କର୍ମ ହିଁ ଭକ୍ତି ଓ ଭଗବାନ
କର୍ମ ହିଁ ଭକ୍ତି ଓ ଭଗବାନ
ଗୋଟିଏ ଗାଁରେ ଜଣେ ଗୃହସ୍ଥ ଭକ୍ତ ବାସ କରୁଥିଲେ। ତାଙ୍କର ମନରେ ଭଗବାନଙ୍କ ପ୍ରତି ଅଗାଢ଼ ଶ୍ରଦ୍ଧା ଥିଲା। କିନ୍ତୁ ପରିବାରର ଦାୟିତ୍ୱ, ଜୀବିକା ଓ ଦୈନନ୍ଦିନ କାର୍ଯ୍ୟର ବ୍ୟସ୍ତତା ଭିତରେ ସେ ଭଗବାନଙ୍କୁ ନିୟମିତ ସ୍ମରଣ କରିପାରୁ ନଥିଲେ।
ଦିନେ ସେ ଜଣେ ସାଧୁଙ୍କୁ ପଚାରିଲେ, “ମହାତ୍ମା! ମୁଁ ଭଗବାନଙ୍କୁ ସ୍ମରଣ କରିବାକୁ ଚାହେଁ, କିନ୍ତୁ ସଂସାରର କର୍ମଜଞ୍ଜାଳ ଭିତରେ ତାହା ସମ୍ଭବ ହେଉନାହିଁ। ମୁଁ କ’ଣ କରିବି?”
ସାଧୁ ହସି କହିଲେ, “ଭଗବାନଙ୍କୁ ସ୍ମରଣ କରିବା ପାଇଁ ସଂସାର ଛାଡ଼ିବା ଆବଶ୍ୟକ ନାହିଁ। ବରଂ ନିଜର ପ୍ରତ୍ୟେକ କର୍ମକୁ ଭଗବାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କର।
ପରିବାରର ଯତ୍ନ ନେବାବେଳେ ଭାବ, ସେମାନେ ଭଗବାନଙ୍କର ସନ୍ତାନ। ଜୀବିକା ଅର୍ଜନ କରିବାବେଳେ ଭାବ, ଏହା ଭଗବାନଙ୍କ ଦତ୍ତ ଦାୟିତ୍ୱ। ନିଜ ଶରୀରର
ଯତ୍ନ ନେବାବେଳେ ଭାବ, ଏହି ଶରୀର ଭଗବାନଙ୍କ ସେବାର ଏକ ମାଧ୍ୟମ।
ମନେରଖ, କେବଳ ମନ୍ଦିରରେ ପ୍ରାର୍ଥନା କରିବା ହିଁ ଭକ୍ତି ନୁହେଁ; ନିଷ୍ଠା, ସତ୍ୟତା ଓ ନିଃସ୍ୱାର୍ଥ ଭାବନାରେ କରାଯାଇଥିବା ପ୍ରତ୍ୟେକ ଶୁଭକର୍ମ ମଧ୍ୟ ଭଗବାନଙ୍କର ସେବା।”
ସାଧୁଙ୍କ କଥା ଗୃହସ୍ଥଙ୍କ ହୃଦୟକୁ ଛୁଇଁଗଲା। ସେହିଦିନଠାରୁ ସେ ନିଜର ପ୍ରତ୍ୟେକ କର୍ମକୁ ଭଗବାନଙ୍କ ଚରଣରେ ଅର୍ପଣ କରିବାକୁ ଲାଗିଲେ। ଧୀରେ ଧୀରେ ତାଙ୍କର କର୍ମ ହିଁ ଭକ୍ତିରେ ପରିଣତ ହେଲା।
ନୀତିଶିକ୍ଷା:
ଜୀବନର କର୍ତ୍ତବ୍ୟ ତ୍ୟାଗ କରି ଭଗବାନଙ୍କୁ ପାଇବା ନୁହେଁ, ବରଂ ନିଜର ପ୍ରତ୍ୟେକ କର୍ମକୁ ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ହିଁ ପ୍ରକୃତ ଭକ୍ତି।
ଦୂରଭାଷା :- ୯୪୩୮୯୦୭୮୯୮
