STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

କରୋନା ଅତ୍ୟାଚାର

କରୋନା ଅତ୍ୟାଚାର

2 mins
31

ମହାମାରୀ କୁ ରୋକିବାକୁ ଯାଇ ସରକାର ସଟଡାଉନ ଓ ଲକଡାଉନ କଲେ।ଫଳରେ ବାହାରକୁ ଯିବା, ଦୋକାନ ବଜାର କଯ୍ୟାଳୟ, ଅନୁଷ୍ଠାନ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହିତ ଯାତାୟାତ ଵଶ ଟ୍ରେନ ଓ ଟ୍ରାନ୍ସପୋର୍ଟ ବନ୍ଦ ରହିଲା।ବିଚରା ଚାଷୀ ବିଲରେ ଚାଷକରିଥିବା ଭେଣ୍ଡି, ବାଇଗଣ, କଲରା, କାକୁଡି, ସମସ୍ତ ପରିବା ବିଲରେ ପଚିଲା। କାରଣ ଘରୁ ପଦାକୁ ବାହାରିଲେ ପୋଲିସ ଵାଲା ଜଗି ମାଡ଼ଦେଲେତ କାହାଠାରୁ ଫାଇନ ଆଦାୟ କଲେ। ଜଗନ୍ନାଥ କିଛି ଭେଣ୍ଡି ଲାଗେଇଥିଲା। ବିଲରେ ଭେଣ୍ଡି ଫଳି ବୁଢା ହେଲା। ଆଉକିଛି ଭେଣ୍ଡି ତୋଳି ସ୍ଥାନୀୟ ପରିବା ହାଟ ବାରବାଟୀ ରେ ବିକିବ ବୋଲି ସିମେଣ୍ଟ ଥଳିଆରେ ଭରି ସକାଳୁ ସକାଳୁ ବାରବାଟୀ ସାଇକେଲରେ ଲଦି ବାହାରିଲା।

ଶାନ୍ତୀବଜାର ଛକରେ ପୋଲିସଵାଲା ଛକି ମନଇଚ୍ଛା ପିଟିଦେଇଗଲେ। ଭେଣ୍ଡି ବସ୍ତା ଛଡ଼େଇନେଲେ।ତାର ସାଇକେଲ ଓ ତାକୁ ଥାନାକୁ ନେଇଗଲେ।ବିଚରା ସନ୍ଧ୍ୟା ପର୍ଯ୍ୟନ୍ତ ଉପାସଭୋକରେ ଥାନାରେ ବସିଲା।ଚାଷୀ ବିଲରେ ଅମଳ କରୁଥିବା ଫସଲ ଉପରେ ଧ୍ୟାନଦେବେ। ପ୍ରଥମ ମଞ୍ଜି ବା ବିହନ ଚଢା ରେଟରେ କିଣିବ।ବିଲକୁ ଭଲରୁପ ଚାଷକରିବ, ମଞ୍ଜି ଲାଗେଇବ। ଖରାଦିନେ ଦୁଇବେଳା ପାଣି ଦେବ। ସାର ଓ ଔଷଧ କିଣି ପକେଇବ ।

ଏସବୁ ପ୍ରାୟ ଦୁଇ ତିନି ମାସ ପରିଶ୍ରମ କରି ଫସଲ ପାଇବ ତ ପୁଣି ପାଗଯୋଗ କଥା। ଝଡ଼ ବର୍ଷା ଖରା ଆଦି ପ୍ରାକୃତିକ ବିପଜୟ ଅଛି ସବୁ ଅତିକ୍ରମ କରି ମାଟି ସାଥିରେ ମାଟି ହୋଇ ଖଟି ଯେଉଁଫସଲ ହୁଏ ତାହାଯଦି ବିଲରେ ନଷ୍ଟ ହେବ ତାର କ୍ଷତିପୂରଣ କିଏଦେଵ? ବନ୍ଧୁମାନଙ୍କ ଉଦ୍ଧେଶ୍ୟରେ କହିରଖେ ଆମେ ଫସଲ ବାଡିବଗିଚାରେ କଲେ ଜାଣିବା ପ୍ରକୃତରେ କେତେ ପରିଶ୍ରମ ଓ ଖର୍ଚ୍ଚ କଲେ ଫସଲ ପାଇବା।ସେଦିନ ସକାଳୁ ପରିବା ପାଇଁ ଗଲି ଜଗନ୍ନାଥ ଭେଣ୍ଡି ପୁଳେ ଧରି ବିକୁଥାଏ। କିଏ କାକୁଡି ବାଇଗଣ କଲରା ବି ଚାଷୀ ଭାଇମାନେ ବିକୁଥାନ୍ତି। କଲରା କିଲୋ ଦଶଟଙ୍କା  ବାଇଗଣ ପାଞ୍ଚ ଟଙ୍କା ଜଗନ୍ନାଥର ଭେଣ୍ଡି କିଲୋ ପାଞ୍ଚ ଟଙ୍କା। ବିଗତ ସମୟରେ କେବେ ଏତେ କମ ଦାମରେ ମୁଁ ପରିବା କିଣି ନଥିଲି। ବହୁତ ଶସ୍ତା ଥିବାରୁ କେଜିଏ ଲେଖେ ବେଗରେ ଧରିଲି ।ଭେଣ୍ଡି କିଣୁକିଣୁ ମୁଁ କହିଲି କରୋନା ଲକରେ ତ ଅଧିକ ରେଟ ହେବା କଥା ।ଭେଣ୍ଡି ଵାଲା ଦେହରେ ନାଲି ଗାମୁଛା ଘୋଡେଇଥିଲା। ଖୋଲି ତାର ଦେହକୁ ଦେଖେଇଲା। ନାଲି ପଟାପଟା ନୋଳା ଦେହ ପିଠି ଜାକ । ଭେଣ୍ଡିବାଲା ର ଦେହ ଦେଖି ନିଜକୁ ସତ ଧିକାର ଦେଲି।ଯନ୍ତ୍ରଣା ଦେଖିଲା ପରେ ତାର ନାମ ପଚାରିଲି। କହିଲା ଜଗନ୍ନାଥ, ଆମ ଘର ରାଧା ନଗର। ତାର କରୁଣ କାହାଣୀ ପାଇଁ ଦାୟୀ କିଏ? କରୋନା ସମୟରେ ସବୁ ଜିନିଷର ରେଟ ବଢିଗଲା କିନ୍ତୁ ଚାଷୀର ପନିପରିବା ଦାମ ତଳକୁ ଖସିଗଲା।କହିବାକୁଗଲେ ଚାଷୀଭାଇ ବଞ୍ଚେଇ ରଖିଲା।ଜଣେ ଚାଷୀକୁ ଆମେ ସମ୍ମାନ ଦେଇପାରୁନା ବରଂ ତାକୁ ଅତ୍ୟାଚାର କରୁଛେ।


Rate this content
Log in

Similar oriya story from Inspirational