ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

କରିଶ୍ମାର ଜୋତା

କରିଶ୍ମାର ଜୋତା

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

କରିଶ୍ମା ପିଲାବେଳୁ ବାପାମାଆ ଛେଉଣ୍ଡ l ତାକୁ ତାର ସାବତ ମାଆ ଓ ଦୁଇ ଭଉଣୀ ଦିନରାତି ଚାକରଭଳି ଖଟାଉଥିଲେ l ପିନ୍ଧିବାକୁ ଛିଣ୍ଡାଲୁଗା ଓ ଖାଇବାକୁ ଅଇଁଠା ଦେଉଥିଲେ l ହଲେ କରିଶ୍ମା ସେ ସବୁକୁ ଖାତିରି ନ କରି ସବୁ କାମ ଖୁସିରେ କରୁଥିଲା l

ଦିନେ ରାଜା ପ୍ରଚାର କଲେ ଯେ ରାଜ୍ୟର ସବୁ ଝିଅମାନେ ଆସି ରାଜନଅରରେ ହେବାକୁ ଥିବା ନୃତ୍ୟଗୀତ ପ୍ରତିଯୋଗିତାରେ ଭାଗନେବେ l ଏହା ଶୁଣି ସାବତ ମାଆ ତାର ଦୁଇଝିଅକୁ ସଜବାଜ କରାଇ ରାଜନଅରକୁ ବାହାରିଲା l କରିଶ୍ମା ସେମାନଙ୍କ ସହ ଯିବା ପାଇଁ ମାଆ ଆଗରେ ବହୁତ ଅଳି କଲା l ହେଲେ ତାର ସାବତ ମାଆ ବାହାର ପଟୁ ଦୁଆର ବନ୍ଦ କରିଦେଇ ଚାଲିଗଲା l

ମାଆର ଏପରି ବ୍ୟବହାରରେ କରିଶ୍ମା ନିଜ ଭାଗ୍ୟକୁ ନିନ୍ଦି ବିକଳ ହୋଇ କାନ୍ଦିବାକୁ ଲାଗିଲା l ଦିନ ଯାଇ ରାତି ହେଲା l ହଠାତ୍ ସେହି ଅନ୍ଧାର ଘରଟି ଉଜ୍ଵଳ ଆଲୋକରେ ଆଲୋକିତ ହୋଇ ଉଠିଲା l କରିଶ୍ମା ଆଖିରୁ ଲୁହ ପୋଛି ଦେଖେ ତ ତା’ ଆଗରେ ଜଣେ ପକ୍ଷୀ ଲାଗିଥିବା ସୁନ୍ଦରୀ ପରିତିଏ ଠିଆ ହୋଇଛି l ସେ ତା’ ପାଖକୁ ଆସି କାନ୍ଦିବାର କାରଣ ପଚାରିଲା l କରିଶ୍ମା ତାର ସବୁ ଦୁଃଖ କଥା କହିଲା l ଏହା ଶୁଣି ପରୀ ତାର ଯାଦୁର ବାଡ଼ି ଦ୍ଵାର ଏକ କଖାରୁକୁ ଘୋଡ଼ାଗାଡ଼ି ଓ ମାଠିଆ ଭିତରେ ଥିବା ଚାରୋଟି ମୂଷାଙ୍କୁ ଜୀବନ୍ତ ଘୋଡ଼ାରେ ପରିଣତ କଲା l କରିଶ୍ମାକୁ ମାନିଲା ଭଳି ସୁନ୍ଦର ପୋଷାକ, ଗହଣା ଓ ଜୋଟା ଦେଲା l କହିଲା- କରିଶ୍ମା, ତୁ ଏ ସବୁକୁ ପିନ୍ଧି ଏହି ଘୋଡ଼ା ଗାଡ଼ିରେ ବସି ରାଜମହଲକୁ ଯିବୁ ହେଲେ ରାତ୍ରିର ଠିକ୍ ବାରଟା ପୂର୍ବରୁ ତୁ ତୋ ଘରକୁ ଯେମିତି ହେଲେ ଫେରି ଆସିବୁ ନ ହେଲେ ମୋର ଏ ସବୁ ଯାଦୁ ଆଉ କାମ କରିବ ନାହିଁ l କରିଶ୍ମା ପରୀକୁ ଧନ୍ୟବାଦ ଦେଇ ଘୋଡ଼ା ଗାଡ଼ିରେ ବସି ରାଜ ମହଲକୁ ଗଲା l ଦେଖିଲା ସେଠାରେ ନାଚଗୀତର ବିରାଟ ଆୟୋଜନ ଚାଲିଛି l ସେ ମଧ୍ୟ ସେଠାରେ ସାମିଲ ହୋଇଗଲା l ରାଜକୁମାର କରିଶ୍ମାର ରୂପ, ନୃତ୍ୟ ଓ ଗୀତରେ ମୁଗ୍ଧ ହୋଇ ଟା’ ସାଥିରେ ନାଚିବାକୁ ଲାଗିଲେ l ରାତି ବାରଟାବାଜିବାକୁ ଆଉ ଅଳ୍ପ ସମୟ ବାକି ଅଛି ଜାଣିପାରି କରିଶ୍ମା ସେଠାରୁ ତର ତର ହୋଇ ଆସୁଥିବା ସମୟରେ ତାର ଗୋଟିଏ ଜୋତା ରାଜମହଲର ସିଢିରେ ଅଟକି ଗଲା l ସେ ସେହି ଜୋତାଟିକୁ ନ ଆଣି ନିଜ ଘୋଡ଼ା ଗାଡ଼ିରେ ବସି ଘରକୁ ପଳାଇ ଆସିଲା l ବାରଟା ପରେ କରିଶ୍ମା ପାଖରେ ଥିବା ସବୁ ଜିନିଷ ଆପେ ଆପେ ଉଭେଇ ଗଲା l

