Rajesh Kumar Mohapatra

Romance Tragedy

3.2  

Rajesh Kumar Mohapatra

Romance Tragedy

ଧାଡ଼ିଏ ପ୍ରେମ

ଧାଡ଼ିଏ ପ୍ରେମ

3 mins
233


ତୁମ ମୋ ଭିତରେ କେବେ ପାର୍ଥକ୍ୟ ନଥିଲା ସାମଞ୍ଜସ୍ୟ ବହୁତ୍ ଥିଲା । ତୁମ ଲାଜ କରିବାର କଳା ଓ କିଛି ନ ଭାବି ମୁଣ୍ଡ ହଲେଇ ଦେବା ର ଲକ୍ଷଣ ମୋତେ ଆକୃଷ୍ଟ କରିଥିଲା । ଜାଣିଥିଲି କେବେ ତ ଆମର ଭେଟ ହେବ ଅଲକ୍ଷ୍ୟରେ ହେଉ ନା କାହିଁ ତୁମେ ମୋତେ ନୋଟିସ କରିବ ଭିଡ଼ ଭିତ ରେ । ଶେଷ ରେ ସେଇଆ ହିଁ ହେଲା ତୁମେ ଆସିଲ ମୋ ଧଡ଼ିକିଆ ପ୍ରେମ ହୋଇ ଭିଡ଼ ଭିତରୁ, ନିଜର ରାତି ୧୧ ବେଳ ଯାଏ ଅକୁହା କଥା ର ଆସର ଛାଡି ତୁମେ ଆସିଲ। ସତ ରେ ଆମ ଭିତରେ ବହୁତ୍ ସାମଞ୍ଜସ୍ୟ ଥିଲା ଗୋଟିଏ ଖାଇବା ପସନ୍ଦ, ଗୋଟିଏ ଭଳି ଦୁଇ ଜଣ ଲୋକଙ୍କ ସହ ମିଶିବ ରେ ନା ପସନ୍ଦ । ଘନିଷ୍ଠ ତା ବଢ଼େଇବା ନଥିଲା, ଦୂରେଇ ଯିବାର ଡର ଆଜି ବି ଅଛି ମୋ ମନ ରେ ହେଲେ ଦୁରେଇବିନି ମନ ରେ ତୁମେ ଯେ ଅଛ। ଓଉ ଗଛ ର ଭୂତ ଆମ ସାକ୍ଷୀ ରହିବ ଯେବେ ବି ମନେ ପଡିବି ଓଉ ଗଛ କୁ ଦେଖି ହସି ଦେବ । ଜାଣିଛି ମୁଁ ମନେ ପଡିବନି ତୁମର, କଷ୍ଟର ନିଷିଦ୍ଧ କୋଠରୀ କୁ ତୁମ କୁ ଠେଲି ଦେଲା ବେଳେ ମୋତେ ବି ଦୁଃଖ ହେଇ ଥିଲା ବହୁତ୍ । ଯେବେ ବି କଟୁ କଥା କହି ଦେଇଛି ତୁମ କୁ ନୁହେଁ ନିଜ କୁ କୁହେ, କାରଣ ଜାଣିଚ ଆମ ଭିତର ର ଦୂରତା ମୋତେ କଷ୍ଟ ଦିଏ । ସ୍ବପ୍ନ ବଡ଼ ନଥିଲା ମୋର ହେଲେ ମୁଁ ବେରୋଜଗାର ଥିଲି ଆଉ ତୁମେ ବିବାହ ଅସନ୍ନ ଝିଅ । ମନ ଟା ଆନ୍ଦୋଳିତ ହେଇ ଥିଲା ସତେ ତୁମ କଥା ଶୁଣି, ହୁଏତ ତୁମର ମନେ ନଥିବ ବୋଧେ । ଭଗବାନ୍ ଙ୍କୁ ସାକ୍ଷୀ ରଖି କହୁଚି ମୁଁ କେବେ ବି ତୁମର ଫାଇଦା ନେବାକୁ ଚାହିଁନି । ତୁମେ ମୋତେ କେବେ ଚିହ୍ନି ପାରିଲାନି ସେଇ ଅବଶୋଷ ମୋର ଆଜି ବି ମନ ରେ ଅଛି । ତୁମ ଅଭିମାନ ଭରା ରାଗ ମୋତେ ଭଲ ପାଇବାର ଘନିଷ୍ଠ ତମ ସ୍ତର ଲାଗୁଥିଲା । ହେଲେ ମୁଁ ନିରୁପାୟ ଚେଷ୍ଟା ହୀନ ଥିଲି, ଭାଙ୍ଗି ପଡିଥିବା ଗୋଟେ ବୃକ୍ଷର ଡାଳ ଭଳି ନା ନିଜ ପୂର୍ବାବସ୍ଥା କୁ ଫେରି

