କପେ ଚାହା ରୁ ଆରମ୍ଭ ନିଆରା ପ୍ରେମ
କପେ ଚାହା ରୁ ଆରମ୍ଭ ନିଆରା ପ୍ରେମ
ଗତକାଲି ରାତିରେ ସ୍ତ୍ରୀଙ୍କ ସହ ଝଗଡା ଟିକିଏ ହୋଇ ଯାଇଥିବାରୁ ହରିଶ ମୁହଁ ଶୁଖାଇ ବସି ଥାଆନ୍ତି। ବୃଦ୍ଧ ଅବସ୍ଥାରେ ଟିକିଏ ଟିକିଏ କଥାରେ କଳି ଝଗଡ଼ା ହେଉଛି।
ସକାଳୁ ସକାଳୁ ନାତୁଣୀ ମାମୁନ ଆସି ପହଞ୍ଚି ଗଲା ଅଜା ଅଜା ଡାକି। ସେ ଗୋଟିଏ ଡାଏରୀ ଆଉ ହାତ ଘଣ୍ଟା ଧରି।
ନାତୁଣୀ : ଅଜା ଏଇଟା ତୁମର କି ?
ହରିଶ: ହଁ ମାମୁନ ଏଇଟା ମୋର।
ନତୁଣୀ : ବାହାରେ ସଫା ଉପରେ ପାଇଲି ତ ?
ଚାରି ବର୍ଷର ନାତୁଣୀର କଥା ହରିଶଙ୍କ ମନକୁ ମୁଗ୍ଧ କରିଥିଲା।ଏତିକି ବେଳେ ହରିଶଙ୍କର ଝିଅ ସୁପ୍ରିୟା ମାମୁନଙ୍କୁ ଡାକିବାରୁ ମାମୁନ ଭିତରକୁ ପଳାଇଲା।
ହରିଶ ଡାଏରୀ ଟିକୁ ଖୋଲି ଅତୀତର ସ୍ମୃତିରେ ବୁଡି ଯାଇଛନ୍ତି।
ପାଖାପାଖି ଏକ ତିରିଶ ବର୍ଷ ତଳର କଥା :
ସକାଳ ସମୟରେ ବାପା ଭବେଶଙ୍କ ଠାରୁ ଚାକିରୀ ନ ପାଇବା କାରଣରୁ ଗାଳି ଶୁଣ ଣି ବିରକ୍ତ ହୋଇ ହରିଶ ଘରୁ ବାହାରି ଆସିଛନ୍ତି। ରାଗରେ ନ ଖାଇ ପାଖ ସହରକୁ ଚାକିରୀ ଖୋଜିବା ପାଇଁ ଗଲେ।
ଅକ୍ଟୋବର ମାସ କଥା ହାଲୁକା ହାଲୁକା ଥଣ୍ଡା ପଡି ଥାଏ। ବସ ଷ୍ଟାଣ୍ଡ ପାଖରେ ନଟୁ କାକା ଚାହା ଦୋକାନଟି ଅଛି। ଚାହା ଆଉ ଗରମ ଗରମ ପକୁଡି ପାଇଁ ପ୍ରସିଦ୍ଧ ନଟୁ କାକା ଦୋକାନ ଟି।
ରାଗରେ ଗରଗର ହୋଇ ଚାହା ପିଇବା ପାଇଁ ହରିଶ ଗଲେ ନଟୁ ଦୋକାନକୁ। ହାତରେ ଖବରକାଗଜ ଧରି ଚାହା ଆଉ ପକୁଡି ମାଗିଲେ। ପକୁଡି ଖାଉ ଥାଆନ୍ତି। ଚାହା ଟିକିଏ ଦେବାରେ ଡେରି ହେଲା। ଖବରକାଗଜ ପଢୁ ଥିବା ସମୟରେ ଜଣେ ଝିଅ ଆଣି ଚାହା କପେ ବଢାଇଲେ। ଚାହାଟି ଏତେ ବଢିଆ ହୋଇ ଥିଲା ଆଉ କହିବାର ନ ଥିଲା। ରାଗ କୁଆଡେ ପଳାଇଲା ଜଣା ବି ପଡିଲା ନାହିଁ। ଚାହା ନେବା ବେଳେ ସେ ଖବରକାଗଜ କଡରୁ କେବଳ ଦେଖିଲେ ଯେ ଝିଅଟିର ପେଟ ଦେଖା ଯାଇଛି ଯେଉଁଠି ଅଣ୍ଟାରେ ଗୋଟିଏ କଳା ଜାଇ ଅଛି ଯେମିତି କେହି ଜଣେ ନଜର ନ ଲାଗିବା ପାଇଁ କାଜଲ ଲଗାଇ ଦେଇଛି। ଚାହା ଦେଇ ଗଲା ବେଳକୁ ଝିଅଟିର ହାତରୁ ହାତ ଘଣ୍ଟାଟି ପଡିଗଲା। ଚାହା ପିଉ ପିଉ ହରିଶ ଦେଖିଲେ ଘଣ୍ଟାଟକୁ ହେଲେ ସେ ଝିଅକୁ ଖୋଜି ପାଇଲେ ନାହିଁ କାରଣ ସେଠି ବହୁତ ଝିଅ ଥିଲେ ଚାହା ପିଇବା ପାଇଁ।
ଇଣ୍ଟରଭ୍ୟୁ ଦେବା ସମୟ ହୋଇ ଯାଇଥିବାରୁ ତରତର ହୋଇ ହରିଶ ପଳାଇଲେ। ଇଣ୍ଟରଭ୍ୟୁ ସାରି ଆସିଲା ବେଳକୁ ନଟୁ କାକା ଚାହା ଦୋକାନକୁ ଗଲେ। ଚାହା ଦୋକାନରେ କାକା ନ ଥିଲେ। ଗୋଟିଏ ପିଲାଟା ରହି ଚାହା ଦେଉଛି। ଚାହା ଭଲ ହେଇଛି ହେଲେ ସକାଳ ଚାହା ପରି ହୋଇ ନାହିଁ। ସେ ପିଲାକୁ ଡାକି କହିଲେ ସକାଳେ ଚାହା କିଏ କରି ଥିଲେ। ପିଲାଟା କହିଲା ଭାଈ ମୁଁ ତ ନ ଥିଲି। ଆଉ କାକାଙ୍କ ବି ଦେହ ଭଲ ନ ଥିଲା। ତାହା ହେଲେ କାକାଙ୍କ ଝିଅ ଶାବି ଦିଦି କରିଥିବେ। ହରିଶ ଟିକିଏ ତାଙ୍କୁ ଡାକିବେ କି? ତାଙ୍କ ହାତର ଚାହା ପିଇ ଇଣ୍ଟରଭ୍ୟୁ ଦେବା ପାଇଁ ଗଲି ଆଉ ଚାକିରୀ ହୋଇ ଗଲା। ତାଙ୍କୁ ଧନ୍ୟବାଦ ଜଣାଇ ଥାଆନ୍ତି।
ପିଲାଟା କହିଲା ଭାଈ ଦିଦି ଆଉ ତାଙ୍କ ସାଙ୍ଗ ତ ଆଜି ଦ୍ୱିପହର ବସରେ ପଳାଇଲେ। ଦିଦି ଆଉ ତାଙ୍କ ସାଙ୍ଗ ରିଧି ଦିଦି ପାଖ ସହରରେ ହଷ୍ଟେଲରେ ରହି ପଢୁଛନ୍ତି। ହରିଶ ଆଉ କିଛି ନ କହି ନିଜ ଘର ପାଇଁ ବସ ଧରିଲେ ।
ଚାକିରୀ ହେବା ପାଖରୁ ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାରେ ହରିଶ ନଟୁ କାକାଙ୍କ ଚାହା ଦୋକାନରେ ଚାହା ପିଅନ୍ତି। ସବୁବେଳେ ତାଙ୍କ ମନ ଥରେ ଶାବିଙ୍କୁ ଦେଖା କରି ପାରନ୍ତି କି? ପାଖାପାଖି ମାସେ ପରେ ଦିନେ ସକାଳ ସମୟରେ ହରିଶ ଚାହା ପିଉ ଥାନ୍ତି। ପୁଣି ତାଙ୍କୁ ଚାହାଟି ବହୁତ ଭଲ ଲାଗିଲା। କିଛି ଅଦ୍ଭୁତ ସ୍ୱାଦ। ସେହି ସମୟରେ ଗୋଟିଏ ସୁନ୍ଦରୀ କନ୍ୟା ଜଣକ ଆସି ନଟୁ କାକାଙ୍କୁ ବାପା ବାପା କହି ଡାକିଲେ। ସେହି ସମୟରେ ହରିଶ ଜାଣିଗଲେ ଯେ ସେ ହେଉଛନ୍ତି ଶାବି।
ସେହି ସମୟରେ ଶାବି ଙ୍କ ସାଙ୍ଗ ରିଧି ଗୋଟିଏ ଟୋକାକୁ ଜୋରରେ ପାଟି କରି ଗାଳି କଲେ । ହରିଶ ମନେ ମନେ ଭାବିଲେ ଏ ଝିଅଟି କେତେ ଉଦଣ୍ଡି।
କିଛି ଦିନ ପରେ ହରିଶଙ୍କ ଘରୁ ତାଙ୍କ ବାପା ଆଉ ବଡ ଭାଈ ବିବାହ ପ୍ରସ୍ତାବ ନେଇ ନଟୁ କାକାଙ୍କ ପାଖକୁ ଝିଅ ଦେଖିବାକୁ ଆସିଲେ। ନଟୁ କାକା ବି ହରିଶଙ୍କ ପରିବାର ଭଲି ବ୍ରାହ୍ମଣ ପରିବାର ଥିଲେ। ତେଣୁ ହରିଶଙ୍କ ଘର ଲୋକେ ହରିଶଙ୍କ ପ୍ରସ୍ତାବରେ ରାଜି ହୋଇ ଗଲେ। ଉଭୟ ପରିବାର ଏ ବିବାହ ପାଇଁ ରାଜି ହୋଇ ଗଲେ।ଶାବି ବୋଧେ ଲାଜେଇ ଯାଇ ଚୁପ ରହିଲେ। ହେଲେ ଘରେ ବଧେ ଶାବି ଚାହା କରି ନ ଥିଲେ ତେଣୁ ସେଦିନ ସେ ସ୍ୱାଦ ଚାହାର ନ ଥିଲା।
ଲଗ୍ନଧରା ଦିନ ମୁଦି ପିନ୍ଧା ହେବା ଆଗରୁ ଗୋଟିଏ ରୁମରେ ଶାବି, ହରିଶ ଓ ରିଧି ବସି ଥିଲେ।ଶାବି ରିଧିଙ୍କୁ ଚାହା କରି କି ଆଣିବା ପାଇଁ କହିଲେ।
ରିଧି ଗଲା ପରେ ହରିଶ ଗୋଟିଏ ଡାଏରୀ କାଢି ଶାବିଙ୍କୁ ତାଙ୍କର ପ୍ରତିଦିନ ଲେଖୁ ଥିବା ଡାଏରୀ ଆଉ ସେ ଘଣ୍ଟା ଦେଖାଇ ଜଣାଇବାକୁ ଚାହୁଁଥିଲେ। ହେଲେ ସେହି ସମୟରେ ରିଧି କହିଲେ ଯେ ସେ କଲେଜରେ ଅମର ବୋଲି ଗୋଟିଏ ପିଲାକୁ ଭଲ ପାଉଛନ୍ତି। ହେଲେ ଏତେ ଜଲଦି ବାହାଘର ଠିକ ହେଲା। ତେଣୁ ସେ ବାପାଙ୍କୁ ଏ ବିଷୟରେ କହି ପାରିଲେ ନାହିଁ। ସେ ଅମର ବିନା ବଞ୍ଚି ପାରିବେ ନାହିଁ। ତେଣୁ ଏ ବିବାହ ନ ହେଲେ ଭଲ। ହରିଶଙ୍କ ଆଖି ଛଳ ଛଳ ହୋଇ ଗଲା। ଆଉ ଡାଏରୀ ନ ଦେଖାଇ ଲୁଚାଇ ଦେଲେ।
ରିଧି ଚାହା ଆଣି ସେ ଦୁହିଁଙ୍କୁ ଚାହା ଦେଲେ ଏବଂ ଅନ୍ୟମାନଙ୍କୁ ଚାହା ଦେବା ପାଇଁ ଯାଇଥାଆନ୍ତି। ଚାହା ପିଇ ଆଶ୍ଚର୍ଯ୍ୟ ହୋଇ ହରିଶ ରିଧିଙ୍କୁ ଚାହିଁଲେ। କାରଣ ସେ ଯେଉଁ ଚାହାର ସ୍ୱାଦ ଚାହୁଁ ଥିଲେ ଏ ଚାହା ଠିକ୍ ସେହି ଚାହାର ସ୍ୱାଦ।
ଠିକ ସେହି ସମୟରେ ରିଧିଙ୍କ ଶାଢୀଟି ଉଡିବାକୁ ଲାଗିଲା। ଅଣ୍ଟା ପାଖର ଶାଢୀ ଟିକିଏ ଉଡିବାରୁ ହରିଶ ଦେଖିଲେ ଯେ ରିଧିଙ୍କ ଅଣ୍ଟାରେ ସେହି କଳା ଯାଇ। ହରିଶ ସାଙ୍ଗେ ସାଙ୍ଗ ଲୁଚାଇ ଥିବା ଘଣ୍ଟାଟିକୁ ଆଣି ଶାବିକୁ ପଚାରିଲେ ଯେ ଏଇଟା ତୁମର କି ?
ଶାବି : ନା ଏଇଟା ରିଧିର।
ହରିଶ ବାହାଘର ଭାଙ୍ଗିବା କଥାରେ ଏବେ ଦୁଃଖ ନ କରି ଖୁସି ହେଲେ କାରଣ ସେ ଜାଣି ଗଲେ ଯେ ସେ ଯେଉଁ ଝିଅଟିକୁ ଖୋଜୁ ଥିଲେ ସେ ଶାବି ନୁହଁନ୍ତି ବରଂ ରିଧି।
ହରିଶ ସବୁ କଥା ଖୋଲି କରି ଶାବିଙ୍କୁ କହିଲେ। ଶାବି କହିଲେ ବାପାଙ୍କ ଦେହ ଭଲ ନ ଥିବାରୁ ମଝିରେ ମଝିରେ ମୁଁ ଚାହା କରେ। ବେଳେବେଳେ ରିଧି ବି ଚାହା କରି ଦିଏ। ସେଦିନ ମୁଁ ବାପାଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଯାଇ ଥିଲି ଆଉ ରିଧି ଚାହା କରିଥିଲା। ଶାବି ମଧ୍ୟ ରିଧିଙ୍କୁ ଡାକି ହରିଶ ବିଷୟରେ କହିଲେ। ହେଲେ ରିଧି ରାଗି ଯାଇ କହିଲେ ବାହାଘର କଣ ଖେଳ କଥା ଆଜି ତୁ, ତୁ ମନା କଲାରୁ ମୁଁ, ମୁଁ ମନା କଲେ ଆଉ କିଏ ?
