STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

କୃପା

କୃପା

2 mins
133


   ଶାଶୁ ବୋହୁ ସ୍କୁଟିରେ ଜୟପୁର ବାହାରିଲେ କିଛି କିଣା କିଣି ଅଛି, ଆଗକୁ ସାବିତ୍ରୀ ଆସୁଛି, ନିଜ ପାଇଁ ନହେଲେ ବି ଦୁଇ ଝିଅ ବା ନଣନ୍ଦମାନଙ୍କର ତ ନିହାତି କିଣାକିଣି କରିବାକୁ ପଡ଼ିବ। ବାପା ଭାଇ ତ ନିର୍ବିକାର, ବାପାଙ୍କର ସିଗାରେଟ ଭଲ ତ ପୁଅଙ୍କର ଗୁଟଖା। ଶାଶୁ ବୋହୁ ଦୁହେଁ କହି କହି ଥାକିଲେଣି ହେଲେ ସେ ଦୁହେଁ କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। ଖାଲି ସରକାରୀ ଚାକିରୀ ଟିଏ ଲେଖାଏଁ କରିଛନ୍ତି ବୋଲି କେମିତି କେମିତି ପରିବାର ଚଳିଗଲେ ମଧ୍ୟ ବାପାଙ୍କର ଖୁଁ ଖୁଂ କାଶ ସାଙ୍ଗକୁ ପୁଅ ସୋମେଶ ତମାଖୁ ଯୋଗୁଁ ପାଟି ଆଁ କରିନପାରି ସଙ୍ଗତ କି ପାଙ୍ଗତ ରେ ବସିପାରୁ ନାହାଁନ୍ତି। ଦୁଃଖ, ଯନ୍ତ୍ରଣା ଗ୍ଲାନି ଭିତରେ ଶାଶୁ ବୋହୁ ଦୁହେଁ ମର୍ମାହତ।

  ପୁଅ ମୁହଁକୁ ଚାହିଁ ବୋହୁ ଶିଲା ଓ ନାତି ମୁହଁକୁ ଚାହିଁ ଶାଶୁ ନିଶାମଣିଙ୍କ ସମୟ କେମିତି କେମିତି କଟି ଯାଉଛି। ଆଜି ବହୁ କଷ୍ଟରେ ବାପା ଓ ଜେଜେଙ୍କ ଦାୟିତ୍ୱରେ ପୁଅ, ପୁତୁଲକୁ ଛାଡି ସାମାଜିକତା ବଜାୟ ରଖିବାକୁ ଶାଶୁ ବୋହୁ ଦୁହେଁ ଆସିଛନ୍ତି ଜୟପୁର କିଣାକିଣି ପାଇଁ। ଦୁହିଁଙ୍କର ଶୁକ୍ରବାର , ସନ୍ତୋଷୀ ଉପାସ, ମେଘୁଆ ପାଗ, ତଥାପି ପୁଅକୁ ଛାଡି ଦୁହେଁ ଆସିଛନ୍ତି ଜୟପୁର ବଜାର।

  ଅସରାଏ ବର୍ଷା ସାଙ୍ଗକୁ ପାବନ ପାଣି ଯୋଗୁଁ ଡେରି ହେଲାଣି। ମେଘୁଆ ଦିନ ଗଡି ସନ୍ଧ୍ୟା ହେଲାଣି। ବର୍ଷା କମିବା ପରେ ଦୁହେଁ ଫେରୁଛନ୍ତି, ଆଗରେ ବୁଢୀ ଜଣେ, ସମ୍ପୂର୍ଣ୍ଣ ଓଦା, ଥରୁଛନ୍ତି, ରାସ୍ତା ମଝିରେ, ତ ଗାଡ଼ି ଅଟକି ଗଲା। ବୁଢ଼ୀକି ଛତାଟି ଓ ଚାଦର ସହ ବିସ୍କୁଟ ପ୍ୟାକେଟ କିଛି ଦେଇ ଗାଡ଼ି ଷ୍ଟାର୍ଟ କଲାବେଳେ ବୁଢୀ ପଛରୁ କହୁଥିଲେ, ମାଆ ସନ୍ତୋଷୀ ତୁମର ମଙ୍ଗଳ କରନ୍ତୁ, ଅସହାୟତା ରେ ଦୁହେଁ ନିଜ ନିଜ ସ୍ଵାମୀ ତଥା ପୁତୁଲ କଥା ଭାବି ଘରେ ପହଞ୍ଚି ଦେଖିଲେ ସର୍ବନାଶ l

   ପୁତୁଲର ଅବସ୍ଥା ସାଙ୍ଘାତିକ। ଜେଜେ ସିଗାରେଟ ଖାଇ ବଳକା ଅଂଶ ପକାଇଥିବା ବେଳେ, ପୁତୁଲ ତାହା ମାଡ଼ି ଫୋଟକା ଜଳା ପୋଡ଼ା, ଆଉ ପୁଣି ବାପାଙ୍କ ତମାଖୁ ଜରି ଚାଟି ଖାଲି ବାନ୍ତି। ସେହି ରାତି ସମସ୍ତେ ହସ୍ପିଟାଲ ରେ ଅନିଦ୍ରା ଥିଲାବେଳେ, ବୁଢ଼ୀଙ୍କ ଆଶୀର୍ବାଦ ଯେମିତି ଅଟ୍ଟହାସ୍ୟ କରୁଥିଲା ଶାଶୁବୋହୁଙ୍କୁ, ଧର୍ଯ୍ୟ ସାହସ ଓ ସନ୍ତୋଷୀଙ୍କ ଅନୁଗ୍ରହରୁ ପୁତୁଲ ସକାଳ ସୁଦ୍ଧା ଭଲ ହୋଇଯାଇଥିଲା। ଆଉ ସେହିଦିନଠାରୁ ଶଶୁର ଉମାକାନ୍ତ ସିଗାରେଟ ଟାଣିବା କି ସୋମେଶ ଆଉ ଗୁଟଖା ଖାଇବା କେହି ଦେଖିନଥିଲେ। ଶାଶୁ ବୋହୁ ସେହି ବର୍ଷା ରାତିର ଭେଟିଥିବା ବୁଢିଙ୍କ ଆଶୀର୍ବାଦ ମନେପକାଇ ସନ୍ତୋଷୀମାତାଙ୍କୁ କୃତଜ୍ଞତା ଭରା ପ୍ରଣାମ ଜଣାଉଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract