Trushna Das

Inspirational

3  

Trushna Das

Inspirational

କର୍ମଫଳ

କର୍ମଫଳ

4 mins
420


ଜୀବନ ସମସ୍ତଙ୍କର ଗୋଟିଏ ଖୋଲା ବହି ଭଳି l ଯିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ l ତା ଜୀବନ କାହାଣୀଟି ସେଇ ପରି ରଚିତ ହେବ l ଏହିପରି ଗୋଟିଏ କାହାଣୀ ହେଉଛି ଭୂମିକାଙ୍କର l  


ଭୂମିକା ଜଣେ ଖୋଲା ମନର ଝିଅ l ନିଜ ମନ କଥା ଖୋଲି ସେ ସମସ୍ତଙ୍କୁ କହିଦେଉଥିଲେ l ବିଶେଷ କରି ତାଙ୍କର ସହପାଠୀ ଆରଧନାଙ୍କୁ l ଛୋଟ ବେଳୁ ଏକାଠି ପଢୁ ଥିଲେ l ଆରଧନା କିନ୍ତୁ ବହୁତ ଚାଲାକ ଝିଅ l ସବୁବେଳେ ସେ ଭୂମିକାଙ୍କୁ ଇର୍ଷା କରୁ ଥିଲେ l ଭୂମିକାଙ୍କ ଠାରୁ ସେ ପଢା ବୁଝି ତାଙ୍କ ଠାରୁ ବେଶୀ ନମ୍ବର ରଖିବାକୁ ଚାହୁଁ ଥିଲେ l ଭୂମିକା ଗୋଟିଏ ମାଧ୍ୟମିକ ପରିବାରର ଝିଅ ଥିଲେ l ତେଣୁ ସେ ପାଠ ପଢା ପାଇଁ ଟ୍ୟୁସନ ନ ଯାଇ ମଧ୍ୟ ଟ୍ୟୁସନ ପଢୁ ଥିବା ଆରଧନା ଠାରୁ ପ୍ରାୟ ଅଧିକାଂଶ ସମୟ ବେଶୀ ନମ୍ବର ରଖୁ ଥିଲେ l ଏ କଥା ଆରଧନା ସହି ପାରୁନଥିଲେ l ସେ ଉପରେ ସିନା ଭୂମିକାଙ୍କର ଘନିଷ୍ଠ ବନ୍ଧୁ ହୋଇ ରୁହନ୍ତି ହେଲେ ଭିତରେ ଭିତରେ ତାଙ୍କର ଖରାପ ଚିନ୍ତା କରନ୍ତି l ଭୂମିକାଙ୍କ ମାଆ କିନ୍ତୁ ଭୂମିକାଙ୍କୁ ବୁଝାଇ କହିଛନ୍ତି ଖୋଲା ବହି ଭଳି ନିଜ ଜୀବନର ସବୁ କଥା ତୁ ସାଙ୍ଗମାନଙ୍କ ପାଖରେ କହିବୁ ନାହିଁ l ଆଉ ଆରଧନାଙ୍କୁ ତାଙ୍କୁ ଟିକିଏ କେମିତି ଲାଗେ l ଭୂମିକା ହସି ଦେଇ କୁହନ୍ତି ମୁଁ ଯଦି ଠିକ ଅଛି ତ ମୋର କାହିଁକି କିଏ ଖରାପ କରିବ?


କଲେଜରେ ପଢୁଥିବା ସମୟରେ ନିଶି ବୋଲି ଗୋଟିଏ ବଦମାସ ପିଲା ଭୂମିକାଙ୍କୁ ହଇରାଣ କରୁ ଥିଲା l ଭୂମିକାଙ୍କ ଫୋଟୋ ଉଠାଇ ନିଜ ସହ ମିଶାଇ ଭୂମିକାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରୁଥିଲା l ଦିନେ ଗୋଟିଏ ପ୍ରେମ ଚିଠି ସେ ଆରଧନା ହାତରେ ଭୂମିକା ପାଇଁ ଦେଇଥିଲା l ସେ ଚିଠି ନେଇ ଭୂମିକା ପ୍ରିନ୍ସିପାଲଙ୍କୁ ଦେଲାରୁ ପ୍ରିନ୍ସିପାଲ ନିଶିକୁ କଲେଜରୁ ବାହାର କରିଦେଉଥିଲେ ହେଲେ ଭୂମିକା କହିଲାରୁ ତାକୁ ଶେଷ ସୁଯୋଗ ଦେଲେ l ଏ ଚିଠି ବିଷୟରେ ଭୂମିକା, ଆରୋଧନା, ପ୍ରିନ୍ସିପାଲ ଓ ନିଶି ଛୋଡା କେହି ଜାଣି ନ ଥିଲେ l  