ହରଶ ଡାଏରୀ ଆଉ ଘଣ୍ଟା କାଢି ଦେଖାଇଲେ। ଏବେ ରିଧି ବିଶ୍ୱାସ କଲେ।
ହରିଶ ନଟୁ କାକାଙ୍କୁ ବୁଝାଇ କହିବାରୁ ନଟୁ କାକା ଶାବି ଆଉ ଅମରଙ୍କ ବିବାହ ପାଇଁ ରାଜି ହୋଇ ଗଲେ। ହେଲେ ରିଧିଙ୍କ ବିଷୟରେ ହରିଶ ଆଉ କାହାକୁ କହିଲେ ନାହିଁ।
ରିଧି ଆଉ ହରିଶଙ୍କ ମଝିରେ ମଝିରେ ନଟୁ କାକାଙ୍କ ଦୋକାନରେ ଦେଖା ହୁଏ। ଧିରେ ଧିରେ ରିଧି ବି ହରିଶଙ୍କୁ ଭଲ ପାଇବାରେ ଲାଗିଲେ।
କିଛି ମାସ ପରେ ହରିଶ ରିଧିଙ୍କ ବିଷୟରେ ଜଣାଇଲେ। ହେଲେ ରିଧି ବାହ୍ମଣ ହୋଇ ନ ଥିବାରୁ ତାଙ୍କ ଘର ଲୋକ ଏ ବିବାହ ପାଇଁ ମନା କଲେ।
ରିଧି ବି ଘରେ ବିବାହ କଥା ଜଣାଇ ହରିଶଙ୍କୁ ଘରକୁ ଡାକିଲେ। ରିଧିଙ୍କ ଘରେ ପହଞ୍ଚି ହରିଶଙ୍କ ମୁଣ୍ଡ ଖରାପ ହୋଇଗଲା। କାରଣ ରିଧିଙ୍କ ଭାଈ ହେଉଛନ୍ତି ତାଙ୍କର ମାଲିକ। ରିଧିଙ୍କ ଭାଈ ଏ ବିବାହ ପାଇଁ ମନା କରି ଦେଲେ ଏବଂ ତାଙ୍କୁ ଚାକିରୀରୁ ବାହାର କରି ଦେଲେ।
ଶେଷରେ ରିଧି ଆଉ ହରିଶ ଘରୁ ବାହାରି ଯାଇ ବିବାହ କଲେ। ଚାକିରୀ ନ ଥିଲା। ଶେଷରେ ଭଡା ଘରେ ରହି ଗୋଟିଏ ଚାହା ଦୋକାନ ଖୋଲିଲେ। ଚାହା ଦୋକାନରୁ ସେ ଦୁହେଁ ମିଶି ଗୋଟିଏ ରେଷ୍ଟୁରାଣ୍ଟ ପରେ ସେହି ସହରରେ ଗୋଟିଏ ବଡ ଲୋଜ ବି କଲେ।
ରିଧି ଆଉ ହରିଶ ପରସ୍ପରକୁ ଯେତେ ଭଲ ପାଆନ୍ତି ସେତେ ଝଗଡା ବି କରନ୍ତି। ହେଲେ ଆଉ କେହି କିଛି ଦୁଇ ଜଣଙ୍କୁ କହିଲେ ଦୁଇ ଜଣ ଯାକ ସହି ପାରନ୍ତି ନାହିଁ। ଶାବି କୁହନ୍ତି ଚାହା କୋପରୁ ଆରମ୍ଭ ହୋଇଥିବା ଏମିତି ନିଆରା ପ୍ରେମକୁ କାହାରି ନଜର ନ ଲାଗୁ।
ବର୍ତ୍ତମାନ :