ପାରୁଥିଲି ନା ନିଜ କୁ ମିଶେଇ ପାରୁଥିଲି ମାଟିରେ । ମୋ ମନ ରେ ସନ୍ଦେହ ଥିଲା କାଳେ ତୁମେ ଆଉ ମୁଁ ହାରିଯିବା ଗୋଟେ ସମୟ ରେ ସମ୍ପର୍କ ର ଘନ କୁହୁଡି ଭିତରେ । ମୁଁ କେବେ ମିଛ କୁହେନି ହେଲେ ତୁମ କୁ କହିଛି ଆମ ପାଇଁ ନୁହେଁ ତୁମ ପାଇଁ କାହିଁ ଜାଣିଚ ମୁଁ ଆଜି ବି ଚାହେଁ ତୁମେ ଖୁସି ରେ ରୁହ । ତୁମ ଜନ୍ମ ଦିନ ମୁଁ ଭୁଲି ଯାଏ ହେଲେ ମନେ ରଖି ନ ପାରିବାର କଷ୍ଟ ବି ଥାଏ । ହଁ ମୁଁ ଟିକେ ରାଗି ଟିକେ ଟିକେ କଥା ରେ ରାଗି ଯାଏ ହେଲେ ତୁମେ ମୋ ଉପରେ ରାଗି ଗଲେ ମୋତେ ମୋ ମନ ଭିତରେ ତୁମ ପ୍ରେମ ର ସ୍ପର୍ଶ ବୋଧ ହୁଏ । ତୁମେ କାହାର ହେଇ ପାରିବନି କହିଥିଲି ନା ! ଜାଣିଚ କାହିଁକି ? କାରଣ ତୁମେ ମୋର ହେଇ ସାରିଥିଲ, ମୁଁ ଭାବୁଥିଲି ତୁମେ ଉତ୍ତର ରେ କହିବା ମୁଁ ତ ତୁମର ଆଉ କାହାର କଣ ହେବା ଦରକାର ? ଜାଣିଚ ଆମ ଦୁଇ ଜଣକର ସମାନ୍ ଗୁଣ ତୁମେ ବି ମୋ ଭଳି କିଛି ନ ବୁଝି ରାଗି ଯାଅ । ମୁଁ ଯେତେ ତୁମ ଗାଳି ଶୁଣିଲେ କି ତୁମ କୁ ଗାଳି କଲେ ମଧ୍ୟ ନିଜ କୁ ଦୂରେଇ ପାରିନଥିଲି ତୁମ ଠୁ, କାରଣ ନିଜ ଲୋକ ସାମ୍ନା ରେ ତଳକୁ ଖସି ଯିବାରେ ବେଳେ ବେଳେ ଖୁସି ଅନୁଭୂତ ହୁଏ । ତୁମେ କଣ ଆଜି ବି ଭାବୁଛ ମୁଁ କେବେ ତୁମ କୁ ଛାଡି ଚାଲି ଯିବାର ଲକ୍ଷ୍ୟ ରେ ଥିଲି ? ମୁଁ ତ ପ୍ରେମ ର ପରୀକ୍ଷା କେବେ ଦେଇନି ହେଲେ ପ୍ରଥମ ପରୀକ୍ଷା ରେ ଅସଫଳ ହେଲି ଆଉ ତୁମେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେଲ । ତୁମେ ମିଛ କହି ୧୦୦ ନମ୍ବର ପାଇ ଉତ୍ତୀର୍ଣ୍ଣ ହେଲ ମୋ ପରୀକ୍ଷା ଖାତା ରେ ଆମ ପ୍ରେମ ର ବର୍ଣ୍ଣନା ନ କରି ପାରି ମୁଁ ଧାଡିକ ରେ ଲେଖି ହାରିଗଲି । ଦୁଃଖ ନାହିଁ ମ ଖୁସି ଅଛି ହେଲେ ମନ ଟା ଟିକେ ଆନମନା ହେଉଛି ହୁଏତ ତୁମ କଥା କୁ ପାଶୋରିବା ରେ ତାକୁ କଷ୍ଟ ବୋଧ ହୋଇ ପରେ, ତଥାପି ମୁଁ ଚେଷ୍ଟା କରିବି ତାକୁ ଭଳେଇ ଦେବା ପାଇଁ । କାରଣ ତୁମେ ତ ମୋ ପାଇଁ ଆଜି ବି ସେଇ ହେଇ ରହିବ ଯାହା ହେଇ ଥିଲ, ପୁଣି ତୁମ ସ୍ମୃତି ସବୁ କୁ ସାଉଁଟି ରଖିବି, ପ୍ରତାରଣା ଦେଇଥିବା ଅଭିଯୋଗ ରେ ନିଜ ମନ କୁ ବନ୍ଦୀ କରି ଦଣ୍ଡ ଦେବି । ତୁମେ ତୁମ ପ୍ରେମ ର ସଫଳତା ର ଖୁସି ମନାଉଥିବା ବେଳେ ମୁଁ ବିଫଳ ହେଇ ମଧ୍ୟ ତୁମ ସଫଳତା ଦୀର୍ଘ ସ୍ଥାୟୀ ହେଉ ବୋଲି ମନାସିବି। ତୁମେ ମୋର ସେଇ ବର୍ଣ୍ଣନା ହୀନ ଧାଡିଏ ପ୍ରେମ ହେଇ ରହିବ ...।


Rate this content
Log in

Similar oriya story from Romance