STORYMIRROR

Dr Jharana Satapathy

Inspirational Tragedy

2  

Dr Jharana Satapathy

Inspirational Tragedy

କନ୍ୟାଦାନ

କନ୍ୟାଦାନ

1 min
1.2K


ଆମ ଭାରତୀୟ ସଂସୃତିରେ କନ୍ୟାଦାନକୁ ମହତ ଦାନ ବୋଲି କୁହାଯାଏ । ବାପାମାଆ ନିଜେ କନ୍ୟାଦାନ ଦେଇ ମହତ୍ କାର୍ଯ୍ୟ କରନ୍ତି।ପରିଣତି ବୟସରେ ପହଞ୍ଚିଲାପରେ ପ୍ରତ୍ୟେକ ଝିଅ ଚାହିଁଥାନ୍ତି ତାଙ୍କ ବାପାମାଆ ନିଜେ କନ୍ୟାଦାନ କରନ୍ତୁ ।କିନ୍ତୁ କାହାଭାଗ୍ୟରେ କଣ ଥାଏ ।

ମନରେ କେତେ ଆଶାରଖିଥିଲି ମୋ ନନାବୋଉ ମତେ କନ୍ୟାଦାନ କରିବେ ବୋଲି ।କିନ୍ତୁ ସବୁ ସ୍ବପ୍ନ ଧୂଳିସାତ୍ ହୋଇଯାଇଥିଲା। ମତେ ବହୁତ କଷ୍ଟହୋଇଥିଲା ମୋ ନନା ବଉକୁ ଛାଡି ଯେତେବେଳେ ଆରପାରିକୁ ଚାଲିଯାଇଥିଲେ । ନନା ଚାଲିଯିବାର ଛଅମାସ ପରେ ମୋର ବାହାଘର ହୋଇଥିଲା ।ଯିଏ ମତେ ଛୋଟରୁ କୋଳେଇ କାଖେଇ ବଡ କରିଥିଲେ ସିଏ ମୋର ବାହାଘର ଦେଖିପାରିଲେ ନାହିଁ ।ମୋର କନ୍ୟାଦାନ କରିପାରିଲେ ନାହିଁ ।ମନରେ ମୋର ନାନା ସ୍ବପ୍ନଥିଲା ମୋର ଅନ୍ୟଭାଇଭଉଣୀ ପରି ମୋ ନନା ମୋର କନ୍ୟାଦାନ କରନ୍ତୁ ।

ନନା ମୋର କନ୍ୟାଦାନ କରିପାରିଲେ ନାହିଁ କିନ୍ତୁ ତାଙ୍କ ଆଶିର୍ବାଦରୁ ଭଲ ଘର ଏବଂ ଭଲପରିବରଟିଏ ପାଇ ଖୁସିରେ ଅଛି।ମୋ ମାମୁଁ,ମାଇଁ ବାପା ମାଆ ହିସାବରେ ମୋର କନ୍ୟାଦାନ କରିଥିଲେ ।କିନ୍ତୁ ଯେଉଁ ମାମୁଁ ମୋର କନ୍ୟାଦାନ କରିଥିଲେ ସିଏ ଆଜି ଏ ଦୁନିଆରେ ନାହାନ୍ତି ।ମତେ ବହୁତ ଦୁଃଖ ଲାଗିଥିଲା ଏବଂ ହୃଦୟ କାନ୍ଦିଉଠିଥିଲା ।କାହିଁକି ମୋ ମାମୁଁଙ୍କୁ ନନାଙ୍କ ଜାଗାରେ ପାଇଥିଲି ।

ନନା ଚାଲିଗଲେ କିନ୍ତୁ ତାଙ୍କର ଅମାପ ସ୍ନେହ,ଭଲପାଇବା ଏମିତି ସ୍ମୃତି ହୋଇରହିଗଲା ସାରାଦିନ ପାଇଁ ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational