Nityananda Sahu

Tragedy Inspirational

4  

Nityananda Sahu

Tragedy Inspirational

ଲକ ଡାଉନ

ଲକ ଡାଉନ

4 mins
22



।। ଧନୀ ଶ୍ରେଣୀ ।।

:---- ସମରେଶ ଆଜି ବହୁତ ଖୁସି । ନିଜର ବିଗ ବଜେଟ ପ୍ଲାଷ୍ଟିକ ପ୍ରୋଜେକ୍ଟ କାମ ସାରି କିଛି ଦିନ ତଳେ ସେ ନିଜର ବାସ ଭବନକୁ ଫେରିଛି । ଆଜିକା ଦିନରେ ଦୁନିଆଁର ନମ୍ବର ୱାନ ଧନୀ ହେବାର ନିଶାରେ ସେ ଆଜି ଅନ୍ଧ ।

:---- କେତେ ବା ଆଉ ଧନରୋଜଗାର କଲେ ମନକୁ ଶାନ୍ତି ମିଳିବ । ଘର ପାଇଁ ଟିକେ ସମୟ ଦିଅ । ବାହାଘରର ପାଞ୍ଚ ବର୍ଷ ପରେ ବି ମତେ ଟିକେ ବାହାରକୁ ବୁଲେଇ ନେବା ପାଇଁ ସମୟ ନାହିଁ ତୁମ ପାଖରେ ।

:--- ଲିଭିଙ୍ଗରୁମରେ ବସି ବୋରିଂ ହେଉଥିବା ବେଳେ ଟେଲିଭିଜନରେ ନିୟୁଜ ଚ୍ୟାନେଲରୁ , କରୋନା ଭାଇରସ ଦେଶରେ ବ୍ୟାପିବାକୁରୋକିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ପୁରା ଦେଶକୁ ଚଉଦ ଦିନ ପାଇଁ ଲକ ଡାଉନ କରିବାର ନିଷ୍ପତି ଶୁଣି , ଚମକି ଉଠିଲି ।

:---କାଲି ସକାଳେ ମୋର ପ୍ରୋଜେକ୍ଟର ଶିଳା ନ୍ୟାସ ହେବ । ଏବେ କଣ କରିବି ।

:--- ଯେଉଁ ମାନଙ୍କୁ ବି କରୋନାର ଲକ୍ଷଣ ପରିଲେଖିତ ହେଉଛି , ସରକାରଙ୍କ ସହ ଯୋଗା ଯୋଗ କରିବା ପାଇଁ ଆନୁରୋଧ କରା ଯାଉଛି ।

:---- ହେଇ ଟି ଶୁଣୁଛ ! ତୁମେ ଏବେ ପରା ଯାଇ ବିଦେଶରୁ ଫେରିଛ , ସରକାରଙ୍କର ଟୋଲ ଫ୍ରି ନମ୍ବରରେ ଫୋନ କରି ଜଣେଇ ଦେଉ ନ ??

:---- ପାଗଳ ହେଇଛ ନା କଣ ? ମୋର କିଛି ହେବ ନି । ତା ଛଡା ମୁଁ ନିଜକୁରୋଗୀ କହି ଦେଲେ କରୋନା ପାଇଁ , ସୋସାଇଟିରେ ମୋର ଇଜ୍ଜତ ଆଉରହିବ ତ ??? ତୁମେ ଚୁପରୁହ । ଏତେ ଟଙ୍କା ଥାଇ ମୁଁ କଣ କେଉଁ ଭଲ ହସ୍ପିଟାଲରେ ଚେକ ଅପ କରି ପାରିବିନି ।

:----ଆରେ ଏରୋଗ ପାଇଁ ଔଷଧ ନାହିଁ ।

:----ସେଇ ଠୁ କଣ ହେଲା । ଆମର କିଛି ହେବ ନି ।

:---କିଛି ଦିନ ପରେ ସମରେଶ ଙ୍କର ଦେହ ଖରାପ ହେବାକୁ ଲାଗେ । ଘରେଇ ମେଡିକାଲରେ ଆଡ଼ମିଶନ ହେଲା ପରେ , ଟେଷ୍ଟରେ କରୋନା ପିଜେଟିଭି ଆସେ ।

:----- ଡାକ୍ତର ପ୍ଲିଜ ଯେତେ ଟଙ୍କା ଲାଗିବ ମତେ ଭଲ କରି ଦିଆନ୍ତୁ । ମୁଁ ସବୁ ଖର୍ଚ୍ଚ କରିବାକୁରାଜି ।

