Rajesh Kumar Mohapatra

Horror Tragedy

2.4  

Rajesh Kumar Mohapatra

Horror Tragedy

ନାଲି ଜହର

ନାଲି ଜହର

6 mins
288



ମୁଁ ତିନି ବର୍ଷ ତଳୁ ମରି ସାରିଛି ! ଏଇ ଦୟା ନଦୀ ପୋଲ ଉପରୁ ତଳକୁ ଡେଇଁ ପଡ଼ିଥିଲି । ଏ ମାଟି ଉପରେ ଥିବା ଲୋକଙ୍କ ଦୟା ଅସହ୍ୟ ହେଇ ଗଲା ତେଣୁ ଡେଇଁ ପଡ଼ିଲି ଦୟାର ଜଳକୁ । ଆଶ୍ଚର୍ଯ୍ୟ ! ମୁଁ ତା ମୁଁହକୁ ଚାହିଁଲି ସତରେ ପଗେଳିଟା ବୋଧହୁଏ , ଏମିତି କହୁଛି । ଶୁଣ ଏମିତି ପାଗଳାମି ଗପିବାକୁ ତୁମକୁ ଆଉ କେହି ମିଳିଲାନି ? ଏତେ ରାତିରେ ତୁମେ ମୋ ଆଗରେ ଗପୁଚ, ଭକୁଆ ଭାବୁଛ ବୋଧହୁଏ ? ନାହିଁ ବାବୁ ସତ କହୁଚି ମୋ ଛୁଆର ରାଣ ଖାଇ । ମୁଁ କଥାଟା ମଜାରେ ନେଇ କହିଲି ଶୁଣ ଆଜି ଯାଏ ତ ମୁଁ ଡର କଣ ଜାଣିନି କି ଡରିବାର ଲୋକ ନୁହେଁ, ତୁମେ ଏତେ ରାତିରେ ଏକା ଦେଖି ମୋତେ ଡ଼ରେଇ ଏମିତି କହି କିଛି ପଇସା ନେବା ଆଶା ରଖିଛ ମୁଁ ଆଗରୁ କହି ଦେଉଛି ଟଙ୍କା ପଇସା କିଛି ମୋ ପାଖରେ ନାହିଁ ଏବେ । ମୁଁ ବୁଲିବାକୁ ପଳେଇ ଆସିଥିଲି ଏମିତି, ମୋ ସହ ଜଣେ ସାଙ୍ଗ ରୁହେ ସେ ଟିକେ ବାହାରକୁ ଯାଇଛି ମୋତେ ନିଦ ନ ହେବାରୁ ରାତିରେ ବୁଲି ପଳେଇ ଆସିଲି ଆଉ ଏ ରାତିର ଫାଇଦା ନେଇ ମୋତେ ଜମା ଡରେଇବାକୁ ଚେଷ୍ଟା କରନି । ହା ହା ମୁଁ ତ ଆପଣଙ୍କୁ ଡରାଉନି, ଆପଣ ନିଜେ ନିଜ ଡର କଥା କହୁଛନ୍ତି ସେ କହିଲା । ମୁଁ ଭାବିଲି ଛାଡ ରାତିରେ ତ କେହି ନାହାନ୍ତି ୟେ ପାଗେଳିଠୁ କିଛି ଗପ ଶୁଣି ଦେଲେ କଣ ଯାଉଛି ? ତା ପରେ ୟେବା ଗପିବ କଣ ! ମୁଁ ତାଛଲ୍ୟ ଭରା ମାଜକିଆ ଢଙ୍ଗରେ ପ୍ରଶ୍ନ କାଲି କଣ କହୁଥିଲ କୁହ, ଶୁଣାଅ ତୁମ ଗପ । ସେ କହିଲା ଆପଣ ଶୁଣିବେ ? ମୁଁ କହିଲି ହଁ ଗୋଟେ ଆତ୍ମା ସହ ପ୍ରଥମ ଥର ଦେଖା ହେଇଛି ଯେତେ ବେଳେ ଆତ୍ମାର କାହାଣୀ ଶୁଣି ନେବା କଥା, ତୁମ ମରିବା କାହାଣୀ କୁହ କେମିତି ମରିଗଲ ଆଉ ତୁମ ଛୁଆ ଯାହାକୁ ଧରିଛ ସେ କଣ ବଞ୍ଚିଛି ? ସେ ଧିମା କୋହ ଭରା କଣ୍ଠରେ କହିଲା ନା ବାବୁ ତାକୁ ହିଁ ଧରି ମୁଁ ଡେଇଁ ପଡ଼ିଥିଲି । ଏଡ଼େ ଟିକେ ଛୁଆକୁ ବି କାହା ପାଇଁ ଛାଡି ଯାଇଥାନ୍ତି ? ମୁଁ ପଚାରିଲି କାହିଁ ତା ବାପା କୁଆଡେ଼ ଗଲା ? ସେ କହିଲା ସେଇ ରଇଜଳାଟା ପାଇଁ ତ ମୁଁ ମାରିଲି ନିପଟି ଆଦିବାସି ଗାଁରୁ ଆସିଛି ବାବୁ ଏଇ ତୁମ ଭଳି ସହରୀ ନୁହେଁ । ମୋ ମାଆ ସେଇ ବାଡିପଡା ସହ ମୋର ବାହାଘର କରେଇ ଦେଇଥିଲା, କହିଥିଲା ତାର ତ ବାପା ମାଆ ନାହିଁ ଆଉ ତୋର ତ ବାପ ନାହିଁ ତାକୁ ହିଁ ବାହା ହେଲେ ସେ ଆମ ଘରେ ମୋ ପୁଅ ଭଳି ରହିବ କହି । ତାକୁ ବାହା ହେଇ ଆମ ସଂସାର ଠିକ୍ ଚାଲିଥିଲା ହେଲେ ମୋ ମାଆ ଜରରେ ମରି ଗଲା । ମାଆ ମଲା ପରେ ଆମେ ଶାଳ ପତ୍ର ଗୋଟେଇ ବିକି ପଇସା ରୋଜଗାର କରୁଥିଲୁ ହେଲେ ଦିନ ସେ କହିଲା ଆଲୋ ଚାଲ୍ ସହରକୁ ଯିବା, ସେଠି ବହୁତ୍ ପଇସା ରୋଜଗାର କରିବା ଏଠି ତ ଆମର ଦିନକୁ ଯାହା ହେଉଛି ସେ କିଛି ନୁହେଁ, ମୁଁ ଶୁଣିଛି କୁଆଡେ ସହରରେ ସବୁଦିନ କାମ ଦିନକୁ ୨୦୦, ୩୦୦ ରୋଜଗାର କରିବି । ତା କଥାରେ ଭଳି ମୁଁ ଚାଲି ଆସିଲି ବାବୁ ସହରର ଗୋଟେ ବସ୍ଥିରେ ଆମ ଗାଁର ଜଣେ ଲୋକ ରହୁଥିଲା ତା ଘରେ ରହିଲୁ, ସେ ସବୁ ଦିନ କାମକୁ ଯାଏ ଆଉ ପ୍ରଥମେ ଭଲ ରୋଜଗାର ବି କରୁଥିଲା ହେଲେ ଏ ସହରୀ ବିଷ ଗୁଡ଼ା କେବେ ତା ଓଠରେ ଲାଗିଗଲା କେଜାଣି ସବୁ ଦିନ ପିଇଲା । ଏମିତି ପିଇଲା ଯେ କେବେ ଘରକୁ ଆସିଲା ତ କେବେ ନାହିଁ ରାସ୍ତା କଡରେ ପଡ଼ି ଶୋଇଲା । ତାକୁ ଯେତେ ବୁଝେଇଲି ଆଉ ହେଲାନି ଶେଷରେ ଏଇ ଛୁଆଟି ମୋର ହେଲା । ମୁଁ ତାକୁ କହିଲି ଆମ ଛୁଆଟେ ହେଲାଣି ତା ମୁହଁ ଚାହିଁ ତ ଆଉ ସେ ବିଷ ଗୁଡ଼ା ପିଅନା । ହେଲେ ସେ ମୋ କଥା ଶୁଣିଲାନି ସେମିତି ପିଇ ଚାଲିଲା । ଦିନେ ଜଣେ ଆମ ବସ୍ତିର ଆସି କହିଲା ଆରେ ତୋ ସ୍ୱାମୀ ମରି ପଡ଼ିଛି ରାସ୍ତାରେ ଯା ଦେଖି ଆସିବୁ । ମୁଁ ଦୌଡ଼ି ଗଲି ବାବୁ ଦେଖିଲି ରାସ୍ତା କଡ଼ରେ ପଡ଼ିଛି ଦେହରୁ ରକ୍ତ ଗୁଡ଼ା ବାହାରି ଯାଉଚି । ଲୋକ କୁହା କୁହି ହେଉଥିଲେ ସେ କୁଆଡେ ମଦ ପିଇ ରାସ୍ତା ପାରି ହେଉଥିଲା ଗାଡ଼ି ତାକୁ ବାଡେଇ ଦେଇଛି ବୋଲି। ଛାତି ଫଟେଇ କନ୍ଦିଲି ବାବୁ ଛୁଆ ମୋର ବି କାନ୍ଦୁଥାଏ କାଖରେ ରାହା ଧରି । ସହରୀ ବାବୁ ଗୁଡ଼ା ଚାରିପଟେ ଘେରି ଫଟୋ ନେଲେ, ପୋଲିସ୍ ଆସି ମୋତେ କଣ ପଚାରୁଥାଏ ମୁଁ ନିଜେ ବି ଜାଣି ପାରୁ ନଥାଏ ଶେଷରେ ଗୋଟେ ଟ୍ରଲିରେ ପକେଇ ତାକୁ ନେଇ ଗଲେ । ମୁଁ ଘରକୁ ଗଲି କେହି ମୋତେ ଚାହିଁଲେନି କିଏବା କାହିଁ ଆହା ପଦେ କହିବ ଯେ ? ମୋ ସାହି ଭାଇର କେହି ନଥିଲେ ସେଠି, ଦେଖୁନ ବାବୁ ମୁଁ ଆଜି ବି ସିନ୍ଦୂର ଶଙ୍ଖା ପିନ୍ଧିଛି । ମୋ ଆଡକୁ ଗୋଟେ ହାତ ବଢ଼େଇ ଦେଲା, ମୁଁ କିଛି କହିବା ଆଗରୁ ସେ କହିଲା କେମିତି ଖୋଲି ଦେଇଥାଆନ୍ତି ଶଙ୍ଖା ? କେମିତି ପୋଛିଥାଆନ୍ତି ସିନ୍ଦୂର ? ଗାଁର ସାତ ବିଧବା ମାଇପେ ପରା ଆସନ୍ତି ରାଣ୍ଡ କରିବା ପାଇଁ, ମୁଁ ତ ଏଠି ଅଚିହ୍ନା ଥିଲି ସେମିତି ରହିଲି ଘରେ । ମୋ ଛୁଆକୁ ଧରି ସେମିତି ଘର ଭିତରେ ପଡ଼ି ରହିଥାଏ, କଣ କରିବି ଏବେ ଭାବୁଥାଏ, କାମ ତ କିଛି ଜାଣିନି ଛୁଆ ବେଳୁ ମୋ ମାଆ ସହ ରହିଥିଲି କାମ ଜାଣିନଥିଲି କଣବା କରି ପାରିଥାନ୍ତି ଏଇ ଅଚିହ୍ନା ସହରରେ ? ଘର ମାଲିକ ଯିଏ କହିଲା ଟଙ୍କା ଦେବୁ ନ ହେଲେ ଘର ଛାଡ଼ି ଆଉ କୁଆଡେ ଯାଉଛୁ ଯା ମୁଁ ତାକୁ କାକୁତି ମିନତି ହେଲି ମୁଁ ତୋ ଘରର ସବୁ କାମ କରିବି ମୋତେ କିଛି ଜଣା ନାହିଁ ମୁଁ କୁଆଡେ ଯିବି ମୋତେ ଟିକେ ଆଶ୍ରୟ ଦେ, ସେ କହିଲା ପଇସା ନାହିଁ ଯଦି ଚାଲ୍ ମୁଁ ଛାଡିଦେବି ଗାଁକୁ ପଳେଇ ଯିବୁ । ଶେଷରେ ସେଇଆ କଲି ଗାଁକୁ ଫେରିଯିଵି ବାହାରିଲି ସେ ମୋତେ ଆଣି ଛାଡିଦେଲା ରାଜରାସ୍ତା ପାଖରେ, କହିଲା ବସ୍ ଆସିବ ଆମ ଗାଁ ନାଁ ଡାକିବ ବସି ପଳେଇ ଯିବୁ ମୁଁ ଯାଉଚି ଡେରି ହେଲେ କାମ ମିଳିବନି । ମୁଁ ଅପେକ୍ଷା କାଲି ଗୋଟେ ବସ୍ ଆସିଲା ସେଇଥିରେ ବସିଗଲି । ବସ୍ ଗଡିଲା ପରେ ସେଥିରେ ଜଣେ ଆସି ମୋ ତେ ମାଗିଲା ପଇସା ଦିଅ, ମୁଁ ତାକୁ ଅନେଇଲି ସେ କହିଲା କୁଆଡେ ଯିବ ? ମୁଁ କହିଲି କଳାହାଣ୍ଡି ସେ କହିଲା ୟେ କଣ କଳାହାଣ୍ଡି ବସ୍ ? ପୁରୀ ବସରେ ବସି କଣ କଳାହାଣ୍ଡି ଯିବ ଓହ୍ଲେଇ ପଡ଼ ଏଇଠି ଏଇଟା ଉତ୍ତରା ଛକ ଏଇଠୁ ପୁଣି ବସ୍ ଆସିଲେ ଭୁବନେଶ୍ୱର ଯିବ ସେଠୁ କଳାହାଣ୍ଡି ବସରେ ବସିବ । ମୋତେ ଓହ୍ଲେଇ ଦେଇ ଚାଲିଗଲା ମୁଁ ଭାବିବି ବହୁତ୍ ଶେଷରେ ନିଷ୍ପତ୍ତି ନେଲି, ନାଁ ଆଉ ସେ ଭୁବନେଶ୍ୱର ଯିବିନି, ମରିବି ପଛେ ଆଉ ଭୁବନେଶ୍ୱର ଯିବିନି । ସେଇଠି ଆଗକୁ ଚାଲି ଆସି ଏଇ ଜାମୁ ଗଛ ମୂଳେ ବସିଲି ମୋ ଛୁଆଟା କାନ୍ଦୁଥାଏ ଭୋକରେ ହେଲେ ମୁଁ ତ ନିଜେ ଖାଇ ନଥାଏ ସାତ ଦିନ ହେଲାଣି ଆଉ ବଳ ନଥାଏ କି ମୋ ଶୁଖିଲା ଛାତିରେ ଆଉ ଅମୃତ ନଥାଏ । ସେଇଠି ସେମିତି ପଡ଼ି ରହିଲି ସହରୀ ଗାଡ଼ି ସବୁ ଗଡୁଥାଏ ଦେଖିଲି । ଶେଷରେ ରାତିରେ କେହି ଜଣେ ଆସିଲେ ମୁଁ ଭାବିଲି କେହି ଦୟାବାନ୍ ସହରୀ ବାବୁ ହେଇ ଥବେ ହେଲେ ସେ ଆଉ ଠିକ୍ ସେ କଥା କହି ପାରୁ ନଥିଲେ ଯେମିତି ଟଳି ପଡିଥାନ୍ତି କହିଲେ କିଏ କହିଲା ତୋତେ ଏଠି ବସିବାକୁ ମୁଁ ଡରରେ ତାଙ୍କୁ ଚାହିଁଥାଏ । ସେ ମୋ ହାତକୁ ଧରି ଟାଣିବାକୁ ଲାଗିଲେ ମୁଁ କିଛି କହିବା ଆଗରୁ ସେ ମୋ ଆଉ ଗୋଟେ ହାତ ଭିଡ଼ି ନେଲେ ମୋତେ ଜଣା ଗଲା ସେ ଯେମିତି ମୋ ସହ ଜବରଦସ୍ତି କରୁଛନ୍ତି ହେଲେ ସେ ମୋ ହାତ ଭିଡ଼ି ଟାଣି ନେଲା ବେଳେ ମୁଁ ତାଙ୍କୁ ବ୍ୟାଘାତ କରି ପାରୁ ନଥାଏ ମୋ ଦେହରେ ଆଉ ବଳ ବାକି ନଥାଏ ମୁଁ ବୁଝି ନେଲି ୟେ ବି ସେଇ ସହରୀ ନାଲି ବିଷ ଯୋଗୁ ସେଇ ସମୟରେ ଗୋଟେ ଗାଡ଼ି ଆସିଲା ସେ ଦୌଡ଼ି ପଳେଇ ଗଲେ, ମୁଁ ମୋ ଛୁଆକୁ ଧରି ସେଠୁ ପଳେଇ ଯିବି ଭାବିଲି