କଳଙ୍କିତ ନାୟକ
କଳଙ୍କିତ ନାୟକ


୧:- ପ୍ରଥମ ଦୃଶ୍ୟ:-
ବାସ୍ତବିକ ,
........... ମୋ ପାଇଁ....... କିଛି
ଅଜସ୍ର ଫାଙ୍କା ପ୍ରଶ୍ନବାଚୀ ର ଲହରୀ ଭିତରେ
ସତରେ, ମୁଁ ଯେମିତି ଅସ୍ତ ବ୍ୟସ୍ତ ଅସ୍ଥିର ହୋଇ ପଡ଼ୁଥିଲି
ଭଟ୍ଟା ପଡ଼ୁଥିଲା ମୋ ନିଅଣ୍ଟିଆ ରାଫ୍ ଉତ୍ତର ଖାତା ଗୋଟି ଗୋଟି ଉତ୍ତର ସବୁ । ଗୋଳମାଳ ହେଇ ଉଠୁଥିଲା ଭାବନା ସବୁ । ନିର୍ଦିଷ୍ଟ କିଛି କାରଣ ନଥିଲେ ବି
ସମୟ କରିଥିଲା ସାମୟିକ କିଛି ସମାଧାନ
ଆଉ ମିଳୁଥିଲା କିଛି ଦେଖାଣିଆ ଆଶ୍ଵାସନା ।
୨ :-ଦ୍ବିତୀୟ ଦୃଶ୍ୟ:-
ସମ୍ପର୍କ ର ଅଵସ୍ଥା ଅବସ୍ଥିତି ଓ ପରିସ୍ଥିତି ର
........ସ୍ଥିତି ଦେଖି ନଦେଖିବା ପରି.....,
ପଛଘୁଞ୍ଚା ଦେଇଥିଲେ ଆତ୍ମୀୟ ସମ୍ପର୍କୀୟ ।
ସତରେ .. ସେମାନେ ବାଃ କି ...
ଚମତ୍କାର ଅଭିନୟ କରିଥିଲେ ସମସ୍ତେ ।
୩:- ତୃତୀୟ ଦୃଶ୍ୟ
ସେଇ ବୃଦ୍ଧ ପାଗଳ ପବନଟା ଅଟ୍ଟହାସ୍ଯ କରୁଥିଲା...
ହା....ହା....ହା ....ଆଉ ବାରମ୍ବାର ସେ ଚମତ୍କାରୀ ସନ୍ୟାସୀ ଵାଵା ସମୟ ଟା ସାଥିରେ ମିଶି ମୋ କାନରେ କହୁଥିଲା .........ସ୍ଵାର୍ଥ .... ସ୍ଵାର୍ଥ ...... କେବଳ. ଏଠି. ଖାଲି ସ୍ବାର୍ଥ ।
ହା.......ହା.......ହା.......
୪:- ଚତୁର୍ଥ ଦୃଶ୍ୟ
ମୋ ନରମ ହୃଦୟ ଟା ସେଦିନ କିଛି ବୁଝି ବିଚାରି ନପାରି ମାନବିକତା ଉଦେଶ୍ୟ ରେ ତାକୁ ବଞ୍ଚାଇବା ତଥା ତାର ପରିବାର ଉଜୁଡି ନଯାଉ ବୋଲି ସହାୟତା ର ହାତ ଟିକିଏ ବଢ଼େଇ ଦେଇଥିଲା
କିନ୍ତୁ ପ୍ରତିବଦଳ ରେ ......
ଅସହିଷ୍ଣୁ ହୋଇ ସେମାନେ ସମସ୍ତେ ମୋ ଦେହରେ ନେସି ଦେଇ ଥିଲେ ମେଞ୍ଚା ମେଞ୍ଚା ଅପବାଦର ଚୂନକାଳି ଏବଂ ମୋ ଉପରକୁ ଫୋପାଡି ଦେଇଥିଲେ
କଳଙ୍କ... ଆଉ..... ଖାଲି ....କଳଙ୍କ ।
୫:- ପଞ୍ଚମ ଦୃଶ୍ୟ
ବିଜୁଳି ବେଗରେ ତୁଣ୍ଡ ବାଇଦ ବ୍ୟାପିଥିଲା ସହସ୍ର କୋଷ
ମୁଁ ହୋଇଥିଲି ବଦନାମ ଗଳିର ସେଇ ବେନାମୀ ନାୟକ ।
ଆଖିରୁ ବହିଯାଉ ଥିଲା ଅଜସ୍ର ଲୁହ ଓ କୋହରେ ଅଟକି ଯାଉଥିଲା ଯେମିତି ନିଃଶ୍ୱାସ ।
(ଧୀରେ ଧୀରେ ଆଲୁଅ କ୍ଷୀଣ ହୋଇଯାଉଥିଲା ଆଊ
ନୌପଥ୍ଯ ରୁ ଭାସି ଆସିଥିଲା ନାଟକର ଟାଇଟଲ ସଂଗୀତ)
୬:- ଷଷ୍ଠ ଦୃଶ୍ୟ
ଆଉ; ବିନା କାରଣରେ ବର୍ଷା ରାତି ରେ ସେଦିନ ମୋତେ
କେତେ ସହଜରେ ସେମାନେ ମୋ ଦେହରୁ ଧଳା ପେଣ୍ଠ ସାର୍ଟ ଖୋଲି ଦେଇ ମୋତେ ସଜେଇ ଦେଇଥିଲେ
ସମାଜ ହାଟରେ ମୋ ଜୀବନ ର ସାମାଜିକ ନାଟକ ଏକ ଅସହାୟ ମିଛ। " କଳଙ୍କିତ ନାୟକ "। ବର୍ଷା ରାତି ଆଉ ମୁଁ କୋଳାକୋଳି ହୋଇ କାନ୍ଦୁଥିଲୁ ।
(ଟାଇଟଲ ସଂଗୀତ)
୭:- ସପ୍ତମ ଦୃଶ୍ୟ
ମୁଁ ସେଇ ବୁଢା ଵଳଙ୍ଗ
ଗଙ୍ଗା ହାର ପଠାରେ ଵସି, ବହି ଯାଉଥିବା ସେଇ ନିର୍ମଳ ପାଣିକୁ ପଚାରୁଥିଲି କିଛି ପ୍ରଶ୍ନ ।
ହୋଇଥାଇ ,..ପାରେ
ଏସବୁ ଗୋଟିଏ ଗୋଟିଏ ଏମିତି ଅବାନ୍ତର ପ୍ରଶ୍ନ_____?
