏ । ମେଘ ପବନର ୨/୩ ଘଣ୍ଟା ଜୋରଦାର ଲଢେଇ ଭିତରେ ଅନେକ କିଛି ଘଟଣା ଘଟିଯାଇଥାଏ । ଗାଁ ଶେଷ ମୁଣ୍ଡରେ ଅନେକ ଗୋରୁଗାଈ ଅଟକି ରହିଯାଇଥାନ୍ତି । ରାସ୍ତା ଘାଟରେ ସବୁ ବଡ଼ ବଡ଼ ଗଛ ଭାଙ୍ଗି ପଡି ଅବରୋଧ ହୋଇଥାଏ। ହର ଭାଇନା ବ୍ୟସ୍ତ ହୋଇପଡିଲେ କାହିଁକି ନା । ଏମିତି ସମୟରେ ଏ କଳାହାଣ୍ଡିଆ ମେଘ ଓ ପବନ ମାଡ଼ି ଆସିଲା ଯେ କାହା ପାଖରେ କିଛି କରିବାର ଉପାୟ ନଥିଲା। ହର ଭାଇ ନା ବାହାରକୁ ଯାଉଥିଲେ ମନେପଡିଲା ଚାରିପଟେ ଅନ୍ଧାର, ଅନ୍ଧାର ରେ କ'ଣ ବା ଖୋଜି ପାରିବେ। ଆଗରୁ ଗାଁ ଗହଳିରେ ବିଜୁଳି ଆଲୁଅ ନଥାଏ, କାଁ ଭାଁ କେତେ ଜଣଙ୍କ ପାଖରେ ଟର୍ଚ୍ଚ ଲାଇଟ୍ ଥାଏ ସମସ୍ତେ ସେତେବେଳେ ଘରେ ଥିବା ଲଣ୍ଠନ ଚୁଙ୍ଗାବତୀ (କିରୋସିନି ତେଲରେ ଜଳେ) ଉପରେ ନିର୍ଭର କରିଥାନ୍ତି । ହର ଭାଇଙ୍କର ତିନି ଚାରିଟି ଗାଈଗୋରୁ ଥାନ୍ତି । ସେଦିନ ସବୁ ଗାଈଗୋରୁ ଝଡ଼ ବର୍ଷା ଯୋଗୁଁ ଗାଁ ଶେଷ ମୁଣ୍ଡରେ ଅଟକି ଯାଇ ଥିଲେ। ତାଙ୍କ ହିସାବରେ ଗୋଟିଏ ଗାଈ ଓ ତାର ବାଛୁରୀ ଛ
ୁଆ ଗାଁ ଶେଷ ମୁଣ୍ଡରେ ଅଟକି ରହିଯାଇଥିଲେ। ଅନ୍ଧାର ରାତି କାହାରିକୁ କାର ମୁହଁ ଦିଶୁ ନ ଥାଏ । ହର ଭାଇ ହାତରେ ଲଣ୍ଠନ ଧରି ଗାଈ ବାଛୁରୀକୁ ଚାରିଆଡ଼େ ଖୋଜିବାକୁ ଲାଗିଲେ। ବହୁତ ସମୟ ଖୋଜାଖୋଜି ପରେ, ସେହି ଗାଁର ସୁର ଭାଇ ମଧ୍ୟ ତାଙ୍କର କ'ଣ ଖୋଜୁ ଥିଲେ କି କ'ଣ ହର ଭାଇଙ୍କ ସହ ଭେଟ ହେଲା।
ସୁର ଭାଇ ପଚାରିଲେ ହର ଭାଇ କ'ଣ ଖୋଜୁଛ କି ? ନା ଏହି ମୋ ଗାଈ ବାଛୁରୀ କୁଆଡେ଼ ଅଟକି ଯାଇ ଥିଲେ ତ! ଗାଈ ବାଛୁରୀ ଖୋଜୁଛି। ସୁର ଭାଇ କହିଲା, ଗାଁ ଶେଷ ମୁଣ୍ଡରେ ଗୋଟିଏ ଗାଈ ଓ ବାଛୁରୀ ଛିଡ଼ା ହେଇଥିଲା କ'ଣ ଦେଖିଲି ? ଦେଖିବୁ ଯା ସେଠାରେ ଥିବେ। ହର ଭାଇ ଲଣ୍ଠନ ଆଲୁଅର ସହିତ ଗାଁ ଶେଷ ମୁଣ୍ଡରେ ପହଞ୍ଚି ଦେଖିଲା ଯେ ଗାଈ ବାଛୁରୀ ଦୁହେଁ ଏକା ଭଙ୍ଗାରୁଜା ଚାଳଛପର ପିଣ୍ଡି ମାଟିରେ ଛିଡ଼ା ହୋଇ ଖାଦ୍ୟ ପାକୁଳି କରିବାରେ ବ୍ୟସ୍ତ ଶେଷରେ ଗାଈ ବାଛୁରୀ ଧରି ନିଜ ଘର ପହଞ୍ଚି ଗୁଆଳ ଘରେ ବାନ୍ଧି ଦେଇ ଗୋଡ଼ ହାତ ଧୋଇ ଘରେ ପ୍ରବେଶ କଲେ। ଆଗକାଳରେ ଲଣ୍ଠନ ଆଲୁଅର ସାହାଯ୍ୟ ରେ ପାଠପଢା ଘରର ସବୁ କାମ କରାଯାଉଥିଲା। ଆଜି ସିନା ସବୁ ଗାଁ ଗହଳିରେ ବିଜୁଳି ଆଲୋକ ରେ ଚକମକ କରୁଛି, ଆଜି କିନ୍ତୁ ଲଣ୍ଠନର ମୂଲ୍ୟ ଏବେକାର ସନ୍ତାନ ସନ୍ତତିକଙ୍କ ଠାରୁ ବହୁତ ଦୁର। ଏମାନଙ୍କ ପାଇଁ ଲଣ୍ଠନ ଆଜ ଇତିହାସ।