Prabhas Kumar mohapatra

Tragedy

2  

Prabhas Kumar mohapatra

Tragedy

କୁନାକୁ ଟିକେ ଦେଖ

କୁନାକୁ ଟିକେ ଦେଖ

2 mins
8


  ବଣ ବିଲ ପାହାଡ଼ର ପାଦ ଦେଶରେ ଏକ ଛୋଟିଆ ଗାଆଁଟିଏ ଥାଏ, ନା ତାର ଗୋଡି ସାହି । ସେ ଗାଆଁରେ ଗୋଟିଏ ଛୋଟିଆ ପରିବାରଟିଏ ଥାଏ ପରିବାରରେ କହିଲେ କୁନା କୁନାର ମାଆ ଆଉ କୁନାର ବାପା । କୁନାର ବାପା ଦିନ ମଜୁରିଆ ଲୋକ ଖଟିଲେ ପରିବାର ଚଳେ ନଚେତ୍ ପେଟକୁ ଦାନା ଗଣ୍ଡେ ଯାଏ ନାହିଁ । ନା ସେମିତି ସମ୍ପତ୍ତି ବାଡି ଅଛି ଯେ ବସି ଖାଇବେ । ସମ୍ପତ୍ତି କହିବାକୁ ଗଲେ ଗୋଟିଏ ଭଙ୍ଗା କୁଡିଆ ଆଉ କିଛି ନିତ୍ୟ ଆସବାବପତ୍ର । କୁନାକୁ ବି ପାଠ ପଢିବାକୁ ବହୁତ୍ ଇଚ୍ଛା ଥାଏ ମାତ୍ର ତା ବାପାଙ୍କ ଆର୍ଥିକ ଅବସ୍ଥା ତ ଶୋଚନୀୟ । ତେଣୁ କୁନାର ବାପା ତାକୁ ଏକ ଆଶ୍ରମ ବିଦ୍ୟାଳୟରେ ପଢାଇଲେ । ସେଠାରେ ସେ କିଛି ବର୍ଷ ରହି ପାଠ ପଢିଲା । ମାତ୍ର ଦୁଃଖର ବିଷୟ ସେ ସପ୍ତମ ପରୀକ୍ଷା ଦେବା ପରେ ତାର ବାପାଙ୍କ ଅଚାନକ ମୃତ୍ୟୁ ହୋଇଗଲା । କୁନାର ମାଆ ବା ଏକୁଟିଆ କଣ କରିବେ ତେଣୁ କୁନାକୁ ପାଖକୁ ନେଇ ଆସିଲେ । ଆଉ ଏକ ପାଖରେ ଥିବା ଉଚ୍ଚ ବିଦ୍ୟାଳୟରେ ପଢ଼ାଇଲେ । ମାତ୍ର ଆଶ୍ରମରେ ସିନା କୁନାକୁ ସବୁ ପ୍ରକାର ସୁବିଧା ମିଳି ଯାଉଥିଲା । ମାତ୍ର ଏଠି ସେ ବହୁତ୍ ପଢିବାକୁ ଅସୁବିଧା ଅନୁଭବ କଲା । ଏପଟେ ମାଆର ଏକା ରୋଜଗାରରେ ଘର ଚଳୁନି ଓଳିଏ ଚୂଲି ଜଳିଲେ ଆଉ ଓଳିଏକୁ ନାହିଁ । କେଉଁଠୁ ବି ଆଣି ମାଆ କୁନାକୁ ପଢ଼ାଇବ । କୁନା ମାଆର ଏପରି ଅବସ୍ଥା ଦେଖି ଜଣେ ମାଂସ ବେପାରୀ ପାଖରେ କାମ କଲା । ସେ ବେପାରୀ ତାକୁ ଦିନକୁ ୨୦ ଟଙ୍କା ଦେଲା । ମାତ୍ର ଆଜିକା ସମୟରେ ୨୦ ଟଙ୍କା କଣ । ଆଉ ୨୦ ଟଙ୍କାରେ ବାନ୍ଧି ହୋଇ ଝଡି ପଡ଼ିଲା ତାର ସ୍ୱପ୍ନ। ନା ସରକାରୀ ସୁବିଧା ପାଇ ପାରିଲା ନା ଲୋକଙ୍କ ସୁବିଧା ପାଇଁ ପାରିଲା । ଶେଷରେ ପାଲଟି ଗୋଲା ମାଂସ ବେପାରୀ ।


   ଗପଟି ଲେଖିବାର କାରଣ ଏହିକି ଯେ ଆମେ ଆମ ଅଞ୍ଚଳରେ ଏପରି ଅନେକ କୁନାକୁ ଦେଖୁ । ଯାହାଙ୍କର ପଢ଼ିବାର , କିଛି କରି ଦେଖାଇବାର ସ୍ୱପ୍ନ ଭେରି ରହିଥାଏ । ମାତ୍ର ଅର୍ଥ ଅଭାବରୁ ସେମାନେ ଫୁଟିବା ପରିବର୍ତ୍ତେ ମଉଳି କି ଝଡି ପଡନ୍ତି । କହିବାର ତାତ୍ପର୍ଯ୍ୟ ଆମେ ଯଦି ସେମାନଙ୍କୁ କିଛି କିଛିଟା ସରକାରୀ କିମ୍ବା ନିଜସ୍ଵ ସାହାଯ୍ୟ ଯୋଗାଇ ଦେବୁ ନା ତ କୁନା ପରି ଅନେକ କୁନା ଆଗକୁ ଯାଇ ଜଣେ ଭଲ ମଣିଷ ହେବା ସହ । ଦେଶ ଜାତିର ନାମ ରଖି ପାରିବ ।



Rate this content
Log in