ଏପଟେ ରାଜକୁମାର କରିଶ୍ମାର ପିଛା କଲେ ହେଲେ ତାକୁ ଧରି ପାରିଲେ ନାହିଁ l ସିଢିରେ ଅଟକି ଥିବା ଜୋତାଟିକୁ ଧରି ସେ ତାକୁ ଖୋଜିବାକୁ ଲାଗିଲେ l ରାଜ୍ୟସାରା ବୁଲି ବୁଲି ସବୁ ଝିଅଙ୍କ ଗୋଡରେ ସେହି ଜୋତାଟିକୁ ପିନ୍ଧାଇ ଦେଖୁଥିଲେ l ହେଲେ ସେ ଜୋତାଟି କାହା ଗୋଡକୁ ହେଉ ନଥିଲା l ଶେଷରେ ସେ କରିଶ୍ମାର ଘରେ ପହଞ୍ଚିଥିଲେ l କରିଶ୍ମା ଦୁଇ ଭଉଣୀ ଆଗ୍ରହରେ ସେ ଜୋତାଟିକୁ ପିନ୍ଧିଲେ ମାତ୍ର ତାଙ୍କୁ ବି ହେଲା ନାହିଁ l ରାଜକୁମାରଙ୍କର ଚାକରାଣୀ ବେଶରେ ଥିବା କରିଶ୍ମା ଉପରେ ନଜର ପଡିଲା l ସେ ତାକୁ ବି ଅନୁରୋଧ କଲେ ପିନ୍ଧିବା ପାଇଁ l କରିଶ୍ମାର ଗୋଡରେ ଜୋତାଟି ଖାପ ଖାଇଲା l ଏହା ଦେଖି ରାଜକୁମାର ତାକୁ ସେଦିନର କଥା ସବୁ ପଚାରିଲେ l କରିଶ୍ମାର ନୀରବତା ଦେଖି ସେ ସବୁକିଛି ଜାଣିପାରିଲେ l ରାଜକୁମାର ତାକୁ ନିଜ ଘୋଡ଼ା ଗାଡ଼ିରେ ବସାଇ ରାଜ ଉଆସକୁ ନେଇ ଆସିଲେ l କିଛିଦିନ ପରେ ଧୁମ ଧାମରେ ସେମାନଙ୍କର ବିବାହ ହେଲା l


Rate this content
Log in

Similar oriya story from Children