STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କର୍ମର ତାକତ

କର୍ମର ତାକତ

2 mins
14.9K


ଫ୍ରାନ୍‌ସ ଦେଶର ମହାନ ବିଜେତା ଥିଲେ ନେପୋଲିୟନ୍‌। ପ୍ରଥମେ ସେ ଥିଲେ ଜଣେ ସାଧାରଣ ସୈନିକ। ବହୁତ ପରିଶ୍ରମୀ। ନିଜ କାମ ପ୍ରତିସେ ସବୁବେଳେ ସଜାଗ ରହିଥାନ୍ତି। ଦିନେ ରାସ୍ତାରେ ଯାଉଥାନ୍ତି। ଦେଖିଲେ ରାସ୍ତା କଡ଼ ବରଗଛ ତଳେ ଜଣେ ଜ୍ୟୋତିଷ ଲୋକମାନଙ୍କର ହାତ ଦେଖୁଛନ୍ତି। କିଛି ପରାମର୍ଶ ମଧ୍ୟ ଦେଉଛନ୍ତି। ଭବିଷ୍ୟତ କଥା କହୁଛନ୍ତି। ନେପୋଲିୟନ୍‌ ମଧ୍ୟ ସେଠାରେ ଅଟକିଗଲେ। ନିଜର ହାତଟିକୁଜ୍ୟୋତିଷଙ୍କ ଆଡ଼କୁବଢ଼ାଇ ଦେଲେ। ଜ୍ୟୋତିଷ ହାତ ପାପୁଲିଟିକୁ କେତେ ସମୟ ପର୍ଯ୍ୟନ୍ତ ଭଲ ରୂପେ ଦେଖିଲେ । କ’ଣ ଭାବିବହୁତ ଉଦାସ ହୋଇଗଲେ। ଜ୍ୟୋତିଷଙ୍କ ମନୋଭାବ ନେପୋଲିୟନ୍‌ ଜାଣିପାରିଲେ। ସେ ପଚାରିଲେ, ‘‘ଜ୍ୟୋତିଷ ଆଜ୍ଞା! କ’ଣ ହେଲା? କାହିଁକି କିଛି ନକହି ନିରବ ରହିଗଲେ। ଅନ୍ୟମାନଙ୍କୁ ତ ବେଶ୍‌ କିଛି କଥା କହୁଥିଲେ। ମୋ ହାତରେ କ’ଣ କିଛିଅଲୌକିକ କଥା ଲେଖା ହୋଇଛିକି? ଯେଉଁଥିପାଇଁ ଆପଣ ଚୁପ୍‌ରହିଗଲେ।’’ ଜ୍ୟୋତିଷି ହାତ ପାପୁଲି ଉପରୁ ନିଜ ଦୃଷ୍ଟି କୁ ଫେରାଇ ମହୁଁ ଟେକିଲେ। କହଲେି , ‘‘ବାବ! ତୁମକୁ କ’ଣ କହବି? ତୁମ ହାତରେ ତ ଆୟରେଖା ଆଦୌ ନାହିଁ | କ’ଣ ଭବିଷ୍ୟତ କଥା କହବି? ସେଥିପାଇି ଚିନ୍ତିତି ଅଛି’’ ଜ୍ୟୋତିଷଙ୍କ କଥା ଶୁଣି ନେପୋଲିୟନ୍‌ ପ୍ରଥମେ ସ୍ତବ୍ଧ ହୋଇଗଲେ। ଭୟ କଲେ ନାହିଁ।

ତାଙ୍କର ଆକାଂକ୍ଷା ସବୁବେଳେ ଉଚ୍ଚ। ଡରିଲେ ନାହିଁ। ସେ ଭାଙ୍ଗି ନପଡ଼ି ଜ୍ୟୋତିଷଙ୍କୁ କହିଲେ, ‘‘ମହାରାଜ ଆପଣ ଦେଖିବେ ମୁଁମୋର କର୍ମ ବଳରେ ଭାଗ୍ୟକୁ ବଦଳାଇ ଦେବି। ଜୀବନ ହାତରେଖାରେ ନ ଥାଏ, କର୍ମରେଖା ଉପରେ ନିର୍ଭର କରେ। ଆମ ସତ୍‌କର୍ମର ରେଖା ଯେତେବଡ଼ ହେବ, ସଫଳତା ମଧ୍ୟ ସେହିହିସାବରେ ମିଳିବ।’’ ଜ୍ୟୋତିଷ, ନେପୋଲିୟନ୍‌ଙ୍କ ମୁଣ୍ଡ ଉପରେ ହାତ ବୁଲେଇ ଦେଇ କହିଲେ, ‘‘ଭଗବାନ କରନ୍ତୁତୁମର କଥା ସତ ହେଉ। ତୁମେ ସଂସାରରେ ସୁନାମ ଅର୍ଜନ କର। ସାରା ଦୁନିଆ ତୁମକୁ ଜାଣୁ।’’ ନେପୋଲିୟନ୍‌ଙ୍କ ମନରେ ସାହସ ଓ ଆତ୍ମବିଶ୍ୱାସ ସବୁବେଳେ ଥିଲା। ସେ କାହା ଉପରେ ନିର୍ଭର କରି ସଫଳତା ପାଇବାକୁଇଚ୍ଛା କରୁନ ଥିଲେ। ପରିଶ୍ରମ କରିକର୍ମବଳରେ ସଫଳତା ପାଇବା କଥା ଭାବିଲେ ସେ। କଠିନ ପରିଶ୍ରମ କଲେ।ଫଳରେ ସେ ଜଣେ ସାଧାରଶ ସୈନିକରୁ ସମ୍ରାଟ ହୋଇଗଲେ। ନେପୋଲିୟନ୍‌ କର୍ମ ମାଧ୍ୟମରେ ଭାଗ୍ୟରେଖାକୁ ନିର୍ମାଣ କରିଦେଲେ। ଦୁନିଆକୁ ଏକ ନୂତନ ଦିଗ୍‌ଦର୍ଶନ ଦେଲେ- କର୍ମଶକ୍ତି ଠାରୁ ଅନ୍ୟ କୌଣସି ଶକ୍ତିବଳବାନ ନୁହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics