ଗୋଟେ କପ କଫି
ଗୋଟେ କପ କଫି
ନିତୁ ସଞ୍ଜୟକୁ ବାହା ହେଲା ପରେ, ଭାବିଲା ବିଦେଶ ଯିବ, ସଞ୍ଜୟ ଆଉ ସେ ବହୁତ ଖୁସିରେ ରହିବେ | ହେଲେ ସଞ୍ଜୟ, ସବୁବେଳେ କାମରେ ବ୍ୟସ୍ତ, ନିତୁକୁ କୌଣସି ଜିନିଷର ଅଭାବ ରଖିନି କିନ୍ତୁ ତାକୁ ସମୟ ଦେଇ ପାରେନି |ଏମିତି କି ପାଖରେ ବସି କେବେ କଥା ହେବା ବି, ନିତୁ ପାଇଁ ଗୋଟେ ସ୍ବପ୍ନ ମାତ୍ର | ସକାଳୁ fresh ହେଇ, ଗୋଟେ କପ କଫି ପିଇବା ନିତିଦିନିଆ ଅଭ୍ୟାସ ସଞ୍ଜୟର | ନିତୁ ପାଇଁ ସଞ୍ଜୟ ପାଖରେ ସମୟ ନାହିଁ ବୋଲି, ନିତୁ ଭାବିଲା କମ୍ ସେ କମ୍ କଫି ପିଇବା ପର୍ଯ୍ୟନ୍ତ ତ, ସାଙ୍ଗରେ କିଛି ସମୟ ବିତେଇ ପାରିବେ | କେବଳ ଟିକିଏ ପାଖରେ ବସି ସମୟ ବିତେଇବା ପାଇଁ କେବେ ଚା, କଫିକୁ ହାତ ଲଗେଇ ନ ଥିବା ନିତୁ, କଫି ପିଇବା ଆରମ୍ଭ କଲା | ଧୀରେ ଧୀରେ କଫି ପିଉ ପିଉ, ନିତୁର କଫି ପିଇବା ଅଭ୍ୟାସ ହେଇଗଲା |ଆଉ ସଞ୍ଜୟର ନିତୁ ସହିତ ବସି ସକାଳୁ କଫି ପିଇବା ଅଭ୍ୟାସରେ ବଦଳି ଗଲା | ଏଇ କଫି ପାଇଁ ଧୀରେ ଧୀରେ ସଞ୍ଜୟ ବି ବଦଳି ଗଲା |ଆଉ ନିତୁ ପାଇଁ ତା କାମ ବ୍ୟସ୍ତତା ବିତରୁ କିଛି ସମୟ ବାହାର କରି ନିତୁ ସହ ବିତେଇ ବାକୁ ଲାଗିଲା | ଏବେ ନିତୁ ବି ଖୁସି ଆଉ ତା ଖୁସିରେ ସଞ୍ଜୟ ବି ବହୁତ ଖୁସି | ସକାଳର ଗୋଟେ କପ କଫି ସବୁକିଛି ବଦଳେଇ ଦେଲା |