ତଥାପି...
ପଚାରିବା ନିହାତି ଦରକାର ଥିଲା
ଆଉ
ଜୋର ରେ ଚିତ୍କାର କରି ପଚାରିଲି ମୁଁ
"* ସତରେ କ'ଣ ବିଲୁପ୍ତ ପରାଏ ଏଠି
ମଣିଷ ର ମଣିଷ ପଣିଆ ?
* ଏତେ ହୀନମନ୍ୟତା ଆମ ଭିତରେ କାହିଁକି ?
* ଅସହାୟ କୁ ସମବେଦନା ବଦଳରେ
କାହିଁକି ମାନସିକ ନିର୍ଯ୍ୟାତନା ଦିଆଯାଏ ?
*ଏଇ ହୀନ ମାନସିକତା ପାଇଁ କିଏ କିଏ ଏଠି ଦାୟୀ ?
* ଆମ ଭିତରେ ଏତେ ନିମ୍ନ ମାନର ଚିତ୍ନନ କ'ଣ ପାଇଁ..."
ହଁ ହଁ ...କୁହ ........କିଏ ....ଏଥିପାଇଁ ଦାୟୀ,,,,?
କ'ଣ
ଏ....ସମାଜ .......ନାଁ....
....ଆମର ଆତ୍ମୀୟ ସ୍ବଜନ
ନାଁ
ଏ..... ସମୟ
ନାଁ.... ଏ ପ୍ରଜାତନ୍ତ୍ର ।
ନାଁ ବଦଳୁଥିବା ସାମାଜିକ ମୂଲ୍ୟବୋଧ
ନାଁ ବଦଳୁଥିବା ଏଇ ଶିକ୍ଷା ବ୍ୟବସ୍ଥା ।
ନାଁ ଆମ୍ଭର ପରିବେଶ ଓ ପାରିପାର୍ଶ୍ବିକ ଅବସ୍ଥା ।
୮:- ଶେଷ ଦୃଶ୍ୟ
ବଡ଼ ଵାବୁମାନଙ୍କ ଚିନ୍ତାଧାରା ଆଜି ଏମିତି ବାବୁ
ଆମେ ଗରିବ ମାନେ ବାଦ୍ ପଡିଥାନ୍ତୁ କିପରି ????
ଅସହାୟ ନିରିହ ସେ କଳଙ୍କ କୁ ମୁଁ ଆଖି ଲୁହରେ ଧୋଉଥିଲି
ଆଉ
ସେ ନିର୍ମମ ସମୟକୁ ଶୁଖିଲା ଆଖିରେ ଦେଖୁଥିଲି ।
(ଏଥୂ......ଅନ୍ତେ )
ଦ୍ଵିତୀୟ ମଞ୍ଚରେ ଦୃଶ୍ୟମାନ ହେଉଥଲା ମୋ ସାଙ୍ଗର କୋରନା ଜନିତ ମୃତ୍ୟୁ , କଟକ ର ସତୀଚଉରା ରେ ଅନ୍ତିମ ସଂସ୍କାର ଦୃଶ୍ୟ । ପାଖରେ ମଝିଆଁ ଭାଇ ଏବଂ ନିଜର ବାପା ଙ୍କୁ ହରେଇ ନିସ୍ଵ ହୋଇପଡ଼ିଥିବା ୮ ବର୍ଷ ର ହତଭାଗ୍ୟ ପୁଅ ।
ମୂଖ୍ୟ ମଞ୍ଚରେ ଦୃଶ୍ୟମାନ ହେଉଥିଲା
ଆଉ ଏକ ଅଭିଶପ୍ତ ଶ୍ରାବଣ ହୋଇ ମୁଁ ଡାଇସ ଉପରେ ବସି ପଡ଼ି ଖୁବ୍ ଜୋରରେ ଆତ୍ମଚିକାର କରି କାନ୍ଦୁଥିଲି ଓ
ଧିରେ ଧିରେ ମା କୋଳ ଭାବି ସବୁଦିନ ପାଇଁ ତାହିରି କୋଳରେ ଶୋଇ ପଡ଼ିଥିଲି ।
( ସେପଟେ ଭାସି
ଆସୁଥିଲା କରୁଣ କଣ୍ଠରୁ
କଳଙ୍କିତ ନାୟକ ର ଟାଇଟଲ ଗୀତ )
ଧିରେ ଧିରେ ମଞ୍ଚସ୍ଥ ନାଟକ ଶେଷ ।
ଓ ଅନ୍ଧାର