Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Nirupama Giri

Thriller


3  

Nirupama Giri

Thriller


ଗୋଟେ କପ କଫି

ଗୋଟେ କପ କଫି

1 min 11.4K 1 min 11.4K

ନିତୁ ସଞ୍ଜୟକୁ ବାହା ହେଲା ପରେ, ଭାବିଲା ବିଦେଶ ଯିବ, ସଞ୍ଜୟ ଆଉ ସେ ବହୁତ ଖୁସିରେ ରହିବେ । ହେଲେ ସଞ୍ଜୟ, ସବୁବେଳେ କାମରେ ବ୍ୟସ୍ତ, ନିତୁକୁ କୌଣସି ଜିନିଷର ଅଭାବ ରଖିନି କିନ୍ତୁ ତାକୁ ସମୟ ଦେଇ ପାରେନି ।ଏମିତି କି ପାଖରେ ବସି କେବେ କଥା ହେବା ବି ନିତୁ ପାଇଁ ଗୋଟେ ସ୍ବପ୍ନ ମାତ୍ର । ସକାଳୁ ଫେରେେସ ଗୋଟେ କପ କଫି ପିଇବା ନିତିଦିନିଆ ଅଭ୍ୟାସ ସଞ୍ଜୟର । ନିତୁ ପାଇଁ ସଞ୍ଜୟ ପାଖରେ ସମୟ ନାହିଁ ବୋଲି, ନିତୁ ଭାବିଲା କମ ସେ କମ କଫି ପିଇବା ପର୍ଯ୍ୟନ୍ତ ତ, ସାଙ୍ଗରେ କିଛି ସମୟ ବିତେଇ ପାରିବେ । କେବଳ ଟିକିଏ ପାଖରେ ବସି ସମୟ ବିତେଇବା ପାଇଁ କେବେ ଚା, କଫି କୁ ହାତ ଲଗେଇ ନ ଥିବା ନିତୁ, କଫି ପିଇବା ଆରମ୍ଭ କଲା । ଧୀରେ ଧୀରେ କଫି ପିଉ ପିଉ, ନିତୁର କଫି ପିଇବା ଅଭ୍ୟାସ ହେଇଗଲା ।ଆଉ ସଞ୍ଜୟର ନିତୁ ସହିତ ବସି ସକାଳୁ କଫି ପିଇବା ଅଭ୍ୟାସରେ ବଦଳି ଗଲା । ଏଇ କଫି ପାଇଁ ଧୀରେ ଧୀରେ ସଞ୍ଜୟ ବି ବଦଳି ଗଲା ।ଆଉ ନିତୁ ପାଇଁ ତା କାମ ବ୍ୟସ୍ତତା ଭିତରୁ କିଛି ସମୟ ବାହାର କରି ନିତୁ ସହ ବିତେଇ ବାକୁ ଲାଗିଲା । ଏବେ ନିତୁ ବି ଖୁସି ଆଉ ତା ଖୁସିରେ ସଞ୍ଜୟ ବି ବହୁତ ଖୁସି । ସକାଳର ଗୋଟେ କପ କଫି ସବୁକିଛି ବଦଳେଇ ଦେଲା ।


Rate this content
Log in

More oriya story from Nirupama Giri

Similar oriya story from Thriller