STORYMIRROR

Satyabati Swain

Inspirational

3  

Satyabati Swain

Inspirational

କ୍ଳାସ ଅଛି

କ୍ଳାସ ଅଛି

5 mins
335


ମୋ ଭିତରେରେ ଅନେକ ଛାତି ଓ ଭିଡ଼।ଛାତି ମୋତେ ମୋଡି ମାଡି ଭାଙ୍ଗିଦେଲା ବେଳେ ଭିଡ଼ ମୋତେ ପୋତି ପକାନ୍ତି ସମ୍ପର୍କ ଗାତରେ।ମୁଁ ସେଇ ଗ୍ରୀନ୍ ଫ୍ରଗ ପରି ଗାତ ଭିତରୁ ଉପରକୁ ଆସିବାକୁ ଡିଆଁ ମାରେ।କିନ୍ତୁ ଅସଫଳ ହୁଏ।କଣ ମୋର ସେଇ ଗ୍ରୀନ୍ ଫ୍ରଗ ପରି କଳା ନାଗକୁ ଅପେକ୍ଷା ଥାଏ!!ସେ ଆସିବ ଏବଂ ମୁଁ ମୋ ସମସ୍ତ ସାମର୍ଥ୍ୟ, ଶକ୍ତି ଖଟେଇ ଜୀବନ ବିକଳରେ ମାରିବି ଡିଆଁ!!!

   କଳା ନାଗ ଆସିଲା।କିନ୍ତୁ ମୁଁ ଡେଇଁ ପାରିଲି ନାହିଁ ଗାତ ଭିତରୁ।ସେ ମୋତେ ଦଂଶିଲା ନାହିଁ;କିନ୍ତୁ ଗୋଟା ସୁଦ୍ଧା ଗିଳି ଦେଲା।ମୁଁ ତା ଭିତରେ ନିଜ ଅସ୍ତିତ୍ୱ ଓ ଅସ୍ମିତା ହଜାଇଲି।ମୋର ଆଉ କିଛି ମୋର ହୋଇ ରହିଲା ନାହିଁ।

   ଦିନେ ମୁଁ ଦେଖିଲି ସେ କଳା ନାଗ ମୋ ପରି ଆଉ ଗୋଟେ ବେଙ୍ଗକୁ ଗିଳି ଆସିଛି।ଗୋଟିଏ କାହିଁକି ଆହୁରି ଅନେକ ବେଙ୍ଗଙ୍କ ସହ ସମ୍ପର୍କରେ ଅଛି ସେ।ପ୍ରଥମେ ତ କଳା ନାଗକୁ ମୋର ଭୟ ଥିଲା।କିନ୍ତୁ ଗୋଟିଏ ଖାତରେ ଏକତ୍ର ରହିଲା ପରେ ସେ ମୋତେ ଆସ୍ତେ ଆସ୍ତେ ଭଲ ଲାଗିଲା।ତା ଫଁ ଫଁ ଶବ୍ଦ ମୋତେ ଆଉ ଡରେଇଲା ନାହିଁ।ସେ ମୋତେ ଆଉ ଗିଲିଲା ନାହିଁ।ବରଂ ମୋତେ ଗେଲ କଲା।ମୋ ସହ ଖେଳିଲା।ମୁଁ ବି ତା ଖଳ ପ୍ରକୃତିକୁ ଭୁଲି ତାକୁ ଆପଣାର କରିବାକୁ ଲାଗିଲି।ତାର ଖାତକୁ ଫେରିବା ଡେରି ହେଲେ ମୋତେ ବ୍ୟସ୍ତ ଲାଗିଲା।କିଛି ହେଇନି ତ କଳା ନାଗର।ମଣିଷ ଗୁଡାକ ଖୁବ୍ ଭୟଙ୍କର।ଆଖିରେ ପଡିଲା ମାନେ ବାଡେଇ ବାଡେଇ ମାରି ଦେବେ।ମୁଁ କାହିଁକି ତା ପାଇଁ ଏତେ ବ୍ୟସ୍ତ!!!ସେ କିଏ ମୋର!!!ନିଜକୁ ଯେତେ ଥର ପଚାରିଛି ଉତ୍ତର କେବଳ ଗୋଟିଏ ଭାଵ ହିଁ ଆସିଛି।ତା ପାଇଁ ମୋ ହୃଦରେ କିଛି କିଛି ହେଉଛି।

    ଦିନେ ଅନେକ ଡେରିରେ କଳାନାଗ ଓରଫ 'ଶେଷଦେଵ' ଆସିଲା।ସାଙ୍ଗରେ ଆଉ ଦୁଇଟି ସୁନ୍ଦରୀ ଝିଅ।ତିନିହେଁ ଟଳୁଥିଲେ ନିଶାରେ।ମୁଁ ଅମ୍ବା ଠିଆ ହୋଇଥିଲି ଦୁଆର ମୁହଁରେ।ମୋତେ ଠେଲି ସେ ତିନିହେଁ ଘର ଭିତରକୁ ଗଲେ।ଓଃ ମୋ କାନ ଫାଟି ପଡୁଥାଏ।ପ୍ରେମ ଓ ପ୍ରୀତି ସେ ଝିଅ ଦୁଇଟିଙ୍କ ନାମ।ଶେଷଦେଵ ସେ ଦୁଇ ଜଣଙ୍କ ସହ କି ହସ କି ଖୁସି ବ୍ୟକ୍ତ କରୁଥାନ୍ତି??ପ୍ରେମ ଡାକୁଥାଏ ଡାର୍ଲିଂଗ ଆସ ଆଉ ଦେଖ ମୋ ଯୌବନର ବିସ୍ମୟ।ପ୍ରୀତି କହୁଥାଏ ଚାଖ କି ମିଠା ମୋ ଭାବରେ।ଗୋଟିଏ ପଟେ ପ୍ରେମ ଓ ଅନ୍ୟ ପଟେ ପ୍ରୀତି।ମଝିରେ ଶେଷଦେଵ।ଓଃ କି ଅଦ୍ଭୁତ ଶବ୍ଦ,ଖୁସି ଭାସି ଆସୁଥାଏ ସେ ଘରୁ।

    ମୋ ଭିତର ଉତ୍କଣ୍ଠା ଟିକେ ଉଣ୍ଡିଲା ସେ ଘର ଭିତରକୁ।ଇସ୍ ତିନୋଟି ଉଲଗ୍ନ ଦେହ।ପ୍ରେମ ଓ ପ୍ରୀତି ଓହଳି ପଡ଼ିଥାନ୍ତି ଶେଷଦେଵର ଦୁଇ କଡେ।ଚୁମା,ଗଡାପଡା ଚାଲୁଥାଏ ତିନିଜଣଙ୍କର।ଶେଷଦେଵ ଜଣକ ପରେ ଜଣଙ୍କ ଉପରେ ପୁରୁଷତ୍ୱ ଉପଯୋଗ କରୁଥାଏ। ଶେଷ ହେବାକୁ ଦେଉଥାଏ ତା ନିଶା ଓ ଦେହର ଭୋକ।କିଛି ସମୟ ପରେ ତିନିହେଁ କ୍ଲାନ୍ତ ହୋଇ ଚୁପ୍ ଚାପ୍ ଚିତ ଶୋଇ ପଡିଲେ।ଖୁବ୍ କଷ୍ଟ ହେଲା ଏ ସବୁ ଦେଖି।

    କଷ୍ଟ ନା ଈର୍ଷା!!! କାହିଁକି ଏ ବାରୁଦ ଗନ୍ଧ ମୋ ଭିତରେ!!!କାହିଁକି ଜଳୁଛି ଦେବ ବାବୁ କେଉଁ ଝିଅକୁ ଘରକୁ ଆଣିଲେ।ମୋତେ ଭଲ ଲାଗୁନାହିଁ କଣ ପାଇଁ??ମୁଁ କିଏ??କାହିଁକି ଶେଷଦେବ ଜୀବନରେ ମୁଁ ନାକ ପୁରାଉଛି!!!ତାର ଜୀବନ ସେ କେମିତି ଜୀଇଁବ ସେ ସ୍ଥିର କରିବ।ମୋ ଭିତରେ ଏତେ ଆଲୋଡନ,ଏତେ ଭାଵ ପ୍ରବଣତା କଣ ପାଇଁ!!!ମୁଁ କାମବାଲୀ 'ଅମ୍ବା'।କାମ କରିବି ଦରମା ନେବି।ଶେଷଦେବ ଶେଷ ହେଉ କି ବଞ୍ଚୁ ସେଥିରେ ମୋର କଣ ଯାଏ!!!!

