STORYMIRROR

Nirupama Giri

Tragedy

3  

Nirupama Giri

Tragedy

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
12.1K

ଡାଏରୀ ଖୋଲୁ ଖୋଲୁ ଶୁଖିଲା ଗୋଲାପ ଫୁଲଟି ପୁଣି ଫେରେଇ ନେଇ ଥିଲା ଅତୀତର ପୃଷ୍ଠାକୁ ।


ସେଦିନ ପ୍ରଥମ ଥର ମୋ ବଡ଼ ଭଉଣୀ ବାହାଘରରେ ଦେଖା ହେଇଥିଲା । ସମସ୍ତଙ୍କ ନଜରରୁ ଲୁଚେଇ ସେ ଗୋଟେ ନାଲି ଗୋଲାପ ଫୁଲ ଦେଇ କହି ଥିଲେ -" ଆଉ ବର୍ଷକ ପରେ ଏଇ ତାରିଖରେ ହିଁ ତମକୁ ମୋର କରି ନେଇଯିବି ।ଏମିତି ଗୋଲାପର ମହକ ପରି ତମ ଜୀବନକୁ ମହକାଇ ଦେବି । ଏଇ ଗୋଲାପର ସତେଜତା ପରି ଆମ ପ୍ରେମ ଭି ସବୁବେଳେ ସତେଜ ରହିବ । ଏଇ ଗୋଲାପର ସୁନ୍ଦରତା ପରି ଆମ ସଂସାରକୁ ଭି ସୁନ୍ଦର ଭାବେ ଗଢ଼ି ତୋଳିବା "।


ଯାଉ ଯାଉ କହିଗଲେ ବାସ ଆର ବର୍ଷ ଏଇ ତାରିଖକୁ ଅପେକ୍ଷା କରିଥିବ, ମୁଁ ନିଶ୍ଚୟ ଆସିବି ।ଆର ବର୍ଷ ଯାଇ ଆହୁରି ଦଶ ବର୍ଷ ବିତି ଗଲାଣି ହେଲେ ସେ ଆସିଲେନି । ତଥାପି ମୁଁ ପ୍ରତି ବର୍ଷ ସେଇ ମାସ ଆଉ ତାରିଖକୁ ଅପେକ୍ଷା କରିଥାଏ ତାଙ୍କରି ବାଟକୁ ଚାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy