Rajesh Kumar Mohapatra

Abstract Drama

4  

Rajesh Kumar Mohapatra

Abstract Drama

କ୍ରାନ୍ତି ବୀର

କ୍ରାନ୍ତି ବୀର

6 mins
404


ମଝି ଅରଣ୍ୟକୁ ଦେଖ ଦେଖ । ଦେଖା ଯାଉଛି ତୁମକୁ ? ଛୋଟ ମୃଗ ଶିଶୁଟି କେମିତି ତା ମା ପାଖ ରେ ଖେଳୁଛି ଦେଖ ସେ ହିଂସ୍ର ଜନ୍ତୁକୁ ଯେ ତାକୁ ଭକ୍ଷଣ କରିବା ଲାଳସା ନେଇ ବୃକ୍ଷ ଆଢ଼ୁଆଳରେ ଲୁଚି ରହିଛି । ଅହଲ୍ୟା ବୃଦ୍ଧାଶ୍ରମରେ କେହି ଜଣେ ଡାକ୍ତର ଅରବିନ୍ଦଙ୍କ ସାମ୍ନାରେ କହୁଥିଲେ। ଓଃ ଆପଣ ଟିକେ ଧାର୍ଯ୍ୟ ଧରନ୍ତୁ ଏମିତି ପାଗଳାମି କରନ୍ତୁନି । ଆପଣ ମୋ ନଜରରେ ଦୁନିଆକୁ ଦେଖନ୍ତୁ ଡକ୍ଟର ବୁଝିବାକୁ ଚେଷ୍ଟା କରନ୍ତୁ । ଡକ୍ଟର ନୀରବ ହେଇ ବୃଦ୍ଧଙ୍କ ହାତକୁ ଧରି ଥିଲେ, ବୃଦ୍ଧ ବଡ଼ ପାଟିରେ ନିଜ ସ୍ଵରଚିତ କବିତା ଟେ କହିଲେ...


"ଶୂନ୍ୟତା ମଧ୍ୟରେ ଏକ ପ୍ରତିଛବି ପାରିବ କି ଆଜି ଶୂନ୍ୟତାକୁ ଭାରି ? ମାନବିକତାର ଏକ କ୍ଷୁଦ୍ର ଉଦାହରଣ କରି କି ପାରିବ ପାଶବିକତାର ମୁଳୋତ୍ତପାଟନ ।

ଛୋଟ ମୃଗ ଶିଶୁ ଲତା ଆଢୁଆଳେ ବୁଝି କି ପାରିଛି ଏବେ ହିଂସ୍ର ଜନ୍ତୁର କ୍ରୁରତା । ଦୁଃଖ ପୂର୍ବୁ ଆସି ଚିମୁଟାଏ ସୁଖ ଭରେ ସିନା ଓଠେ ଧାରେ ଟାଏ ହସ ହେଲେ ରଖି ଯାଏ ବହୁ ଅବଶୋଷ। ଭଲପାଇ ବା କୁ କିଏ କୁହେ ପ୍ରେମ ବା କିଏ ସେ ମମତା ହେଲେ ମୁଁ କୁହେ ତାକୁ କେବଳ ଛଳନା କାହା ପାଇଁ କିଏ ହେବ ତ ଖେଳନା ।"


ଆଜ୍ଞା ଆପଣ ଏମିତି ଭାବନାଠୁ ଦୂରେଇ ଆସନ୍ତୁ ନିଜର ପାଗଳାମି ଠୁ ବି । ହଁ ଡକ୍ଟର ମୁଁ ପାଗଳ ସେଦିନର ଛାତ୍ର ନେତା/ ସମାଜସେବୀ ଦୀନବନ୍ଧୁ ପାଗଳ ନୁହେଁ ତ ଆଉ କଣ ! ସାର୍ ଆପଣ ଦୟା କରି ନିଜ ଶରୀରର କଥା ଚିନ୍ତା କରନ୍ତୁ ନିଜ ଶରୀର ରହିଲେ ସିନା ଆପଣ କାହା ବିଷୟରେ ଭାବିବେ । କାହା ପାଇଁ ରଖିବି ଏ ଶରୀର କୁ ଆଉ ଡକ୍ଟର ? ମୋ ପ୍ରଣପ୍ରୀୟା ପତ୍ନୀ ପାଇଁ ଯେ ମୋତେ ଛାଡି ଚାଲି ଯାଇଛି ? ନିଜ ପାଇଁ ଯେ ନିଜ କୁ ବି ନିଜେ ପ୍ରତି ମୁହୂର୍ତ୍ତ ରେ ସନ୍ଦେହ କରୁଛି । ନା ତା ପାଇଁ ଯେ ଆଣି ମୋତେ ଏଇ ବୃଦ୍ଧଶ୍ରମରେ ପାଗଳ କହି ଛାଡି ଚାଲି ଯାଇଛି । କାହା ପାଇଁ କୁହନ୍ତୁ ଡକ୍ଟର ? ନୀରବ ହୋଇ ବସିଥିଲେ ଡକ୍ଟର ଅରବିନ୍ଦ ମିଶ୍ର । କୁହନ୍ତୁ ଡକ୍ଟର ନୀରବ କଣ ପାଇଁ ? ଅରବିନ୍ଦ କହିଲେ କେହି ନ ହେଲେ ସେଇ ସମାଜସେବୀ ଦୀନବନ୍ଧୁ ବାରିକ୍ ଙ୍କ ପାଇଁ ତ ବଞ୍ଚି ରୁହନ୍ତୁ । ହଁ ସମାଜସେବୀ ଦୀନବନ୍ଧୁ ବାରିକ୍ ଯାହାର ସମାଜ ସେବା ମନବୃତି ଯୋଗୁ ସେ ଆଜି ନିଜେ ଆସି ଅନ୍ୟ କାହା ସେବା ନେଉଛି । କୁହନ୍ତୁ ତ ଡକ୍ଟର କାଲି ଆପଣଙ୍କ ପୁଅ ଏ ବୃଢ଼ାଶ୍ରମ ପାଇଁ ଆପଣଙ୍କୁ ଦୋଷ ଦେବନି ତ ? କହିବନି ତ ତୁମେ ଅନ୍ୟ ପାଇ ମୋତେ ଅଣଦେଖା କରିଛ, କଣ କରିଛ ତୁମେ ମୋ ପାଇଁ ? କହି ପାରେ ! ହେଲେ ସାର୍ ମୁଁ ସେଥି ପାଇଁ କଣ ମୋ ସମାଜ ସେବା ବନ୍ଦ କରି ଦେବି ? ମୋ ପୁଅ ଯଦି ମୋ ଭଳି ଏ ବୃଦ୍ଧାଶ୍ରମ ଦାୟିତ୍ଵ ନେଇ ନେବ ତେବେ ସେ ବି କେତେ ବାପା ମା ଙ୍କ ଆଶ୍ରିବାଦ ପାଇବ, ମୁଁ ଚାଂହିବି ସେ ମୋ ଭଳି ସେବା ରେ ନିଜ ଜୀବନ କୁ ନିୟୋଜିତ କରୁ ବୋଲି । ମୁଁ ବି ଚାହିଁ ଥିଲି ଡକ୍ଟର ହେଲେ ମୁଁ ହୁଏତ ନିଜ ପୁତ୍ର କୁ ଶିକ୍ଷା ଦେବା ରେ ଅବହେଳା କରି ଦେଲି । ସୋଷିଆଲିଷ୍ଟ ଦିନବନ୍ଧୁ ବାରିକ୍ ଗୋଟେ ଆଣ୍ଟିସୋସିଆଲ ର ଜନ୍ମଦାତା ହେଇ ଗଲା । ସେମିତି ଭବନ୍ତୁନି ସାର୍ ଧୈର୍ଯ୍ୟ ଧରନ୍ତୁ । ମୋର ମନେପଡ଼ୁଚି ଡକ୍ଟର, ସେଦିନ ସନ୍ଧ୍ୟାରେ ମୋ ସ୍ତ୍ରୀ କହିଲେ ଜାଣିଚ ମୁଁ ମା ହେବାକୁ ଯାଉଛି, ମୁଁ ବହୁତ୍ ଖୁସି ହୋଇ ଥିଲି  । କିଛି ଦିନେ ପୁତ୍ର ସନ୍ତାନର ଜନକ ହେଇ ଯାଇଥିଲି, ଦୀନବନ୍ଧୁ ବାରିକର ଖୁସି ସେ ଦିନ ଦୁଇ ଗୁଣିତ ହେଇ ଯାଇଥିଲା କେତେ କଣ ଭାବି ନେଇ ଥିଲି ଭାବିଥିଲି କେହି ଜଣେ ଆସିଗଲା ମୋ କାନ୍ଧରେ କାନ୍ଧ ମିଶାଇ ଏ ଦୁନିଆ ଦାଣ୍ଡରେ ଛିଡ଼ା ହେବ, ମୋ ସହ ଆନ୍ଦୋଳନରେ ଭାଗନେବ । ତାର ସମସ୍ତ ଦାୟିତ୍ଵ ବହନ କରି ତାକୁ ୱେଲ୍ ଏଜୁକେଟେଡ କରିବା ପାଇଁ ନିଜର ଚେଷ୍ଟାକୁ ବଳବତ୍ତର ରଖିଲି । ଶେଷରେ ସେ ନିଜ ଇଚ୍ଛା ଶକ୍ତି ବଳରେ ଏମବିବିଏସ୍ ପାଇଲା । ମୋ ଗୋଡ଼ ଖୁସିରେ ତଳେ ଲାଗୁ ନଥିଲା ମୋ ପୁଅ ଡକ୍ଟର ହେବ । ସବୁ ପାଇ ଯାଇଥିଲି ଡକ୍ଟର, ଖୁସି ରେ ବିଭୋର ହୋଇ ଅନ୍ତର ଭିତରେ ମୁଁ ନାଚୁଥିଲି । ପୁଅ ପାଠ ପଢ଼ିବା କୁ ଚାଲିଗଲା ମୁଁ ମୋର ସମାଜ ସେବା ର ମନ ବୃତ୍ତି କୁ ଧରି ଗଢ଼ିଦେଲି ଏକ ସାମାଜିକ ସଂଗଠନ ଯେଉଁଥିରେ ମୋ ସହ ଅନେକ ବନ୍ଧୁ ଯୋଡ଼ି ହୋଇ ଗଲେ, ହେବେନି ବି କେମିତି ଛାତ୍ର ଜୀବନ ରୁ ହିଁ ମୁଁ ଉନିଭର୍ସିଟି ରେ ରାଜନୈତିକ ସ୍ଥରରେ ସଂଗଠିତ ନେତା ଟିଏ ଥିଲି । ସାମାଜିକ ସଂଗଠନ ର ମୂଳ ମନ୍ତ୍ର ଥିଲା ମୋ ରାଜ୍ୟ ରୁ, ଦେଶ ରୁ ଓ ପରିପାର୍ଶ୍ୱ ରୁ ଶିଶୁ ଶ୍ରମିକ ମାନଙ୍କୁ ହଟେଇ ସେମାନଙ୍କୁ ଉତ୍ତମ ଶିକ୍ଷା ଓ ନିଯୁକ୍ତି ଦେବା । କୌଣସି ବି ସ୍ଥାନ ରେ ମୁଁ ହାରି ଯାଇନି କେବେ । ଶିଶୁଟିକୁ ଭିକ୍ଷା ବୃତ୍ତି କରୁଥିବା ର ଦେଖିଲେ ମୋତେ ଲାଗେ ଯେମିତି ଆମ ଦେଶ ର ଭବିଷ୍ୟତ ହାତ ପାତି ଛିଡ଼ା ହୋଇଛି, ଶ୍ରମ ବୋଝ ଭିତରେ ଦବିଯାଉଥିବା କାହା ଶୈଶବ୍ୟ କୁ ଦେଖି ମୋ ଅନ୍ତର ମୋତେ ପଚାରେ ୟେ କଣ ଆମ ଭବିଷ୍ୟତ ? ଆମ ପରିଚୟ କଣ ଶିଶୁ ଶ୍ରମିକ ? ଆମ ଲୋକ ମାନେ ବି ଠିକ୍ ସେ ଦିନର କୁରୁସଭା ଆସନ ମଣ୍ଡିତ ଜଣେ ଜଣେ ମୁକ ସାକ୍ଷୀ ହେଇ ଯାଉଛନ୍ତି ଯେଉଁ ମାନେ ସବୁ ଦେଖୁଛନ୍ତି ସତ ହେଲେ ନିଜର ଗାଦି ରକ୍ଷା ଆଳ ରେ କେହି ବି ସ୍ୱର ଉତ୍ତଳନ କରି ପାରୁ ନାହାଁନ୍ତି । ଶେଷ ରେ ବନ୍ଧୁ ମାନଙ୍କ ସାହାଯ୍ୟ ଓ ସହ ଯୋଗ ରେ ଗଢ଼ିଲି ଗୋଟେ ସ୍କୁଲ ଓ ଆଶ୍ରମ ଯେଉଁଠି ମାଗଣା ରେ ଗରିବ, ଶ୍ରମିକ, ଅନାଥ ଶିଶୁ ମାନଙ୍କୁ ଶିକ୍ଷା ଦାନ ହେଉଥିଲା । ମୋ ପୁଅ ସେତେ ବେଳକୁ ନିଜର ପଢା ଶେଷ କରି ସର୍ଜରୀ ବିଭାଗ ରେ ଡକ୍ଟର ହେଇ ଥାଏ । ଦିନେ ସନ୍ଧ୍ୟା ରେ ମୋ ପତ୍ନୀ ଙ୍କ ଦେହ ଭୀଷଣ ଖରାପ୍ ହେଇ ପଡ଼ିଲା ମୁଁ ତାଙ୍କୁ ନେଇ ଡାକ୍ତରଖାନା ରେ ଭର୍ତ୍ତି କାଲି ସେଠି ଜାଣିଲି ଯେ ମୋ ପତ୍ନୀ ଙ୍କ କିଡନୀ ନଷ୍ଟ ହେଇ ଯାଇଛି, ତାଙ୍କୁ ବଞ୍ଚେଇବା କୁ ହେଲେ କିଡନୀ ର ଆବଶ୍ୟକତା ରହିଛି । ମୋ ମୁଣ୍ଡ ରେ କିଛି ଯୁଟୁ ନଥାଏ ପୁଅ ଆସି କହିଲା ବାପା କେହି ତୁମ ଅନାଥ ଆଶ୍ରମ ରେ ଥିବେ କୁହ ମା କୁ କିଡନୀ ଦାନ କରିବେ ମା କୁ ବଞ୍ଚାଇବା କୁ ହେବ । ମୁଁ କହିଲି ମୁଁ କେବେ ବି କରି ପାରିବିନି, ନିଜ ସ୍ତ୍ରୀ କୁ ବଞ୍ଚାଇବା କୁ ଯାଇ ମୁଁ ଆଉ ଜଣେ ନିରୀହ ପ୍ରାଣ ର ବଳିଦାନ ଦେଇ ପାରିବିନି । ପୁଅ ପ୍ରଶ୍ନ କଲା ଆପଣ ତ ଜୀବନ ଯାକ ଅନ୍ୟ ର ସେବା କରିଛନ୍ତି ହେଲେ ପାଇଛନ୍ତି କଣ ? କଣ ଦେଇଛନ୍ତି ମୋ ମା କୁ ? ଶେଷରେ କଣ ତା ଜୀବନ ରକ୍ଷା ପାଇଁ ଏତିକି କରି ପାରିବେନି? ମାଗି ପାରିବେନି କାହାକୁ ନିଜ ଉସର୍ଗୀ କୃତ ଜୀବନର ଦକ୍ଷିଣା । ନାଁ ମୁଁ ସେଦିନର ଗୁରୁ ଦ୍ରୋଣ ହେଇ ପାରିବିନି ଯଦି ଦରକାର ହେଉଛି ତେବେ ମୋର କିଡନୀ ନେଇ ଯା । ମୁଁ ଉଠି ଆସିଲି ସେଠୁ । ସକାଳୁ ଅନାଥ ଆଶ୍ରମ ଗଲି, ଜଣେ ପିଲା କହିଲା ସୁଶ୍ରୀ ର ଦେହ ଖରାପ୍ ତାକୁ ରାତି ରୁ ମେଡିକାଲ ନେଇ ଯାଇଛନ୍ତି । କଣ ହେଲା କେହି ମୋତେ ନ କହି ନେଇ ଗଲେ କେମିତି ! ମୁଁ ଚାଲିଗଲି ତାକୁ ନେଇ ଯାଇଥିବା ମେଡିକାଲ କୁ । ସେଠି ଦେଖିଲି ମୋ ଅନ୍ଧୁଣି ଝିଅ ସୁଶ୍ରୀ ମେଡିକାଲ ବେଡ୍ ରେ ନିସ୍ତେଜ ହେଇ ସୋଇଛି । ଝିଅ ? ହଁ ସେ ମୋ ଝିଅ ଅନ୍ଧୁଣୀ ଟିଏ ବୋଲି ତା କୁ ତା ମା ବାପା ନ ଆପଣେଇ ଛାଡି ଦେଇ ଯାଇଥିଲେ । ତାକୁ ମୁଁ ମୋ ହାତରେ ବଡ଼ କରିଥିଲି ପାଖ ରେ ଯାଇ ଦେଖିଲି ତା ଶରୀରଟାରେ ଆଉ କିଛି ନାହିଁ ସେ ମୃତ୍ୟୁ ଶଯ୍ୟାରେ ସୋଇ ସାରିଛି । ପଚାରିଲି କଣ ହେଇଥିଲା ତାର ? ନର୍ସ କହିଲା ସେ ନିଜର କିଡନୀ ଦାନ କରିଥିଲା ଆଉ ତା ଅପରେସନ ପରେ ତାର ବ୍ଲଡ଼ ପ୍ରେସର ପଢି ଯିବାରୁ ସେ ମୃତ୍ୟୁ ବରଣ କରିଛି । ମୋ ମୁଣ୍ଡ ଟା ଘୁରେଇ ଦେଲା କିଏ ସେ ଜଘନ୍ୟ ହତ୍ୟାକାରୀ ଯେ ମୋ ଝିଅର କିଡନୀ ଚୋରେଇ ନେଲା ତାକୁ କଣ ଜଣା ନଥିଲା ଜଣେ ୧୮ ବର୍ଷ ରୁ କମ ବୟସ୍କ ର କିଡନୀ ନେବା ଭୁଲ୍ ବୋଲି । ବସି ପଡ଼ିଲି ସେଇଠି, ପୁଅ ଖୁସି ରେ ପାଖ କୁ ଆସି କହିଲା ବାପା ମା ର କିଡନୀ ଟ୍ରାସ୍ପ୍ଲାଣ୍ଟ ସକ୍ସେସ ହେଇଛି । ମୁଁ ଅନ୍ଧ ଧୃତରାଷ୍ଟ୍ର ହେଇ ପାରିଲିନି, କି ହେଇ ପାରିଲିନି ସେଦିନର ବଚନ ବନ୍ଦୀ ଭୀଷ୍ମ ହାତ ରେ ଧରିଥିବା ଅପରେସନ ଛୁରୀ ଧରି ବାରମ୍ବାର ଭୂଷିବା କୁ ଲାଗିଲି ମୋ ପୁଅ ଦେହ ରେ । ଚିତ୍କାର କରି ରକ୍ତାକ୍ତ ଶରୀର ତାର ପଡ଼ିଗଲା ସେଇଠି । ସମସ୍ତେ ଦୌଡ଼ି ଆସିଲେ ତାକୁ ଉଠେଇ ନେବା ପୂର୍ବରୁ ସେ ମୃତ୍ୟୁ ବରଣ କଲା । ମୁଁ ଦୁଃଖ ଓ ଧରିତ୍ରୀ କୁ ପାପ ମୁକ୍ତି କରିବା ଖୁସି ରେ ନଚିବା କୁ ଲାଗିଲି ସମସ୍ତେ କହିଲେ ଦୀନବନ୍ଧୁ ବାରିକ୍ ପାଗଳ ହେଇ ଯାଇଚି । ମୋତେ ଆଣି ପାଗଳ ଖନା ରେ ଭର୍ତ୍ତି କରି ଗଲେ । ଶେଷ ରେ ଜେଲ୍ ମୁକ୍ତି ପରେ ମୋ ଠିକଣା ଅହଲ୍ୟା ବୃଦ୍ଧାଶ୍ରମ । ଆପଣ କେବେ ବି ନିଜ କୁ ଏକଲା ମନେ କରିବେନି ଡକ୍ଟର, ସବୁ ବେଳେ ନିଜ କୁ ଜନ ସେବା ରେ ନିୟୋଜିତ ରଖିବେ ନିଜ ପୁତ୍ର କୁ ଶିକ୍ଷା ଦେଇ ଜଣେ କ୍ରାନ୍ତି ବୀର କରି ଗଢି ତୋଳିବେ ମୁଁ ସର୍ବଦା ଆପଣକଂ ସାଙ୍ଗ ରେ ରହିବି । ଅରବିନ୍ଦଙ୍କ ହାତକୁ ଭିଡ଼ି ଧରିଲେ ଦୀନବନ୍ଧୁ ନିର୍ବାକ ଅରବିନ୍ଦ ଚାଂହିଥିଲେ ଝରକା ଆଡ଼କୁ , ତାଙ୍କ ହାତ ଭିତରେ ଧୀରେ ଧୀରେ ଶିଥିଳ ହେଇ ଆସୁଥିଲା ଦୀନବନ୍ଧୁଙ୍କ ହାତ ଆହୁରି କଠିନ ହେଇ ଆସୁଥିଲା ବୃଦ୍ଧ ଦୀନବନ୍ଧୁଙ୍କ ଆଙ୍ଗୁଠି ଗୁଡ଼ା । ବାହାର କେହି ଜଣେ ପିଲା ଗୋଟେ କାଗଜ ପାଇ ପଢ଼ୁଥିଲା ,

"ଦେଖ ଆସୁଛନ୍ତି କ୍ରାନ୍ତିର ସୂତ୍ର ଧାର ।

ହାତରେ ଅଛି ତାଙ୍କ କ୍ରାନ୍ତି ପତାକା ।

ମୋ ଦେଶୁ ହଟିବେ ଶିଶୁ ଶ୍ରମିକ ଲାଗୁଛି ନାରା ।

ସ୍ଵଦରେ ହୋଇଛି ତାଙ୍କ ଶରୀର ଓଦା ।

ମୁକ୍ତ ହେବେ ଶିଶୁ ପ୍ରାଣ ଦେବେ ସେ ବାର୍ତ୍ତା ।

ଫର ଫର ହୋଇ ଉଡୁଛି ଦେଖ ମୁକ୍ତିର ବାନା ।

ଶ୍ରମିକ ପିଲାଟି ରହିଛି ଚାହିଁ ।

ମନ ତା ନାଚୁଛି ଝର ଝର ତାନେ ଝରଣା ହୋଇ ।

ମନ ତା ଭରୁଚି ମୁକ୍ତିର ସ୍ବପ୍ନରେ ।

ସର ସର ବହିବ ସେ ପବନ ସାଥିରେ।

ଉଡ଼ିବ ହୋଇ ସେ ମୁକ୍ତ ବିହଙ୍ଗ ନୀଳ ଆକାଶରେ ।"

ବୋଧ ହୁଏ ଏହା ଦୀନବନ୍ଧୁଙ୍କ ଲେଖା ଥିଲା। ନିରବତାର ଗୋଟେ ଝଡ଼ ବାହି ଯାଇଥିଲା ଅହଲ୍ୟା ବୃଦ୍ଧାଶ୍ରମରେ ।


( ବିଦ୍ର : କାହାଣୀ ଟି ସମ୍ପୂର୍ଣ ଭାବେ କାଳ୍ପନିକ । ହିଂସାକୁ ପ୍ରଶୟ ଦେବା ମୋର ଲକ୍ଷ୍ୟ ନୁହେଁ ଏହା କେବଳ ଏକ ଭାବନାର କ୍ଷୁଦ୍ର ଗାଳ୍ପିକ ରୂପାୟନ । )


Rate this content
Log in

Similar oriya story from Abstract