    ନାରୀଟିଏ ମୁଁ । ଶେଷ ଦେବକୁ ମୁଁ ଦେବ ବାବୁ ଡାକେ।ଦେବ ଦାସର ପାରୋ ହୋଇ ଯାଏ ଦିନେ ଦିନେ ଭାବନାରେ।ହେଉ ପଛେ ନିଶାରେ ଦେବ ବାବୁ ଯେତେବେଳେ କୁହନ୍ତି "ଅମ୍ବା ତୁ ଖୁବ୍ ସୁନ୍ଦର ଝିଅଟିଏ।ତୁ ଢେର ଶୁଦ୍ଧ,ପବିତ୍ର ଏ ସଭ୍ୟ ଶିକ୍ଷିତ ଝିଅମାନଙ୍କ ଠାରୁ।ତୋର ଘର ସଜ୍ଜା,ହାତ ରନ୍ଧା ମୋର ଖୁବ୍ ପସନ୍ଦ।ତୁ ନ ଥିଲେ ମୁଁ କେବେ ଠାରୁ ମରି ସାରେନ୍ତିଣି।ବିଶ୍ୱାସ କର୍ ତୁ ଗୋଟେ...."ଏତିକି କହି ବେଡରେ ପଡି ଯାଆନ୍ତି ଵେହୋସ ହୋଇ।କେବେ ମୋ ଶାଢ଼ୀ କାନିରେ ତ କେବେ ହାତ ଉପରେ ଶୋଇ ପଡନ୍ତି ଦେବ ବାବୁ।ମୁଁ ଦିନେ ଦିନେ ତାଙ୍କରି ପାଖରେ ଶୋଇ ପଡେ।ସକାଳୁ ଉଠି ଦେବ ବାବୁ କୁହନ୍ତି ତୋତେ କାଲି ପୁଣି ହଇରାଣ କଲି ନା!!!

    ନାଇଁ ଦେବ ବାବୁ ମୋତେ କାଇଁ ହଇରାଣ କରିବେ।ଛୋଟ ମୁହଁରେ ବଡ଼ କଥା ବାବୁ ଏତେ ପିଅନ୍ତି କାହିଁକି ମୁଁ ପଚାରି ଜିଭ କାମୁଡି ପକାଏ।

    ଦେବ ବାବୁ ଗାରେଡେଇ ଚାହିଁ କୁହନ୍ତି ତୋ କାମରେ ମତଲବ ରଖ।ଏତେ କଥାରେ ମୁଣ୍ଡ କାହିଁକି ପୁରାଉଛୁ।

 

କିନ୍ତୁ ବା....


ଯା... କହିଲି ମୋ ମା କି ସ୍ତ୍ରୀ ହେବାକୁ ଚେଷ୍ଟା କରନା।ଏ ଦୁଇ ଜଣ ମୋର କେହି ନାହାନ୍ତି ବୁଝିଲୁ ଅମ୍ବା।ମୋ କାମରେ କେହି ଦଖଲ ଦେଉ ମୋର ପସନ୍ଦ ନୁହେଁ।ଯା.. ଯା.. କଫି ଦୁଇ କପ୍ ନେଇ ଆ।ସାଙ୍ଗ ହୋଇ ପିଇବା।

    ଦେବ ବାବୁଙ୍କ ଏଇ "ସାଙ୍ଗ ହୋଇ ପିଇବା" ମୋତେ ମେଘ ସେ ପାଖକୁ ଉଡାଇ ନିଏ।ମୁଁ କୁଆଡେ କୁଆଡେ ଉଡ଼ି ଯାଏ ଯେ ନିଜର ଅତ୍ତା ପତ୍ତା ପାଏନି।ସେଠି ଖାଲି ଦିଟା ଉଡା ମୁହଁ ଦିଶେ;ଗୋଟେ ଦେବ ବାବୁର ଅନ୍ୟଟି ମୋର।

   ହେ... ନିଜକୁ ପ୍ରକୃତିସ୍ଥ କରାଏ।ଛିଃ ଏମିତି କଣ ଭାବୁଛି।ଦେବ ବାବୁ ହୋଇ ପାରନ୍ତି ମଦୁଆ, ଲମ୍ପଟ; କିନ୍ତୁ ଦିନେ କାଇଁ ତ ତା ସହ ଖରାପ ବ୍ୟବହାର କରି ନାହାନ୍ତି!!!ଟଳି ଟଳି ଆସିଲେ ବି କେବେ ଅଶାଳୀନ ବ୍ୟବହାର ଦେଖାଇ ନାହାନ୍ତି।ସେଇ ବଦମାସୀ ଝିଅଗୁଡାକ ବାବୁଙ୍କ ପଇସା ହାତେଇବା ପାଇଁ ଏମିତି ନିଜକୁ ବିକ୍ରି କରନ୍ତି ଦେବ ବାବୁ ପାଖେ।ଦେବ ବାବୁ ପଇସା ଵାଲା,ଅତି ସୁନ୍ଦର ସୁଠାମ ଯୁବକ।ପଇସା ନେଲେ ରାତିଏ ଖୁସି ଦେଲେ। ଦେବା ନେବାର ବେଉସା କଲେ।ଏଥିକି ଦେବ ବାବୁ ଦାୟୀ ହେବେ କାହିଁକି?