ଛୁଆକୁ ଉଠେଇ ଧରିଲି ତା ଦେହ ତାତି ଯାଇଥାଏ ଠିକ୍ ମୋ ମାଆ ମଲା ବେଳେ ଯେମିତି ତା ଦେହ ତାତିଥିଲା ଭାବିଲି ମୋ ଛୁଆ କଣ ମରିଯିବ ମୋ ମାଆ ଭଳି ? ଦେଖିଲି ସେ ସହରୀ ବିଷ ପିଆ ଲୋକଟା ମୋ ଆଡକୁ ଆସୁଛି ପୁଣି । ମୁଁ ମନରେ ଭାବିଲି ମୋ ଛୁଆ ତ ମରିଯିବ ମୁଁ କାହିଁ ବଞ୍ଚିବି ଆଉ ସେ ଲୋକ ମୋ ପାଖରେ ପହଞ୍ଚିବା ଆଗରୁ ମୁଁ ଡେଇଁ ପଡ଼ିଲି ନଦୀକୁ । ମୁଁ ତା ଗପ ଶୁଣି ହତବାକ ହେଇ ତାକୁ ଚାହିଁଲି ହେଲେ ଲାଗିଲା ଯେମିତି ପଛରୁ ଗୋଟେ ଆଲୁଅ ପଡ଼ୁଛି ଆଉ ସେ ନାରୀ ମୂର୍ତ୍ତି ଅନ୍ଧାର ବଳୟରେ ହଜି ଯିବାକୁ ବସିଛି ମୁଁ ପଛକୁ ଚାହିଁଲି ପଛରେ ମୋ ରୁମ୍ ପାଖ ଗଳିରେ ରହୁଥିଲା ଅଟୋ ବାଲା ମୁନା କହିଲା ସାର୍ ଏଠି ଏତେ ରାତିରେ କଣ ଜଲଦି ଆସନ୍ତୁ ମୁଁ ତା ଅଟୋରେ ବସି ଗଲି ସେ କହିଲା ଏଠି ଜାମୁ ଗଛରେ କୁଆଡେ ଗୋଟେ ଡାହାଣୀ ରହୁଚି ଲୋକ ଦେଖିଛନ୍ତି ରାତି ହେଲେ ବୁଲେ ଏତିକି କହି ସେ ହର୍ଣ୍ଣଟା ମାରିଦେଲା... ମୋ ନିଦ ଭାଙ୍ଗି ଗଲା କାନ୍ଥକୁ ଆନେଇଲି ସକାଳ ୪ଟା ବାଜି ୧୦ ମିନିଟ ହେଇଛି । ବିଛଣାରୁ ଉଠି ଯାଇ ମୁଁ ଫ୍ୟାନଟା ବନ୍ଦ କରି ମୋ ଚେୟାରରେ ବସି ଗଲି ମନେ ମନେ ହସି କହିଲି ସତରେ ମୋ ମନଟା ବି ଗୋଟେ ଭାବୁକ ହେଇ ଗଲାଣି କଣ କଣ ସେ ସ୍ୱପ୍ନରେ ଭାବି ଦେଉଛି ! ହେଲେ ସତରେ ଏଇ ମଦ ପାଇଁ ଦୁନିଆରେ କେତେ ପରିବାର ନଷ୍ଟ ହେଉଛି, କେତେ ଘର ଭାଙ୍ଗୁଛି, କେତେ ଲୋକ ଏଇ ନାଲି ବିଷର ଶିକାର ହେଇ ମରୁଛନ୍ତି ସତରେ କଣ ଏହା କେବେ ବନ୍ଦ ହେବନି ? ସତରେ କଣ ଏଥି ପାଇଁ ଏକ ସତ୍ୟାଗ୍ରହର ଆବଶ୍ୟକ ପଡ଼ିବ ? ହଁ ମୁଁ ଜାଣିଚି ମୁଁ ପାରିବି ମୋ କଲମରେ ଆଉ ଗୋଟେ ସତ୍ୟାଗ୍ରହର ମୂଳଦୁଆ ପକେଇବି କାରଣ ମୁଁ ଜାଣେ ମୋ କଲମର ସ୍ୟାହି ସେ ନାଲି ଜହରଠୁ ବେଶି ପ୍ରଭାବଶାଳୀ ।


          



Rate this content
Log in

Similar oriya story from Horror