+3 ଫାଇନାଲ ବର୍ଷ l ଭୂମିକା ପାଇଁ ସହରର ସବୁଠାରୁ ବଡ ବ୍ୟବସାୟ ଘର ରଞ୍ଜନ ବାବୁଙ୍କ ପୁଅ ପ୍ରଣବ ସହ ପଡିଲା l ପ୍ରକୃତରେ ଦିନେ ରଞ୍ଜନ ବାବୁ ସାଙ୍ଗର ଝିଅ ଚନ୍ଦ୍ରିକା ବାହାଘରରେ ଭୂମିକାଙ୍କୁ ଦେଖି ପସନ୍ଦ କରି ପୁଅର ମତାମତ ନେଇ ପ୍ରସ୍ତାବ ପକାଇଥିଲେ l ଚନ୍ଦ୍ରିକାର ବାପାଙ୍କ ଠାରୁ ସେ ଜାଣିବାକୁ ପାଇଲେ ସେ ଭୂମିକା ହେଉଛନ୍ତି ଚନ୍ଦ୍ରିକାର ମାମୁଁ ଝିଅ l ଆଉ ଝିଅ ହିସାବରେ ବହୁତ ଭଲ l  


ବିବାହ ପ୍ରସ୍ତାବ ପଡିଲା ପରେ ପ୍ରଣବଙ୍କ ଘର ଲୋକ ଆସି ଭୂମିକାଙ୍କୁ ଦେଖି ବିବାହ ସ୍ଥିର କଲେ ଯେ ଫାଇନାଲ ପରୀକ୍ଷା ପରେ ବିବାହ କରିବେ l ଭୂମିକାଙ୍କ ମାଆ ତାଙ୍କୁ ଏ ବିଷୟରେ କାହାକୁ କହିବା ପାଇଁ ମନା କଲା ବେଳକୁ ଭୂମିକା କହିଲେ ସେ ତାଙ୍କର ସବୁଠାରୁ ଭଲ ସାଙ୍ଗ ଆରଧନାଙ୍କୁ କହିଛନ୍ତି l ଏ କଥା ଶୁଣି ମାଆ ଟିକିଏ ବିରକ୍ତ ହୋଇ କହିଲେ ତୁ ତୋ ଜୀବନକୁ ଖୋଲା ବହି କରି ସାରିଲୁଣି l ସମସ୍ତଙ୍କୁ ସବୁ କଥା କହି ଦେଉଛୁ l ହେଲେ ଭୂମିକା ବୁଝି ପାରୁନଥାନ୍ତି ଯେ ଏତେ ବଡ ଖୁସି କଥା ନିଜ ସାଙ୍ଗକୁ କହିବେନି ତ ଆଉ କାହାକୁ କହିବେ l  


ପ୍ରଣବ ଥରେ ଦୁଇଥର ଭୂମିକାଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଆସିଛନ୍ତି l ପରସ୍ପର ଦୁହେଁ ଫୋନରେ ବି କଥା ହୁଅନ୍ତି l ଧିରେ ଧିରେ ପ୍ରଣବ ଓ ଭୂମିକାଙ୍କ ସମ୍ପର୍କ ଦୃଢ ହେଲାଣି l  