    ଅମ୍ବା ଦେବ ବାବୁଙ୍କୁ ଦୟା କରନ୍ତି।ଝିଅ ଗୁଡା ଦେବ ବାବୁଙ୍କ ରୂପ, ପୌରୁଷତ୍ୱ ଓ ପଇସା ଖୁବ୍ ଭୋଗ କରନ୍ତି ନିର୍ଲ୍ଲଜଙ୍କ ପରି।ନିଜ ଦେହର ଭୋକ ମେଣ୍ଟାଇବାକୁ ଯାଇ ଝିଅମାନଙ୍କର ଏ କି ଅଧୋଗତି।ହେଉ ବା ତୁମ ମନ ହେଲା ଏପରି ହେବାକୁ।ତା ବୋଲି ତାରି ଦେବ ବାବୁ ସେମାନଙ୍କୁ ମିଳେ!!!

    କାମବାଲୀ ଚାକରାଣୀଟା ମୁଁ।ଆମ୍ବ ଖାଇବା ମୋ କାମ ତୋଟା ମୂଲ କିଆଁ କରୁଛି??କାହିଁକି ଦେବ ବାବୁଙ୍କୁ ଅନ୍ୟ ଝିଅ ମାନଙ୍କ ସହ ସହ ବାସ କଲେ ମୁଁ ଅତିଷ୍ଠ ହୋଇ ପଡୁଛି।କେବଳ ଦେବ ବାବୁଙ୍କ ଭଲ ପାଇଁ ନା ମୁଁ ବି ଭଲ ପାଉଛି ଦେବ ବାବୁଙ୍କୁ!!! ଯେତେ ଥର ଏକଥା ମନକୁ ଆସିଛି ସେତେ ଥର ମୁଁ ପାପ କାଲିକି ନିଜକୁ ପଚାରିଛି।

    ଦେବ ବାବୁ ତାଙ୍କ ଅଫିସ ଯାଇଛନ୍ତି।ଡ୍ରେସିଂ ଟେବୁଲ ଆଗରେ ମୁଁ ଠିଆ ହେଲି।ନିଠେଇଁ ନିଠେଇଁ ଗାଲ,ଓଠ, ଆଖି ଛାତିକୁ ଲକ୍ଷ୍ୟ କଲି ମୋର।ଦେବ ବାବୁ ଯେଉଁ ଝିଅ ମାନଙ୍କୁ ସାଙ୍ଗରେ ଆଣନ୍ତି ତାଙ୍କ ସହ ତଉଳିଲି।ସଜେଇ ଦେଲେ ସେମାନଙ୍କ ଠାରୁ ଢେର ସୁନ୍ଦର ଦିଶିବି ମୁଁ।କିନ୍ତୁ ମୁଁ ତୁଚ୍ଛା ଚାକରାଣୀ ଟା।ଦେବ ବାବୁ ତା ପାଇଁ ଆକାଶ କଇଁଆ.....

    ମୋ ପାଇଁ ଆକାଶ କଇଁଆ ହେଲେ ବି ଏମିତି ଚିନ୍ତାଟିଏ ମନକୁ ବି ଛୁଏଁ।ନିଶାରେ ଚୁର୍ ହୋଇ ହିତ ଅହିତ ଭୁଲି ଦେବ ବାବୁ ମୋ ଦେହ ମନ ସହ ଟିକେ ଖେଳନ୍ତେ କି!!! ଶାଢ଼ୀ ଟଣା ଓଟରା କରନ୍ତେ କି....!ହେଉ ପଛେ ପାପ ମୁଁ ଏ ପାପ ଗଙ୍ଗାରେ ଗାଧୋଇବାକୁ ପଛାନ୍ତି ନାହିଁ।ମୋ ଆତ୍ମା, ମନ, ହୃଦୟ ଦେବ ବାବୁଙ୍କୁ ଭଲ ପାଏ। କେତେ ଥର ମନର ଆଖିରେ, ଭାବନାରେ ମୋ ମନ, ଦେହ ଏକ ହୋଇଛି, କେତେ ଶିହରଣ ଖେଳିଛି ମୋ ଦେହଳିରେ ତାର ଇୟତ୍ତା ନାହିଁ।ମନଟା ତ ଏମିତି।ସେ କଣ ମାଲିକ ଚାକରାଣୀ ବୁଝେ କି!!!


