କ୍ଷୁଦାର୍ତ୍ତର କୋହ
କ୍ଷୁଦାର୍ତ୍ତର କୋହ
ରୁପେଶ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥାଏ l ଶିକ୍ଷା ସଂସ୍କାର କେହି ତା ସରି ହେବେନି l ବାପା ଜଣେ ଶିକ୍ଷକ, ପୁଅକୁ ନେଇ ତାଙ୍କର ଅନେକ ସ୍ବପ୍ନ l ସୁଦୃଢ ଭବିଷ୍ୟତକୁ ଲକ୍ଷ୍ୟ ରଖି ପୁଅକୁ ସହରର ଏକ ପ୍ରତିଷ୍ଠିତ କଲେଜରେ ନାମ ଲେଖେଇଲେ l ସେଠାରେ ଏକ ଭଡା ଘର ବୁଝି ରହିବାର ସୁବନ୍ଦୋବସ୍ତ କରିଲେ l
ସକାଳୁ ସକାଳୁ ଘରୁ ବାହାରିଲା ରୁପେଶ l ଆନନ୍ଦ, ଉତ୍କଣ୍ଠା ସହିତ ମନ ଟିକେ ଭାରି ଭାରି ଲାଗୁଥାଏ l ମାଆ ହାତରନ୍ଧା, ଆପଣର ଲୋକଙ୍କୁ ଭାରି ଝୁରିବ ସେ l ଭଡା ଘର ନିଜର ଆସବାବପତ୍ର ରଖି ବାହାରିଲା କଲେଜ ଆଭିମୁଖେ l ସେଠି ଦେଖା ହୁଏ ବାଲ୍ୟବନ୍ଧୁ ସ୍ମୃତିରାଜ ସହ l ତା'ବାପା ଜଣେ ଧନଢ଼୍ୟ ବ୍ୟବସାୟୀ l କୋଳାଗ୍ରତା ହେଲେ ଦୁଇ ବନ୍ଧୁ, ବହୁସମୟ କଥୋପକଥନ ପରେ, ସ୍ମୃତିରାଜ :ଆରେ ତୁ କୋଉଠି ରହୁଛୁ?
ରୁପେଶ : କଲେଜ ଠୁ 2 କି. ମି ଦୂର ପ୍ରେମଚାନ୍ଦ ନଗରରେl
ସ୍ମୁତିରାଜ :ମୋତେ ତୋ ସଙ୍ଗେ ରଖିବୁ?
ତୋ ପାଖରେ ରହିଲେ ମୋ ଭାଗ୍ୟ ବଦଳି ପାରେ,
ମୁଁ ପରୀକ୍ଷାରେ ଭଲ ମାର୍କ ରଖିନି l
ରୁପେଶ : ନିଶ୍ଚୟ ତୁମକୁ ସ୍ୱାଗତ ବନ୍ଧୁ l
ଦୁହେଁ ପାଠ ପଢ଼ା ସାରି ଘରକୁ ନ ଯାଇ ଚାଲିଲେ ସହର ଅବଲୋକନରେ l ସ୍ମୃତିରାଜ କହିଲା ସାଙ୍ଗ ଆଜି ପ୍ରଥମ ଦିନ ହୋଟେଲରେ ଖାଇ ଖୁବ ଗପିବା l ରୁପେଶର ଥାଳି ସଫା କିନ୍ତୁ ସ୍ମୃତିରାଜ ପୁରା ଓଲଟା ବହୁ ଖାଦ୍ୟ ନଷ୍ଟ କଲା ସେ l ରୁପେଶ ସାଙ୍ଗର ଏତାଦୃଶ କାର୍ଯ୍ୟରେ କ୍ଷବ୍ଧ କ'ଣ କହିବ ସେ ଏତେ ଦିନ ପରେ ଦେଖା l
ରୁମକୁ ଫେରି ଜମିଥିଲା ଗପର ଅସାର l କେତେବେଳେ ନିଦରାଣୀ କୋଳାଇନେଲାଣି ଜଣାନାହିଁ
l
ହଠାତ, ମଧ୍ୟରାତ୍ରିରେ ଏକ କ୍ଷୀଣ ସ୍ୱର ପବନରେ ଭାସି ଆସିଲା :-ମା ମୋତେ ଭାତ ମୁଠେ ଦେ.... ମୁଁ ଆଉ ସହି ପାରୁନି l ଭୟରେ ଥରି ଉଠି ବସିଲେ ଦୁଇ ସାଙ୍ଗ l ଦୁହିଁଙ୍କୁ ଜାବୁଡି ଧରି କମ୍ପିତ ହେଲେ ଜ୍ୱରରେ ପୀଡିତ ପରି l ସେମାନଙ୍କ ରୁମଟି ଥିଲା ତିନି ମହାଲରେ, କ୍ଷୀଣ ସ୍ୱରଟି ଧୀରେ ଧୀରେ ନିକଟବର୍ତ୍ତୀ ହେଲା ଭଳି ପ୍ରତୟମାନ ହେଉଛି l ଭୟ ବଢ଼ି ବଢ଼ି ଚାଲିଥାଏ, ସ୍ୱରଟି ଏତେ ତୀବ୍ର ହେଲା ଯେମିତି କର୍ଣ୍ଣ ପଟଳ ଫାଟି ଯିବ l
ଏମିତି ଲାଗୁଥିଲା ଝରକା ପାଖରେ କୁନି ଝିଅଟେ କରୁଣ ସ୍ୱରରେ ମାଗୁଛି ଭାତ ମୁଠେ l ଭିତତ୍ରସ୍ତ ରାତି ପlହିଲା l
ଲୋମ ଟାଙ୍କୁରୀ ଉଠୁ ଥିଲା ଗତ ରାତି କଥା ଭାବି l
ଧୀରେ ଧୀର ଚାହିଁଲେ ଝରକା ଦେଇ, ଆଖିରେ ପଡିଲା ଏକ ଭଗ୍ନ କୁଟୀ ର l
ଦୁଇ ସାଙ୍ଗ ବାହାରି ପଡିଲେ ବିଗତ ରାତିର ରହସ୍ୟ ଉନ୍ମୋଚନ ଉଦେଶ୍ୟରେ l ବୁଝା ବୁଝି କଲା ପରେ ସେମାନେ ଯାହା ଜାଣିଲେ ହତାଵାକ ହୋଇ ବସିପଡିଲେ l ହୃଦୟର କୋହ ବାହାରି ଆସୁଥିଲା ଲୁହ ହୋଇ l ଘଟଣାଟି ଥିଲା ଏପରି -
" ସେଇ କୁଡ଼ିଆଟିରେ ରହୁଥିଲେ ଗରିବ କିନ୍ତୁ ସୁଖୀ ପରିବାରଟେ l ଲୋକଟି ଦାଦନ ଖଟି ଯାହା ଆଣେ ତିନି ପ୍ରାଣୀ କୁଟୁମ୍ବ ଖୁସିରେ ଖାଇ ଚଳନ୍ତି l ଅକାଳ ଚଡକ ପଡିଥିଲା ତାଙ୍କ ଉପରେ ଯେତେବେଳେ ରୋଜଗାରିଆ ମଣିଷଟି ଚାଲିଯାଇଥିଲା
ଆରପାରିକୁ l ସମୟର କ୍ରୁର କୁଠାରଘାତରେ ଘରଣୀ
ଜଣକ ହରାଇଥିଲେ ଆଖିର ଜ୍ୟୋତି l ଖାଇବା ଭାତ ମୁଠେ ଯୋଗାଡ କରିବା କଷ୍ଟ l ବାତ୍ସଲ୍ୟ ମୟୀ ମା ର ହୃଦୟ ଫାଟି ଯାଇଥିଲି କୁନି ଝିଅଟି ଯେତେବେଳେ ଲୋଟି ପଡିଥିଲା ଧରଣୀରେ ଏହା କହି, ମା ମୋତେ ଭାତ ମୁଠେ ଦେ.... ମୁଁ ଆଉ ସାହିପାରୁନି l ଶେଷରେ ସେ ମଧ୍ୟ କାନ୍ଦି କାନ୍ଦି....... l ଯବନିକା ପଡ଼ିଗଲା ଗୋଟେ ପରିବାର" l
ସ୍ମୃତିରାଜର ମନରେ ପ୍ରଶ୍ନର ଜୁଆର l ଏହି ଏକ ବିଂଶ ଶତାବ୍ଦୀ ରେ ବି ଏମିତି ଲୋକ ଅଛନ୍ତି କ୍ଷୁଧାର ତାଡନାରେ କାଳର କବଳିତ ହେଉଛନ୍ତି ଅସମୟରେ l ମାନସ ପଟରେ ଫୁଟିଉଠିଲା ସେଇ ବିଗତ ଦିନର ଘଟଣା l ଯେତେବେଳେ ଖାଦ୍ୟକୁ ଏକ ହେୟ ବସ୍ତୁ ରୂପେ ବିବେଚନା କରୁଥିଲା l ଯାହା ବିନିମୟରେ ସେ
ରକ୍ଷା କରିପାରିଥାନ୍ତା ଅନେକ ଭୋକିଲା ପ୍ରାଣ l