ହରିଶ ବାବୁ ଡାଏରୀ ଆଉ ଘଣ୍ଟାଟିକୁ ଧରି ଭାବୁ ଥାଆନ୍ତି ତିରିଶ ବର୍ଷ ବାହାଘର ହୋଇଗଲା। ଆଜି ଯାଏଁ ମୁଁ ଆମ ପ୍ରେମର ପ୍ରତୀକକୁ ସମ୍ଭାଳି ରଖିଛି ହେଲେ ରିଧି କଣ ଆମ ତିରିଶତମ ବିବାହ ବାର୍ଷିକ ଭୁଲି ଗଲେ। କେତେ ଦିନ ହେବ ତାଙ୍କ ଦେହ ଭଲ ନ ଥିବାରୁ ମୋତେ ସେ ତାଙ୍କ ହାତ ର ଚାହା କୋପେ ପିଇବାକୁ ମିଳୁ ନାହିଁ। ଆଉ ସେ ମୋର ଆଗ ଭଳି ଯତ୍ନ ନେଉ ନାହାଁନ୍ତି କି ଭଲ ପାଉ ନାହାଁନ୍ତି। ଜାଣିଛନ୍ତି ମୋତେ ତାଙ୍କ ହାତର ଚାହା କପେ ଦିନରେ ଦୁଇ ତିନି ଥର ନ ପିଇଲେ ଭଲ ଲାଗେ ନାହିଁ। ଦେହ ଭଲ ନ ଥିଲା ତେଣୁ ମୁଁ କିଛି କହୁ ନ ଥିଲି। କାଲି ଝିଅ ନାତୁଣୀ ଆସୁଛି ବୋଲି ଏ ରିଧି ବୁଢୀ ଏତେ ରୋଷେଇ କଲା ହେଲେ ମୋ ପାଇଁ ଚାହା କପେ ଦେଇ ପାରିଲା ନାହିଁ। ହଉ ମୁଁ ତ ବୁଢା ଆଉ କଣ ପ୍ରେମ ଅଛି। ଅଛି ତ କେବଳ ପ୍ରଥମ ଦେଖାର ସ୍ମୃତି।
ଠିକ ଏତିକି କିଛି ଗୋଟିଏ ଭଲ ସ୍ୱାଦିଷ୍ଠ ବାସନା ହେଲା। ହରିଶ ପଛକୁ ଘୁରି ଦେଖିଲେ ଯେ ରିଧି ଚାହା ଆଉ ପକୁଡି ଧରି ଆସୁଛନ୍ତି। ଟ୍ରେକୁ ଟେବୁଲରେ ରଖି ଶୁଭ ସକାଳ ବିବାହର ତିରିଶ ତମ ବାର୍ଷିକର ହାର୍ଦ୍ଦିକ ଶୁଭକାମନା। ହରିଶଙ୍କ ଆଖିରୁ ଲୁହ ବହି ଗଲା। ସେ ପଚାରିଲେ ତୁମର ମନେ ଥିଲା।
ରିଧି ମୁଁ କଣ ଏତେ ବଡ ଦିନ ଭୁଲି ଯିବି। ହରିଶ ଆଉ ରିଧି ଚାହା ଆଉ ଜଳଖିଆ ଖାଇ ରୁମରୁ ବାହାରିଲା ବେଳକୁ ଦେଖିଲେ ପୁଅ ଝିଅ ଜଇଁ ଆଉ ନାତି ନାତୁଣୀ ସବୁ ମିଶି ବିବାହ ବାର୍ଷିକର ପାର୍ଟି ପାଇଁ ଘରକୁ ସୁସଜ୍ଜିତ କରିଛନ୍ତି। ସବୁ ମିଶି ଖୁସିରେ ପାର୍ଟି କଲେ। ସତରେ ହରିଶ ଓ ରିଧିଙ୍କ କପେ ଚାହା ରୁ ଆରମ୍ଭ ନିଆରା ପ୍ରେମ କାହାଣୀ ଅଦ୍ଭୁତ ଅଟଇ।