ଦେବବାବୁଙ୍କୁ ମୁଁ ସତରେ ଭଲ ପାଉଛି ବୋଧହୁଏ।ନହେଲେ କି ସେ ଘରେ ଥିଲେ ତାଙ୍କ ଚିନ୍ତା, ନଥିଲେ ବି ତାଙ୍କରି ଚିନ୍ତା!!! କାହିଁକି ମୋ ସହିତ ଏମିତି ହେଉଛି??ଛାର ଚାକରାଣୀଟା ମୁଁ.......


କିନ୍ତୁ ଦେବ ବାବୁ ମୋ ପାଖେ କେବେ ବି ଲକ୍ଷ୍ମଣ ଗାଁର ଡେଇଁ ନାହାନ୍ତି।ସବୁ ବେଳେ କୁହନ୍ତି ତୁ ଗୋଟେ ଭଲ ଝିଅ।ତୁ 'ପ୍ରେମ' କି 'ପ୍ରୀତି' କିମ୍ବା 'ପ୍ରଣୟିନୀ' କି 'ପ୍ରିୟତମା' ପରି ଆଦୌ ନିର୍ଲ୍ଲଜ କି ସ୍ୱେଚ୍ଛାଚାରୀ ଝିଅ ନୁହଁ।ତୁ ଗୋଟେ....କହି ଅଟକି ଯାଆନ୍ତି।

    କଣ ନିଜ ପ୍ରଶଂସା ଶୁଣିବାକୁ ଠିଆ ହେଲୁ।ଆରେ ଯା ଆଜି ଗୋଟେ ଘିଅ ଛୁଙ୍କ ଡାଲମା,ବଡି ବାଇଗଣ,ପାଳଙ୍ଗ ପନିର,ମେଥି ବାଇଗଣ,ଦହି ଆମ୍ବୁଲ ଖଟା କର୍ ତ।ମୋର ଦୁଇ ଜଣ ବାନ୍ଧବୀ ଆସିବେ।ହଁ ତୋ ପାଇଁ ବି ରୋଷେଇ କରିବୁ।ଆଜି ଘରକୁ ଯିବୁନି ଏଇଠି ରହିବୁ।ଶୁଣ ଅମ୍ବା ଆଜି ଯେଉଁମାନେ ଆସିବେ ତା ଭିତରୁ ତୁ ଯାହାକୁ ଚଏସ୍ କରିବୁ ସେ ତୋ ମାଲିକାଣୀ ହେବ।ବୁଝିଲୁ ଅମ୍ବା।ତୁ ଆଜି ମୋ ମାଆ,ବାବା ଭଉଣୀ ଓ ବାନ୍ଧବୀର କାମ କରିବୁ।ତୋ ଚଏସ୍ ର୍ ଗୋଟେ 'କ୍ଲାସ୍ ଅଛି,'ବୁଝିଲୁ ଅମ୍ବା।

    ଆଁ ...ମୁଁ ମାନେ .ମୋର ଗୋଟେ "କ୍ଲାସ୍ " ଅଛି........।ଓଃ ସବୁ କଲ କିନ୍ତୁ ତୁମ ପ୍ରେମିକାଟେ କଲନି ଦେବ ବାବୁ।ମନରେ କୁହୁଳି ଗ୍ୟାସ ଲଗାଇ ରୋଷେଇ କାମରେ ଲାଗିଗଲି ମୁଁ।ମୋର ଗୋଟେ" କ୍ଲାସ୍ 'ଅଛି!!ବାଃ କି ଖୁସି।କିଛି ନ ହେଲା ନାହିଁ ଏଇ ତକ ତ କହିଲେ ମୋର ଗୋଟେ" କ୍ଲାସ୍ ଅଛି"।ଏ କଣ ତୁଚ୍ଛ ଗୋଟେ କାମବାଲୀ ପାଇଁ କମ୍ କି.....!!

    ଖୁସିରେ ଗୁଣୁ ଗୁଣୁ ଗୀତ ଗାଇ ରୋଷେଇ କରୁ କରୁ ମୁଁ ନୀରବେ ଗୁହାରୀ କରୁଥିଲି ହେ ପ୍ରଭୁ ଏମିତି ଜୀବନ ସାଥିଟିଏ ମୋ ଦେବ ବାବୁଙ୍କୁ ଦିଅ ସେ ଯେମିତି କ୍ଲାସ୍ ମଣିଷଟେ ହୋଇଯିବେ।

    



Rate this content
Log in

Similar oriya story from Inspirational