STORYMIRROR

Nilakantha Nayak

Romance

2.9  

Nilakantha Nayak

Romance

ଭିନ୍ନ ଏକ ପ୍ରେମ ପତ୍ର

ଭିନ୍ନ ଏକ ପ୍ରେମ ପତ୍ର

1 min
196


ମେଘ ଓଢ଼ଣାରେ ଆସିଥିଲା ବର୍ଷା ,

    ଟିକିଏ ତିନ୍ତାଇ ଦେବାକୁ ତୋତେ ।


ହୁଙ୍କା ଭିତରେ ଚେଇଁ ଶୋଇଥିବା ଉଇ ,

    ଚାହିଁଥିଲା ନଷ୍ଟ କରି ଦେବାକୁ ତୋତେ ।


ହୁତୁ ହୁତୁ ହୋଇ ଜଳୁଥିବା ନିଆଁ ,

  ଜାଳି ପୋଡ଼ି ପାଉଁଶ କରିଦେବ ତୋତେ ।


ଫଣା ଟେକି ବିଷଧର ସର୍ପ ଆସିବେ ,

      ନିକଟେ ଦଂଶନ କରିବାକୁ ତୋତେ ।


ଶ୍ବାନ ସବୁ ପାଗଳ ପରାୟେ ଆସିଵେ ,

   ଲହ ଲହ ଜିହ୍ୱାରେ ଚାଟିବାକୁ ତୋତେ ।


ଜୁଆଡି ଆସିଵେ ନିଶାସକ୍ତ ହୋଇ ,

     ଜୁଆରେ ବାଜି ଲଗେଇଵେ ତୋତେ ।


ମହର୍ଷି ଆସିବେ ଛଦ୍ମବେଶୀ ହୋଇ ,

         ଦାନ ରେ ମାରିବେ ତୋତେ।


ପ୍ରଳୟ ଆସନ୍ନ ଧରା ସପ୍ତର୍ଷି ,ମନୁ,ମୀନ

ସମସ୍ତେ ରକ୍ଷା କରିବେ ବେଦ ଉପନିଷଦ ।


କିନ୍ତୁ ;ଆଶଙ୍କିତ ମୁଁ  କିଏ ବଞ୍ଚେଇବ ସ୍ଥିତି

             ମୋ ପ୍ରେମପତ୍ରର ।


କିଏ ବଞ୍ଚେଇବ ଦେଶ

କିଏ ବଞ୍ଚେଇବ ବିଦେଶ

କିଏ ବଞ୍ଚେଇବ ସୁନା ରୂପା ରତ୍ନ

ମୁଁ ନିସ୍ବ 

  କେମିତି ବଞ୍ଚେଇ ବି କୁହ

   ତୁମର ସେଇ ଅଲିଭା ଅକ୍ଷରର ପ୍ରେମ ପତ୍ର ।

    


Rate this content
Log in

Similar oriya story from Romance