:---ସରକାର ସମରେଶ ଙ୍କ ପରିବାରର ସମସ୍ତ ମେମ୍ବର ଙ୍କୁ କୁଆଁରେଣ୍ଟଟାଇନରେ ରଖିବା ସହ , ସାମ୍ପୁଲ କଲେକ୍ସନ କରି ଟେଷ୍ଟ ପାଇଁ ପଠେଇ ଦେଇଛନ୍ତି ।

:----ସନ୍ଧ୍ୟାରେ ନିୟୁଜରେ ଖବର ପ୍ରାସରଣ କରା ହେଲା , ଦେଶରେ ପ୍ରଥମ କରୋନା ମୃତ୍ୟୁ ଖବର ।

:----ଏତେ ଧନ ଥାଇ ବି ନିଜର ଆଭିଜାତ୍ୟରେ ଅନ୍ଧ ହୋଇ ସମରେଶ ଟିକେ ସଚେତନ ପାଇଁ ଆଖି ବୁଝି ଦେଲେ ।

।। ଗରୀବ ଶ୍ରେଣୀ ।।

:---ଗାଁରୁ ଏଇ କିଛି ଦିନ ହେବ ମଦନ ଛୁଆ ପିଲା ଧରି ସହର ଆସିଛି ଭଲ ଦି ପଇସା ରୋଜଗାର ପାଇଁ ।

:---- ଗୋଟେ ଗ୍ୟାରେଜରେ ଦି ଦିନ କାମ କରିଛି କି ନାହିଁ , ସହରରେ ଲକ ଡାଉନ ପାଇଁ ଦୋକାନ ବଜାର ବନ୍ଦ କରି ଦିଆଗଲା ।

:-----ଯାହା କିଛି ଥିଲା ଦିନେ ଦୁଇ ଦିନରେ ଚାଉଳ ଆଉ ପନି ପରିବାର ସବୁ ଖାଇବାରେ ସରି ଯାଇଛି । ପାଖରେ କିଛି ଆଉ ଟଙ୍କା ନାହିଁ ।

:----ମାଳତୀ ପାଖ ପଡୋଶୀ ପାଖରୁ ଚାଉଳ କିଛି ଉଦ୍ଧାର ଆଣିଛି । ଟଙ୍କା ନାହିଁ ପରିବା ଆଣିବା ପାଇଁ । କଣ ଯେ କରିବି ?

:----ରୋଜଗାରର ସମସ୍ତରାସ୍ତା ବନ୍ଦ ହୋଇଯାଇଛି । ମାଳତୀ ଆସିଲା ବେଳେ ସାଥିରେ ତାର ଟ୍ରେଲର ମେସିନ ଟା ଆଣିଥିଲା। କେଜାଣି କଣ ସେ ତାର ଲୁଗା ଟା ଚିରି କି ତିଆରି କରୁଛି । ମତେ କିଛି ବୁଝା ପଡୁନି ।

:----ଯାଏ ଦେଖେ କେଉଁଠି କଣ ମିଳିବ ।

:---ବୋଉ ଏ ବୋଉ ଭୋକ ଲାଗୁଛି । କିଛି ଖାଇବାକୁ ଦେ ।

:-----ଆଉ ଟିକେରହରେ ଧନ । ବାବା ଯାଇଛନ୍ତି ବଜାର , କିଛି ପରିବା ଆଣିଲେ , ଖାଇବୁ ।

:--- ହୁଁ , ଠିକ ଅଛି ।

:------କିଛି ସମୟ ପରେ ମଦନ ପୋଲିସ ଠାରୁ ଲାଠିମାଡ଼ ଖାଇ ପ୍ରାଣ ବିକଳରେ ଘରକୁ ଦୋୖଡି ଫେରିଛି ।

:-----କଣ ହେଲା , ତୁମର । ଦେହରେ ଏତେ ଝାଳ ।

କିଛି ମିଳିଲା ନି । ପୋଲିସ କିଛି ଶୁଣୁନି । ନିଧୂମ ପିଟୁଛି । ଏବେ କଣ ହେବ ଯେ ।

:----- ବୋଉ ଏଟା କଣ ତିଆରି କରିଛୁ ।

:-----ଟିଭିରେ ଦେଖୁଥିଲି କଣ ଗୋଟେ କରୋନାରୋଗ ଆସିଛି ,ମୁହଁରେ ମାସ୍କ ଭିଡି ବା ପାଇଁ ସରକାର କହୁଛନ୍ତି । ଚାଉଳ ଆଣିବା ପାଇଁ ଗଲା ବେଳେ ସାବୀ ନାନୀ ଘରେ ଦେଖି କି ଆସିଛି ।