ଫାଇନାଲ ପରୀକ୍ଷାକୁ କିଛି ଦିନ ଥାଏ ହଠାତ ପ୍ରଣବ ଫୋନ କରି ଭୂମିକାଙ୍କୁ ପ୍ରଥମ ଥର ପାଇଁ ବାହାରକୁ ଏକୁଟିଆ ଦେଖା କରିବାକୁ ଡାକିଲେ l ଭୂମିକା ମାଆ ବାପାଙ୍କୁ କହି ଗଲେ ଦେଖା କରିବାକୁ l ମନ୍ଦିରରେ ସାମ୍ନାରେ ପ୍ରଣବ ଛିଡା ହୋଇଥାଆନ୍ତି l ପ୍ରଥମ ଥର ଚିନ୍ତିତ ଦେଖି ଭୂମିକା ଯାଇ ଧିର କି ତାଙ୍କ ପାଖରେ ଛିଡ଼ା ହେଲେ l ପ୍ରଣବ ଭୂମିକାଙ୍କୁ କହିଲେ ମନ୍ଦିର ଭିତରକୁ ଚାଲ l ଭୂମିକା ବି ଭିତରକୁ ଗଲେ l ଦୁହେଁ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରି ବାହାରକୁ ଆସିଲେ l ପ୍ରଣବ ନିଶି ଓ ଭୂମିକାଙ୍କ ସବୁ ଫୋଟୋ ଆଉ ପ୍ରେମ ଚିଠି ଦେଖାଇ ପଚାରିଲେ ଏ ସବୁ କଣ l ଚିଠି ଦେଖି ଭୂମିକା ଜାଣି ପାରିଲେ ଯେ ଏ କାମ ଆରଧନାର l କାରଣ ବିବାହ ସ୍ଥିର ହେବା କଥା ତାଙ୍କ ଘର ଲୋକ ଛଡା କେବଳ ଆରଧନା ହିଁ ଜାଣି ଥିଲେ l ଆଉ ସେ ଚିଠି ସେଦିନ ଭୁଲରେ ଆରଧନା ପାଖରେ ରହି ଯାଇଥିଲା l ଭୂମିକା ସବୁ କଥା ଖୋଲି କହିଲେ ଏବଂ ପ୍ରମାଣ ପାଇଁ ସେ ପ୍ରିନ୍ସିପାଲଙ୍କ ସହ ବି ପ୍ରଣବଙ୍କର କଥା କରାଇଲେ l ତାପରେ ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାମଣା ଦୂର ହୋଇ ଗଲା l ଏ କଥା ଘର ଲୋକଙ୍କୁ କହିବା ପାଇଁ ପ୍ରଣବ ମନା କଲେ l ପ୍ରଣବ ଆହୁରି କହିଲେ ତୁମ କଲେଜରେ ପଢୁଥିବା ଗୋଟିଏ ଝିଅର ମୋ ପାଇଁ ପ୍ରସ୍ତାବ ଆସିଛି l ହେଲେ ଆମେ ମନା କରି ଦେଇ କହିଲୁ ଯେ ମୋର ବାହାଘର ସ୍ଥିର ହୋଇଯାଇଛି l ଆଉ ସେ ମୋବାଇଲ କାଢି ଝିଅଟିର ଫୋଟୋ ଦେଖାଇଲେ l ସେ ଫୋଟୋ ଦେଖି ଭୂମିକା ଆଶ୍ଚର୍ଯ୍ୟ ଆଉ ଦୁଃଖୀ ହୋଇ ଗଲେ ଯେ ସେ ଫଟୋ ଆଉ କାହାର ନୁହେଁ ବରଂ ଆରଧନାର l ତାଙ୍କର ଏ ସବୁ କରିବା ପଛରେ ଆରଧନାର କଣ ଉଦ୍ଦେଶ୍ୟ ଥିଲା ଆଉ ବୁଝିବାରେ ବାକି ରହିଲା ନାହିଁ l ସେ ଆରଧନା ବିଷୟରେ ଆଉ ପ୍ରଣବଙ୍କୁ କିଛି କହିଲେ ନାହିଁ l ଆହୁରି ସେ ଜାଣିଲେ ଯେ ନିଶି ନିଜେ ଆସି ସେ ଫୋଟୋ ପ୍ରଣବଙ୍କୁ ଦେଇଛି l ଦୁହେଁ କିଛି ସମୟ କଥା ହେଲା ପରେ ଭୂମିକା ଘରକୁ ଯିବା ସମୟରେ ଦୂରରୁ ଦେଖିଲେ ଯେ ଆରଧନା ଓ ନିଶି କଥା ହେଉଛନ୍ତି l ସେ ଦୂରରୁ ଗାଡି ରଖି ଏତିକି ହିଁ ଶୁଣିଲେ ଯେ ଭୂମିକାର ବାହାଘର ଭାଙ୍ଗି ଗଲେ ଆରଧନା ଆଉ ପ୍ରଣବର ବାହାଘର ହୋଇ ଯିବ ଆଉ ତାଙ୍କ ମନରେ ଥିବା ଈର୍ଷାର ବଦଲା ସେ ନେବେ l ଏ କଥା ଶୁଣି ଭୂମିକା ବହୁତ ଦୁଃଖୀ ହେଲେ ଏବଂ ବୁଝି ପାରିଲେ ଯେ ଜୀବନରେ ଖୋଲା ବହି ହେଲେ ଲୋକମାନେ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରି ଦାଗ ଲଗାଇବେ l ସେ ଯାଇ ମାଆଙ୍କୁ ଆରଧନା ବିଷୟରେ ସବୁ କହିଲେ l ମାଆ କହିଲେ ଆରଧନା ଆଉ ନିଶି ନିଜ କର୍ମଫଳ ପାଇବେ l ତୁ ଏବେ କିଛି କହି କଥା ବଢେଇବୁ ନାହିଁ l ନ ହେଲେ ତୋ ବାହାଘର ଭାଙ୍ଗି ଯିବ l ଭୂମିକା ଆଉ ଆରଧନା ସହ କଥା ହେଲା ନାହିଁ l ନିଜ ଜୀବନର ବହିକୁ ଖୋଲ ଭିତରେ ରଖିଲା ପରି ଭାବି ଚିନ୍ତି ଚାଲିଲେ l 


