STORYMIRROR

Nirupama Giri

Romance Tragedy

4  

Nirupama Giri

Romance Tragedy

କଥା ରହିଗଲା ଅଧା ଅଧୁରା...

କଥା ରହିଗଲା ଅଧା ଅଧୁରା...

2 mins
230

ଆଜିବି ମନେ ପଡ଼େ ସେଇ କଲେଜ କ୍ୟାଣ୍ଟିନ ପଛ ର ରାସ୍ତା | ସେ ରାସ୍ତା ଯୋଉ କୃଷ୍ଣଚୂଡ଼ା ଫୁଲରେ ସଜେଇ ହେଇ ଯାଉଥିଲା ଏଇ ବସନ୍ତ ଋତୁ ରେ | ସେଇ ଗଛ ମୂଳରେ କେଜାଣି କାହିଁକି ତୋତେ ଦେଖା କଲେ ମନ ଯେମିତି ଖୁସିରେ ଭରି ଉଠୁ ଥିଲା| ସେଦିନ ଭି ତୁ ଥିଲୁ ମୋ ସାମ୍ନାରେ ସେଇ ରାସ୍ତା ଟା ଭି କୃଷ୍ଣଚୂଡ଼ା ଫୁଲରେ ନିଜକୁ ବୋହୁ ସଜେଇ ଖିଲି ଖିଲି ହେଇ ହସୁ ଥିଲା | ମୋ ମନ ଖାଲି ନାଚି ଯାଉଥାଏ କାଇଁ ନା ମୋ ପ୍ରିୟା ଅଛି ମୋ ସାମ୍ନା ରେ | ହେଲେ କେଜାଣି କାଇଁ ମୋ ପ୍ରିୟା ର ହସହସ ଚେହେରା ଆଜି ପୁରାପୁରି ଝାଉଁଳି ଯାଇଛି | ପ୍ରିୟା କୁ ମୋର ପାଖରେ ପାଇ ଯେତିକି ଖୁସି ସେତିକି ତା ଝାଉଁଳା ଚେହେରା କୁ ଦେଖି ହୃଦୟ ଟା ସତେ ଯେମିତି ଆନ୍ଦୋଳିତ ହେଇ ଯାଉଛି | କଣ ଯେ ହେଇଛି ମୋ ପ୍ରିୟା ର ଭାବୁ ଭାବୁ ଆଜିଠୁ ସବୁ ଶେଷ,... ମୋତେ, ଆଉ ଆମ ଏଇ ସମ୍ପର୍କ କୁ ଭୁଲି ଯିବ କହି ପ୍ରିୟା ମୋର ବୁଲି ଚାଲି ଯାଉ ଥାଏ ମୋ ଆଉ କିଛି ଭାବିବା ଆଗରୁ | ମୁଁ ହାତ ଧରି ଅଟକେଇ ଦେଲି ବୁଝିବାକୁ ଚେଷ୍ଟା କରିବାକୁ..... ଯେ... ମୋ ପାଗେଳୀ କଣ କହି ଗଲା | ମୋ ଓଠରେ ଥିଲା ବିସ୍ମୟଭରା ପ୍ରଶ୍ନ... କଣ କହିଲୁ ପାଗେଳୀ????? ତାର କିଛି ଉତ୍ତର ଦେବା ପୂର୍ବରୁ ହିଁ ମାଡ଼ି ଆସିଲା କେଉଁଠି ଥିବା ଅଦିନିଆ ଝଡ଼ିବର୍ଷା | ସେଇ ବର୍ଷା ରେ ଓଦା ହେଉ ଥିଲୁ ଦୁହେଁ, ଆଖିରୁ ଝରି ଯାଉ ଥିଲା ଅଶ୍ରୁ ର ଧାର | ବର୍ଷା ଟୋପା ରେ ଆଖିର ଲୁହ ଟୋପା ଭି ଅଜଣା ହେଇ ଭାସି ଯାଉଥିଲା | ବର୍ଷା ର ଟୁପୁରୁ ଟାପୁର ଶବ୍ଦ ନୀରବତା କୁ ଭାଙ୍ଗୁ ଥିଲା| ଠିକ ସେତିକିବେଳେ ମୁଁ ଭି ରାଗ ମିଶା ଅଭିମାନ ରେ ଗଳା ରେ ପିନ୍ଧି ଥିବା ସେ କାଳିଆର ଲକେଟ କୁ ଧରି କହି ଦେଲି ତୁ ମୋତେ ଯେମିତି କନ୍ଦେଇଲୁ ଦିନେ ତୁ ବି କାନ୍ଦିବୁ | ଏତିକି ଶୁଣିଲା ପରେ ତୋ ଲୁହ ର ଧାରା ସତେ ଯେମିତି ବନ୍ଧ ଭାଙ୍ଗିଲା ପରି ବୋହି ଯାଉଥାଏ | ହେଲେ ମୋ କଷ୍ଟ ମୋତେ କିଛି ମୁହୂର୍ତ୍ତ ପାଇଁ ସ୍ୱାର୍ଥପର କରି ଦେଲା | ମୋ ପାଗେଳୀ ମନ କଥା ନ ବୁଝି ବାସ ତାକୁ ଅଭିଶାପ ଦେଇ ଚାଲି ଆସିଲି | ଆଜି ଭାବେ ରାଗରେ କହି ଥିବା ଶବ୍ଦ ଗୁଡ଼ିକୁ ଫେରାଇ ତ ଆଣି ପାରିବିନାହିଁ ହେଲେ ମୋ ପାଗେଳୀ ତୁ ଯୋଉଠି ଥା ଭଲରେ ଥା | ଖୁସିରେ ଥା.... ନିତି ହସୁ ଥା |


Rate this content
Log in

Similar oriya story from Romance