:------ ମଦନ ଦେହରେ ତେଲ ମାଲିସ କରୁ କରୁ ଦରଜ ଜାଗାରେ ମାଳତୀ କାନ୍ଦି କାନ୍ଦି କହୁ ଥାଏ ।

:----- ଘରେ ବାପା ମା" ଙ୍କର ଆଖିର ଲୁହରେ କରୁଣର ଆବେଗରେ , ବାହାରକୁ ଯିବା ପାଇଁ ସାତ ବର୍ଷର ହରି ଘରୁ ବାହାରିଛି ।

କଣ ଭାବିଲା କେଜାଣି ଗଲା ବେଳେ ହାତରେ ଦୁଇଟା ମାସ୍କ ବୋଉ ବନେଇଥିବା ନେଇକି ବାହାରିଲା ।

:------ବାବୁରେ ବାହାରକୁ ଯା"ନି । ପୋଲିସ ଅଛି ।

ତୁ ବ୍ୟସ୍ତ ହଅ ନି ବୋଉ । ମୋର କିଛି ହେବ ନି ।

:-ସହରର ଗଳିରୁ ବାହାରି ଛକରେ ପହଞ୍ଚି ଯାଇଛି ହରି ।

:----କୁଆଡେ ଆସିଲୁରେ ବାବୁ , ଯା" ଘରକୁ ଚାଲି ଯା । ମହାମାରୀରାକ୍ଷସ ବୁଲୁଛି ।

:---- ନାଇଁ ମାମୁଁ( ପୋଲିସ) ସେ ବୁଲୁ ମୁଁ କଣ ତାକୁ ଡରିଛି କି ??

:----- ଆଛା ତୁକୁଆଡେ ଆସିଛୁ । ତୋ ଘର ଲୋକେ ମନା କରି ନାହାନ୍ତି ଆସିବାକୁ ???

:--- ହଁ ମନା କଲେ , କିନ୍ତୁ ବାପା ଆସିଥିଲେ କିଛି ପରିବା କିଣିବା ପାଇଁ । ତୁମେ ବାବୁ ବାଡେଇ ବାରୁ , ସେ ଘରେ ବସିଛନ୍ତି । ସକାଳୁ କିଛି ଖାଇନୁ । ମୁଁ ଆସିଛି କିଛି ଖାଦ୍ୟ ପାଇଁ।

:----ଆପଣ ଙ୍କୁ ମାସ୍କ ଦରକାର କି ?? କୋଡିଏ ଟଙ୍କାରେ ଦେବି।

:--- ପିଲା ଟିର ଉତ୍ତର ଶୁଣି ଦୂରରେ ଥିବା ପୁଲିସ ବଡ଼ ବାବୁ , କୋଳେଇ ନେଇ , ପକେଟରୁ କିଛି ଟଙ୍କା ଦେବା ସହ , ସରକାର ଙ୍କର ସାହାଯ୍ୟରେ ଦିଆ ଯାଉଥିବା ଖାଦ୍ୟ ପକେଟ ବଢ଼େଇ ଦେଇ କହିଲେ , ଆଉ ତୁ ଆସିବୁ ନି ବାହାରକୁ , ଏ ସବୁ ନେଇ ଚାଲି ଯା" ।

--- ମାମୁଁ ପେଟର ଭୋକ ପରା । ଭୋକ ନ ହେଲେ ମୁଁ ଘରେରହିବି । ଆଉ ଭୋକ ଯଦି ହେବ , ଉପାସରେ କେତେ ଦିନ ବଞ୍ଚିବୁ ??

ରୋଗ ଫୋଗ କିଛି ବୁଝିବୁ ନି । ତେଣିକି ଯାହା ତୁମ ଇଛା ।

ଛୋଟ ପିଲା ଟିର ଉତ୍ତରରେ ଥିଲା ଦରଦ ଭରା ଦୁଃଖର ଯନ୍ତ୍ରଣା । ଗରିବ ପାଇଁ ଗରିବୀ ହୋଇ ଜନ୍ମ ନେବା ତ ବହୁତ ବଡ଼ ବ୍ୟାଧି । କରୋନା ଆଉ ବା କଣ ବେଶି କରି ପାରିବ । ନୀତି ହେଉଥିବା ମୃତ୍ୟୁରୁ ସେ ଥରେ କେ ଖାଲି ଯାହା ମୁକ୍ତି ଦେଇ ପାରିବ । ପିଲା ଟିର ଯିବାକୁ ଲକ୍ଷ୍ୟ କରି ପୁଲିସ ବାବୁ ସହକର୍ମୀ ଙ୍କୁ କହୁଥିଲେ ।



Rate this content
Log in

Similar oriya story from Tragedy