ପରୀକ୍ଷା ପରେ ପ୍ରଣବ ଓ ଭୂମିକାର ବିବାହ ଭଲରେ ହେଲା l ଏବେ ପ୍ରଣବ ଓ ଭୂମିକା ବହୁତ ଖୁସିରେ ଅଛନ୍ତି l ଦୁହିଁଙ୍କର ଗୋଟିଏ କନ୍ୟା ସନ୍ତାନ ବି ହୋଇଛି l ଦିନେ ଭୂମିକା ତାଙ୍କର ଗୋଟିଏ ସାଙ୍ଗଠାରୁ ଶୁଣିବାକୁ ପାଇଲେ ଆରଧନାର ବାହାଘର ଲଗ୍ନଧରା ପରେ ଭାଙ୍ଗିଗଲା ହେଲେ କାରଣ କଣ ଜାଣି ପାରିଲେ ନାହିଁ l ଆଉ ନିଶି ଡ୍ରଗସ୍ ବ୍ୟବସାୟରେ ଗିରଫ ହୋଇଛି l ଏ କଥା ଶୁଣି ପ୍ରଣବ ଭୂମିକାଙ୍କୁ କହିଲେ ଦେଖିଲ ତ ତୁମ କର୍ମଫଳ ତୁମ ଜୀବନର ଖୋଲା ବହିରେ ହସ ଖୁସି ଭରି ଦେଲା l ଆଉ ନିଶି ଓ ଆରଧନାର କର୍ମଫଳ ତାଙ୍କ ଜୀବନର ଖୋଲା ବହିରେ ଦୁଃଖ ଆଉ ନିନ୍ଦା ଅପମାନର ଦାଗ ଲଗାଇ ଦେଲା l  


ବାସ୍ତବରେ ନିଜ କର୍ମଫଳ ନିଜ ଜୀବନର ଖୋଲା ବହିରେ ଜୀବନ କାହାଣୀ ଲେଖେ l 



Rate this content
Log in

Similar oriya story from Inspirational