STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

କୋଟା

କୋଟା

1 min
202

ବିଗତ ଆଠ ତାରିଖରୁ ସ୍କୁଲ ଖୋଲି ଯାଇଛି, ପ୍ରତିଦିନ କିଏ କୋଉ ମୁହୂର୍ତ୍ତ ରେ ସ୍କୁଲ ପରିଦର୍ଶନ ରେ ଆସୁଛନ୍ତି, ପରିଷ୍କାର, ପରିଚ୍ଛନ୍ନତା ଭିତରେ ପିଲାଙ୍କ ପାଇଁ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାରେ ଶୌଚାଳୟ ଅଛି ନା ନାହିଁ ର ତନାଘନା ଯାଞ୍ଚ ହେଉଛି, ପରିମଳ ବି ନିର୍ମଳ ଓ ସ୍ୱଚ୍ଛ ବାତାବରଣ ଭିତରେ ହେବା ନିହାତି ଆବଶ୍ୟକ, ତ ଲାଗିପଡ଼ିବାକୁ ହୁଏ, ସେଥିରେ ଶନି ରବି ବାର ପିଲା ସଂଖ୍ୟା କମିଗଲେ ବି ବଡ ଅସୁବିଧା, କେତେ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡେ, କେତେ କଣ କରିଛ ପିଲାଙ୍କ ପାଇଁ, ଅର୍ଥାତ ପିଲା ସ୍କୁଲ ଆସିବା ପାଇଁ, ପୁଣି ଚିଠି କର ମେଡିକାଲ କୁ, ସାନିଟାଈଜ଼ ପାଇଁ, ପୁଣି ଆଉ ଲାଟିନ କରେଇବାକୁ ହେବ, ଏମିତି ସବୁ ଭିତରେ ଅଣାୟତ୍ତ ହେଇ ପଡୁଥିଲା ବେଳେ ଆଗକୁ ମାଟ୍ରିକ ପରୀକ୍ଷା ଥିବାରୁ ପ୍ରସ୍ତୁତି କରଣ ଭିତରେ, ଆସି

ପହଞ୍ଚିଲେ କମିଟି ମେମ୍ବର ଦଳ l

  ବି. ଇ. ଓ ଙ୍କ ସହ ତିନି ଜଣ ହେଡମାଷ୍ଟର, ଯେଉଁ ମାନେ କି ଏଇ ସ୍କୁଲ ରେ ଗୁରୁମା ଙ୍କ ସହ ଖାଲି କାମ କରୁଥିଲେ ତା ନୁହେଁ, ଏଇଠି ପୋଷ୍ଟିଙ୍ଗ ପରେ ଗୁରୁମା ଙ୍କ ପାଖରେ କଂଟାକ୍ଟ ଟିଚର ଭାବେ ଜଏନ କରି ସହକର୍ମୀ ହୋଇ ଚଳି, ଶିଖିବା ଶିଖେଇବା ଭିତରେ ପାଖା ପାଖି ଥିଲେ, ଆଜି କୋଟା ରେ ସେ ଦୁହେଁ ହେଡମାଷ୍ଟର ହୋଇ ଅନ୍ୟତ୍ର ଚାଲିଯାଇଛନ୍ତି, ଏହି ଗୁରୁମା ରିଲିଭ କରାଇ ତାଙ୍କ ଶୁଭ ମନାସିଛନ୍ତି, ଆଉ ଗୁରୁମା ପଡିରହିଛନ୍ତି ସେହି ବରିଷ୍ଠ ଶିକ୍ଷୟିତ୍ରୀ ହୋଇ ଖାଲିଥିବା ହେଡମାଷ୍ଟ୍ର ପଦବୀ ତୁଲେଇ ଆସୁଛନ୍ତି ଏଯାଏଁ, ପରସ୍ପର ନମସ୍କାର ଆଦାନ ପ୍ରଦାନ ଭିତରେ ଯାଞ୍ଚ କାର୍ଯ୍ୟ ଆଗେଇ ଚାଲିଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract