Nirupama Giri

Romance Tragedy

3  

Nirupama Giri

Romance Tragedy

ଅକୁହା ପ୍ରେମ

ଅକୁହା ପ୍ରେମ

1 min
701


ହେଇଥିଲା ଏମିତି ହିଁ ବର୍ଷା, ଯେବେ ହେଇଥିଲା ତାଙ୍କ ସଙ୍ଗେ ମୋର ପ୍ରଥମ ଦେଖା | ଘଡ଼ଘଡ଼ି ମାରୁଥିଲା, ବିଜୁଳି ବି ଚମକୁ ଥିଲା, ଅମାନିଆ ପବନ ଟା ବି ମତୁଆଲା ହେଇ ଉଠିଥିଲା ଏଇ ବର୍ଷା ରେ | ସେ ଥିଲେ ନୀରବ, ଆଉ ମୁଁ ବି ଥିଲି ନୀରବ | ସେଇ ନୀରବତା କୁ ଭାଙ୍ଗୁଥିଲା ଟିପ ଟିପ ବର୍ଷା ର ଶବ୍ଦ |ସେ ଶବ୍ଦ କୁ ଶୁଣି ମିଶିଥିଲା ଚାରି ଆଖି | ଓଠ ଥିଲା ଦୁହିଁଙ୍କର ଚୁପ, ହେଲେ ଆଖି କିନ୍ତୁ ପରସ୍ପର ସହ ହେଇଥିଲେ ଅନେକ କଥା | ମନର ବଗିଚାରେ ପ୍ରେମ ରୂପକ ଚାରା ଗଛଟି ପୋତି ହୋଇ ଯାଇଥିଲା | ବର୍ଷା ଛାଡିଲା ପରେ , ଦୁହେଁ ଦୁହିଁଙ୍କୁ ଆଖିରେ ଆଖିରେ ବିଦାୟ ଦେଇ ଚାଲି ଯାଇଥିଲୁ, ନିଜ ନିଜ ଗନ୍ତବ୍ୟ ସ୍ଥଳକୁ | ପ୍ରେମ ରୂପକ ଚାରାଟି ଧୀରେ ଧୀରେ ବଢିବାକୁ ଲାଗିଥିଲା | କିନ୍ତୁ ଭଲ ପାଇବାର ପାଣି ନ ପାଇ, ସେ ଗଛ ଧୀରେ ଧୀରେ ମଉଳିବାକୁ ଲାଗିଲା | ଏଇ ଭିତରେ ବିତି ଯାଇଥିଲା, କିଛି ବର୍ଷ | ହଠାତ ଆଜି ଦେଖାହେଲା ପୁଣି ତାଙ୍କ ସହିତ, ଯେଉଁଠି ହୋଇଥିଲା ଆମ ପ୍ରଥମ ଦେଖା | ଆଜି ବି ହେଲା ସେଇ ବର୍ଷା, ମାରୁଥିଲା ସେମିତି ଘଡ଼ ଘଡ଼ି, ଚମକୁଥିଲା ବିଜୁଳି, ପବନଟା ବି ଧୀରେ ଧୀରେ ବହୁଥିଲା, ହେଲେ ନ ଥିଲା ସେଥିରେ କୌଣସି ମାଦକତା | ଆଜିବି ଥିଲା ବର୍ଷାର ଟିପି ଟିପି ଶବ୍ଦ | ଓଠ ଆମ ଥିଲା ଚୁପ, ଆଉ ଆଖିରେ ଅନେକ ପ୍ରଶ୍ନ |ସେ ପ୍ରଶ୍ନର ଉତ୍ତର କିନ୍ତୁ ନ ଥିଲା କାହାରି ପାଖରେ | ଏଇ ବର୍ଷାରେ ଫରକ ଥିଲା ଏତିକି ଯେ, ଥିଲେ ସେ...., , ଥିଲି ମୁଁ..., ହେଲେ ତାଙ୍କ ସାଥେ ଥିଲେ ତାଙ୍କ ସ୍ତ୍ରୀ, ଓ ମୋ ସାଥେ ମୋ ସ୍ୱାମୀ | ସେଦିନର ସେ ଅକୁହା ପ୍ରେମ, ସେମିତି ଅକୁହା ହେଇ ରହିଗଲା |



Rate this content
Log in

Similar oriya story from Romance